Pecado
O pecado é a realidade que separa a humanidade de Deus. Mas a Bíblia também revela a solução: o sangue de Cristo que nos purifica e a graça que nos liberta de toda condenação.
A universalidade do pecado
Todos pecaram e carecem da glória de Deus. Não há justo, nem sequer um. O pecado entrou no mundo por um homem, mas a graça veio por Jesus.
ସବୁ ଲକ୍ ପାପ୍ କଲାଇ ଆଚତ୍ ଆରି ପରମେସରର୍ ପୁରାପୁରୁନ୍ ମଇମାଇଅନି ଉନା ଅଇଗାଲାଇ ଆଚତ୍ ।
ସବୁ ଲକ୍ ପାପ୍ କଲାଇ ଆଚତ୍ ଆରି ପରମେସରର୍ ପୁରାପୁରୁନ୍ ମଇମାଇଅନି ଉନା ଅଇଗାଲାଇ ଆଚତ୍ । ମାତର୍ ପରମେସର୍ କିରିସ୍ଟ ଜିସୁର୍ତେଇଅନି ଇନାମେ ନ ସାର୍ବା ଜିବନ୍ ଦୁକାନି ଦାନ୍ କଲାଆଚେ । ଜନ୍ ଲକ୍ମନ୍ ସେଟା ମିଲାଇଆଚତ୍, ସେମନ୍କେ ମାପ୍ରୁ ଜିସୁ ମୁକ୍ତି ଦେଇସି । ସେମନ୍ ପରମେସରର୍ ମୁଆଟେ ଦରମ୍ ଲକ୍ ବଲାଇ ଅଇବାଇ ।
ମାତର୍ ନିୟମର୍ ରିତିନିତି ମାନିକରି କେ ମିସା ପରମେସରର୍ ମୁଆଟେ ଦରମ୍ ଲକ୍ ଅଇନାପାରେ । ନିୟମେଅନି ସେ ଲକ୍ ଅବ୍କା ପାପର୍ ବଜ୍ସେ ପାଇସି ।
ପାପ୍ କାମର୍ ବୁତି ଅଇଲାନି ମରନ୍, ମାତର୍ ପରମେସର୍ ଜାଚାଇକରି ଦାନ୍ ଦେଇଆଚେ । ସେଟା ଆମର୍ ମାପ୍ରୁ ଜିସୁ କିରିସ୍ଟର୍ ସଙ୍ଗ୍ ମିସିକରି ମିଲାଇରଇବା ନ ସାର୍ବା ଜିବନ୍ ।
କାଇକେ ବଇଲେ ଆମେ ସବୁଲକ୍ ଅସୁଚି ଲକ୍ପାରା ଅଇଆଚୁ ଆରି ଆମର୍ ଦରମ୍ କାମ୍ସବୁ ଅସୁଚି ବସ୍ତର୍ ପାରା ଅଇଆଚେ ଆରି ଆମେ ସବୁଲକ୍ ପତର୍ ପାରା ଜିରି ଗାଲୁନି; ଆରି, ଆମର୍ ପାପ୍ ସବୁ ପବନ୍ ପାରା ଆମ୍କେ ଉଡାଇ ନେଇସି ।
ଜେ ପାପ୍ କର୍ସି, ସେ ପର୍ମେସରର୍ ନିୟମ୍ ବିରୁଦେ ଗାଲାନି । କାଇକେବଇଲେ ନିୟମ୍ ନ ମାନ୍ବାଟା ଆକା ପାପ୍ ।
Liberdade da condenação
Não há condenação para os que estão em Cristo Jesus. Ele nos libertou da lei do pecado e da morte para vivermos em novidade de vida.
