Pais
Deus é nosso Pai celestial — amoroso, provedor, disciplinador e fiel. As Escrituras também honram os pais terrenos e os chamam a criar os filhos na instrução do Senhor.
O Pai celestial
Deus é Pai de misericórdias. Ele nos adotou como filhos, nos ama incondicionalmente e cuida de cada detalhe da nossa vida.
ପର୍ମେସରର୍ ପିଲାଟକିମନ୍
ଅଲପ୍ ବାବିଦେକାପନି, ବାବା ପର୍ମେସର୍ ଆମ୍କେ କେଡେକ୍ ଆଲାଦ୍ କଲାନି । ତାର୍ ଏତେକ୍ ଆଲାଦର୍ ଲାଗି ଆମେ ତାର୍ ପିଲାଜିଲା ବଲାଇ ଅଇଲୁନି । ଆରି ସତଇସେ ଆମେ ତାର୍ ଅଇଆଚୁ ବଲି ଏ ଜଗତର୍ ଲକ୍ ବୁଜତ୍ନାଇ । କାଇକେବଇଲେ ଆମର୍ ବାବା ପର୍ମେସର୍କେ ସେମନ୍ ନାଜାନତ୍ ।
ପର୍ମେସରର୍ ପିଲାଟକିମନ୍
ଅଲପ୍ ବାବିଦେକାପନି, ବାବା ପର୍ମେସର୍ ଆମ୍କେ କେଡେକ୍ ଆଲାଦ୍ କଲାନି । ତାର୍ ଏତେକ୍ ଆଲାଦର୍ ଲାଗି ଆମେ ତାର୍ ପିଲାଜିଲା ବଲାଇ ଅଇଲୁନି । ଆରି ସତଇସେ ଆମେ ତାର୍ ଅଇଆଚୁ ବଲି ଏ ଜଗତର୍ ଲକ୍ ବୁଜତ୍ନାଇ । କାଇକେବଇଲେ ଆମର୍ ବାବା ପର୍ମେସର୍କେ ସେମନ୍ ନାଜାନତ୍ ।
କାଇକେବଇଲେ ପରମେସର୍ ଦେଲା ଆତ୍ମା, ତମ୍କେ ଗତିଦାଙ୍ଗ୍ଡା ଅଇବା ତେଇଅନି ମୁକ୍ଲାଇଲା ଆଚେ । ତମେ ଆରି ଡର୍ବାର୍ ଲଡା ନାଇ । ମାତର୍ ସୁକଲ୍ଆତ୍ମା ତମ୍କେ ପରମେସରର୍ ପିଲାଟକି କରିଆଚେ । ତାର୍ ବପୁ ଏତାଇକରି ଏବେ ଆମେ ପରମେସର୍କେ "ବାବା, ମର୍ ବାବା !" ବଲି ଡାକ୍ଲୁନି । ପରମେସରର୍ ଆତ୍ମା ଆମର୍ ବିତ୍ରର୍ ଆତ୍ମା ସଙ୍ଗ୍ କଁଟ୍ ମିସାଇ ଆମ୍କେ ତାର୍ ପିଲାଟକି ବଲି ଜାନାଇଲାନି ।
ମାତର୍ ଜେ ଜେ ତାକେ ନାମ୍ଲାଇ, ଆରି ତାକେ ବିସ୍ବାସ୍ କଲାଇ, ସେ ଲକ୍ମନ୍କେ ପର୍ମେସରର୍ ପିଲାଜିଲା ଅଇଜିବାକେ ସେ ଅଦିକାର୍ ଦେଲା ।
