Páscoa
A Páscoa é a celebração suprema da redenção. Do cordeiro pascal no Egito ao Cordeiro de Deus que tira o pecado do mundo, ela aponta para o sacrifício e a vitória de Cristo.
A caminhada para a cruz
Jesus entrou em Jerusalém como Rei humilde, e a multidão o aclamou. Ele sabia do sofrimento que viria, mas caminhou em obediência até o fim.
ଜିସୁର୍ ଆଗ୍ତୁବାଟେ ଆରି ପଚ୍ବାଟେ ଜାଇତେ ରଇଲା ଲକ୍ମନ୍ ଆକ୍ମାରି କରି କଇଲାଇ, "ଦାଉଦର୍ ପଅକେ ଡାକ୍ପୁଟା କରା, ଜେ ମାପ୍ରୁର୍ ନାଉଁ ଦାରି ଆଇଲାନି ତାକେ ପର୍ମେସର୍ ଆସିର୍ବାଦ୍ କର । ପର୍ମେସରର୍ ଡାକ୍ପୁଟା କରା ।"
"ସୁନା, ଆମେ ଜିରୁସାଲମେ ଗାଲୁନି । ତେଇ ନର୍ପିଲା ମୁଇ, ମୁକିଅ ପୁଜାରି ଆରି ଦରମ୍ ଗୁରୁମନ୍କେ ସର୍ପି ଅଇବି । ସେମନ୍ ମକେ ମରନ୍ ଡଣ୍ଡ୍ ଦେବାଇ । ତାର୍ପଚେ ସେମନ୍ ମକେ, ଜିଉଦି ନ ଅଇଲା ଲକ୍ମନ୍କେ ସର୍ପି ଦେବାଇ । ଜିଉଦି ନ ଅଇଲା ଲକ୍ମନ୍, ମକେ କିଜାଇବାଇ, କର୍ଡା ସଙ୍ଗ୍ ମାର୍ବାଇ ଆରି କୁର୍ସେ ଚଗାଇବାଇ । ମାତର୍ ତିନ୍ଦିନ୍ ପଚେ ମୁଇ ଆରି ତରେକ୍ ଜିବନ୍ ଅଇ ଉଟ୍ବି ।"
A paixão de Cristo
Jesus foi zombado, açoitado e crucificado. Ele orou no Getsêmani e entregou sua vida voluntariamente, dizendo: 'Está consumado!'
ସେ ପିନ୍ଦି ରଇବାଟା ବେଟି ନେଇକରି ତାକେ ଗଟେକ୍ ଜାମ୍କଲି ରଙ୍ଗର୍ ବସ୍ତର୍ ପିନ୍ଦାଇ ଦେଲାଇ । କାଟାର୍ ମୁକୁଟ୍ ତିଆର୍ କରି ତାର୍ ମୁଣ୍ଡେ ପିନ୍ଦାଇ ଦେଲାଇ ଆରି ତାର୍ ଉଜା ଆତେ ଗଟେକ୍ ଡାଙ୍ଗ୍ ଦାରାଇ ଦେଲାଇ । ତାର୍ ପଚେ, ତାର୍ ମୁଆଟେ ମାଣ୍ଡିକୁଟା ଦେଇ କିଜାଇକରି କଇଲାଇ, "ଏ ଜିଉଦିମନର୍ ରାଜା ! ବେସି ଦିନ୍ ବଁଚି ରଅ ।"
ତାର୍ ବିରୁଦେ ଲେକାଅଇରଇବା ଗଟେକ୍ ବରଡ୍ ଲେକି ତାର୍ ମୁଣ୍ଡ୍ ଉପ୍ରେ, ଜୁଲାଇ ରଇଲାଇ । ସେ ବରଡ୍ ଲଗେ ଏନ୍ତି ଲେକାଅଇରଇଲା, ଏ ଅଇଲାନି ଜିଉଦିମନର୍ ରାଜା, ଜିସୁ ।
ଏ ମର୍ ବାବା ତୁଇ ମନ୍କଲୁସ୍ ବଇଲେ କାଇ କାମ୍ ମିସା କରିପାରୁସ୍ । ସେଟାର୍ପାଇଁ ଏ ଦୁକ୍ କସ୍ଟର୍ ମୁତା ମର୍ଟାନେଅନି ଦାରି ଜା । ମାତର୍ ମର୍ ମନ୍ କଲା ଇସାବେ ନ କରି ତମର୍ ମନ୍ କଲା ଇସାବେ କରା" ବଲି ପାର୍ତନା କଲା ।
ଆରି ଜିସୁ ଆଉଲିଅଇ କଇଲା, "ଏ ବାବା, ମର୍ ଆତ୍ମା ତକେ ସର୍ପିଦେଲିନି ।" ଏତ୍କି କଉ କଉ ତାର୍ ଜିବନ୍ ଚାଡିଗାଲା ।
ଜିସୁ ସେଟା କାଇକରି "ସାରିଗାଲାବେ ! " ବଲି କଇଲା । ଏତ୍କି କଇକରି ତାର୍ ଆତ୍ମା ସର୍ପିଦେଲା ।
A ressurreição gloriosa
Ele não está aqui — ressuscitou! O túmulo vazio é a prova de que a morte foi derrotada e Cristo vive para sempre.