ତେବେ ଆମେ ଜେତ୍କି ଲକ୍ ଜିସୁ କିରିସ୍ଟର୍ ସଙ୍ଗ୍ ମିସିକରି ଆଚୁ, ଆମର୍ପାଇଁ ଆରି ପର୍ମେସରର୍ ଡଣ୍ଡ୍ ନାଇ । ଜିସୁ କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ପାଇ ସୁକଲ୍ଆତ୍ମା ଆମ୍କେ ନୁଆ ଜିବନ୍ ଦେଲାଆଚେ । ତେଇଅନି, ପାପ୍ କଲେ ମର୍ବା ନିୟମେଅନି, ଆମ୍କେ ମୁକ୍ଲାଇ ଆଚେ ।
ତମର୍ ନସିଜିବା ଗାଗଡ୍ ଉପ୍ରେ ଆରି ପାପ୍ ଅଦିକାର୍ ନ କର, ସେଟାର୍ପାଇଁ ଆମର୍ ଏ ଗାଗଡ୍ ମନ୍କର୍ବା କାରାପ୍ ବିସଇ ମାନିକରି ରୁଆନାଇ । କାରାପ୍ କାମର୍ ଲାଗି ଆମର୍ ଗାଗଡର୍ କଣ୍ଡେକ୍ ବାଗ୍ ମିସା ପାପ୍ କର୍ବାକେ ଦିଆସ୍ନାଇ । ମାତର୍ ଦରମ୍ କାମ୍ କର୍ବାପାଇ ତମର୍ ଗୁଲାଇ ଗାଗଡ୍ ତାକେ ସର୍ପି ଦିଆସ୍ । ପର୍ମେସର୍ ତମ୍କେ ମରନେଅନି ଜିବନ୍ କରି ଆନ୍ଲାଆଚେ । କାଇକେ ବଇଲେ ପାପ୍ ତମର୍ ଉପ୍ରେ ସାସନ୍ ନ କର । ତମେ ଆରି ନିୟମର୍ ତଲେ ନାଇ । ମାତର୍ ପରମେସରର୍ ଜିବନ୍ଦୁକାନି ଅନି କାଇଟା ନ ଅଇତେ ଆଚାସ୍ ।
ସେନ୍ତିଆଲେ ଆମେ ନିୟମର୍ ତଲେ ନ ରଇ, ପରମେସରର୍ ଜିବନ୍ଦୁକାନି ପାଇଲୁ ଆଚୁ ବଲି ପାପ୍ କର୍ତେ ରଉଁ କି ? ନାଇ, କେବେ ମିସା ନଏଁ । ଏଲେ ମିସା ତମେ ଜାନିଆଚାସ୍, ଜଦି ତମେ କାକେ ତର୍ ତଲେ ଆକା ମୁଇ ବଲି କଇକରି ତାର୍ ପୁରାପୁରୁନ୍ କାତାମାନ୍ସା ବଇଲେ, ତମେ ତାର୍ ଗେନ୍ଲା ଗତିଦାଙ୍ଗ୍ଡା । ଜଦି ପାପର୍ ଗତିଦାଙ୍ଗ୍ଡା ଅଇସା, ଏଟାର୍ ଦସା ଅଇସି ମରନ୍, ଜଦି ଦରମର୍ ବାଟେ ଇଣ୍ଡ୍ସା, ବଇଲେ ନ ସାର୍ବା ଜିବନ୍ ପାଇସା । ମୁଇ ପରମେସର୍କେ ଦନିଅବାଦ୍ କଲିନି, ତମେ ଗଟେକ୍ ବେଲାଇ ପାପର୍ ଗତିଦାଙ୍ଗ୍ଡା ଅଇରଇଲାସ୍ ମିସା, ଏବେ ଜନ୍ ସିକିଆ ଟାନେ ପାଇରଇବା ସତ୍, ପୁରାପୁରୁନ୍ ମନ୍ଦେଇକରି ନାମ୍ଲାସ୍ନି । ଏବେ ତମେ ପାପେଅନି ମୁକ୍ଲିକରି ଦରମର୍ ଗତିଦାଙ୍ଗ୍ଡା ଅଇଆଚାସ୍ ।
ସେନ୍ତିଆଲେ ଆମେ ନିୟମର୍ ତଲେ ନ ରଇ, ପରମେସରର୍ ଜିବନ୍ଦୁକାନି ପାଇଲୁ ଆଚୁ ବଲି ପାପ୍ କର୍ତେ ରଉଁ କି ? ନାଇ, କେବେ ମିସା ନଏଁ ।
