Sacrifício
O sacrifício é o coração do evangelho. Jesus entregou tudo por nós na cruz, e somos chamados a oferecer nossas vidas como sacrifício vivo, agradável a Deus.
O sacrifício supremo de Cristo
Jesus deu a própria vida como resgate por muitos. Seu sacrifício na cruz é o ato supremo de amor de toda a história — o Justo morrendo pelos injustos.
କାଇକେ ବଇଲେ ପର୍ମେସର୍ଟାନେଅନି ଆସିରଇବା ନର୍ପିଲା ମୁଇ, ବିନ୍ ଲକ୍ମନର୍ଟାନେଅନି ମକେ ସେବା ମିଲ ବଲି ଆସି ନାଇ, ମାତର୍ ସେବା କର୍ବାକେ ଆସି ଆଚି । ଆରି ମୁଇ ଜିବନ୍ ଦେବାର୍ ଲାଗି, ବେସି ଲକ୍ ଦସି ବଲି ଏଜାଇ ନ ଅଇ, ପାପେଅନି ରକିଆ ପାଇବାଇ ।"
ଜେନ୍ତାରି କି ପର୍ମେସର୍ ପାଟାଇଲା ନର୍ପିଲା ମୁଇ ମିସା ସେବା ମିଲ ବଲି ଆସି ନାଇ, ମାତର୍ ବିନ୍ ଲକ୍ମନର୍ ସେବା କରି ସେମନ୍କେ ମୁକ୍ତି ମିଲ ବଲି ନିଜର୍ ଜିବନ୍ ଦେବାକେ ଆଇଲି ଆଚି ।"
"ସୁନା, ଆମେ ଜିରୁସାଲମେ ