Reino dos céus
O Reino dos Céus é comparado por Jesus a tesouros, sementes e redes. Através de parábolas, Ele revelou os mistérios de um Reino que já está entre nós, mas que se consumará na eternidade.
O valor incomparável do Reino
O Reino dos Céus é como um tesouro escondido ou uma pérola de grande valor. Quem o encontra, vende tudo para possuí-lo.
ତପିଅଇଲା ଦନର୍ ଉଦାଅରଣ୍
"ଦିନେକ୍ ଗଟେକ୍ ଲକ୍ ଜମିଟାନେ କୁନି ନେଉନେଉ ତପିଅଇରଇଲା ଦନ୍ ମିଲାଇଲା । ସେଟା ସେ ଗୁଡାଇପାକାଇଲା ଆରି ସାର୍ଦା ସଙ୍ଗ୍ ନିଜର୍ ସବୁ ଦନ୍ ବିକି ଦେଇ, ସେ ଜମି ଗେନ୍ଲା । ସରଗ୍ ରାଇଜ୍ ମିସା ଏନ୍ତାରି ତପିଅଇରଇବା ଦନ୍ ପାରା ।"
ମୁକ୍ତାର୍ ଉଦାଅରଣ୍
ଆରି ସରଗ୍ ରାଇଜ୍ ଏନ୍ତାରି, ଗଟେକ୍ ସୁନାରି ବେସି ମୁଲିଅର୍ ମୁକ୍ତା କଜି କଜି ରଇଲା । ଗଟେକ୍ ବେସି ମୁଲିଅର୍ ମୁକ୍ତା ରଇଲାଟା ସୁନି, ସେ ତାର୍ ସବୁ ଦନ୍ ସଁପତି ବିକି ସେଟା ଗେନ୍ଲା । ସରଗ୍ ରାଇଜ୍ ମିସା ସେ ମୁକ୍ତା ପାରା ।
ସର୍ସୁ ମୁଞ୍ଜିର୍ ଉଦାଅରଣ୍
ଜିସୁ ଆରି ଗଟେକ୍ ବିସଇ କଇଲା, "ସରଗ୍ ରାଇଜ୍ ଏନ୍ତାରି ଗଟେକ୍ ଲକ୍ ତାର୍ ଜମିଟାନେ ସର୍ସୁ ମୁଞ୍ଜି ତପିଦେଲା । ସେ ମୁଞ୍ଜି ସବୁର୍ଟାନେଅନି ସାନ୍ ଅଇଲେ ମିସା ତେଇଅନି ଜନ୍ ଗଚ୍ ଅଇଲା, ଜମିଟାନେ ରଇଲା ବିନ୍ ଗଚ୍ମନର୍ତେଇଅନି ଅଦିକ୍ ଡେଙ୍ଗ୍ ଅଇ ଜୁଜୁରା ଅଇଲା । ଆରି ସେ ଗଚେ ଚଡଇମନ୍ ବାସା ଅଇଲାଇ ।"
କମିରର୍ ଉଦାଅରଣ୍
ଜିସୁ ଆରି ତରେକ୍ ଏନ୍ତାରି କାତା କଇଲା, "ଗଟେକ୍ ମାଇଜି କଣ୍ଡେକ୍ କମିର୍ ନେଇ ଅଦ୍ବାସ୍ତା ଗୁଣ୍ଡ୍ଟାନେ ମିସାଇଦେଲା । ସମାନ୍ ବେଲାଇ ସବୁଜାକ ଗୁଣ୍ଡ୍ କମିର୍ତେଇ ମିସି ପୁଲ୍ଲା । ସରଗ୍ ରାଇଜ୍ ବଡ୍ବାଟା ମିସା ଏନ୍ତାରିସେ ।"
Parábolas do Reino
Jesus ensinou sobre o Reino mediante parábolas que revelam seu crescimento, seu juízo e a separação final entre justos e injustos.