ଆମେ ଜାନୁ ଜେ, ନିୟମ୍ ଆତ୍ମାଇ ଆଇସି, ମାତର୍ ମୁଇ ମର୍ ଗାଗଡ୍ ମନ୍ କଲାଟାକେ ମାନ୍ଲାର୍ପାଇ ପାପର୍ ଗତିଦାଙ୍ଗ୍ଡା ଅଇଲିଆଚି । ମୁଇ ଜନ୍ଟା କଲିନି, ସେଟା ବୁଜି ନାଇ, ମାତର୍ ଜନ୍ ନିକ କାମ୍ କର୍ବାକେ ମନ୍ କଲିନି ସେଟାସେ କରିନାପାର୍ଲିନି । ଆରି ଜନ୍ କାରାପ୍ କାମ୍ କର୍ବାକେ ମୁଇ ମୁଲ୍କେ ମନ୍ କରି ନାଇ, ସେଟାସେ କଲିନି । ମାତର୍ ମୁଇ ମନ୍ ନ କରି ରଇବା କାମ୍ କର୍ବାର୍ ଲାଗି, ନିୟମ୍ ଟିକ୍ ଆଚେ ବଲି ମାନ୍ଲିନି । ସେଟାର୍ ପାଇ ଏ ସବୁ ଜାକ କାମ୍ ମୁଇ କରି ନାଇ । ମର୍ ବିତ୍ରେ ରଇବା ପାପ୍ସେ ସେଟା କଲାନି ।
ଜିସୁ କଇଲା, "ମୁଇ ତମ୍କେ ସତ୍ କାତା କଇଲିନି, ଜେ ପାପ୍ କର୍ସି, ସେ ପାପର୍ ଗତିଦାଙ୍ଗ୍ଡା ।
Confissão e perdão
Se confessarmos os nossos pecados, Deus é fiel e justo para nos perdoar e purificar de toda injustiça. A confissão liberta a alma.
ଆମେ କେବେମିସା ପାପ୍ କରୁନାଇ ବଲି କଇଲେ, ଆମେ ନିଜେସେ ନାଡାଇଅଇଲୁନି । ଆରି ସତ୍ ବିସଇ ଆମେ ନାଜାନ୍ଲୁନି । ଜଦି ଆମେ ବୁଲ୍ କରିଆଚୁ ବଲି ପର୍ମେସର୍କେ ନ ଲୁଚାଇତେ କଇଲେ, ସେ ଆମର୍ ସବୁ ପାପ୍ କେମା କର୍ସି । ଆରି ସବୁ କାରାପ୍ କାମେଅନି ଆମ୍କେ ସୁକଲ୍ କର୍ସି ।
ଜଦି ଆମେ ବୁଲ୍ କରିଆଚୁ ବଲି ପର୍ମେସର୍କେ ନ ଲୁଚାଇତେ କଇଲେ, ସେ ଆମର୍ ସବୁ ପାପ୍ କେମା କର୍ସି । ଆରି ସବୁ କାରାପ୍ କାମେଅନି ଆମ୍କେ ସୁକଲ୍ କର୍ସି ।
ତେବର୍ପାଇ ଆମେ ପର୍ମେସରର୍ ସଙ୍ଗ୍ ମିସିବିଡି ଆଚୁ ବଲି କଇକରି କାରାପ୍ କାମ୍ କରି ଆନ୍ଦାରେସେ ରଇବୁ ବଇଲେ, ଆମେ କଇବାଟା ମିଚ୍ । ଆରି ସତ୍ ବିସଇ ଆମେ ଚାଡିଦେଇଆଚୁ ବଲି ଆମର୍ ଚଲାଚଲ୍ତିଟାନେ ଜାନାପଡ୍ଲାନି ।
ଜେ ନିଜର୍ ପାପ୍କେ ମନ୍ବିତ୍ରେ ଲୁଚାଇସି, ସେ କେମା ନ ପାଏ; ମାତର୍ ଜନ ଲକ୍ ମାନିକରି ଚାଡ୍ସି, ସେ ଦୟା ପାଇସି ।
Vencendo o pecado
Cristo nos resgatou e nos restaurou. Devemos mortificar as obras da carne, fugir do pecado e prosseguir em santidade.