ଆମର୍ ବାବା ପରମେସର୍ ଆରି ମାପ୍ରୁ ଜିସୁ କିରିସ୍ଟ ତମ୍କେ ଜିବନ୍ ଦୁକାଇ ସାନ୍ତି ଦେଅ ।
ମାତର୍ ଏବେ ଏ ସବୁବେଲର୍ ମାପ୍ରୁ, ତୁଇ ଆମର୍ ବାବା; ଆମେ ମାଟି, ତୁଇ ଆମର୍ କୁମାର୍; ଆରି, ଆମେ ସବୁଲକ୍ ତର୍ ଆତ୍ସଙ୍ଗ୍ ତିଆର୍ ଅଇଲା ଆଣ୍ଡିପାରା।
ଏଲେ ମିସା ଅବ୍ରାମ୍ ଆମ୍କେ ନାଜାନେ, ଆରି ଇସ୍ରାଏଲ୍ ଆମ୍କେ ନିଜର୍ କରେ ନାଇଁ ଅଇଲେ ମିସା ତୁଇ ମର୍ ବାବା; ଏ ସବୁବେଲର୍ ମାପ୍ରୁ, ତୁଇ ମର୍ ବାବା; ପର୍ତୁମେ ଅନି ମର୍ ଉଦାର୍ କାରିଆ ବଲି ତର୍ ନାଉଁ ଆଚେ ।
କାଇକେ ବଇଲେ ଆମର୍ ପାଇଁ ବଲିକରି ଗଟେକ୍ ପିଲା ଜନମ୍ କଲା ଆଚେ, ଆରି ଆମ୍କେ ଗଟେକ୍ ପିଲା ଜାତ୍ ଅଇଲା ଆଚେ , ଆରି ତାର୍ କନ୍ଦେ ସାସନ୍ କର୍ବା ଅଜନ୍ ଲାଦା ଅଇସି; ଆରି ତାର୍ ନାଉଁ କାବା ଅଇଜିବାଟା, ସାସନ୍ କାରିଆ ,ସବୁବେଲର୍ ପର୍ମେସର୍ ସବୁବେଲର୍ ବାବା, ସାନ୍ତି ଦେବା ରାଜା ଅଇସି।
କାଇକେ ବଇଲେ ଆମର୍ ପାଇଁ ବଲିକରି ଗଟେକ୍ ପିଲା ଜନମ୍ କଲା ଆଚେ, ଆରି ଆମ୍କେ ଗଟେକ୍ ପିଲା ଜାତ୍ ଅଇଲା ଆଚେ , ଆରି ତାର୍ କନ୍ଦେ ସାସନ୍ କର୍ବା ଅଜନ୍ ଲାଦା ଅଇସି; ଆରି ତାର୍ ନାଉଁ କାବା ଅଇଜିବାଟା, ସାସନ୍ କାରିଆ ,ସବୁବେଲର୍ ପର୍ମେସର୍ ସବୁବେଲର୍ ବାବା, ସାନ୍ତି ଦେବା ରାଜା ଅଇସି।
O cuidado paterno de Deus
O Pai celestial sabe do que precisamos antes de pedirmos. Ele dá boas dádivas aos filhos que pedem e cuida até dos passarinhos.
ଚଡଇମନ୍କେ ଦେକା, ସେମନ୍ ନ ବୁନତ୍ କି ନ କାଟତ୍, କି କଲ୍କିତେଇ ନ ସଙ୍ଗଅତ୍, ଅଇଲେ ମିସା ସରଗର୍ ବାବା ସେମନ୍କେ କାଇବାପାଇ ଜାଗାଇଲାନି । ତମେ କାଇ ସେମନର୍ତେଇଅନି ମୁକିଅ ନୁଆସ୍ କି ?
ଡାବୁଦେଇ ଦୁଇଟା ଚେଟିଆ ଚଡଇ ଗେନିପାରାସ୍, ମାତର୍ ତମର୍ ବାବା ପର୍ମେସର୍ ନାଜାନ୍ତେ ସେ ଚଡଇମନର୍ତେଇଅନି ଗଟେକ୍ ମିସା ନ ମରତ୍ । ଆରି ପର୍ମେସର୍ ତମର୍ ମୁଣ୍ଡର୍ ଚେଣ୍ଡି ମିସା ଗଟେକ୍ ଗଟେକ୍ କରି ଏଜିଆଚେ । ଡରାନାଇ, ବେସି ଚେଟିଆ ଚଡଇମନର୍ ତେଇ ଅନି ତମର୍ ଦାମ୍ ଅଦିକ୍ ।"
ମାତର୍ ତମେ ପାର୍ତନା କର୍ବାକେ ତମର୍ ବାକ୍ରାଇ ଜାଇ, କାକେ ନ ଦେକାଇଅଇତେ ପୁରିକରି କାପାଟ୍ ଡାବିଅଇଦିଆସ୍ ଆରି ନ ଡିସାଇ ଅଇବା ତମର୍ ସର୍ଗର୍ ବାବାର୍ ଲଗେ ପାର୍ତନା କରା । ତମେ ଲୁଚ୍ତେ ଜାଇଟା କର୍ସା, ସେଟା ଦେକି ତମର୍ ବାବା ତମ୍କେ ପୁରୁସ୍କାର୍ ଦେଇସି ।
ମାତର୍ ତମେ ଉପାସ୍ କର୍ବା ବେଲେ, ମୁଣ୍ଡେ ଚିକନ୍ଲାଗାଇ ଅଇ ସପା ସୁତ୍ରା ରୁଆ । ଜେନ୍ତିକି ଉପାସ୍ କଲାସ୍ନି ବଲି ବିନ୍ ଲକ୍ମନ୍ ନାଜାନତ୍ । ମାତର୍ ତମର୍ ନ ଡିସ୍ବା ବାବା ସବୁ କାତା ଜାନେ । ତମେ ଲୁଚ୍ତେ ଜାଇଟା କର୍ସା, ସେଟା ଦେକି ତମ୍କେ ପୁରୁସ୍କାର୍ ଦେଇସି ।"
କରିରଇବା କାମ୍
।
"ଆରି ତମର୍ ବିତ୍ରେ ଏନ୍ତାରି ବାବା କେ ଆଚେ, ଜେ କି ଜନ୍ ବାବାକେ ତାର୍ ପଅ ମାଚ୍ ମାଙ୍ଗ୍ଲେ, ତାକେ ମାଚ୍ ନ ଦେଇ ସାଁପ୍ ଦେଇସି ? କି ଗାର୍ ମାଙ୍ଗ୍ଲେ, ସେ ତାକେ ବିସ୍କାକ୍ଡା ଦେଇସି ? ତେବେ ତମେ କରାପ୍ ଲକ୍ ଅଇଲେ ମିସା, ନିଜର୍ ନିଜର୍ ପିଲାମନ୍କେ ନିକ ନିକ ବିସଇ ଦେବାର୍ ଜାନାସ୍ । ତେବେ ଜନ୍ ବାବା ସର୍ଗେଅନି ଦାନ୍ କଲାନି, ସେ ଜାନେ, ସେ ତାକେ ମାଙ୍ଗ୍ବା ଲକ୍କେ କେତେକ୍ ଅଦିକ୍ ସୁକଲ୍ ଆତ୍ମା ଦେଇସି !"
ସରଗ୍ ରାଇଜେ ଦନ୍
ଏ ଉନା ମେଣ୍ଡାରାସି, ଡରାନାଇ, କାଇକେବଇଲେ ତମର୍ ବାବା ତମ୍କେ ତାର୍ ରାଇଜ୍ ଦେବାକେ ମନ୍କଲାଆଚେ ।
ସବୁ ନିକ ଆରି ସିଦ୍ ରଇବା ଦାନ୍ ପର୍ମେସର୍ ଦେଲା ଆଚେ । ବାଦ୍ଲେ ଉଜଲ୍ ଅଇବା ସବୁଜାକ ସେ ତିଆର୍କଲା ଆଚେ । ସେଟାମନ୍ ବାଦ୍ଲେ ବୁଲ୍ବାବେଲେ ବାଦଲ୍ସି ଆରି ଚାଇଁ ଏନେତେନେ ଅଇସି । ମାତର୍ ପର୍ମେସର୍ ଅଲପ୍ ମିସା ସେନ୍ତାରି ନ କରେ ।
ପରମେସର୍ କେବେମିସା ଆମର୍ ବିରଦି ନଏଁଁ, କାଇକେବଇଲେ ସେ ନିଜର୍ ପଅକେ ମିସା ରକିଆ ନ କରି ଆମର୍ ପାଇ ଦାନ୍ ଦେଇଆଚେ । ସେନ୍ତିଆଲେ ସେ ଆମର୍ ପାଇ କାଇ ସବୁ ବିସଇ ଦାନ୍ ନ ଦେଏ କି ?
