As 10 parábolas mais importantes de Jesus
Jesus ensinou lições profundas por meio de parábolas, histórias curtas e simbólicas que comunicam verdades espirituais. Cada parábola tem um significado especial e atemporal, revelando o caráter de Deus e ensinando como viver como cristãos. Aqui estão 10 das parábolas mais marcantes e suas lições:
1. Parábola do Semeador (Mateus 13:3-9)
ଆରି ସେ କେତେକ୍ କେତେକ୍ ବିସଇ, ଉଦାଅରଣ୍ ଦେଇ, ସିକାଇତେ ରଇଲା । ସେ କଇଲା,
"ଗଟେକ୍ ଚାସି ତରେକ୍ ବିଅନ୍ ବୁନ୍ବାର୍ ବାରଇଲା । ଚାସି ସେ ଜମିଟାନେ ବିଅନ୍ ବୁନ୍ବା ବେଲେ କେତେଟା ମୁଞ୍ଜି ମଜା ବାଟେ ଅଦର୍ଲାଜେ ସେଟା ଚଡଇମନ୍ ଆସି କାଇଦେଲାଇ । ଆରି ଅଦେକ୍ ମାଟି ଉନାରଇ ଜବର୍ ପାକ୍ନା ରଇବା ପଦାଇ ଅଦର୍ଲା । ତେଇ ମାଟି ବଉଲ୍ ନ ରଇଲାଜେ ଦାପ୍ରେ ଆଁକ୍ରି ଗାଜା ଅଇଲା । ମାତର୍ ଗାଜାର୍ ଚେର୍ ବିତ୍ରେ ଜାଏ ନାଇଜେ, କାରା କଲାକେ ସେଟା ସୁକିଗାଲା । ଆରି କେତେଟା ବିଅନ୍ କାଟାବୁଟା ବିତ୍ରେ ଅଦର୍ଲା, ଆରି କାଟାବୁଟା ଆଁକ୍ରି ଗାଜା ଅଇଲା । ବିଅନର୍ ଚାରିବେଡ୍ତି ବର୍ଡି ଜାଇ ସେଟା ସବୁ ଗିଲିଦେଲା । ମାତର୍ ଆରି ବାକି ସବୁ ବିଅନ୍ ନିକ ବୁଏଁ ଅଦ୍ରି ବୁଟା ଅଇ ବଡିକରି ପଲ୍ ଦାର୍ଲା । କେତେଟା ବୁଟାଇ ତିରିସ୍ ବାଗ୍, ସାଟେ ବାଗ୍, ଆରି ସଏ ବାଗ୍ ଅନି ଅଦିକ୍ ପଲ୍ଦାର୍ଲା ।"
ଜିସୁ ଉଦାଅରଣ୍ ସାରାଇକରି କଇଲା, "ଜାକେ ସୁନ୍ଲା ପାରା କାନ୍ ଆଚେ, ସେ ସୁନ ।"
A parábola do semeador fala sobre a receptividade das pessoas à Palavra de Deus. Cada tipo de solo representa diferentes maneiras de receber e aplicar o Evangelho em nossas vidas. Somente um coração fértil e comprometido pode dar frutos espirituais abundantes.
2. O Bom Samaritano (Lucas 10:25-37)
ସମିରଣିୟ ଗଡର୍ ନିକ ଲକ୍
ତାର୍ପଚେ ଗଟେକ୍ ଦରମ୍ ସାସ୍ତର୍ ସିକାଉ ତାକେ ପରିକାକରି ପାଚାର୍ଲା, "ଏ ଗୁରୁ କେବେ ନ ସାର୍ବା ଜିବନ୍ ମିଲାଇବାକେ ଆଲେ ମୁଇ କାଇଟା କର୍ବାର୍ ଆଚେ ?"
ଜିସୁ ତାକେ କଇଲା, "ନିୟମ୍ ସାସ୍ତରେ କାଇଟା ଲେକାଆଚେ ? ତୁଇ କେନ୍ତାରି ପଡ୍ଲୁସ୍ନି ?"
ସେ କଇଲା, "ତମେ ନିଜର୍ ସବୁ ଗାଗଡ୍, ମନ୍, ଆତ୍ମା ଆରି ବପୁ ଦେଇ ପର୍ମେସର୍କେ ଆଲାଦ୍ କରା । ଆରି ପଡିସାର୍ ଲକ୍ମନ୍କେ ନିଜର୍ ସମାନ୍ ଆଲାଦ୍ କରା ।"
ତାର୍ପଚେ ଜିସୁ ତାକେ କଇଲା, "ତମେ ଟିକ୍ କଇଲାସ୍ । ଏନ୍ତାର୍ କର୍, ତେବେ ଜିବନ୍ ମିଲାଇସୁ ।"
ମାତର୍ ସେ ନିଜେ ଦରମ୍ଲକ୍ ବଲି ଦେକାଇବାକେ ମନ୍କରି ଜିସୁକେ ପାଚାର୍ଲା, "ତେବେ କେ ମର୍ ପଡିସାର୍ ଲକ୍ ?"