ଆମେ ପାପ୍ କଲାର୍ପାଇ ପାଇବା ଡଣ୍ଡ୍ କୁରୁସ୍କାଟେ ମରିକରି କିରିସ୍ଟ ନିଜେ ବଇନେଲା । ପାପ୍ କର୍ବାଟା ଚାଡିକରି ଦରମ୍ ଚଲାଚଲ୍ତି କର୍ବାକେ ସେ ଏନ୍ତାରି କଲା । ତାର୍ ଗାଗ୍ଡେ ମାରି ରଇବା ଗାଉର୍ ଲାଗି ଆମେ ନିକ ଅଇଆଚୁ ।
ତାର୍ଟାନେଅନି ଗଟେକ୍ ପିଲା ଜନମ୍ ଅଇସି, ତମେ ତାକେ ଜିସୁ ବଲି ନାଉଁ ଦିଆସ୍, କାଇକେବଇଲେ ସେ ତାର୍ ଲକ୍ମନ୍କେ ସେମନର୍ ପାପେଅନି ଉଦାର୍ କର୍ସି ।
କିରିସ୍ଟକେ କାଇ ପାପ୍ ନ ରଇଲା । ମାତର୍ ଆମର୍ ପାପର୍ ପାଇ ଆକା ସେ ଡଣ୍ଡ୍ ପାଅ ବଲି ପର୍ମେସର୍ ଟିକ୍ କଲା । କିରିସ୍ଟ ସଙ୍ଗ୍ ମିସ୍ଲାର୍ପାଇ ଏବେ ପର୍ମେସର୍ ଆମ୍କେ ଦରମ୍ ଲକ୍ ଇସାବେ ଦେକ୍ଲାନି ।
ସେନ୍ତାରିସେ କିରିସ୍ଟ ମିସା ସବୁ ଲକର୍ ପାପ୍ ନିଜେ ନେବାକେ ବଲି ଇସାବେ ତରେକ୍ ସେ ସର୍ପାଇ ଅଇଲା । ସେ ଆରି ତରେକ୍ ଆଇଲାବେଲେ, ଆମର୍ ପାପର୍ପାଇ ସେ ନ ଆସେ । ମାତର୍ ତାକେ ଜାଗି ରଇଲା ଲକ୍ମନ୍କେ ଉଦାର୍ କର୍ବାକେ ଆଇସି ।
ମାତର୍ ପାପ୍କରି ଲାଗିରଇବା ଲକ୍ମନ୍ ସଇତାନର୍ । କାଇକେବଇଲେ କାଇଟା ତିଆର୍ ନଅଇବା ଆଗ୍ତୁ ସଇତାନ୍ ପାପ୍ କରିଆଇଲାନି । ସଇତାନ୍ କରିରଇବା କାମ୍ କୁରୁପ୍ନାସ୍ କର୍ବାକେ ପର୍ମେସରର୍ ପଅ ଏ ଜଗତେ ଆଇଲା ।
ଆମେ ଜାନିଆଚୁ, ଜେ ପର୍ମେସରର୍ ପିଲା ଅଇଗାଲା ଆଚେ, ସେ ପାପ୍କାମ୍ କରିଲାଗି ନ ରଏ । କାଇକେବଇଲେ ପର୍ମେସରର୍ ପଅ ତାକେ ଦେକାରକା କର୍ସି । ଆରି ସଇତାନ୍ ଜେ କି ସବୁ ରକାମ୍ କାରାପ୍ କାମ୍ କୁରାଇସି, ତାକେ କାଇଟା କରିନଏଁ ।
