Obediência aos pais
A obediência aos pais é mandamento divino com promessa de vida longa. A Bíblia valoriza a honra filial e ensina os filhos a respeitar e obedecer aos pais com amor.
Honrar pai e mãe
O quinto mandamento ordena honrar pai e mãe. É o primeiro mandamento com promessa: para que vá bem e vivas muito na terra.
ତମେ ତମର୍ ବାବାକେ ଆରି ମାଆକେ ଆଲାଦ୍ କରା, ତାର୍ପଚେ ତମର୍ ସବୁବେଲର୍ ମାପ୍ରୁ ପର୍ମେସର୍ ଜନ୍ ଦେସ୍ ଦେଇସି, ସେ ଦେସେ ତମେ ବେସି ଦିନ୍ ଜିଇସା ।
ପର୍ମେସର୍ ଆଦେସ୍ ଦେଲାଆଚେ, ମା ବାବାକେ ଆଲାଦ୍କରା । ଆରି କେ ମିସା ନିଜର୍ ବାବା ମାକେ ସାଇପ୍ ଦେଇକରି କାଇବଲି କଇସି ବଇଲେ, ସେ ମରନର୍ ଡଣ୍ଡ୍ ପାଇସି ।
ବାବା ମାଆ ଆରି ପିଲାଟକି
ଏ ମର୍ ପିଲାଟକିମନ୍, ତମେ ମାପ୍ରୁର୍ ସଙ୍ଗ୍ ମିସ୍ଲାର୍ପାଇ ଆୟା ବାବାର୍ କାତା ମାନିକରି ରୁଆ । ତମେ ଏନ୍ତାରି କର୍ବାର୍ ଆଚେଆକା । ଏନ୍ତାରି ଲେକା ଅଇଲାଆଚେ, ନିଜର୍ ଆୟା ବାବାକେ ସନ୍ମାନ୍ ଦିଆସ୍ । ଜେନ୍ତାରି କି ତମର୍ପାଇ ସବୁ ବିସଇ ମଙ୍ଗଲ୍ ରଇସି । ଆରି ତମେ ସାର୍ଦା ଅଇ ବେସି ଦିନ୍ ଜାକ ଏ ଜଗତେ ବଁଚିରଇସା । ଏଟା ଅଇଲାନି ପର୍ମେସରର୍ ପର୍ତୁମ୍ ଆଦେସ୍ ଜନ୍ଟା କି ସେ ଗଟେକ୍ ଦେଇରଇବା କାତା ମିସା ତେଇ ମିସାଇଆଚେ ।
ଏ ବାବାମନ୍, ପିଲାମନ୍କେ ରିସା କରାଆ ନାଇ । ତାର୍ ବାଦୁଲେ ସେମନ୍କେ ମାପ୍ରୁର୍ ବାକିଅ ଇସାବେ ସିକାଇକରି ବଡାଆ ।
Obedecer e respeitar
Filhos, obedecei a vossos pais no Senhor. A obediência filial é expressão de amor e temor a Deus.
ଏ ପିଲାଟକିମନ୍, ତମର୍ ଆୟାବାବାର୍ କାତା ମାନିକରି ରୁଆ । ସେଟା ପର୍ମେସର୍କେ ସାର୍ଦା କୁରାଇସି ।
ଏ ମର୍ ପିଲା, ତର୍ ବାବାର୍ ସିକିଆକେ ସୁନ୍ ଆରି ତର୍ ଆୟାର୍ ସିକିଆକେ ଅମାନିଆଁ କର୍ ନାଇଁ । କାଇକେବଇଲେ ସେ ତର୍ ମୁଣ୍ଡେ ପିନ୍ଦ୍ବା ଆସିର୍ବାଦର୍ ମୁକୁଟ୍ ଆରି ଗାଲାଇ ପିନ୍ଦ୍ବା ମାଲି ପାରା ଅଇସି ।
ଦାରିଆ କାମ୍ କରୁ ଜାଗର୍ତା
ଏ ମର୍ ପିଲା, ତୁଇ ତର୍ ବାବା କଇଲା କାତାକେ ପାଲନ୍ କର୍, ଆରି, ତର୍ ଆୟାର୍ ସିକିଆକେ ପାସ୍ରି ଦେସ୍ନାଇଁ । ସେଟା ସବୁବେଲେ ତର୍ ମନ୍ ବିତ୍ରେ ରଅ, ନିଜର୍ ଗାଲାଇ ପିନ୍ଦା । ତୁଇ ଇଣ୍ଡ୍ଲା ବେଲେ ସେଟା ତକେ ବାଟ୍ ଦେକାଇସି, ଆରି ସଇଲା ବେଲେ ସେଟା ତକେ ଜାଗୁଆଲ୍ ଅଇସି; ଜାଗ୍ବାବେଲେ ସେଟା ତମର୍ ସଙ୍ଗ୍ କାତାବାର୍ତା ଅଇସି । କାଇକେବଇଲେ ସେ ଆଦେସ୍ ଅଇଲାନି ବତି ଆରି ସେ ସିକିଆ ଉଜଲ୍ ଆରି ସିକିଆ ପାଇବାଟା ଅଇଲାନି ଜିବନର୍ ଗଟେକ୍ ବାଟ୍;