ଜିସୁ ତାକେ କଇଲା, ଗଟେକ୍ ଲକ୍ ଜିରୁସାଲମେଅନି ଜିରିଅ ଜିବାବେଲେ ଚର୍ମନର୍ ମୁଆଟେ ପଡ୍ଲା । ଚର୍ମନ୍ ତାର୍ ଲୁଗାପଚିଆ ଚାଡାଇ, ତାକେ ମାର୍ଲାଇ ଆରି ମରିଗାଲାପାରା ଅଇଲାକେ ଚାଡି ଉଟିଗାଲାଇ । ସେଟା ଅଇସାରି କେତେପର୍ ଜିବାକେ ଗଟେକ୍ ପୁଜାରି ସେ ବାଟେ ଜାଇତେରଇଲା ଆରି ତାକେ ଦେକି, ବାଟ୍ ପିଟାଇଅଇ ଉଟିଗାଲା । ସେନ୍ତାରିସେ ଗଟେକ୍ ଲେବିୟ ଲକ୍ ମିସା ସେ ଜାଗାଇ ଆସି ତାକେ ଦେକି ବାଟ୍ ପିଟାଇଅଇ ଉଟିଗାଲା । ମାତର୍ ସମିରଣିୟର୍ ଗଟେକ୍ ଲକ୍ ତାର୍ଲଗେ ଆସି, ଦେକ୍ଲା ଆରି ବେସି ମନ୍ଦୁକ୍ କଲା । ଆରି ତାର୍ଲଗେ ଜାଇ ମାଡ୍ଅଇ କଣ୍ଡିଆ ବଣ୍ଡିଆ ଅଇଲାଟାନେ, ଚିକନ୍ ଆରି ଆମଟ୍ ଅଙ୍ଗୁର୍ରସ୍ ଲାଗାଇଦେଲା । ତାକେ ଗର୍ଣ୍ଡା ବାନ୍ଦି, ଗଦଉପ୍ରେ ବସାଇ, ଲକ୍ମନ୍ ବସି ମିଟିଙ୍ଗ୍ କର୍ବା ଗରେ ନେଇ ସେବାଜତନ୍ କଲା । ତାର୍ ଆର୍କର୍ ଦିନେ ସିମରଣିୟ ଲକ୍ ଦୁଇଟା ରୁପାଟାଙ୍ଗା ବାର୍କରାଇ, ମିଟିଙ୍ଗ୍ ଗରର୍ ମୁକିଆକେ ଦେଇ କଇଲା, "ଆର୍ ସେବା ଜତନ୍ କରା, ଆରି ଅଦିକ୍ କର୍ଚ ଅଇଲେ, ସେଟା ମୁଇ ବାଉଡିଆଇବା ବେଲେ ତମ୍କେ ସୁଜିଦେବି ।"
ଏ ତିନ୍ଲକର୍ ବିତ୍ରେଅନି କେ ଚର୍ମନର୍ ଟାନେ ମାଡ୍କାଉ ଲକର୍ ପଡିସାର୍ ଲକ୍ ବଲି ବାବ୍ଲୁସ୍ନି ?
ସାସ୍ତର୍ ସିକାଉ କଇଲା, "ଜନ୍ ଲକ୍ ତାକେ ଦୟାକଲା, ସେ ଆକା ।" ଜିସୁ ତାକେ କଇଲା, "ଜା ତୁଇ ମିସା ସେନ୍ତାରି କର୍ ।"
Essa parábola nos ensina sobre o amor ao próximo, independentemente de raça ou religião. O samaritano ajudou um desconhecido, mostrando que a verdadeira fé se revela no amor ao próximo.
3. A Ovelha Perdida (Lucas 15:4-7)
"ଜଦି ତମର୍ ବିତ୍ରେ ଗଟେକ୍ ଲକର୍ ସଏଟା ମେଣ୍ଡା ରଇସି ଆରି ସେ ବିତ୍ରେଅନି ଗଟେକ୍ ଆଜିଜାଇସି ବଇଲେ ତମେ କାଇଟା କର୍ସା ? ସେ ନବେ ନଅଟା ମେଣ୍ଡାମନ୍କେ ଚାରତ୍ବଲି ଚାଡିଦେଇ, ଆଜିଗାଲା ଗଟେକ୍ ମେଣ୍ଡା ମିଲ୍ବାଜାକ ନ କଜାସ୍ କି ? ଆରି ଜେଡେବଲ୍ ସେ ମେଣ୍ଡା ମିଲାଇସି, ବେସି ସାର୍ଦା ଅଇ ମେଣ୍ଡାକେ କନ୍ଦେ ବଇକରି ଗରେ ଦାରିଆଇସା । ତମେ ଗରେ କେଟ୍ଲା ପଚେ, ତମର୍ ମଇତର୍ମନ୍କେ ଆରି ଗର୍ ଲଗର୍ ଲକ୍କେ ଡାକିକରି ‘ମର ସଙ୍ଗ୍ ସାର୍ଦା କରା, କାଇକେବଇଲେ ମର୍ ଆଜିଗାଲା ମେଣ୍ଡା ମିଲ୍ଲା’ ବଲି କଇସା । ସେନ୍ତାରି ମୁଇ ତମ୍କେ କଇଲିନି, ‘ଆମେ ପାପି ଲକ୍ମନ୍ ନଉଁ’ ବଲି ବାବ୍ତେରଇବା ନବେ ନଅଟା ଦରମ୍ ଲକ୍ମନ୍ ରଇଲେମିସା ଗଟେକ୍ ପାପି ଲକ୍ ନିଜେ ‘ମୁଇ ଗଟେକ୍ ପାପି’ ବଲି ଏତାଇସି । ପଚେ ମନ୍ବାଦ୍ଲାଇ କରି ପର୍ମେସରର୍ ଲଗେ ଆଇସି । ସେ ନବେ ନଅଟା ଦରମ୍ ଲକ୍ମନର୍ତେଇ ଅନି ଏ ଗଟେକ୍ ଲକର୍ ପାଇ ସର୍ଗେ ଅଦିକ୍ ସାର୍ଦା କର୍ବାଇ ।"
Deus é como o pastor que busca incessantemente uma ovelha perdida. Essa parábola revela o amor incansável de Deus pelos pecadores, celebrando a alegria no céu quando alguém se arrepende.