Conhecer o Pai
Jesus é o caminho para o Pai. Ninguém conhece o Pai senão o Filho e aquele a quem o Filho quiser revelar.
ଜିସୁ ତାକେ କଇଲା, "ମୁଇ ସତ୍, ବାଟ୍ ଆରି ଜିବନ୍ । ମର୍ବାଟେ ନ ଗାଲେ ବାବା ପର୍ମେସର୍ ଲଗେ କେ ମିସା ଜାଇନାପାରେ ।"
ମର୍ ବାବାର୍ ଗରେ ରଇବାକେ ବେସି ବାକ୍ରା ଆଚେ । ଆରି ତେଇ ମୁଇ ତମର୍ ପାଇ ଜାଗା ଟିକ୍ କର୍ବାର୍ ଗାଲିନି । ଜଦି ଏଟା ସତ୍ ନଇତା ଆଲେ, ମୁଇ ତମ୍କେ ଏନ୍ତି ବଲି ନ କଇତି ।
ତମେ ମର୍ ନାଉଁଦାରି ଜାଇଟା ମାଙ୍ଗ୍ସା ସେଟା ସବୁ ମୁଇ ତମ୍କେ ଦେବି । ଇତିଅନି ବାବାର୍ ଡାକ୍ପୁଟା ମର୍ତେଇ ଜାନାପଡ୍ସି ।
"ଜେ ମର୍ ଆଦେସ୍ ମାନ୍ସି, ସେ ଆକା ମକେ ଆଲାଦ୍ କର୍ସି । ଜେ ମକେ ଆଲାଦ୍ କର୍ସି, ମର୍ ବାବା ତାକେ ଆଲାଦ୍ କର୍ସି । ମୁଇ ମିସା ତାକେ ଆଲାଦ୍ କରି ନିଜ୍କେ ତାର୍ଟାନେ ଦେକାଇଅଇବି ।"
ଜିସୁ ତାକେ କଇଲା, "ଜନ୍ ଲକ୍ ମକେ ଆଲାଦ୍ କର୍ସି ସେ ମୁଇ ସିକାଇବା ବାକିଅ ମାନ୍ସି । ସେନ୍ତି କଲେ ମର୍ ବାବା ପର୍ମେସର୍ ତାକେ ଆଲାଦ୍ କର୍ସି । ବାବା ଆରି ମୁଇ ଆସି ସେ ଲକର୍ ଟାନେ ରଇବୁ ।
କେ ମିସା କେବେ ପର୍ମେସର୍କେ ଦେକତ୍ନାଇ । ମାତର୍ ତାର୍ ଗଟେକ୍ ବଲି ପିଲା ଜେ କି ପର୍ମେସରର୍ ସମାନ୍ ଆଚେ ଆରି ତାର୍ କଲେ ଆଚେ, ସେ ଆକା ଆମ୍କେ ତାର୍ ବିସଇ ଜାନାଇ ଦେଲା ଆଚେ ।"
ଆରି ମୁଇ ସେମନ୍କେ ନ ସାର୍ବା ଜିବନ୍ ଦେବି । ସେମନ୍ କେବେମିସା ନସ୍ଟ ନ ଅଅତ୍ । ସେମନ୍କେ ମର୍ ଆତେଅନି କେ ମିସା ଚାଡାଇ ନେଇ ନାପାରତ୍ । ମର୍ ବାବା ମକେ ଜନ୍ଟା ଦେଲାଆଚେ, ସେଟା ସବୁର୍ଟାନେଅନି ଅଦିକ୍ ମୁଲିଅ । ବାବାର୍ ଆତେଅନି ସେଟା କେ ମିସା ଚାଡାଇ ନେଇ ନାପାରତ୍ । ବାବା ଆରି ମୁଇ ଗଟେକ୍ ସେ ।"