ଜୁଡ୍ ଗାଁସର୍ କାତା
ଜିସୁ ତାର୍ ସିସ୍ମନ୍କେ ଆରି ଗଟେକ୍ ବିସଇ କାତାନି ଇସାବେ କଇଲା, ସରଗ୍ ରାଇଜ୍ ଏନ୍ତାରି ଗଟେକ୍ ଲକର୍ ପାରା । ସେ ଲକ୍ ତାର୍ ଜମିଟାନେ ନିକ ବିଅନ୍ ବୁନ୍ଲା । ସେ ଦିନେକ୍, ରାତିଆ ସଇଲା ବେଲେ, ତାର୍ ଗଟେକ୍ ବିରଦ୍ ଲକ୍ ଆସି ସେ ଜମିଟାନେ ଗାଁସ୍ ମୁଞ୍ଜି ବୁନି ଦେଇ, ଉଟିଗାଲା । ଜେଡେବେଲେ ଗଚ୍ ବଡି କେଡ୍ ଦାର୍ଲା, ମଜାଇମଜାଇ ଜୁଡ୍ ଗାଁସ୍ ଡିସ୍ଲା । ସେ ଲକର୍ ଦାଙ୍ଗ୍ଡାମନ୍ ଆସି କଇଲାଇ, " ଏ ସାଉକାର୍ ତମେ ଜମିଟାନେ ନିକ ବିଅନ୍ ବୁନିରଇଲାସ୍, ଏତେକ୍ମାଣ୍ଡ୍ ଜୁଡ୍ ଗାଁସ୍ କନ୍ତିଅନି ଆଇଲା ?" ଜମି ସାଉକାର୍ କଇଲା, ମର୍ ବିରଦି ଲକ୍ ଗଟେକ୍ ଏନ୍ତି କଲାଆଚେ । ସେମନ୍ ପାଚାର୍ଲାଇ, "ତେବେ ଆମେ ଜାଇ ସେ ଜୁଡ୍ ଗାଁସ୍ମନ୍କେ ଜିକି ପିଙ୍ଗିଦେବୁ କି ?" ସାଉକାର୍ କଇଲା, "ନାଇ, ଜୁଡ୍ ଗାଁସ୍ ଜିକ୍ବାବେଲେ କେଡେବଲ୍ ଦାନ୍ବୁଟା ମିସା ଜିକିଅଇଜାଇସି । କାଟ୍ବା ଜାକ ଦାନ୍ ଆରି ଜୁଡ୍ ଗାଁସ୍ ମିସ୍ତେ ବଡ । କାଟ୍ବା ଲକ୍ମନ୍କେ କଉଁ ସେମନ୍ ପର୍ତୁମ୍ ଜୁଡ୍ ଗାଁସ୍ କାଟି ବାରା ବାନ୍ଦି ପଡାଇ ଦେଅତ୍ । ତାର୍ ପଚେ ଦାନ୍ କାଟି ମାଣ୍ଡାଇ କଲ୍କିଟାନେ ସଙ୍ଗଉ ।"
ଜିସୁ ଜୁଡ୍ ଗାଁସର୍ ଅରତ୍ ବୁଜାଇଲା
ଜିସୁ ଲକ୍ ଗଅଲି ବିତ୍ରେଅନି ବାରଇ ଆସି ଜେଡେବେଲେ ଗର୍ ବିତ୍ରେ ପୁର୍ଲା, ସେଡ୍କି ବେଲେ ତାର୍ ସିସ୍ମନ୍ ଆସି ପାଚାର୍ଲାଇ, "ଆମ୍କେ ଜୁଡ୍ ଗାଁସର୍ ଅରତ୍ ବୁଜାଇ ଦିଆ ।"