ସରଗର୍ ଦୁତ୍ ମାଇଜିମନ୍କେ କଇଲା, "ଡରା ନାଇ । ମୁଇ ଜାନି, ତମେ କୁର୍ସେ ମରିରଇବା ଜିସୁକେ ଦେକ୍ବାର୍ ଆସିଆଚାସ୍ । ସେ ଇତି ନାଇ । ସେ କଇଲା ଇସାବେ ଆରି ତରେକ୍ ଉଟି ଆଚେ । ଆସି ଦେକା, ଇତି ତାର୍ ମଲା ଗାଗଡ୍ ସଙ୍ଗଇରଇଲାଇ ।"
ମାତର୍ ସେ ଲକ୍ ସେମନ୍କେ କଇଲା, "ଡରାନାଇ, ତମେ କୁର୍ସେ ମଲା ନାଜରିତ୍ ଗଡର୍ ଜିସୁ କିରିସ୍ଟକେ କଜ୍ଲାସ୍ନି କି ? ସେ ଇତି ନାଇନି, ଏବେ ମଲାଟାନେଅନି ଉଟ୍ଲା ଆଚେ । ତାର୍ ମଡ୍ ସଙ୍ଗଇଲା ଜାଗା ଦେକା ।" ବଲି କଇଲା ।
ଜିସୁ ଇତି ନାଇ, ପର୍ମେସର୍ ତାକେ ଉଟାଇଲାଆଚେ । ସେ ତମର୍ ସଙ୍ଗ୍ ଗାଲିଲିତେଇ ମିସ୍ତେ ରଇଲା ବେଲେ ତମ୍କେ କାଇବଲି କଇରଇଲା, ସେଟା ତମର୍ ମନେ ନାଇ କି ? ନର୍ପିଲା ପାପି ଲକ୍ମନର୍ ଆତେ ସର୍ପାଇ ଅଇସି ଆରି ସେମନ୍ ତାକେ କୁର୍ସେ କୁଟିମାରି ମରାଇ ଦେବାଇ । ମାତର୍ ତିନ୍ଦିନ୍ ଗାଲାପଚେ ସେ ଆରି ତରେକ୍ ଜିବନ୍ ଅଇ ଉଟ୍ସି ।"
ତାର୍ ପଚେ ସେ ବିନ୍ ସିସ୍ ଜେକି ଆଗ୍ତୁ କେଟି ରଇଲା ସେ ପାଆର୍ ବିତ୍ରେ ଜାଇକରି ସେଟା ସବୁ ଦେକିକରି ବିସ୍ବାସ୍ କଲା । ସେ ସିସ୍ମନ୍ ସେ ବେଲା ଜାକ ପର୍ମେସରର୍ ବଇତେଇ ଲେକା ଅଇଲା ଇସାବେ, ଜିସୁ ମଲାଟାନେଅନି ଆରି ତରେକ୍ ଜିବନ୍ ଅଇ ଉଟ୍ସି ବଲି ବୁଜି ନ ରଇଲାଇ ।