ଏ ବାବା, ତମେ ମକେ ଜନ୍ ଲକ୍ମନ୍କେ ଦେଇଆଚାସ୍, ମୁଇ ଜନ୍ ଜାଗାଇ ରଇବି, ସେମନ୍ ମିସା ମର୍ ସଙ୍ଗ୍ ରଅତ୍ ବଲି ମନ୍ କଲିନି । ତେବେ ମକେ ଦେଇରଇବା ଡାକ୍ପୁଟା ସେମନ୍ ଦେକ୍ବାଇ । କାଇକେ ବଇଲେ ତମେ ଏ ଦୁନିଆ ତିଆର୍ କର୍ବା ଆଗ୍ତୁସେ ମକେ ଆଲାଦ୍ କରିଆଚାସ୍ ।
"ମର୍ ବାବା ମକେ ସବୁ ବିସଇ ଦାନ୍ କଲାଆଚେ । ବାବାକେ ଚାଡି କେ ମିସା ତାର୍ ପିଲା, ମକେ ନାଜାନତ୍ । ଆରି ତାର୍ ପିଲା, ମକେ ଚାଡି କେ ମିସା ବାବାକେ ନାଜାନତ୍ । ତାର୍ ପିଲା ମୁଇ, ଜନ୍ ଲକ୍ମନର୍ ଲଗେ ବାବାକେ ଦେକାଇବି, ସେମନ୍ସେ ବାବାକେ ଚିନି ପାରତ୍ ।
ସେଟାର୍ ପାଇ ତମର୍ ସରଗର୍ ବାବା ଜେନ୍ତାର୍ ସିଦ୍, ତମେ ମିସା ସେନ୍ତାର୍ ସିଦ୍ ଅଇବା ଦର୍କାର୍ ।"
ମାତର୍ ତମ୍କେ କେ ଗୁରୁ ବଲି ଡାକ୍ବାର୍ ଦର୍କାର୍ ନାଇ । କାଇକେ ବଇଲେ ସବୁ ଲକ୍ ନିଜର୍ ନିଜର୍ ବିତ୍ରେ ବାଇ, ଆରି ତମର୍ ଗୁରୁ ଗଟେକ୍ ସେ । ଆରି ଜଗତେ ତମେ କାକେ ବାବା ବଲି ଡାକ୍ବାକେ ଦର୍କାର୍ ନାଇ । କାଇକେ ବଇଲେ ତମର୍ ଗଟେକ୍ସେ ବାବା, ସେ ସର୍ଗେ ଆଚେ ।
ତୁଇ କାଇ ନାଜାନୁସ୍ କି ? ମୁଇ ମର୍ ବାବାକେ ସାଇଜ ମାଙ୍ଗ୍ଲେ, ସେ ମର୍ପାଇ ଦାପ୍ରେସେ, ବାର୍ଟା ଦଲେଅନି ଅଦିକ୍ ସରଗର୍ ଦୁତ୍ମନ୍କେ ପାଟାଇପାରେ ।
ତମର୍ ସରଗର୍ ବାବା ଜେନ୍ତାରି ଦୟା କଲାନି, ସେନ୍ତାରି ତମେ ମିସା ଦୟା କରା ।"
ଆମର୍ ସରଗର୍ ବାବା ପର୍ମେସର୍ କାଲ୍ କାଲ୍ ଜୁଗ୍ଜୁଗ୍ ଡାକ୍ପୁଟା ପାଅ । ଆମେନ୍ !
Disciplina e amor paterno
O Pai disciplina os filhos que ama. A correção divina produz fruto de justiça e paz para aqueles que foram exercitados por ela.