4. O Filho Pródigo (Lucas 15:11-32)
ଆଜ୍ଲା ପିଲା
ଏ କାତା ବୁଜାଇ ଦେବାକେ ଜିସୁ ସେମନ୍କେ ଆରି ଗଟେକ୍ କାତାନି କଇଲା । ଗଟେକ୍ ଲକ୍କେ ଦୁଇଟା ପିଲାମନ୍ ରଇଲାଇ । ଦିନେକ୍ ସାନ୍ ପଅ ତାର୍ ବାବାକେ କଇଲା, "ଏ ବାବା ତର୍ ଦନ୍ ମର୍ବାଗେ ଜେତ୍କି ଅଇସି, ସେଟା ଏବେ ମକେ ଦେଇପାକା ।" ସେଟାର୍ ପାଇ ତାର୍ ବାବା ତାର୍ ଦନ୍ ଦୁଇବାଗ୍ କରି ତାର୍ ପିଲାମନ୍କେ ଦେଲା । ଅଲପ୍ ଦିନ୍ ଗାଲା ପଚେ ସାନ୍ ପିଲା ତାର୍ ବାଗର୍ ସବୁ ଦନ୍ ବିକିଦେଇ ମିଲ୍ଲା ଡାବୁ ଟୁଲିଆଇ ଗଟେକ୍ ଦୁର୍ ଦେସେ ଉଟିଗାଲା । ଆରି ତାର୍ ସବୁ ଡାବୁ ନିଜେ ମନ୍କଲା ଇସାବେ କର୍ଚ କଲା । ତାର୍ଲଗେ ରଇଲା ସବୁ ଡାବୁ ସାରାଇଦେଲା । ପଚେ ସେ ଦେସର୍ ଗୁଲାଇ ବାଟେ ମର୍ଡି ଅଇଲା । ଆରି କାଇଟା ମିସା ଗେନି କାଇବାକେ ତାର୍ଲଗେ ଡାବୁ ନ ରଇଲା । ତେବେ ସେ ଗଡେ ଗଟେକ୍ ଲକର୍ ଗରେ କୁଲି ମିଲ୍ସି କାଇକି ବଲି କାମ୍ କଜ୍ବାର୍ ଗାଲା । ସେ ଲକ୍ ତାକେ ଗୁସ୍ରି ଚାରାଇବା କାମ୍ ଦେଲା । ଆରି ତାକେ ବେସି ବୁକ୍ ଲାଗ୍ତେ ରଇଲା । ତାକେ ଗୁସ୍ରିମନର୍ କାଦି କାଇବାକେ ମନ୍ଲାଗ୍ଲା ମାତର୍ ସେ କାଦି ମିସା ଦେଅତ୍ ନାଇ । ସେବେଲେ ତାକେ ଚେତ୍ନା ଆଇଲାଜେ ସେ ମନେ ମନେ ଏନ୍ତି ବାବ୍ଲା । ମର୍ ବାବାର୍ ଗରେତା କାମ୍ କର୍ବା ଗତିଦାଙ୍ଗ୍ଡାମନର୍ କେତେ କାଦି ଉବ୍ରି ଗାଲାନି । ମାତର୍ ମୁଇ ଇତି ବୁକେ ମରିଜିବିବେ । ସେଟାର୍ପାଇଁ ମୁଇ ଏ ଜାଗା ଚାଡିକରି ମର୍ ବାବାର୍ ଲଗେ ବାଉଡି ଜିବି । ଆରି ତାକେ କଇବି, "ଏ ବାବା ମୁଇ ପର୍ମେସର୍ ଆରି ତର୍ ବିରଦେ ପାପ୍ କରିଆଚି । ମୁଇ ଆରି ତର୍ ପିଲା ଅଇବାର୍ ଅଦିକାର୍ ନାଇ ଆରି ତର୍ ଗତିଦାଙ୍ଗ୍ଡାମନର୍ ବିତ୍ରେ ଗଟେକ୍ ଗତିଦାଙ୍ଗ୍ଡା ଅଇ ରଇବି" ବଲି କଇବି । ଆରି ସେ ଜାଗା ଚାଡି ବାବାର୍ ଲଗେ ଜିବାକେ ବାରଇଲା ।
ମାତର୍ ସେ ପିଲା ଦୁରିକେ ରଇଲାବେଲେ ବାବା ତାକେ ଦେକ୍ଲା । ତାକେ ଦେକି ବେସି କଲିକରମ୍ ଅଇ, ତାର୍ ଲଗେ ପାଲାଇ ଆସି ପାଟାଲିକରି ଚୁମ୍ଲା । ସେ ପିଲା ତାର୍ ବାବାକେ କଇଲା, "ଏ ବାବା ମୁଇ ପର୍ମେସରର୍ ବିରଦେ ଆରି ତର୍ ବିରଦେ ପାପ୍ କଲିଆଚି ସେଟାର୍ପାଇଁ ତର୍ ପିଲା ଅଇବାର୍ ମର୍ ଅଦିକାର୍ ନାଇ ।" ମାତର୍ ତାର୍ ବାବା ନିଜର୍ ଗତିଦାଙ୍ଗ୍ଡାମନ୍କେ କଇଲା, "ତମେ ବେଗି ଜାଇକରି ସବୁର୍ଟାନେଅନି ନିମାନ୍ ଚକାପଚିଆ ତାକେ ପିନ୍ଦାଇଦିଆସ୍ । ଆରି ତାର୍ ଆଙ୍ଗ୍ଟି ମୁନ୍ଦି ପିନ୍ଦାଆ । ତାର୍ ଗଡେ ପାଣ୍ଡଇ ପିନ୍ଦାଇଦିଆସ୍ ।" ଆରି ତାର୍ ଗତିଦାଙ୍ଗ୍ଡାମନ୍କେ କଇଲା, "ଆମର୍ତେଇ ରଇଲା ସବୁର୍ଟାନେଅନି ଗଟେକ୍ ଗାଗଡ୍ ରଇବା ପସୁ ଆନି ମାରା, ଆରି ଆମେ ସାର୍ଦା ଅଇକରି ବଜି କରୁ । କାଇକେ ବଇଲେ ମର୍ ପିଲା ମରିଜାଇରଇଲା, ଆରି ଏବେ ଜିବନ୍ ଅଇଲା ଆଚେ । ସେ ଆଜିଜାଇ ରଇଲା ଏବେ ମିଲ୍ଲା ଆଚେ ।" ସେଟାର୍ପାଇଁ ସେମନ୍ ବଜି କର୍ବାର୍ ବସ୍ଲାଇ ।
ସେ ବେଲା ତାର୍ ବଡ୍ ପଅ ତାସ୍ପଦାଇ ରଇଲା । ସେ ବାଉଡି କରି ଗର୍ ଲଗେ ଆଇବା ବେଲାଇ ବାଜାବାଇଦ୍ କରି ନାଟ୍ଗିତ୍ କର୍ବାଟା ସୁନ୍ଲା । ସେ ଗଟେକ୍ ଗତିଦାଙ୍ଗ୍ଡାକେ ଡାକିକରି ପାଚାର୍ଲା, "ଇତି କାଇଟା ଅଇଲାନି ?" ଗତିଦାଙ୍ଗ୍ଡା ତାକେ କଇଲା, "ତର୍ ବାଇ ଗରେ ବାଉଡି ଆଇଲା ଆଚେ । ଆରି ତର୍ ବାବା, ତର୍ ବାଇ ଜର୍ଦୁକା ନ ଅଇ ଜିବନ୍ଅଇ ଆଇଲାକେ ଗଟେକ୍ ଗାଗଡ୍ ପସୁକେ ମାର୍ଲା ଆଚେ ।"
