Nascimento de Jesus
O nascimento de Jesus é o evento que divide a história. O Verbo se fez carne e habitou entre nós. Deus enviou seu Filho ao mundo para nos salvar e nos reconciliar consigo.
O Verbo se fez carne
Jesus não nasceu por acaso — sua encarnação foi planejada antes da fundação do mundo. Ele se esvaziou e assumiu a forma humana por amor.
କିରିସ୍ଟ ଜିସୁର୍ ମନ୍ ଜେନ୍ତି ରଇଲା, ତମର୍ ମନ୍ମିସା ସେ ରକାମ୍ ଅ ।
ସେ ପର୍ମେସରର୍ ପାରା ସବୁ ରକାମ୍ ରଇଲେ ମିସା, ତାର୍ ସଙ୍ଗ୍ ସମାନ୍ଅଇ ରଇବା ଅଦିକାର୍ ନିଜର୍ପାଇ ଦାରିକରି ରଇବି ବଲି ମନ୍ କରେ ନାଇ ।
ତାର୍ ବାଦୁଲେ ସେ ନିଜେ ମନ୍କରି, ତାକେ ରଇଲା ସବୁଟା ଚାଡିଦେଇ ଗଟେକ୍ ଗତିଦାଙ୍ଗ୍ଡାର୍ ରୁପ୍ ଦାରିଆଇଲା । ନର୍ ଲକ୍ ପାରା ଅଇକରି ନର୍ ଲକର୍ ବାନିମୁର୍ତି ଦାରି ଜାତ୍ଅଇଲା ।
ନର୍ଲକ୍ ପାରା ଅଇ ଆଇଲାପଚେ, ସେ ପର୍ମେସରର୍ ଆଦେସ୍ ମାନିକରି, ନିଜ୍କେ ଆରି ଅଦିକ୍ ସାନ୍କଲା । ଲକ୍ମନ୍ ମରାଅତ୍ବଲି ସର୍ପାଇଅଇଲା । ଅବ୍କା ମର୍ବାକେ ନାଇ, ମାତର୍ କୁରୁସ୍ କାଟେ କୁଟିମାରାଇଅଇ ଚଗାଇଅଇବାକେ ମିସା ।
ସାରାସାରି ଜେଡେବଲ୍ ସମାନ୍ ବେଲା କେଟ୍ଲା, ପରମେସର୍ ତାର୍ ନିଜର୍ ପଅକେ ପାଟାଇଲା । ଗଟେକ୍ ମାମୁଲି ଟକିର୍ ଗର୍ବେଅନି ଜାତ୍ ଅଇକରି ସେ ଜିଉଦି ନିଅମ୍ ମାନିକରି ଜିଇଲାଇ କାଇଲାଇ । ଜେନ୍ତିକି ଦର୍କାର୍ ରଇଲା ମୁଲିଅ ଦେଇ, ନିଅମର୍ ବନ୍ଦନେଅନି ଲକ୍ମନ୍କେ ମୁକ୍ଲାଇବାକେ ଆରି ସେମନ୍କେ ପରମେସରର୍ ପିଲାଜିଲା ଅଇବାକେ ବେଲା ଟିକ୍ କର୍ବାକେ, ତାର୍ ଜିବନର୍ ଆଦେସ୍ ରଇଲା ।
ଇତି ଜନ୍ ଲକ୍ମନ୍କେ ପିଲାମନ୍ ବଲି ଡାକ୍ଲାଇନି, ସେମନ୍ ବନି ମାଉଁସ୍ ରଇବା ଗାଗଡ୍ ସଙ୍ଗର୍ ଲକ୍ମନ୍ । ଜିସୁ ମିସା ସେମନର୍ ପାରା ଗଟେକ୍ ଗାଗଡ୍ ନେଲା ଆରି ତାକର୍ ଗୁନ୍ଚଲନ୍ତେଇ ମିସ୍ଲା । ତାର୍ ମରନର୍ ଲାଗି ସେ ମରନର୍ ଉପ୍ରେ ବପୁ ରଇବା ସଇତାନ୍କେ ପୁରାପୁରୁନ୍ ବାବେ ଆରାଇଲା । ଜନ୍ ଲକ୍ମନ୍ ମରନ୍କେ ଡରିକରି ରଇଲାଇ, ସେଟାର୍ ପାଇ ସେମନ୍ ଜନମେ ଅନି ଗତିଦାଙ୍ଗ୍ଡା ପାରା ଅଇରଇଲାଇ । ସେମନ୍କେ ସେ ମରନର୍ ଡଣ୍ଡେଅନି ମୁକ୍ଲାଇଲା ।