ତେବର୍ପାଇ ତମର୍ ଦୁକ୍କସ୍ଟ ସବୁ ତମର୍ ବାବାର୍ତେଇଅନି ମିଲିରଇବା ଡଣ୍ଡ୍ ପାରା ବଲି ବାବ୍ବାର୍ ଆଚେ । ପର୍ମେସର୍ ତମ୍କେ ତାର୍ ପିଲା ଜିଲା ବଲି ଏଜ୍ଲାନି । ଏଟା ତମର୍ ଦୁକ୍କସ୍ଟ ପାଇବାତେଇଅନି ଜାନାପଡ୍ସି । କାଇକେବଇଲେ, ତାର୍ ପିଲାକେ ଡଣ୍ଡ୍ ନ ଦେଲା ବାବା କେ ଆଚେ ? ତେବର୍ପାଇ ତାର୍ ସବୁ ପିଲାଜିଲାପାରା ପର୍ମେସର୍ ଜଦି ତମ୍କେ ଡଣ୍ଡ୍ ନ ଦେଏ, ତାର୍ ଅରତ୍ ଅଇଲାନି ସତଇସେ ତମେ ତାର୍ ପିଲାଜିଲା ନୁଆସ୍, ମାତର୍ ଉପ୍କା ପିଲାଜିଲା । ଆମ୍କେ ଜନମ୍ ଦେଲା ବାବାମନ୍ ଡଣ୍ଡ୍ ଦେଇରଇଲାଇ ଆରି ସେଟାର୍ପାଇଁ ଆମେ ସେମନ୍କେ ମାନିଅ କର୍ତେରଇଲୁ । ସେନ୍ତାର୍ଆଲେ ସର୍ଗେ ରଇବା ଆମର୍ ବାବାକେ ଆମେ କେତେକ୍ ଅଦିକ୍ ନିଜ୍କେ ସର୍ପିଅଇ ବଁଚ୍ବୁ ? ଆମର୍ ବାବାମନ୍ ସେମନ୍ ଟକ୍ ବଲି ବାବ୍ବା ଇସାବେ, ଚନେକର୍ପାଇ ରଇବା ଏ ଜିବନେ ଆମ୍କେ ଡଣ୍ଡ୍ ଦେଇରଇଲାଇ । ମାତର୍ ଜେଡେବେଲେ ପର୍ମେସର୍ ଆମ୍କେ ଡଣ୍ଡ୍ ଦେଇସି, ଆମର୍ ନିକପାଇ ଦେଇସି । ଜେନ୍ତାରିକି ଆମେମିସା ତାର୍ପାରା ସୁକଲ୍ ଅଇବୁ ।
ଏ ମର୍ ପିଲା, ସବୁବେଲର୍ ମାପ୍ରୁର୍ ସାସନ୍କେ ପାସର୍ ନାଇଁ ଆରି ତାର୍ ସାସନ୍ରେ ଅମାନିଅ ଅ ନାଇ । କାଇକେବଇଲେ ବାବା ତାର୍ ଲାଡର୍ ପିଲାକେ, ଜେନ୍ତି ମାରିଦାରି କରି ଡରାଇସି ସେ ରକାମ୍ ସବୁବେଲର୍ ମାପ୍ରୁ ତାର୍ ଲାଡର୍ ପିଲାକେ ସାସନ୍ କର୍ସି ।
ଏ ମର୍ ପିଲା, ସବୁବେଲର୍ ମାପ୍ରୁର୍ ସାସନ୍କେ ପାସର୍ ନାଇଁ ଆରି ତାର୍ ସାସନ୍ରେ ଅମାନିଅ ଅ ନାଇ । କାଇକେବଇଲେ ବାବା ତାର୍ ଲାଡର୍ ପିଲାକେ, ଜେନ୍ତି ମାରିଦାରି କରି ଡରାଇସି ସେ ରକାମ୍ ସବୁବେଲର୍ ମାପ୍ରୁ ତାର୍ ଲାଡର୍ ପିଲାକେ ସାସନ୍ କର୍ସି ।
Pais terrenos
A Bíblia honra os pais que criam os filhos nos caminhos de Deus. Honrar pai e mãe é mandamento com promessa de vida longa.