ଏ କାତା ସୁନି ବଡ୍ ପଅ ବେସି ରିସା ଅଇଗାଲା । ସେ ଗର୍ ବିତ୍ରେ ପୁରେ ମିସା ନାଇ । ମାତର୍ ତାର୍ ବାବା ବଡ୍ ପଅର୍ ଲଗେ ଜାଇ ଗରେ ଜିବାକେ ବୁଜାଇବାର୍ ଦାର୍ଲା । ମାତର୍ ବଡ୍ ପଅ ତାର୍ ବାବାକେ କଇଲା, "ଦେକ୍, ମୁଇ ଏତେକ୍ ବରସ୍ ଜାକ ଗଟେକ୍ ଗତିଦାଙ୍ଗ୍ଡା ପାରା ତର୍ ସେବା କଲିନି ଆରି ତର୍ କାତା ମାନି କରି ରଇଲି । ତୁଇ ମକେ କାଇଟା ଦେଇଆଚୁସ୍ ? ମର୍ ମଇତର୍ମନର୍ ସଙ୍ଗ୍ ବଜି କରା ବଲି ଗଟେକ୍ ସାନ୍ଟା ପସୁ ମିସା ଦେଉସ୍ ନାଇ । ମାତର୍ ତର୍ ଏ ସାନ୍ ପଅ ସବୁ ଦନ୍ ଦାରିଜାଇ ବେସିଆମନ୍କେ ଦେଇ ସାରାଇଦେଲା ଆରି ସେ ଗରେ ବାଉଡି ଆଇଲାକେ ତୁଇ ତାର୍ ପାଇ ଗଟେକ୍ ଗାଗଡ୍ଟା ପସୁକେ ମାର୍ଲୁସ୍ !" ସେବେଲେ ତାର୍ ବାବା ବଡ୍ ପଅକେ କଇଲା, "ଏ ନୁନା ତୁଇତା ସବୁ ବେଲା ମର୍ ସଙ୍ଗ୍ ରଇଲୁସ୍ନି ଆରି ମର୍ ଜେତ୍କି ଦନ୍ ଆଚେ ସେଟା ସବୁ ତର୍ଟାସେ । ମାତର୍ ତର୍ ବାଇ ମରିଜାଇରଇଲା । ଏବେ ସେ ଜିବନ୍ ଅଇଆଚେ ସେ ଆଜିଜାଇରଇଲା ମାତର୍ ଏବେ ମିଲ୍ଲା ଆଚେ । ସେଟାର୍ପାଇଁ ଆମେ ସାର୍ଦା କର୍ବାର୍ ରଇଲା ।"
A parábola do filho pródigo fala sobre o perdão e o amor incondicional de Deus por Seus filhos, mesmo quando se desviam.
5. A Pérola de Grande Valor (Mateus 13:45-46)
ମୁକ୍ତାର୍ ଉଦାଅରଣ୍
ଆରି ସରଗ୍ ରାଇଜ୍ ଏନ୍ତାରି, ଗଟେକ୍ ସୁନାରି ବେସି ମୁଲିଅର୍ ମୁକ୍ତା କଜି କଜି ରଇଲା । ଗଟେକ୍ ବେସି ମୁଲିଅର୍ ମୁକ୍ତା ରଇଲାଟା ସୁନି, ସେ ତାର୍ ସବୁ ଦନ୍ ସଁପତି ବିକି ସେଟା ଗେନ୍ଲା । ସରଗ୍ ରାଇଜ୍ ମିସା ସେ ମୁକ୍ତା ପାରା ।
Jesus ensina que o Reino de Deus é o bem mais precioso e devemos estar dispostos a renunciar tudo para possuí-lo.
6. O Fariseu e o Publicano (Lucas 18:9-14)
ପାରୁସି ଆରି ସିସ୍ତୁମାଙ୍ଗୁମନର୍ କାତା
ତେଇ ରଇଲା କେତେକ୍ ଲକ୍ମନ୍ ନିଜ୍କେ ମୁଇ ନିକ ଆଚି ବଲି ବାବିଅଇ ବିନ୍ଲକ୍କେ ଗିନ୍ କର୍ତେ ରଇଲାଇ । ସେନ୍ତି ଲକ୍ମନର୍ ବିସଇ ବୁଜାଇବାକେ ଜିସୁ ସେମନ୍କେ ଏ କାତାନି କଇଲା । ଦିନେକ୍ ଦୁଇଲକ୍ ପାର୍ତନା କର୍ବାକେ ଗଟେକ୍ ମନ୍ଦିରେ ଗାଲାଇ । ଗଟେକ୍ ଲକ୍ ପାରୁସି ଦଲର୍ ଲକ୍ ଆରି ଗଟେକ୍ ସିସ୍ତୁମାଙ୍ଗୁ । ପାରୁସି ଲକ୍ ନିଜେ ଅଲପ୍ ଦୁରିକେ ଟିଆଅଇ ଏନ୍ତି ପାର୍ତନା କର୍ବାର୍ ବସ୍ଲା, "ଏ ପର୍ମେସର୍ ମୁଇ ତମ୍କେ ଦନିଅବାଦ୍ ଦେଲିନି । ମୁଇ ବିନ୍ଲକର୍ପାରା ଲବ୍ରା ନାଇ କି ମିଚ୍ମାୟା ନାଇ କି ବେସିଆ କାମ୍ କରି ନାଇ । ଆରି ତକେ ଜୁଆର୍ କଲିନି ମୁଇ ଏ ସିସ୍ତୁମାଙ୍ଗୁ ପାରା ନଇ ।" ଆରି ସେ କଇଲା, "ମୁଇ ଜିଉଦିମନର୍ ନିୟମ୍ ଇସାବେ ଆଟ୍କେ ଦୁଇ ଦିନ୍ ଉପାସ୍ ରଇ ପାର୍ତନା କଲିନି । କାମାଇଲାଟାନର୍ ଦସ୍ବାଗର ବାଗେକ୍ ତମ୍କେ ଦେଲିନି ।" ବଲି ପାର୍ତନା କଲା ।
ମାତର୍ ସେ ସିସ୍ତୁମାଙ୍ଗୁ ଦୁରିକେ ଟିଆଅଇ ପାର୍ତନା କର୍ବା ବେଲେ ସରଗ୍ବାଟେ ଦେକ୍ବାକେ ମିସା ମନ୍ ନକରି ନିଜର୍ ବୁକେ ମାରିଅଇ ଏନ୍ତି ପାର୍ତନା କଲା । "ଏ ପର୍ମେସର୍ ମୁଇ ଗଟେକ୍ ପାପି ଲକ୍ ମକେ ଦୟା କରା !" ଜିସୁ ତାର୍ ସିସ୍ମନ୍କେ କଇଲା, "ସେ ଦୁଇଲକ୍ ପାର୍ତନା ସାରାଇ ବାଅଡ୍ଲାକେ, ସିସ୍ତୁମାଙ୍ଗୁସେ ପର୍ମେସର୍ ଦେକ୍ବା ଇସାବେ ଦରମ୍ ରଇଲା । ପାରୁସି ନାଇ । ଜେ ବଡ୍ପନ୍ ଦେକାଇ ଅଇସି ଆରି ବଡ୍ ବଲି ବାବ୍ସି, ତାକେ ପର୍ମେସର୍ ସାନ୍ ଲକ୍ କର୍ସି । ମାତର୍ ଜେ ନିଜ୍କେ ସାନ୍ ଲକ୍ପାରା ବାବ୍ସି ତାକେ ପର୍ମେସର୍ ବଡ୍ ଲକ୍ କର୍ସି, ଏ କାତା ଏତାଇ ରୁଆ ।"
Essa parábola nos lembra que Deus valoriza um coração humilde e arrependido, em contraste com a arrogância espiritual. O publicano, ao reconhecer seus pecados, foi justificado diante de Deus.