ତମର୍ ପାପର୍ ଗୁନ୍ଚଲନ୍ ଇସାବେ ଜେତ୍କି ସବୁ ପାପ୍ କାମ୍ କର୍ତେରଇଲାସ୍, ସେଟାମନ୍ ଆରି କରାନାଇ । ଜେନ୍ତାରି କି ବେସିଆ କାମ୍, ସୁକଲ୍ ନ ରଇବା ଚଲାଚଲ୍ତି, ଗାଗଡର୍ ଲାଲ୍ସାଅଇବାଟା, କାରାପ୍ ବିସଇ ମନ୍ କର୍ବାଟା, ଆରି ଲବ୍ ଅଇବାଟା, ଏ ସବୁ ବିସଇ ପୁତ୍ଲାମନ୍କେ ଜୁଆର୍ କର୍ବାଟା ସଙ୍ଗ୍ ସମାନ୍ ।
ମାତର୍ ତମର୍ ବିତ୍ରେ ବେସିଆ ଇସାବେ ରଇବା ଚଲାଚଲ୍ତି, କି କାଇ ରକାମର୍ ସୁକଲ୍ ନ ଅଇବାଟା କି ଲବ୍ ଅଇବାଟା ଆଚେ, ବଲି ବିନ୍ ଲକ୍ମନ୍ ନ କଅତ୍ । କାଇକେବଇଲେ ଏଟା ସବୁ ପର୍ମେସରର୍ ସୁକଲ୍ ଲକ୍ମନ୍ କର୍ବା ଟିକ୍ ବିସଇ ନଏ ।
ଆନ୍ଦାରେ ରଇବା ଲକ୍ମନ୍ କର୍ବା କାଇ ମୁଲିଅ ନ ରଇବା କାମେ ମିସାନାଇ । ସେଟାମନ୍କେ କାଇ ମୁଲିଅ ନାଇ । ତାର୍ ବାଦୁଲେ ସେନ୍ତାରି କାରାପ୍ ଅଇବା କାମ୍ ନ ଲୁଚାଇ ଦେକାଇଦିଆସ୍ । ସେନ୍ତାରି ଲୁଚ୍ତେ କର୍ବା କାମର୍ ବିସଇ କାତା ଅଇବାକେ ମିସା ଲାଜ୍ ଲାଗ୍ସି ।
ଜେଡେବେଲେ ରିସା ଆଇଲେ, ସେଡେବେଲେ ପାପ୍କରା ନାଇ । ବେଲ୍ ନ ବୁଡ୍ତେ ତମର୍ ରିସା ଚାଡି ଦିଆସ୍ ।
Responsabilidade e restauração
O pecado tem consequências, mas Deus restaura o arrependido. Devemos corrigir uns aos outros com mansidão e cobrir o pecado com amor.
ଏ ବାଇବଇନିମନ୍ ଜଦି ତମର୍ ବିତ୍ରେ କେ କାରାପ୍ କାମ୍ କଲା ବେଲେ ଦାରାପଡ୍ଲେ, ତମର୍ଟାନେ ଜେ ସୁକଲ୍ ଆତ୍ମାଇଅନି ଚାଲ୍ନା ପାଇଲାନି, ସେ ତାକେ ଟିକ୍ ବାଟେ ଆନ୍ବାର୍ ଆଚେ । ମାତର୍ ସେ ଏ କାମ୍ ସାର୍ଦା ଆରି ସଲଦ୍ସଙ୍ଗ୍ କର୍ବାର୍ ଆଚେ । ଆରି ଜାଗ୍ରତ୍, ଜେନ୍ତିକି ସେ ନିଜେ ସେନ୍ତାର୍ କାମ୍ କର୍ବାକେ ମନ୍ କର୍ବାର୍ ନାଇ ।