ତେବର୍ ପାଇ ସେଟା ଦର୍କାର୍ ରଇଲା ଜେ ଆମେ ଜନ୍ଲକ୍ମନ୍କି ତାର୍ ବାଇବଇନି ଅଇଲୁଆଚୁ, ସେ ସମାନ୍ ଆମର୍ ପାରା ଅଇରଇବାକେ । ସେନ୍ତାର୍ ଆଲେ ସେ ଆମର୍ ପର୍ମେସର୍ ଟାନେ ରଇବା ସତ୍ସଙ୍ଗ୍ ଆରି ଦୟାସଙ୍ଗ୍ ରଇବା ବଡ୍ ପୁଜାରି । ସେ ଆମର୍ ବଡ୍ ପୁଜାରି ଅଇଲାକେ ଆମର୍ ପାପର୍ କେମା ଅଇଲା ।
ପର୍ମେସର୍ ଏ ଦୁନିଆର୍ ଲକ୍ମନ୍କେ ଏତେକ୍ ଆଲାଦ୍ କଲାଜେ, ତାର୍ ଗଟେକ୍ ବଲି ପିଲାକେ ସର୍ପିଦେଲା । ଜେ ମିସା ତାକେ ବିସ୍ବାସ୍ କର୍ବାଇ ବଇଲେ, ସେମନ୍ ନସ୍ଟ ନ ଅଇକରି, ନ ସାର୍ବା ଜିବନ୍ ମିଲାଇବାଇ ।
O anúncio e o nascimento
O nascimento de Jesus foi anunciado por anjos, precedido por sinais e recebido com adoração pelos pastores e pelos magos do oriente.
ଜିସୁର୍ ଜନମ୍ ବିସଇ
ଏଟା ଅଇଲାନି ଜିସୁ କିରିସ୍ଟର୍ ଜନମ୍ ବିସଇ । ଜିସୁର୍ ମା ମରିୟମର୍ ସଙ୍ଗ୍ ଜସେପ୍ ନାଉଁର୍ ଗଟେକ୍ ଦାଙ୍ଗ୍ଡାର୍ ପାଇ ବିବା ମାଙ୍ଗ୍ନି ଅଇରଇଲା । ମାତର୍ ସେମନର୍ ବିବା ନ ଅଇତେ ସୁକଲ୍ ଆତ୍ମାଇ ଅନି ଗାଗ୍ଡେ ଅଇରଇବାଟା ମରିୟମ୍ ଜାନିପାର୍ଲା ।
ସେ ଏନ୍ତି ଉପାଇ ପାଁଚ୍ଲା ବେଲେ, ଜସେପ୍କେ ଗଟେକ୍ ପର୍ମେସରର୍ ଦୁତ୍ ସପ୍ନେ ଦେକାଇ ଅଇ କଇଲା, ଏ ଦାଉଦର୍ ନାତିର୍ ତିତି ଜସେପ୍, ଡର୍ନାଇ । ମରିୟମ୍କେ ମାଇଜି କରି ସଙ୍ଗଅ । କାଇକେବଇଲେ ସୁକଲ୍ ଆତ୍ମାଇ ଅନି ସେ ଗାଗ୍ଡେ ଅଇଲାଆଚେ ।
ତାର୍ଟାନେଅନି ଗଟେକ୍ ପିଲା ଜନମ୍ ଅଇସି, ତମେ ତାକେ ଜିସୁ ବଲି ନାଉଁ ଦିଆସ୍, କାଇକେବଇଲେ ସେ ତାର୍ ଲକ୍ମନ୍କେ ସେମନର୍ ପାପେଅନି ଉଦାର୍ କର୍ସି ।
ଆଇବା ଦିନ୍ମନ୍କେ କାଇଟା ଅଇସି ବଲି, ପର୍ମେସର୍ ଗଟେକ୍ ବବିସତ୍ବକ୍ତାକେ ପାଟାଇ ଜନ୍ କାତା ସୁନାଇରଇଲା, ସେଟା ପୁରାପୁରୁନ୍ ଅଇବାକେ ଏ ସବୁ ଅଇଲା । ଗଟେକ୍ ଦାଙ୍ଗ୍ଡି ଗାଗ୍ଡେ ଅଇ ପିଲା ଜନମ୍ କର୍ସି, ଆରି ସେ ପିଲା ଲକ୍ମନର୍ ଟାନେ ଇମାନୁଏଲ୍ ବଲି ନାମାଇ ଅଇସି, ଏ ନାଉଁର୍ ଅରତ୍ ଅଇଲାନି, ପର୍ମେସର୍ ଆମର୍ ସଙ୍ଗ୍ ଆଚେ ।