7. Os Talentos (Mateus 25:14-30)
ତିନ୍ଟା ଚାକରର୍ କାତା
"ସରଗ୍ ରାଇଜ୍ ଏନ୍ତାରି, ସେ ବିସଇର୍ ଆରି ଗଟେକ୍ କାତା ସୁନା । ତରେକ୍ ଗଟେକ୍ ଲକ୍ ତାର୍ ଚାକର୍ମନ୍କେ, ତାର୍ ସଁପତି ଚାଡିଦେଇ ବିଦେସେ ଉଟିଗାଲା । ସେମନର୍ ପାର୍ବା ଇସାବେ ସେମନ୍କେ କେତେକ୍ କେତେକ୍ ଡାବୁ ଜିମା ଦେଲା । ଗଟେକ୍ ଲକ୍କେ ପାଁଚ୍ ଅଜାର୍ ରୁପା ଟାଙ୍ଗା ଦେଲା, ଗଟେକ୍ ଲକ୍କେ ଦୁଇ ଅଜାର୍, ଆରି ଗଟେକ୍ଲକ୍କେ ଅଜାର୍ ରୁପା ଟାଙ୍ଗା ଦେଲା । ଆରି ବିଦେସେ ଉଟିଗାଲା । ପାଁଚ୍ ଅଜାର୍ ରୁପାଟାଙ୍ଗା ନେଇରଇଲା ଚାକର୍ ସେ ଡାବୁ ବେବାର୍ କରି ଆରି ପାଁଚ୍ ଅଜାର୍ ଲାବ୍କଲା । ସେନ୍ତାରି ଦୁଇ ଅଜାର୍ଟା ନେଇରଇଲା ଚାକର୍ ମିସା ଆରି ଦୁଇ ଅଜାର୍ ଲାବ୍କଲା । ମାତର୍ ଜନ୍ ଚାକର୍ ଅଜାର୍ଟା ପାଇରଇଲା, ସେ ଗଟେକ୍ କାଲ୍କୁନି ସାଉକାର୍ ଦେଇରଇବା ସେ ରୁପା ଟାଙ୍ଗା ଲୁଚାଇ ସଙ୍ଗଇଲା ।
"ବେସିଦିନ୍ ଗାଲା ପଚେ ସାଉକାର୍ ବାଅଡ୍ଲା ଆରି ଚାକର୍ମନର୍ ସଙ୍ଗ୍ ଇସାବ୍କିତାବ୍ କଲା ।" ପାଁଚ୍ ଅଜାର୍ ରୁପାଟାଙ୍ଗା ନେଇରଇଲା ଚାକର୍ ଆସି ଆରି ପାଁଚ୍ ଅଜାର୍ ଦେଇ କଇଲା, "ସାଉକାର୍ ତମେ ମକେ ପାଁଚ୍ ଅଜାର୍ ଦେଇରଇଲାସ୍, ଏଦେ ଦେକା, ମୁଇ ଆରି ପାଁଚ୍ ଅଜାର୍ ଲାବ୍ କଲିଆଚି ।" ସାଉକାର୍ ସାର୍ଦା ଅଇ ତାକେ କଇଲା, " ଟିକ୍ କରିଆଚୁସ୍, ତୁଇ ମର୍ କେଡେକ୍ ନିକ ଆରି ବିସ୍ବାସ୍ ରଇବା ଚାକର୍ ! ତମେ ବିସ୍ବାସ୍ ସଙ୍ଗ୍ ଉନା ଦନ୍ କାର୍ବାର୍ କରି ରଇଲାର୍ ପାଇ ତମ୍କେ ବେସି ଦନ୍ ଚାଡିଦେବି । ଆଉ ମର୍ ସଙ୍ଗ୍ ସାର୍ଦା କର୍ ।"
"ଦୁଇ ଅଜାର୍ ରୁପାଟାଙ୍ଗା ନେଇ ରଇଲା ଚାକର୍ ଆସି କଇଲା, ସାଉକାର୍ ତମେ ମକେ ଦୁଇ ଅଜାର୍ ଦେଇ ରଇଲାସ୍, ମୁଇ ଆରି ଦୁଇ ଅଜାର୍ ଲାବ୍ କଲିଆଚି ।" ସାଉକାର୍ କଇଲା, କେଡେକ୍ ନିକ ! ତୁଇ ମିସା ମର୍ ବଡିଆ ଚାକର୍ । ଉନା ଡାବୁ ମିସା ନିକକରି କାମେ ଲାଗାଇଲୁସ୍ । ଏବେ ତର୍ ଜିମାରେ ମୁଇ ବୁତେକ୍ ଦନ୍ ଦେବି । ଆଉ ମର୍ ସଙ୍ଗ୍ ସାର୍ଦା କର୍ । ସାରାସାରି ଅଜାର୍ ରୁପାଟାଙ୍ଗା ପାଇରଇଲା ଚାକର୍ ଆସି କଇଲା, "ଏ ସାଉକାର୍ ମୁଇ ଜାନି, ତମେ ଗଟେକ୍ ବେସି ରିସା ଅଇବା ଲକ୍ । ବୁନି ନ ରଇବା ପଦାଇ କାଟ୍ସା ଆରି ବିଅନ୍ ନ ବୁନିକରି ତାସ୍ ବାରା ବାନ୍ଦ୍ସା । ସେଟାର୍ ପାଇ ମୁଇ ଡରିକରି ତମର୍ ଦନ୍ ମାଟିତେଇ କାଲ୍କୁନି ତପି ରଇଲି । ଏଦେ ଦେକା ! ତମର୍ ସେ ଟାଙ୍ଗା !"