ଜିସୁ କଇଲା, "ଜନ୍ ଲକ୍ ନିକ ବିଅନ୍ ବୁନ୍ଲା, ସେ ନର୍ପିଲା ମୁଇ । ଏ ଦୁନିଆ ଅଇଲାନି ଜମି । ଜେମନ୍ ସରଗ୍ ରାଇଜର୍ ଲକ୍, ସେମନ୍ ନିକ ବିଅନ୍ । ଜୁଡ୍ ଗାଁସ୍ ଅଇଲାନି ସଇତାନର୍ ବାଟେ ଜିବା ଲକ୍ । ଜନ୍ ବିରଦି ଲକ୍ ଜୁଡ୍ ଗାଁସ୍ ମୁଞ୍ଜି ବୁନ୍ଲା, ସେ ସଇତାନ୍ । କାଟାବେଟାର୍ ବେଲା ଅଇଲାନି ଜୁଗ୍ ସାର୍ବା ଦିନ୍ । ତାସ୍ କାଟ୍ବା ଲକ୍ମନ୍ ଅଇଲାଇନି ସରଗର୍ ଦୁତ୍ମନ୍ । ଜୁଡ୍ ଗାଁସ୍ମନ୍ ଜେନ୍ତି ଟୁଲିଆଇକରି ପଡାଇଲାଇ, ଜୁଗର୍ ସାରାସାରି ବେଲେ ସେନ୍ତାରି ଅଇସି । ନର୍ପିଲା ମୁଇ ମର୍ ରାଇଜେଅନି ସବୁ ପାପ୍ କାମ୍ କଲା ଲକ୍ମନ୍କେ ଆରି ଜେଜେମନ୍ ବିନ୍ ଲକ୍ମନ୍କେ ପାପ୍ କର୍ବାକେ ଉସ୍କାଇଲାଇନି, ସେମନ୍କେ ଟୁଲିଆଇବାକେ ସରଗର୍ ଦୁତ୍ମନ୍କେ ପାଟାଇବି । ସେମନ୍ ଏ ସବୁ ଲକ୍ମନ୍କେ ଲାଗି ରଇବା ଜଇଟାନେ ପିଙ୍ଗ୍ବାଇ । ତେଇ ସେମନ୍ କିଲ୍ବିଲ୍ ଅଇ କାନ୍ଦ୍ବାଇ ଆରି ଦାତ୍ କାତ୍ରିଅଇବାଇ । ସେବେଲେ ପର୍ମେସର୍କେ ମାନ୍ବା ଲକ୍ମନ୍ ତାକର୍ ସରଗର୍ ବାବାର୍ ରାଇଜେ ବେଲ୍ପାରା ଜକ୍ମକିଜିବାଇ । ସୁନ୍ଲା ପାରା କାନ୍ ରଇଲେ ସୁନା ।"
ମାଚ୍ ଜାଲର୍ କାତା
ସରଗ୍ ରାଇଜ୍ ଗଟେକ୍ ମାଚ୍ ଦାର୍ବା ଜାଲ୍ ପାରା । କେଉଟ୍ମନ୍ ଗାଡେ ଜାଲ୍ ପାକାଇ ବିନ୍ବିନ୍ ରକାମର୍ ମାଚ୍ ଦାର୍ବାଇ ।
"ଜାଲ୍ ବର୍ତି ଅଇଗାଲେ କଣ୍ଡିତେଇ ଜିକିଆନି ନିକନିକ ମାଚ୍ ବାଚି କରି ମୁର୍ଡିତେଇ ସଙ୍ଗଇବାଇ ଆରି ବେଙ୍ଗ୍ଟିମାଚ୍ ପାରାଟାମନ୍ ପିଙ୍ଗି ଦେବାଇ । ଜୁଗ୍ ସାର୍ବା ବେଲେ ଏନ୍ତାରି ଅଇସି । ସରଗର୍ ଦୁତ୍ମନ୍ ଦରମ୍ ଲକର୍ ଟାନେଅନି ପାପିମନ୍କେ ବେଗ୍ଲାଇବାଇ । ସେମନ୍କେ ଲାଗ୍ବା ଜଇଟାନେ ପିଙ୍ଗିଦେବାଇ । ତେଇ ସେମନ୍ ମାରିଚପିଅଇ କାନ୍ଦି କସ୍ଟେ ମସ୍ଟେ ଦାତ୍ କାତ୍ରିଅଇବାଇ ।"
Quem herda o Reino
Os humildes, os pobres de espírito e as crianças são herdeiros do Reino. Mas é difícil para os ricos entrarem nele.