ବାବା ମାଆ ଆରି ପିଲାଟକି
ଏ ମର୍ ପିଲାଟକିମନ୍, ତମେ ମାପ୍ରୁର୍ ସଙ୍ଗ୍ ମିସ୍ଲାର୍ପାଇ ଆୟା ବାବାର୍ କାତା ମାନିକରି ରୁଆ । ତମେ ଏନ୍ତାରି କର୍ବାର୍ ଆଚେଆକା । ଏନ୍ତାରି ଲେକା ଅଇଲାଆଚେ, ନିଜର୍ ଆୟା ବାବାକେ ସନ୍ମାନ୍ ଦିଆସ୍ । ଜେନ୍ତାରି କି ତମର୍ପାଇ ସବୁ ବିସଇ ମଙ୍ଗଲ୍ ରଇସି । ଆରି ତମେ ସାର୍ଦା ଅଇ ବେସି ଦିନ୍ ଜାକ ଏ ଜଗତେ ବଁଚିରଇସା । ଏଟା ଅଇଲାନି ପର୍ମେସରର୍ ପର୍ତୁମ୍ ଆଦେସ୍ ଜନ୍ଟା କି ସେ ଗଟେକ୍ ଦେଇରଇବା କାତା ମିସା ତେଇ ମିସାଇଆଚେ ।
ଏ ବାବାମନ୍, ପିଲାମନ୍କେ ରିସା କରାଆ ନାଇ । ତାର୍ ବାଦୁଲେ ସେମନ୍କେ ମାପ୍ରୁର୍ ବାକିଅ ଇସାବେ ସିକାଇକରି ବଡାଆ ।
ଏ ବାବାମନ୍, ପିଲାମନ୍କେ ରିସା କରାଆ ନାଇ । ତାର୍ ବାଦୁଲେ ସେମନ୍କେ ମାପ୍ରୁର୍ ବାକିଅ ଇସାବେ ସିକାଇକରି ବଡାଆ ।
ତମେ ତମର୍ ବାବାକେ ଆରି ମାଆକେ ଆଲାଦ୍ କରା, ତାର୍ପଚେ ତମର୍ ସବୁବେଲର୍ ମାପ୍ରୁ ପର୍ମେସର୍ ଜନ୍ ଦେସ୍ ଦେଇସି, ସେ ଦେସେ ତମେ ବେସି ଦିନ୍ ଜିଇସା ।
ଏ ମର୍ ପିଲା, ତର୍ ବାବାର୍ ସିକିଆକେ ସୁନ୍ ଆରି ତର୍ ଆୟାର୍ ସିକିଆକେ ଅମାନିଆଁ କର୍ ନାଇଁ । କାଇକେବଇଲେ ସେ ତର୍ ମୁଣ୍ଡେ ପିନ୍ଦ୍ବା ଆସିର୍ବାଦର୍ ମୁକୁଟ୍ ଆରି ଗାଲାଇ ପିନ୍ଦ୍ବା ମାଲି ପାରା ଅଇସି ।
ଦରମ୍ ରଇଲା ପିଲାର୍ ଆୟାବାବା ବେସି ସାର୍ଦା ଅଇବାଇ, ଆରି ଗିଆନ୍ ପିଲାର୍ ଆୟାବାବା ତାର୍ ପାଇଁ ବଲିକରି ବେସି ସାର୍ଦା ଅଇବାଇ ।
ବୁଦି ନ ରଇଲା ଲକ୍ ନିଜର୍ ବାବାର୍ କାତାକେ ନ ମାନେ; ମାତର୍ ଜେ ସିକିଆ ମାନ୍ସି, ସେ ଗିଆନ୍ ଅରଜ୍ସି ।
ପିଲାମନର୍ ପିଲାମନ୍ ଡକ୍ରା ଲକ୍ମନର୍ ମୁଣ୍ଡର୍ ମୁକୁଟ୍; ଆରି, ପିଲାମନର୍ ଡାକ୍ପୁଟା ଅଇଲାନି ସେମନର୍ ଆନିଦାଦିମନ୍ ।
ଜେ ଜଦି ନିଜର୍ ଆୟାବାବାକେ ଆନ୍ଦୁରିଆ କର୍ସି, ତାକେ ସବୁ ଗର୍ ଜାକ ଆନ୍ଦାର୍ ଅଇ ଜାଇସି ।