ଜସେପ୍ ସଇଲା ଟାନେଅନି ଉଟି, ପର୍ମେସରର୍ ଦୁତ୍ ଜେନ୍ତି କଇରଇଲା, ସେନ୍ତି କଲା । ମରିୟମ୍କେ ବିବା ଅଇଲା । ମାତର୍ ସେ ପିଲା ଜନମ୍ ନ ଅଇବା ଜାକ ମରିୟମ୍ ସଙ୍ଗ୍ ସୁଆବସା କରେନାଇ । ଜସେପ୍ ସେ ପିଲାକେ ଜିସୁ ବଲି ନାଉଁ ଦେଲା ।
ଦୁତ୍ ତାକେ କଇଲା, "ମରିୟମ ଡର୍ ନାଇ, ତୁଇ ମାପ୍ରୁର୍ ଦୟା ପାଇଆଚୁସ୍ । ଦେକ୍ ତୁଇ ଗାଗ୍ଡେ ଅଇ ପିଲା ଗଟେକ୍ ଜନମ୍ କର୍ସୁ ଆରି ତାର୍ ନାଉଁ ଜିସୁ ଦେଇସା । ସେ ଗଟେକ୍ ଡାକ୍ପୁଟା ଲକ୍ ଅଇସି ଆରି ସବୁର୍ ଉପ୍ରେ ରଇବା ପର୍ମେସରର୍ ପଅ ବଲି କଇବାଇ, ସରଗର୍ ମାପ୍ରୁ ତାକେ, ତାର୍ ଆନିଦାଦି ଦାଉଦର୍ ପାରା ରାଜା କୁରାଇସି । ସେ କାଲ୍କାଲ୍ ଜୁଗ୍ଜୁଗ୍ ଇସ୍ରାଏଲ୍ ଲକ୍ମନ୍କେ ସାସନ୍ କର୍ସି । ତାର୍ ରାଇଜ୍ କେବେ ନ ସାରେ ।"
ଆରି ଜସେପ୍ ମିସା ନାଉଁ ଲେକାଇବାକେ ମରିୟମର୍ ସଙ୍ଗ୍ ଗାଲିଲି ରାଇଜର୍ ନାଜରିତ୍ ନାଉଁର୍ ଗଟେକ୍ ନଅରେ ଅନି ଜିଉଦା ରାଇଜର୍ ବେତ୍ଲିଇମ୍ ବଲି ଦାଉଦ୍ ରାଜାର୍ ଜନମ୍ ନଅରେ ଗାଲାଇ । କାଇକେବଇଲେ, ଜସେପ୍ ଦାଉଦ୍ ବଁସର୍ ଆରି ସେ କୁଟୁମର୍ ଲକ୍ ରଇଲା । ତାର୍ସଙ୍ଗ୍ ମରିୟମର୍ ବିବା ମାଙ୍ଗ୍ନି ଅଇରଇଲା, ଆରି ମରିୟମ୍ ଗାଗ୍ଡେ ଅଇରଇଲା । ଜସେପ୍ ଆରି ମରିୟମ୍ ବେତ୍ଲିଇମେ ରଇଲାବେଲେ, ମରିୟମର୍ ଆତ୍ଗଡ୍ ସୁକ୍ ଅଇବା ଦିନ୍ କେଟି ଆଇଲା । ଆରି ମରିୟମ୍ ତାର୍ ପଣୁଆ ପିଲାକେ ତେଇ ଜନମ୍ଦେଲା, ଆରି ତାକେ ଲୁଗାସଙ୍ଗ୍ ଗୁଡିଆଇକରି ଗରୁସାଲର୍ ଡଙ୍ଗାକୁଣ୍ଡେ ଡୁଲାଇରଇଲା, କାଇକେବଇଲେ ସେମନ୍କେ ରଇବାପାଇ ବାସାଗରେ ଟାନ୍ ନ ରଇଲା ।
ତେଇ ଦୁତ୍ ସେମନ୍କେ କଇଲା, "ଡରାନାଇ ! ଦେକା ମୁଇ ସବୁଲକର୍ପାଇ ଗଟେକ୍ ବେସି ସାର୍ଦାର୍ କବର୍ ତମ୍କେ ଜାନାଇଲିନି, ଜନ୍ଟାକି ସବୁଲକର୍ପାଇ ସାର୍ଦାର୍ ବିସଇ ଅଇସି । କାଇକେବଇଲେ, ଆଜିସେ ଦାଉଦ୍ ରାଜାର୍ ଜନମ୍ ନଅରେ ତମର୍ପାଇ ଗଟେକ୍ ଉଦାର୍କାରିଆ ଜନମ୍କଲା ଆଚେ, ସେ କିରିସ୍ଟ ମାପ୍ରୁ । ଆରି ତମର୍ପାଇ ବଲି ଏଟା ଗଟେକ୍ ଚିନ୍ପାରା ଅଇସି, ତମେ ଲୁଗା ଗୁଡିଆଇକରି ଗଟେକ୍ ପିଲା ଗରୁସାଲର୍ ଡଙ୍ଗାଇ ଡୁଲାଇ ରଇବାଟା କଜି ମିଲାଇସା ।"