କେନ୍ତାର୍ ଲକ୍ମନର୍ ନିକ କରମ୍
"ଜନ୍ ଲକ୍ମନ୍ ଆତ୍ମାଇ କାକୁର୍ତି ଅଇଆଚତ୍, ସେମନର୍ କେଡେକ୍ ନିକ କରମ୍,
କାଇକେବଇଲେ ସରଗ୍ ରାଇଜ୍ ତାକର୍ଟା ।"
ଦୁକେ ରଇବା ଲକ୍ମନର୍ କେଡେକ୍ ନିକ କରମ୍,
କାଇକେବଇଲେ ପର୍ମେସର୍ ସେମନର୍ ଦୁକ୍ ସାରାଇସି ।
ସୁଆଲେ ରଇବା ଲକ୍ମନର୍ କେଡେକ୍ ନିକ କରମ୍,
କାଇକେବଇଲେ ସେମନ୍ ପର୍ମେସର୍ ସପତ୍ କରିରଇବା ବିସଇ ମିଲାଇବାଇ ।
ଜନ୍ ଲକ୍ମନ୍ ପର୍ମେସରର୍ ମନ୍ କଲା ଇସାବେ କାମ୍ କର୍ବାକେ ଆସା କର୍ବାଇ, ତାକର୍ କେଡେକ୍ ନିକ କରମ୍,
କାଇକେବଇଲେ ପର୍ମେସର୍ ସେମନ୍କେ ସାର୍ଦା କୁରାଇସି ।
ବିନ୍ ଲକ୍ମନ୍କେ ଦୟା ଦେକାଇବା ଲକ୍ମନର୍ କେଡେକ୍ ନିକ କରମ୍,
କାଇକେବଇଲେ ସେମନ୍କେ ପର୍ମେସର୍ ଦୟା କର୍ସି ।
ମନ୍ ବିତ୍ରେ ନିର୍ମଲ୍ ରଇଲା ଲକ୍ମନର୍ କେଡେକ୍ ନିକ କରମ୍,
କାଇକେବଇଲେ ସେମନ୍କେ ପର୍ମେସରର୍ ଦର୍ସନ୍ ମିଲ୍ସି ।
ସାନ୍ତିର୍ ପାଇ କାମ୍ କର୍ବା ଲକ୍ମନର୍ କେଡେକ୍ ନିକ କରମ୍,
କାଇକେବଇଲେ ସେମନ୍ ପର୍ମେସରର୍ ପିଲାଟକି ବଲି ନାମାଇ ଅଇବାଇ ।
ଜନ୍ ଲକ୍ମନ୍ ପର୍ମେସରର୍ ମନ୍ କଲା ଇସାବେ କାମ୍ କରି ଦୁକ୍ କସ୍ଟ ପାଇବାଇ, ସେମନର୍ କେଡେକ୍ ନିକ କରମ୍,
କାଇକେବଇଲେ ସରଗ୍ ରାଇଜ୍ ତାକର୍ଟା ।
"ମକେ ବିସ୍ବାସ୍ କର୍ବାର୍ ଲାଗି ତମ୍କେ ଲକ୍ମନ୍ ନିନ୍ଦା ଆରି କସ୍ଟ ଦେବାଇ, ଆରି ଚୁଚାଇ ତମର୍ ବିରୁଦେ ମିଚ୍ କାତା କଇବାଇ, ନିଜ୍କେ କେଡେ କରମର୍ ଲକ୍ ବଲି ମନେ କରା । ସାର୍ଦା ଅଇ ସାର୍ଦାଇ ରୁଆ, କାଇକେବଇଲେ ସର୍ଗେ ତମର୍ ପାଇ ବଡ୍ ପୁରୁସ୍କାର୍ ସଙ୍ଗଇଲା ଆଚେ । ମନେରକା ସେନ୍ତାରି ତମର୍ ଆଗ୍ତୁ ରଇଲା ବବିସତ୍ବକ୍ତାମନ୍ ମିସା ଦୁକ୍ପାଇ ରଇଲାଇ ।"
ସରଗ୍ ରାଇଜେ ସବୁର୍ଟାନେଅନି କେ ବଡ୍
