O pão da vida
Jesus se declarou o Pão da Vida — o alimento espiritual que satisfaz a fome mais profunda da alma humana. Quem come deste pão viverá para sempre.
Eu sou o Pão da Vida
Jesus disse: 'Eu sou o pão da vida; quem vem a mim nunca terá fome.' Ele é o sustento que sacia a alma eternamente.
ତାର୍ ପଚେ ଜିସୁ ସେମନ୍କେ କଇଲା, "ମୁଇ ସେ ଜିବନର୍ କାଦି । ଜନ୍ ଲକ୍ ମର୍ ଲଗେ ଆଇସି, ସେ କେବେ ମିସା ବୁକେ ନ ରଏ । ଆରି କେ ମକେ ବିସ୍ବାସ୍ କର୍ସି ତାକେ କେବେ ମିସା ସସ୍ ନ ଲାଗେ ।
ଉଁ, ମୁଇସେ ଜିବନ୍ ଦେବା କାଦି ।
ଏଟା ସୁନିକରି ଜିଉଦି ନେତାମନ୍ ଜିସୁର୍ ବିରଦେ ସେମନର୍ ବିତ୍ରେ ଦଦାପେଲା ଅଇଲାଇ । କାଇକେ ବଇଲେ, ଜିସୁ ମୁଇ ସର୍ଗେ ଅନି ଆସିରଇବା କାଦି ବଲି କଇଲାର୍ ପାଇ ସେମନ୍ ଏନ୍ତି ଅଇଲାଇ ।
ଜନ୍ କାଦି ନସିଜାଇସି, ସେ କାଦିର୍ ପାଇ ଏତେକ୍ କସ୍ଟ କରାନାଇ, ମାତର୍ ଜନ୍ଟା ନ ନସେ, ସେଟା ନ ସାର୍ବା ଜିବନ୍ ଦେଇସି, ସେଟାର୍ ପାଇ କସ୍ଟ କରା । ଏ କାଦି ନର୍ପିଲା ମୁଇ ଦେବି । କାଇକେ ବଇଲେ, ସେଟାର୍ପାଇଁ ବାବା ପର୍ମେସର୍ ମକେ ଅଦିକାର୍ ଦେଲାଆଚେ ।
O pão que dá vida ao mundo
Jesus é o pão vivo que desceu do céu. Quem come da sua carne e bebe do seu sangue tem a vida eterna e será ressuscitado no último dia.
ମୁଇସେ ସର୍ଗେଅନି ଆଇଲା ଜିବନ୍ ଦେବା କାଦି । ଏ କାଦି କାଇଲା ଲକ୍ମନ୍ ସବୁ ଦିନର୍ ପାଇ ବଁଚି ରଇବାଇ । ଏ କାଦି ଅଇଲାନି ମର୍ ଗାଗଡ୍ । ଏ ଦୁନିଆର୍ ଲକ୍ମନ୍ କାଲ୍କାଲ୍ ଜୁଗ୍ଜୁଗ୍ ବଁଚି ରଇବାକେ ମର୍ଗାଗଡ୍ ଦେବି ବଲି କଇଲା ।
ଜିସୁ ସେମନ୍କେ କଇଲା, "ମୁଇ ସତ୍କାତା କଇଲିନି, ପର୍ମେସର୍ ପାଟାଇ ରଇବା ନର୍ପିଲା ମୁଇ, ମର୍ ଗାଗଡ୍ ଆରି ବନି ନ କାଇଲେ, ଜିବନ୍ ମିଲାଇ ନାପାରାସ୍ ।
ଜିସୁ ତାକେ କଇଲା, "ମୁଇ ସତ୍, ବାଟ୍ ଆରି ଜିବନ୍ । ମର୍ବାଟେ ନ ଗାଲେ ବାବା ପର୍ମେସର୍ ଲଗେ କେ ମିସା ଜାଇନାପାରେ ।"
Saciar a fome da alma
Bem-aventurados os que têm fome e sede de justiça, porque serão fartos. Nem só de pão vive o homem, mas de toda palavra que sai da boca de Deus.
ଜନ୍ ଲକ୍ମନ୍ ପର୍ମେସରର୍ ମନ୍ କଲା ଇସାବେ କାମ୍ କର୍ବାକେ ଆସା କର୍ବାଇ, ତାକର୍ କେଡେକ୍ ନିକ କରମ୍,
କାଇକେବଇଲେ ପର୍ମେସର୍ ସେମନ୍କେ ସାର୍ଦା କୁରାଇସି ।
ମାତର୍ ଜିସୁ କଇଲା, "ସାସ୍ତରେ ଲେକାଆଚେ ମୁନୁସ୍ ଅବ୍କା ରୁଟି କାଇକରି ନ ବଁଚେ, ମାତର୍ ପର୍ମେସରର୍ ଟଣ୍ଡେ ଅନି ବାରଇବା ସବୁ ବାକିଅ ଟାନେ ବଁଚ୍ସି ।"
ଏଟାର୍ପାଇ ମୁଇ ତମ୍କେ କଇଲିନି, ବଁଚ୍ବାକେ କାଇଟା କାଇବୁବେ ? ଆରି ଗାଗଡର୍ ପାଇ କାଇଟା ପିନ୍ଦ୍ବୁ ? ବଲି ବାବି ଚିନ୍ତା କରାନାଇ । କାଦିର୍ତେଇଅନି ଜିବନ୍, ଆରି ବସ୍ତର୍ ତେଇଅନି ଗାଗଡ୍ ମୁକିଅ ଆଚେ ।
ଚଡଇମନ୍କେ ଦେକା, ସେମନ୍ ନ ବୁନତ୍ କି ନ କାଟତ୍, କି କଲ୍କିତେଇ ନ ସଙ୍ଗଅତ୍, ଅଇଲେ ମିସା ସରଗର୍ ବାବା ସେମନ୍କେ କାଇବାପାଇ ଜାଗାଇଲାନି । ତମେ କାଇ ସେମନର୍ତେଇଅନି ମୁକିଅ ନୁଆସ୍ କି ?