ଏ ବାଇବଇନିମନ୍ ଜଦି ତମର୍ ବିତ୍ରେ କେ କାରାପ୍ କାମ୍ କଲା ବେଲେ ଦାରାପଡ୍ଲେ, ତମର୍ଟାନେ ଜେ ସୁକଲ୍ ଆତ୍ମାଇଅନି ଚାଲ୍ନା ପାଇଲାନି, ସେ ତାକେ ଟିକ୍ ବାଟେ ଆନ୍ବାର୍ ଆଚେ । ମାତର୍ ସେ ଏ କାମ୍ ସାର୍ଦା ଆରି ସଲଦ୍ସଙ୍ଗ୍ କର୍ବାର୍ ଆଚେ । ଆରି ଜାଗ୍ରତ୍, ଜେନ୍ତିକି ସେ ନିଜେ ସେନ୍ତାର୍ କାମ୍ କର୍ବାକେ ମନ୍ କର୍ବାର୍ ନାଇ । ତମର୍ ତମର୍ ବିତ୍ରେ, ଜିବନେ ଆଇବା ବଜ୍ ବିସଇ ବଇବାକେ ସାଇଜ କରାକରି ଉଆ । ଏନ୍ତାରି କଲେ ତମେ କିରିସ୍ଟର୍ ଆଦେସ୍ ମାନ୍ସା ।
"ଜଦି ତମର୍ ବାଇ ତମର୍ ବିରୁଦେ ପାପ୍ କର୍ସି, ତାର୍ ଲଗେ ଜାଇ ତାର୍ ପାପ୍ ତାକେ ଦେକାଇ ଦିଆସ୍ । ମାତର୍ ତମେ ଦୁଇ ଲକ୍ ରଇଲା ବେଲେ ଏଟା ଲୁଚ୍ତେ କରା । ଜଦି ସେ ତମର୍ କାତା ସୁନ୍ସି, ତମର୍ ବାଇକେ ତମେ ଆରି ତରେକ୍ ପାଇସା ।
"ଜଦି ତମର୍ ବାଇ ତମର୍ ବିରୁଦେ ପାପ୍ କର୍ସି, ତାର୍ ଲଗେ ଜାଇ ତାର୍ ପାପ୍ ତାକେ ଦେକାଇ ଦିଆସ୍ । ମାତର୍ ତମେ ଦୁଇ ଲକ୍ ରଇଲା ବେଲେ ଏଟା ଲୁଚ୍ତେ କରା । ଜଦି ସେ ତମର୍ କାତା ସୁନ୍ସି, ତମର୍ ବାଇକେ ତମେ ଆରି ତରେକ୍ ପାଇସା ।
"ମର୍ତେଇ ବିସ୍ବାସ୍ କର୍ତେ ରଇବା ଏ ସାନ୍ ପିଲାମନର୍ ବିତ୍ରେଅନି ଗଟେକ୍ ଲକ୍ କେ ଆଲେ ବିସ୍ବାସେ ବାଦା ଗଟାଇସି ବଇଲେ, ତାର୍ ଗାଲାଇ ଜତା ପାକ୍ନା ବାନ୍ଦିକରି ତାକେ ସମ୍ଦୁରେ ବୁଡାଇଦେବାଟା ନିକ ଅଇସି ।
ତମର୍ ଆଁକିତେଇ ବଡ୍ କାଚ୍ରା ରଇଲେ ମିସା, କାଇକେ ତମର୍ ବାଇର୍ ଆଁକିଟାନେ ରଇବା କାଚ୍ରା, ନିକସଙ୍ଗ୍ ଦେକ୍ଲାସ୍ନି ?