ସେ ବେଲେ ସିସ୍ମନ୍ ଜିସୁକେ ପାଚାର୍ଲାଇ, "ସରଗ୍ ରାଇଜେ ସବୁର୍ଟାନେଅନି କେ ବଡ୍ ?" ଜିସୁ ଗଟେକ୍ ସାନ୍ ପିଲାକେ ଡାକି ସେମନର୍ ଲଗେ ଟିଆକରାଇ କଇଲା, "ମୁଇ ତମ୍କେ ସତ୍ କଇଲିନି, ତମର୍ ମନ୍ ବାଦ୍ଲାଇ ସାନ୍ ପିଲାମନର୍ ପାରା ନ ଅଇଲେ ସରଗ୍ ରାଇଜେ କେବେ ପୁରି ନାପାରାସ୍ । ଜେ ନିଜ୍କେ ସୁଆଲ୍ କରି ସାନ୍ ପିଲାପାରା ଅଇସି, ସେ ସରଗ୍ ରାଇଜେ ସବୁର୍ଟାନେଅନି ବଡ୍,
ମାତର୍ ଜିସୁ କଇଲା, "ସାନ୍ ପିଲାମନ୍କେ ମର୍ ଲଗେ ଆଇବାକେ ବାଟ୍ ଦିଆସ୍ । ସେମନ୍କେ ମନା କରା ନାଇ । କାଇକେ ବଇଲେ ଏମନ୍ ଆକା ସରଗ୍ ରାଇଜେ ରଇବା ଲକ୍ ।"
ଜିସୁ ସିସ୍ମନ୍କେ କଇଲା, "ମୁଇ ତମ୍କେ ସତ୍ କଇଲିନି, ସାଉକାର୍ ଲକ୍ମନ୍ ସରଗ୍ ରାଇଜେ ସଲ୍କେ କେଟ୍ବାଟା ବଡେ ଆବଡ୍ । ଆରି ତରେକ୍ କଇଲିନି, ଗଟେକ୍ ବଡ୍ଟା ପସୁ ଜେନ୍ତି ସୁଜି କାଣାବାଟେ ଚିଙ୍ଗ୍ଲି ଜିବାକେ ଆବଡ୍, ସାଉକାର୍ ଲକ୍ ସରଗ୍ ରାଇଜେ କେଟ୍ବାଟା ଅଦିକ୍ ଆବଡ୍ ।" ସିସ୍ମନ୍ ଏ କାତା ସୁନି କାବାଅଇଜାଇ ପାଚାର୍ଲାଇ, "ଏନ୍ତି ବଇଲେ କେ ତେବେ ମୁକ୍ତି ପାଇପାର୍ସି ?"
ଜିସୁ ସେମନର୍ ବାଟେ ଦିରେକରି ଦେକି କଇଲା, "ମୁନୁସ୍ମନର୍ଟାନେ ଏଟା ଅଇନାପାରେ, ମାତର୍ ପର୍ମେସରର୍ ଟାନେ ସବୁଟା ଅଇପାର୍ସି ।"
ଏ ମର୍ ଆଲାଦର୍ ମଇତର୍ମନ୍ ସୁନା, ପର୍ମେସର୍ ଏ ଜଗତର୍ ଅର୍କିତ୍ ଲକ୍ମନ୍କେ ବାଚି ଆଚେ । ସେମନ୍ ତାକେ ବିସ୍ବାସ୍ କର୍ବାଇ ଆରି ତାର୍ ରାଇଜେ କେଟ୍ବାଇ । ତାକେ ଆଲାଦ୍କର୍ବା ସବୁ ଲକ୍କେ ସେ ରାଇଜ୍ ଦେବିବଲି କାତା ଦେଏ ନାଇ କି ?
ମାତର୍ ପର୍ତୁମର୍ ପର୍ମେସରର୍ ସୁକଲ୍ ଲକର୍ ରାଇଜ୍ ପାଇବାଇ ଆରି ସବୁଦିନର୍ ପାଇ, ଜନ୍ଟା କି ସାରାସାରି ଜାକ ରାଇଜ୍ ଅଦିକାର୍ କର୍ବାଇ ।
Buscar o Reino acima de tudo
Jesus ensinou que devemos buscar primeiro o Reino e sua justiça. Nem todo que diz 'Senhor, Senhor' entrará — só quem faz a vontade do Pai.