ଦୁତ୍ମନ୍ ମେଣ୍ଡା ଚାରାଉ ଗଉଡ୍ମନ୍କେ ଚାଡି ସର୍ଗେ ଉଟିଗାଲା ପଚେ, ଗଉଡ୍ମନ୍ ତାକର୍ ତାକର୍ ବିତ୍ରେ କୁଆବଲା ଅଇବାର୍ ଦାର୍ଲାଇ, "ଆସା ଆମେ ସବୁ ବେତ୍ଲିଇମ୍ ଜାକ ଜାଇକରି, ପର୍ମେସର୍ ଜାନାଇରଇଲା ବିସଇ ଦେକୁ ।"
ତେଇଅନି ସେମନ୍ ଦାପ୍ରେ ଜାଇ କଜିକରି ମରିୟମ୍, ଜସେପ୍ ଆରି ଗରୁସାଲର୍ ଡଙ୍ଗାଇ ପିଲା ଡୁଲିରଇଲାଟା ଦେକ୍ଲାଇ । ସେମନ୍ ପିଲାକେ ଦେକିକରି, ଦୁତ୍ ଜାଇ ଜାଇଟା କଇରଇଲା, ତେଇ ରଇଲା ସବୁଲକ୍କେ କଇଲାଇ । ଆରି ଜେତ୍କି ଲକ୍ ତେଇ ରଇଲାଇ ଗଉଡ୍ମନର୍ ଟାନେଅନି ସେ ସବୁ କାତା ସୁନି କାବା ଅଇଗାଲାଇ ।
O Rei que veio servir
Jesus nasceu para ser Rei, e todo aquele que é da verdade ouve a sua voz. Os magos o adoraram e ofereceram seus tesouros.
ସେବେଲେ ପିଲାତ୍ ତାକେ ପାଚାର୍ଲା, "ଏନ୍ତି ବଇଲେ ତୁଇ କାଇ ଗଟେକ୍ ରାଜା ନଉଁସ୍ କି ?" ଜିସୁ କଇଲା, "ତୁଇସେ ମକେ ରାଜା ବଲି କଇଲୁସ୍ନି । ମୁଇ ସତ୍ ବାଟେ ସାକି ଦେବାକେ ଆକା ଜନମ୍ କରି, ଏ ଦୁନିଆଇ ଆସିଆଚି । ଜନ୍ଲକ୍ମନ୍ ସତ୍ କଜ୍ଲାଇନି, ସେମନ୍ସେ ମର୍ କାତା ସୁନ୍ବାଇ ।"
ପଣ୍ଡିତ୍ମନ୍ ରାଜାର୍ କାତା ସୁନି ସେ ଜାଗାଇଅନି ବାରିଗାଲାଇ । ଗାଲାବେଲେ ଏଦେ ଦେକା ! ସେମନ୍ ପୁରୁବ୍ ଦେସେ ଜନ୍ ତାରା ଦେକି ରଇଲାଇ, ସେ ତାରା ଆରି ତରେକ୍ ଡିସ୍ଲା । ସେମନ୍ ତାରା ଦେକି ବେସି ସାର୍ଦା ଅଇଗାଲାଇ । ତାରା ସେମନର୍ ଆଗେ ଜାଇକରି ଜିସୁ ରଇଲା ଜାଗାର୍ ଉପ୍ରେ ଅଟ୍କିଗାଲା । ପଣ୍ଡିତ୍ମନ୍ ସେ ଗର୍ ବିତ୍ରେ ପୁରି ପିଲାକେ ତାର୍ ମା ମରିୟମ୍ ସଙ୍ଗ୍ ରଇଲାଟା ଦେକି, ତାକେ ମାଣ୍ଡିକୁଟା ଦେଇ ଜୁଆର୍ କଲାଇ, ଆରି ଆନିରଇବା ସୁନା, କୁନ୍ଦୁୁରୁ ଆରି ଗନ୍ଦ୍ରସ୍ ବେଟି, ପିଲାକେ ଦେଲାଇ ।
ପଚେ ସେମନ୍ ଏରଦର୍ ଲଗେ ଆରିତରେକ୍ ନ ଜାଇକରି ବିନ୍ ବାଟେ ନିଜର୍ ଦେସେ ବାଉଡି ଗାଲାଇ । କାଇକେବଇଲେ ଏରଦର୍ ଟାନେ ଆରିତରେକ୍ ବାଉଡି ନ ଜିବାକେ ପର୍ମେସର୍ ସେମନ୍କେ ସପ୍ନେ ଆଦେସ୍ ଦେଇରଇଲା ।