"ତମର୍ ବିରଦେ ଦସ୍ କରିରଇବା ବିନ୍ ଲକ୍ମନ୍କେ ଜଦି ତମେ କେମା କର୍ସା, ତମର୍ ସରଗର୍ ବାବା ପର୍ମେସର୍ ମିସା ତମ୍କେ କେମା କର୍ସି ।
ଗଟେକ୍ ଦରମ୍ ଲକ୍ ପାର୍ତନା କଲାଟା ବେସି ବପୁ ରଇସି ଆରି ସେ ପାର୍ତନାର୍ ଉତର୍ ଦେକିଅଇସି ।
ଏତାଇ ରୁଆ । ଜେ ଜଦି ଏଟା ନିକ କାମ୍ ବଲି ଜାନେ, ମାତର୍ ସେଟା ନ କରେ ବଇଲେ, ପର୍ମେସର୍ ଦେକ୍ବା ଇସାବେ ସେ ଦସ୍ କଲାଆଚେ ।
ପର୍ମେସରର୍ ଲଗେ ଆସା, ତେବେ ସେ ମିସା ତମର୍ ଲଗେ ଲଗେ ରଇସି । ଏ ପାପିମନ୍, କାରାପ୍ କାମ୍କର୍ବାଟା ଚାଡିଦିଆସ୍ । ଆରି ଏ ଦୁଇବାଟେ ମନ୍କରୁମନ୍ ତମର୍ ମନ୍ ନିର୍ମଲ୍ କରା ।
ଏ ବିସ୍ବାସେ ବିସ୍ଦେବା ଲକ୍ମନ୍, ତମେ କାଇ ନାଜାନାସ୍ କି ଜଗତ୍କେ ଆଲାଦ୍ କରୁମନ୍ ପର୍ମେସରର୍ ସତ୍ରୁ ବଲିକରି ? ଜନ୍ଲକ୍ ଏ ଜଗତର୍ ଚଲାଚଲ୍ତି ଆଲାଦ୍ କର୍ବାଇ ସେମନ୍ ପର୍ମେସରର୍ ବିରଦି ।
ଗଟେକ୍ ଟଣ୍ଡେଅନିସେ ଦନିଅବାଦ୍ ଦେବାଟା ଆରି ସାଇପ୍ ଦେବାଟା ବାରଇସି । ମର୍ ବାଇବଇନିମନ୍, ଏନ୍ତାରି ଅଇବାଟା ଟିକ୍ ନଏଁ ।
ସବୁର୍ଟାନେଅନି ମୁକିଅ ବିସଇ ଅଇଲାନି ତମର୍ ତମର୍ ବିତ୍ରେ ଆଲାଦ୍ କରାକରି ଅଇବାଟା । କାଇକେବଇଲେ, ସେନ୍ତାରି ଆଲାଦ୍ କଲେ, ତମର୍ ତମର୍ ପାପ୍ ବିସଇ ଚିନ୍ତା ନ କରି ମୁର୍ଚିକରି କେମା ଦିଆଦିଇ ଅଇସା ।
Fuga do pecado
Bem-aventurado o que não anda no conselho dos ímpios. O caminho do justo é guardado pelo Senhor, e sua Palavra nos protege da queda.
ଦରମ୍ ଲକ୍ ନ ଡର୍ତେ ଇଣ୍ଡ୍ସି, ମାତର୍ ଉପ୍ରି କାତା କଇବା ଲକ୍ ଦାରା ପଡ୍ସି ।
ନିକ ଲକ୍ ନିଜର୍ ମନ୍ ବିତ୍ରର୍ ଗରବ୍ବିତ୍ରେ ଅନି ନିକଟା ବାର୍କରାଇସି । ଆରି କାରାପ୍ ଲକ୍ମନ୍ ନିଜର୍ ମନ୍ ବିତ୍ରର୍ ଗରବ୍ଟାନେ ଅନି କାରାପ୍ଟା ବାର୍କରାଇବାଇ । କାଇକେବଇଲେ, ମନ୍ବିତ୍ରେ ଚିନ୍ତା କର୍ବାଟା, ଟଣ୍ଡ୍ କାତା କଇସି ।"