ସାଉକାର୍ କଇଲା, "ଅଇରେ କାମ୍କେ ନଇଲା ବାଡୁ ! ତୁଇତା ଜାନିରଇଲୁସ୍, ମୁଇ ଜନ୍ତି ବୁନି ନ ରଇ, ତେଇ ତାସ୍ ଟୁଲିଆଇବି । ତେବେ ମର୍ ଟାଙ୍ଗାନେଇ ବିନ୍ ଲକ୍ମନ୍କେ କଲନ୍ତର୍ ଇସାବେ ଦେଇରଇଲେ ମିସା ତେଇଅନି ମକେ କଲନ୍ତର୍ ମିଲ୍ତା ।" ଏନ୍ତାରି କଇ ସାଉକାର୍ ଆଦେସ୍ ଦେଲା, ଏ ଚାକରର୍ଟାନେ ଅନି ସବୁ ଟାଙ୍ଗା ନେଇ, ଜାର୍ ଆତେ ଦସ୍ଅଜାର୍ ଆଚେ, ତାକେ ଦେଇଦିଆସ୍ । କାଇକେ ବଇଲେ ଜାକେ ଆଚେ, ତାକେ ଅଦିକ୍ ଦିଆଅଇସି । ଆରି ସେ ଅଦିକ୍ ଅଦିକ୍ ଲାବ୍ କର୍ସି । ମାତର୍ ଜାକେ ନାଇ ତାର୍ଲଗେ ଜାଇଟା ଆଚେ, ସେଟା ମିସା ତାରତେଇଅନି ଚାଡାଇ ନିଆଅଇସି । ଏ କାମ୍କେ ନଇଲା ଚାକର୍କେ ବାଇରେ ଦାରିଜା ଆରି ଆନ୍ଦାରେ ପଙ୍ଗିଦିଆସ୍ । ତେଇ ସେ କିଲିବିଲିଅଇ ଦାତ୍ କାତ୍ରି ମାରି ଚପି ଅଇ କାନ୍ଦ୍ସି ।
Nesta história, Jesus ensina sobre a responsabilidade de usar bem os dons e recursos que Deus nos confiou. A fidelidade nas pequenas coisas abre portas para bênçãos maiores.
8. O Rico e Lázaro (Lucas 16:19-31)
ଗଟେକ୍ ସାଉକାର୍ ଆରି ଲାଜାର୍
ଜିସୁ ସେମନ୍କେ ଗଟେକ୍ କାତାନି ବୁଜାଇକରି କଇଲା, "ଗଟେକ୍ ସାଉକାର୍ ଲକ୍ ରଇଲା । ସେ ଲଚେକ୍ ମଲ୍ ଦେଇ ଗେନ୍ଲା ନିକ ନିକ ଚକା ପଚିଆ ପିନ୍ଦ୍ତେ ରଇଲା । ସେ ସବୁଦିନ୍ ବଜି କରି ନିଜେ ସାର୍ଦା ଅଇତେରଇଲା । ତେଇ ଲାଜାର୍ ନାଉଁର୍ ଅର୍କିତ୍ ଲକ୍ ଗଟେକ୍ ରଇଲା । ତାର୍ ଗୁଲାଇ ଗାଗଡ୍ ଗାଉ ଅଇରଇଲା । ତାକେ ଆନିକରି ସାଉକାରର୍ କାପାଟ୍ ଲଗେ ଡୁଲାଇତେ ରଇଲାଇ । ତେଇ ରଇ, ସେ ସାଉକାରର୍ ତାଲିଅନି ଅଦର୍ଲା ସକ୍ଡି ବାତ୍ସିତା ବେଟି କାଇବାକେ ମନ୍ କର୍ତେ ରଇଲା । କୁକୁର୍ମନ୍ ତାର୍ ଗାଗ୍ଡର୍ ଗାଉ ଚାଟ୍ତେ ରଇଲାଇ ।"
କେତେ ଦିନ୍ ଗାଲାପଚେ ସେ ଅର୍କିତ୍ ଲକ୍ ମରିଗାଲା । ଆରି ପର୍ମେସରର୍ ଦୁତ୍ମନ୍ ଆସି ତାକେ ସରଗ୍ପୁରର୍ ବଜିତେଇ ଅବ୍ରାଆମର୍ ଲଗେ ବସ୍ବାକେ ଦାରି ଗାଲାଇ । ଆରି କେତେ ଦିନ୍ ଗାଲାପଚେ ସେ ସାଉକାର୍ ମିସା ମରିଗାଲା । ତାକେ ନେଇ ତପିଦେଲାଇ । ଆରି ସେ ନରକ୍ କୁଣ୍ଡେ ଗାଲା । ତେଇ ସେ ବେସି କସ୍ଟ ପାଇବାବେଲା ଉପ୍ରେ ସରଗ୍ପୁରେ ଦେକ୍ଲେ ଲାଜାର୍ ଅବ୍ରାଆମର୍ ଲଗେ ବସି ଆଚେ । ସେ ଆଉଲି ଅଇ କଇଲା, "ଏ ବାବା ଅବ୍ରାଆମ୍, ମକେ ଦୟା କର୍ । ଲାଜାର୍କେ ମର ଲଗେ ପାଟାଇଦେସ୍ । ସେ ଆସିକରି ନିଜର୍ ଆଙ୍ଗ୍ଟି ସଙ୍ଗ୍ ପାନି ଦେଇ, ମର୍ ଜିବ୍ କାକର୍ କର । କାଇକେ ବଇଲେ ମୁଇ ଏ ନରକ୍ପୁରର୍ ଜଇଲଗେ ବେସି କସ୍ଟ ପାଇଲିନି ।"