ମୁଇ ତମ୍କେ ନାଜାନି
ମକେ ମାପ୍ରୁ, ମାପ୍ରୁ ବଲି ଡାକ୍ବା ଲକ୍ମନର୍ତେଇ ଅନି ସବୁ ଲକ୍ ସରଗ୍ ରାଇଜେ କେଟିନାପାରତ୍ । ମାତର୍ ଜନ୍ ଲକ୍ମନ୍ ସରଗର୍ ବାବା ମନ୍ କଲା ଇସାବେ ଚଲାଚଲ୍ତି କର୍ବାଇ, ସେମନ୍ସେ ସରଗ୍ ରାଇଜେ କେଟ୍ବାଇ ।
ତେବର୍ପାଇ ଜେ ମିସା ନିୟମ୍ ତେଇ ରଇବା ସବୁଟାନେଅନି ସାନ୍ ଆଦେସ୍ ନ ମାନେ ଆରି ସେନ୍ତି କର୍ବାକେ ବିନ୍ ଲକ୍ମନ୍କେ ସିକାଇସି, ସେ ସରଗ୍ ରାଇଜେ ସବୁର୍ଟାନେଅନି ସାନ୍ ଲକ୍ ବଲି ଏଜାଇଅଇସି । ମାତର୍ ଜେ ନିୟମର୍ ସବୁ ବିସଇର୍ ସାନ୍ ଆଦେସ୍ ମାନ୍ସି ଆରି ସେଟା ବିନ୍ ଲକ୍ମନ୍କେ ସିକାଇସି, ସେ ସରଗ୍ ରାଇଜେ ବଡ୍ ଲକ୍ ବଲି ଏଜାଇଅଇସି । କାଇକେବଇଲେ ମୁଇ ତମ୍କେ କଇଲିନି, ସାସ୍ତର୍ ସିକାଉମନ୍ ଆରି ପାରୁସିମନର୍ତେଇଅନି ଅଦିକ୍ ବିସ୍ବାସ୍ ରଇ, ପର୍ମେସରର୍ ମନ୍ କଲା ଇସାବେ, କାମ୍ କଲେସେ ସରଗ୍ ରାଇଜେ ଜାଇପାରାସ୍ ।"
ସେଟାର୍ ପାଇ ତମେ ଏନ୍ତାରି ପାର୍ତନା କର୍ବାର୍ ଆଚେ ।
ଏ ଆମର୍ ସରଗର୍ ବାବା,
ତମର୍ ସୁକଲ୍ ନାଉଁ ଡାକ୍ପୁଟା ପାଅ ।
ତମର୍ ସାସନ୍ ଆସ । ସର୍ଗେ ତମର୍ ମନ୍ କଲାଟା ଜେନ୍ତାରି ସିଦ୍ ଅଇଲାନି,
ଏ ରାଇଜେ ମିସା ସେନ୍ତାରି ତମେ ମନ୍ କଲାଟା ସିଦ୍ ଅ ।
ଡୁବନ୍ ଦେଉ ଜଅନର୍ ବିସଇ
ସେବେଲେ ଡୁବନ୍ ଦେଉ ଜଅନ୍ ଜିଉଦା ରାଇଜର୍ ମରୁବାଲି ବୁଏଁ ଆସି ଜାନାଇବାର୍ ଦାର୍ଲା । ସେ ଏନ୍ତି ବଲି କଇତେରଇଲା, "ପାପ୍ଟାନେଅନି ବାଉଡା, କାଇକେବଇଲେ ସରଗ୍ ରାଇଜ୍ ଲଗେ କେଟ୍ଲାନି ।"
ସେ ବେଲାଇ ଅନି ଜିସୁ କଇବାର୍ ଆରାମ୍ କରି ଜାନାଇବାର୍ ଦାର୍ଲା । ପାପ୍ କର୍ବାତେଇଅନି ମନ୍ ବଦ୍ଲାଆ, ସରଗ୍ ରାଇଜ୍ ଲଗେ କେଟ୍ଲା ।
ସେମନର୍ ଲଗେ ଜାଇ ଜାନାଇକରି କୁଆ, ସରଗ୍ ରାଇଜ୍ ଲଗେ ଆଇଲା ଆଚେ !
ଏ କାତା ତମର୍ ମନେ ର, ପୁରୁବ୍ ଆରି ପସ୍ଚିମ୍ ବାଟର୍ ଦେସେଅନି କେତେ କେତେ ଲକ୍ ସରଗ୍ ରାଇଜେ ଆସି ଅବ୍ରାଆମ୍ ଇସାକ୍ ଆରି ଜାକୁବର୍ ସଙ୍ଗ୍ ବଜିତେଇ ଗଟେକ୍ଟାନେ କାଇବାକେ ବସ୍ବାଇ ।
ମୁଇ ତମ୍କେ ସତ୍ କଇଲିନି, ଏ ଦୁନିଆଇ ପୁର୍ବେ ଅନି ଆଜିକେ ଜାକ ଜେତେକ୍ ଲକ୍ ସବୁ ଜନମ୍ ଅଇଲାଇଆଚତ୍, ସବୁ ଲକ୍ମନର୍ ବିତ୍ରେଅନି ଡୁବନ୍ ଦେଉ ଜଅନ୍ ବଡ୍ । ମାତର୍ ସରଗ୍ ରାଇଜେ ଜେ ସବୁର୍ଟାନେଅନି ସାନ୍, ସେ ଜଅନର୍ତେଇ ଅନି ବଡ୍ । ଡୁବନ୍ ଦେଉ ଜଅନ୍ ପର୍ମେସରର୍ ନିକ କାତା ଜାନାଇବାଟା ଆରାମ୍ କଲାବେଲେ ଅନି ଆଜିକେ ଜାକ ସରଗ୍ ରାଇଜ୍ ନେଇକରି ବେସି ଜୁଇଦ୍ ଚାଲ୍ଲାଆଚେ । ଦୟା ମାୟା ନଇଲା ଲକ୍ମନ୍ ତାକର୍ ବପୁସଙ୍ଗ୍ ସରଗ୍ ରାଇଜ୍ ଅଦିକାର୍ କର୍ବାକେ ଚେସ୍ଟା କଲାଇନି ।
A herança eterna
O Reino dos Céus é inabalável e eterno. Deus nos chama a fazer firme a nossa vocação e eleição para entrar nesse Reino.