ମନେରଅ ଜନ୍ ଲକ୍ମନ୍ ପାପେରଇକରି ବଁଚ୍ବାଇ ସେମନ୍ ପର୍ମେସରର୍ ରାଇଜେ ଜାଇ ନାପାରତ୍ । ନିଜେ ନାଡାଇ ଉଆନାଇ । ଜନ୍ ଲକ୍ମନ୍ ନିୟମ୍ ବିରୁଦେ ଚଲାଚଲ୍ତି କଲାଇନି କି ମୁର୍ତି ପୁଜା କଲାଇନି କି ବେବିଚାର୍ କାମ୍ କଲାଇନି କି ମନସ୍ ମନସ୍ ବିତ୍ରେ ଆରି ମାଇଜି ମାଇଜି ବିତ୍ରେ ଅଇବା କାରାପ୍ କାମ୍ କଲାଇନି, ବେସିଆ କାମ୍ କଲାଇନି, ଚର୍ନା ଅଇଲାନି, କି ଦନ୍ ଲବ୍ରା ଅଇଲାନି, ମାତୁଆଲ୍ କି ନିନ୍ଦା କର୍ବାଲକ୍ ଅଇଲାନି କି ଅଲ୍ଗା ଲକର୍ ଜିନିସ୍ ଚରାଇବା ଲକ୍ ଅଇଲାନି, ଏମନ୍ ପର୍ମେସରର୍ ରାଇଜେ ଜାଇ ନାପାରତ୍ ।
ପିଲାତ୍ ଆରି ତରେକ୍ ଡାଣ୍ଡେ ବାରଇକରି ରୁଣ୍ଡିରଇଲା ଲକ୍ମନ୍କେ କଇଲା, "ଦେକା, ଏବେ ମୁଇ ତାକେ ଦସି କର୍ବାକେ କାଇ ବୁଲ୍କଲାଟା ମିଲେନାଇ । ଏଟାର୍ପାଇ ତମର୍ ଲଗେ ଆନ୍ବି । ଜେନ୍ତିକି ତମେ ଜାନ୍ବାର୍ ଆଚେ ।" ସେବେଲା ଜିସୁ କାଟାର୍ ମୁକୁଟ୍ ଆରି ଜାମ୍କଲି ରଙ୍ଗର୍ ପଚିଆ ପିନ୍ଦି ଡାଣ୍ଡେ ଆଇଲା । ପିଲାତ୍ ସେମନ୍କେ କଇଲା, "ଏଦେ ଦେକା ! ଏଦେ ସେ ଲକ୍ !"
ତାକେ ଦେକ୍ଲା ଦାପ୍ରେ ମୁକିଅ ପୁଜାରିମନ୍ ଆରି ମନ୍ଦିର୍ ଜାଗୁଆଲ୍ମନ୍ ଆଉଲିଅଇକରି କଇଲାଇ, "ତାକେ କୁରୁସେ ଚଗାଆ ! ତାକେ କୁର୍ସେ ଚଗାଆ !" ବଲି । ପିଲାତ୍ କଇଲା, "ତମେ ତାକେ ନେଇକରି କୁର୍ସେ ଚଗାଆ, କାଇକେ ବଇଲେ, ମୁଇ ତାର୍ଟାନେ କାଇ ବୁଲ୍ ମିସା ଦେକିନାଇ ।"
" ଜଦି ତମେ ଲକ୍ମନର୍ ପାପ୍ କେମା କର୍ସା ବଇଲେ, ପର୍ମେସର୍ ମିସା ସେମନର୍ ପାପ୍ କେମା ଦେଲା ଆଚେ । ଜଦି ତମେ ଲକ୍ମନର୍ ପାପ୍ କେମା ନ କରାସ୍ ବଇଲେ ପର୍ମେସର୍ ମିସା ସେମନର୍ ପାପ୍ କେମା ନ କରେ ।" ବଲି କଇଲା ।
ସତ୍ କାମ୍କଲେ କାଇ, ମୁଁକେ, ଉପ୍ରେ ଟେକିକରି ନ ବୁଲ୍ତୁସ୍ କି? ସତ୍କାମ୍ ନ କଲେ, ପାପ୍ ଦୁଆରେ ଲୁଚି ରଇସି, ସେ ତକେ ସାସନ୍ କଲାନି , ମାତର୍ ତମେ ତାର୍ ଉପ୍ରେ ସାସନ୍ କର୍ବା କାତା।