ମାତର୍ ଅବ୍ରାଆମ୍ କଇଲା, "ବାବୁରେ, ତୁଇ ଜିବନ୍ ରଇଲାବେଲାର୍ କାତା ମନେ ଏତାଇ ଦେକ୍ । ତର୍ ଜିବ୍ନେ ସବୁ ନିମାନ୍ ବିସଇ ପାଇରଇଲୁସ୍ । ଆରି ଲାଜାର୍ ସବୁ କାରାପ୍ ବିସଇ ପାଇଲା । ମାତର୍ ସେ ଏବେ ଏ ଜାଗାଇ ସାର୍ଦାଅଇ ଆଚେ । ଆରି ତୁଇ ବେସି କସ୍ଟ ପାଇଲୁସ୍ନି । ଆରି ଗଟେକ୍ ବିସଇ ଅଇଲାନି, ତର୍ ଆମର୍ ମଜାଇ ଗଟେକ୍ ବଡେଟା ପାଗଡ୍ ଆଚେ । ଇତିର୍ ଲକ୍ ସିତି ଜାଇ ନଏଁ ଆରି ସିତିର୍ ଲକ୍ ଇତି ଆସି ନଏଁ " ବଲି କଇଲା । ସେ ବେଲା ସେ ସାଉକାର୍ କଇଲା, "ଏ ବାବା ଏନ୍ତି ବଇଲେ ମୁଇ ତକେ ବାବୁଜିଆ କଲିନି ଲାଜାର୍କେ ଦୟାକରି ମର୍ ବାବାର୍ ଗରେ ପାଟାଇଦେସ୍ । କାଇକେ ବଇଲେ ତେଇ ମର୍ ପାଁଚ୍ଟା ବାଇମନ୍ ଆଚତ୍ । ଲାଜାର୍ ଜାଇ ସେମନ୍କେ ଜାଗ୍ରତ୍ କରାଅ । ସେମନ୍ ସେ କାତା ସୁନି ପାପେଅନି ମନ୍ ବାଦ୍ଲାଅତ୍ । ସେମନ୍ ମଲେ ମୁଇ ଏବେ ବେସି କସ୍ଟ ପାଇବା ଏ ଜାଗାଇ ନ ଆସତ୍" ବଲି କଇଲା ।
ମାତର୍ ଅବ୍ରାଆମ୍ ତାକେ କଇଲା, "ସେମନ୍ ଜାଗ୍ରତ୍ ଅଇ ରଇବାକେ ମସାର୍ ନିୟମ୍ ଆରି ବବିସତ୍ବକ୍ତାମନ୍ କଇଲା କାତା ସବୁ ତାକର୍ ଲଗେ ଆଚେ । ସେଟା ସେମନ୍ ପଡିକରି ସିକତ୍ ।" ବଲି କଇଲା । ଆରି ସେ ସାଉକାର୍ ଅବ୍ରାଆମ୍କେ କଇଲା, "ସେତ୍କି ନଏଁ ବାବା, ମଲାଟାନେଅନି ଉଟିକରି ଗଟେକ୍ ଲକ୍ ଜାଇ କଇଲେ ସେମନ୍ ବିସ୍ବାସ୍ କରି ପାପେଅନି ମନ୍ ବାଉଡାଇବାଇ ।" ବଲି କଇଲା । ଅବ୍ରାମ୍ ତାକେ କଇଲା, "ତର୍ ବାଇମନ୍ ମସାର୍ ଆରି ବବିସତ୍ବକ୍ତାମନର୍ କାତା ନ ସୁନତ୍ ବଇଲେ ମଲାଟାନେଅନି ଉଟିକରି ଗଟେକ୍ ଲକ୍ ଜାଇ କଇଲେ ମିସା ସେମନ୍ ନ ମାନତ୍ ।"
A parábola alerta sobre as consequências de negligenciar os necessitados e viver para si mesmo. Também destaca a realidade do julgamento e da vida após a morte.
9. O Joio e o Trigo (Mateus 13:24-30)
ଜୁଡ୍ ଗାଁସର୍ କାତା
ଜିସୁ ତାର୍ ସିସ୍ମନ୍କେ ଆରି ଗଟେକ୍ ବିସଇ କାତାନି ଇସାବେ କଇଲା, ସରଗ୍ ରାଇଜ୍ ଏନ୍ତାରି ଗଟେକ୍ ଲକର୍ ପାରା । ସେ ଲକ୍ ତାର୍ ଜମିଟାନେ ନିକ ବିଅନ୍ ବୁନ୍ଲା । ସେ ଦିନେକ୍, ରାତିଆ ସଇଲା ବେଲେ, ତାର୍ ଗଟେକ୍ ବିରଦ୍ ଲକ୍ ଆସି ସେ ଜମିଟାନେ ଗାଁସ୍ ମୁଞ୍ଜି ବୁନି ଦେଇ, ଉଟିଗାଲା । ଜେଡେବେଲେ ଗଚ୍ ବଡି କେଡ୍ ଦାର୍ଲା, ମଜାଇମଜାଇ ଜୁଡ୍ ଗାଁସ୍ ଡିସ୍ଲା । ସେ ଲକର୍ ଦାଙ୍ଗ୍ଡାମନ୍ ଆସି କଇଲାଇ, " ଏ ସାଉକାର୍ ତମେ ଜମିଟାନେ ନିକ ବିଅନ୍ ବୁନିରଇଲାସ୍, ଏତେକ୍ମାଣ୍ଡ୍ ଜୁଡ୍ ଗାଁସ୍ କନ୍ତିଅନି ଆଇଲା ?" ଜମି ସାଉକାର୍ କଇଲା, ମର୍ ବିରଦି ଲକ୍ ଗଟେକ୍ ଏନ୍ତି କଲାଆଚେ । ସେମନ୍ ପାଚାର୍ଲାଇ, "ତେବେ ଆମେ ଜାଇ ସେ ଜୁଡ୍ ଗାଁସ୍ମନ୍କେ ଜିକି ପିଙ୍ଗିଦେବୁ କି ?" ସାଉକାର୍ କଇଲା, "ନାଇ, ଜୁଡ୍ ଗାଁସ୍ ଜିକ୍ବାବେଲେ କେଡେବଲ୍ ଦାନ୍ବୁଟା ମିସା ଜିକିଅଇଜାଇସି । କାଟ୍ବା ଜାକ ଦାନ୍ ଆରି ଜୁଡ୍ ଗାଁସ୍ ମିସ୍ତେ ବଡ । କାଟ୍ବା ଲକ୍ମନ୍କେ କଉଁ ସେମନ୍ ପର୍ତୁମ୍ ଜୁଡ୍ ଗାଁସ୍ କାଟି ବାରା ବାନ୍ଦି ପଡାଇ ଦେଅତ୍ । ତାର୍ ପଚେ ଦାନ୍ କାଟି ମାଣ୍ଡାଇ କଲ୍କିଟାନେ ସଙ୍ଗଉ ।"
Essa história simboliza o bem e o mal coexistindo no mundo até o julgamento final, quando Deus fará a separação entre os justos e os ímpios.