ସେଟାର୍ପାଇଁ ଆମେ ପର୍ମେସର୍କେ ଦନିଅବାଦ୍ ଦେଉଁ । କାଇକେବଇଲେ ସେ ଆମ୍କେ ସାସନ୍ କଲାନି । ଆରି ତାର୍ ରାଇଜ୍ ନ ଚୁଲ୍ବୁଲେ । ତାକେ ସାର୍ଦା କରାଇବାକେ ଡରିକରି ସନ୍ମାନ୍ ସଙ୍ଗ୍ ଉପାସନା କରୁ । କାଇକେବଇଲେ ଆମର୍ ପର୍ମେସର୍ ସବୁକେ ପଡାଇକରି କୁରୁପ୍ନାସ୍ କର୍ବା ଜଇପାରା ଆଚେ ।
ତେବର୍ପାଇ ଏ ମର୍ ବାଇବଇନିମନ୍, ନିକ ଚଲାଚଲ୍ତି କର୍ବାକେ ଚେସ୍ଟା କରା । ସେନ୍ତାର୍କଲେ ପର୍ମେସର୍ ତମ୍କେ ବାଚିକରି ତାର୍ ଲକ୍ ଅଇବାକେ ଡାକ୍ଲାଆଚେବଲି ସବୁଲକ୍କେ ଡିସ୍ସି । ଏ ସବୁ ବିସଇ କଲେ ତମେ କେବେ ମିସା ତାର୍ତେଇଅନି ବିନ୍ବାଟେ ନ ଜାଆସ୍ । ଆମର୍ ମାପ୍ରୁ ଜିସୁକିରିସ୍ଟର୍ କେବେ ନ ସାର୍ବା ରାଇଜେ ପର୍ମେସର୍ ତମ୍କେ ସାର୍ଦା ସଙ୍ଗ୍ ଡାକିନେଇସି ।
ବିପଦେ ପାକାଇବା ସବୁ ଗଟ୍ନାଇଅନି ମାପ୍ରୁ ଜିସୁ ମକେ ରକିଆ କରି, ସର୍ଗେ ରଇବା ତାର୍ ରାଇଜେ କାଇଟା ନ ଅଇତେ ଡାକିନେଇସି । କାଲ୍ କାଲ୍ ଜୁଗ୍ ଜୁଗ୍ ସେ ଆକା ଡାକ୍ପୁଟା ପାଅ । ଆମେନ୍ !
ସରଗ୍ ରାଇଜେ ଦନ୍
ଏ ଉନା ମେଣ୍ଡାରାସି, ଡରାନାଇ, କାଇକେବଇଲେ ତମର୍ ବାବା ତମ୍କେ ତାର୍ ରାଇଜ୍ ଦେବାକେ ମନ୍କଲାଆଚେ ।
ତମେ ଜାନ୍ବାର୍ ଆଚେ ଜେ, କେନ୍ତାରି ମିସା ବେସିଆ କାମ୍ କର୍ବା ଲକ୍, କି ସୁକଲ୍ ନ ଅଇଲା ଲକ୍, କି ଲବ୍ରା ଲକ୍ ପରମେସରର୍ ଆରି କିରିସ୍ଟର୍ ରାଇଜେ ରଇବା କାଇ ବିସଇ ମିଲାଇବାକେ ଅଦିକାର୍ ପାଇ ନାପାରତ୍ । ଗଟେକ୍ ଲବ୍ରା, ପୁତ୍ଲା ପୁଜା କର୍ବା ଲକର୍ ସଙ୍ଗ୍ ସମାନ୍ ।