ଏ ପିଲାଟକିମନ୍, ତମର୍ ଆୟାବାବାର୍ କାତା ମାନିକରି ରୁଆ । ସେଟା ପର୍ମେସର୍କେ ସାର୍ଦା କୁରାଇସି ।
ଏ ଆୟା ବାବାମନ୍, ତମର୍ ପିଲାଟକିମନ୍କେ ସବୁବେଲେ ଲାଗିକରି ମନ୍ ବାଙ୍ଗାଆ ନାଇ ।
ଜେନ୍ତାରି କି ମୁଇ ଆଜି ତକେ ଆସିର୍ବାଦ୍ କଲିନି, ଏନ୍ତାରି ଜିବନ୍ ରଇଲା ଲକ୍ ତର୍ ଆସିର୍ବାଦ୍ କର୍ବାଇ; ବାବା ତାର୍ ପିଲାମନ୍କେ ସତ୍ କାତା କଇ ଜାଗର୍ତା କୁରାଇସି ।
ପର୍ମେସର୍ ତିଆର୍କଲା ସବୁଜାକ ଜାଗର୍ତା ସଙ୍ଗ୍ ସେ ଦିନ୍କେ ଜାଗି ଆଚତ୍ । ସେବେଲାଇ ପରମେସର୍ ତାର୍ ସତ୍ ପିଲାଟକିମନ୍ କେ, ବଲି ଦେକାଇସି ।
ଏ ବଡ୍ଲକ୍ମନ୍, ମୁଇ ତମ୍କେ ଲେକ୍ଲିନି, କାଇକେବଇଲେ ତମେ କିରିସ୍ଟକେ ଜାନିଆଚାସ୍ । କାଇଟା ତିଆର୍ ନ ଅଇବା ଆଗ୍ତୁ ସେ ରଇଲା । ଏ ଦାଙ୍ଗ୍ଡାଦାଙ୍ଗ୍ଡିମନ୍ ମୁଇ ତମ୍କେ ଲେକ୍ଲିନି । କାଇକେବଇଲେ ସବୁ କାରାପ୍ କାମ୍ କରାଇବା ସଇତାନ୍କେ ତମେ ଆରାଇଆଚାସ୍ ।
ଏ ଆଲାଦର୍ ପିଲାଟକିମନ୍, ମୁଇ ତମ୍କେ ଲେକ୍ଲିନି । କାଇକେବଇଲେ ତମେ ବାବା ପର୍ମେସର୍କେ ଜାନିଆଚାସ୍ । ଏ ବଡ୍ ଲକ୍ମନ୍ ମୁଇ ତମ୍କେ ଲେକ୍ଲିନି । କାଇକେବଇଲେ ତମେ କିରିସ୍ଟକେ ଜାନ୍ବା ଲକ୍ ଅଇଆଚାସ୍ । କାଇଟା ତିଆର୍ ନ ଅଇବା ଆଗ୍ତୁ ସେ ରଇଲା । ଏ ଦାଙ୍ଗ୍ଡାମନ୍ ମୁଇ ତମ୍କେ ଲେକ୍ଲିନି, କାଇକେବଇଲେ ତମେ ବିସ୍ବାସେ ଡାଟ୍ ଅଇଆଚାସ୍ । ପର୍ମେସରର୍ ବାକିଅ ସବୁବେଲେ ତମର୍ ମନେ ଆଚେ । ଆରି ସବୁ ରକାମ୍ ପାପ୍ କାମ୍ କରାଇବା ସଇତାନ୍କେ ଆରାଇଆଚାସ୍ ।
ଜଗତ୍କେ ଆଲାଦ୍ କରାନାଇ
ମୁଇ ତମ୍କେ କଇଲିନି ଏ ଜଗତର୍ ଚଲାଚଲ୍ତି ଆରି ତେଇରଇବା ସବୁ କାରାପ୍ ବିସଇ ଆଲାଦ୍ କରାନାଇ । କାଇକେବଇଲେ ଏ ଜଗତର୍ କାରାପ୍ ବିସଇର୍ ଆଲାଦ୍ କରି, ବାବା ପର୍ମେସର୍କେ ମିସା ଆଲାଦ୍ କରିନାପାରେ ।