10. As Dez Virgens (Mateus 25:1-13)
ଦସ୍ଟା ଦାଙ୍ଗ୍ଡିମନର୍ କାତା
"ସେଡିକିବେଲେ ସରଗ୍ ରାଇଜେ କେଟ୍ବା ବାଟ୍ ଏନ୍ତି ଅଇସି । ଦସ୍ଟା ଦାଙ୍ଗ୍ଡିମନ୍ ସବୁ ଲକ୍ ଗଟେକ୍ ଗଟେକ୍ ବତି ଦାରି ବାଟେ, ବର୍ ଦାଙ୍ଗ୍ଡାକେ ଜାଗ୍ବାର୍ ଜାଇରଇଲାଇ । ସେମନର୍ ବିତ୍ରେଅନି ପାଁଚ୍ଟା ଦାଙ୍ଗ୍ଡି ଚତୁର୍ ରଇଲାଇ, ଆରି ପାଁଚ୍ଟା ଦାଙ୍ଗ୍ଡି ବକୁଆ ରଇଲାଇ । ବକୁଆ ରଇଲା ଦାଙ୍ଗ୍ଡିମନ୍ ଅଦିକ୍ ଚିକନ୍ ନେଇ ନ ରଇଲାଇ । ମାତର୍ ଚତୁର୍ ରଇବା ଦାଙ୍ଗ୍ଡିମନ୍ ନିଜର୍ ନିଜର୍ ବତି ଟାନେ ରଇବାଟା ଚାଡି ଆରି କାଁଚେ ମିସା ଚିକନ୍ ବର୍ତି କରି ନେଇରଲାଇ । ବର୍ ଦାଙ୍ଗ୍ଡା ଆଇବାଟା ଅଲ୍ସମ୍ ଅଇଲାକେ ଦାଙ୍ଗ୍ଡିମନ୍ ଜୁମ୍ରି ଜୁମ୍ରି କରି ସଇଦେଲାଇ ।"
ମଜା ରାତିବେଲାଇ ଆଉଲି ସୁନି ଅଇଲା, "ଏଦେ ଦେକା ! ବର୍ ଦାଙ୍ଗ୍ଡା ଆଇଲାବେ ! ଆସା ସେମନ୍କେ ଡାକିଆନୁ !" ଦାଙ୍ଗ୍ଡିମନ୍ ଉଟିକରି ନିଜର୍ ନିଜର୍ ବତିମନ୍ ସାଜାଡ୍ଲାଇ । ସେଡ୍କି ବେଲେ ବକୁଆ ଦାଙ୍ଗ୍ଡିମନ୍ ଚତୁର୍ ରଇଲା ଦାଙ୍ଗ୍ଡିମନ୍କେ କଇଲାଇ "ଆମ୍କେ କଣ୍ଡେକ୍ ଚିକନ୍ ଦିଆ । ଆମର୍ ବତି ଲିବିଗାଲାନି ।" ଚତୁର୍ ଦାଙ୍ଗ୍ଡିମନ୍ କଇଲାଇ, "ତମ୍କେ ଦେଲେସରି ଆମର୍ ପାଇ ଚିକନ୍ ନ ଅଏ । ତମେ ଦୁକାନେ ଜାଇ ନିଜର୍ ନିଜର୍ ପାଇ ଚିକନ୍ ଗେନିଆନା ।" ସେଟାର୍ପାଇଁ ବୁଦି ନଇଲା ଦାଙ୍ଗ୍ଡିମନ୍ ଚିକନ୍ ଗେନ୍ବାକେ ବାରଇଲାଇ । ସେମନ୍ ଗାଲା, ପଚେ ବର୍ ଦାଙ୍ଗ୍ଡା ଆସି କେଟ୍ଲା । ଜାଗ୍ରତ୍ ଅଇରଇଲା ପାଁଚ୍ଟା ଚତୁର୍ ଦାଙ୍ଗ୍ଡିମନ୍ ତାକର୍ ସଙ୍ଗ୍ ବିବା ବଜିତେଇ ଗାଲା ପଚେ କାପାଟ୍ ଡାବିଅଇଗାଲା । ସେ ବୁଦି ନ ରଇଲା ଦାଙ୍ଗ୍ଡିମନ୍ ପଚେ ସେ ଜାଗାଇ ଆଇଲାଇ, ଏ ମାପ୍ରୁ, ଏ ମାପ୍ରୁ କାପାଟ୍ ଉଗାଡା, ଆମେ ବିତ୍ରେ ଜିବୁ ବଲି ସେମନ୍ ଆଉଲି ଅଇଲାଇ । ବର୍ଦାଙ୍ଗ୍ଡା କଇଲା, "ମୁଇ ସତ୍ କଇଲିନି, ତମେ କେ, ମୁଇ ନାଜାନି ।" କାତା କଇବାଟା ସାରାଇ, କରି ଜିସୁ କଇଲା, "ଜାଗ୍ରତ୍ ଅଇ ରୁଆ । ସେ ଦିନ୍ କି ବେଲା କେ ମିସା ନାଜାନାସ୍ ।"
Jesus enfatiza a necessidade de estarmos sempre preparados espiritualmente para Sua segunda vinda, pois ninguém sabe o momento exato.
As parábolas de Jesus continuam sendo fontes ricas de sabedoria e direção para a vida cristã. Ao aplicarmos esses ensinamentos, nos aproximamos mais de Deus e de Sua vontade.
Se este artigo te ajudou, faça sua parte e compartilhe a Palavra de Deus com aqueles que você ama.