ଗିଆନର୍ ଲାବ୍
ଏ ମର୍ ପିଲାମନ୍, ବାବାର୍ ସିକିଆକେ ମାନା ଆରି ନିମାନ୍ କାତା କଇବାଟାକେ ମନ୍ଦିଆନ୍ ଦିଆସ୍, କାଇକେବଇଲେ ମୁଇଁ ତମ୍କେ ନିମାନ୍ ସିକିଆ ଦେଲିନି, ମର୍ ଆଦେସ୍କେ ପାସ୍ରା ନାଇଁ। ମୁଇଁ ତର୍ ବାବାର୍ ପିଲା ରଇଲି, ଆରି, ଆୟାର୍ ଆଁକି ତେଇ କଅଁଲା ଆରି ଲାଡର୍ ପିଲା ରଇଲି । ବାବା ମକେ ସିକିଆ ଦେଇ କଇଲା, ତୁଇ ମର୍ କଇଲା କାତାକେ ସବୁବେଲେ ଏତାଆ, ଆରି ମର୍ ଆଦେସ୍ ସବୁ ପାଲନ୍ କରା, ତେବେ ତମେ ନିକ ସଙ୍ଗେ ଜିଇସା । ଗିଆନ୍ ଅର୍ଜନ୍ କରା, ନିକ ବିଚାର୍ କରା, ସେଟା ପାସର୍ ନାଇଁ, ଆରି, ମୁଇଁ କଇ ରଇବା ବାକିଅକେ ଅମାନିଆଁ କରା ନାଇଁ । ତାକେ ଚାଡା ନାଇଁ; ତାର୍ପଚେ ସେ ତମ୍କେ ପାଲନ୍ କର୍ସି; ତାକେ ଲାଡ୍ କରା, ତାର୍ପଚେ ସେ ତମ୍କେ ରକିଆ କର୍ସି ।
ଗିଆନି ପିଲା
ବୁଦି ରଇଲା ପିଲା ତାର୍ ବାବାର୍ କାତାକେ ମାନ୍ସି; ମାତର୍ ବୁଦି ନଇଲା ପିଲା ବାବାର୍ କାତାକେ ନ ମାନେ ।
ପିଲାମନ୍କେ ନିମାନ୍ ବାଟେ ଜିବାକେ ସିକିଆ ଦିଆସ୍; ତେବର୍ ପାଇଁ ସେମନ୍ ବୁଡା ବୁଡି ଅଇଲେ ମିସା ପାସ୍ରି ନ ଜାଅତ୍ ।
Disciplina e consequências
A vara e a repreensão dão sabedoria. A Bíblia adverte sobre as consequências sérias da rebeldia e desonra aos pais.
ନିମାନ୍ ବଚାର୍ ଆରି ଦିଆନ୍ ଦେବାଟା ଗାନ୍ ଦେସ; ମାତର୍ ପଲାକେ ତାର୍ ଇଚାରେ ଚାଡ ଦେଲେ ସେ ତାର୍ ଆୟାଏ ଲାଜ୍ ରାସ ।
ଜନ୍ ପିଲା ତାର୍ ବାବାର୍ ଦନ୍ ନସ୍ଟ କର୍ସି, ଆରି ଆୟାକେ କେଦି ଦେଇସି, ସେ ଲାଜ୍ ଆରି ଅପ୍ମାନ୍ ଅଇସି।
ଜନ୍ ଆଁକି ନିଜର୍ ବାବାକେ ଇଜତ୍ ଜିକ୍ସି ଆରି ଆୟାର୍ କାତାକେ ନ ମାନେ, ତାକେ କୁଆମନ୍ ଆସି କାଇ ପାକାଇବାଇ ଆରି ଗିଦଲ୍ ଚଡଇପିଲାମନ୍ ସେମନ୍କେ କାଇ ପାକାଇବାଇ ।
ଜେ କି ନିଜର୍ ବାବାକେ କି ମାଆକେ ମାର୍ଲେ, ସେ ନ ପିଟ୍ତେ ମର୍ସି ।
ଜେ ଜଦି ନିଜର୍ ଆୟାବାବାକେ ଆନ୍ଦୁରିଆ କର୍ସି, ତାକେ ସବୁ ଗର୍ ଜାକ ଆନ୍ଦାର୍ ଅଇ ଜାଇସି ।
ତେବର୍ପାଇ ତମର୍ ଦୁକ୍କସ୍ଟ ସବୁ ତମର୍ ବାବାର୍ତେଇଅନି ମିଲିରଇବା ଡଣ୍ଡ୍ ପାରା ବଲି ବାବ୍ବାର୍ ଆଚେ । ପର୍ମେସର୍ ତମ୍କେ ତାର୍ ପିଲା ଜିଲା ବଲି ଏଜ୍ଲାନି । ଏଟା ତମର୍ ଦୁକ୍କସ୍ଟ ପାଇବାତେଇଅନି ଜାନାପଡ୍ସି । କାଇକେବଇଲେ, ତାର୍ ପିଲାକେ ଡଣ୍ଡ୍ ନ ଦେଲା ବାବା କେ ଆଚେ ?
ଜଦି କନ୍ ରାଣ୍ଡିମାଇଜିକେ ପିଲାଟକି କି ନାତିତିତି ରଇଲେ, ସେମନ୍ ନିଜର୍ କୁଟୁମର୍ ଲକ୍ ଇସାବେ ତାକେ ଜତନ୍ କରତ୍ । ସେନ୍ତାରି ସେମନ୍ ଆୟା ବାବାମନ୍କେ ଆରି ଆନିଦାଦିମନ୍କେ ତାକର୍ ଆଲାଦ୍ ବାଉଡାଇ ଦେଅତ୍ । ଏଟା ପର୍ମେସର୍କେ ସାର୍ଦା କୁରାଇସି ।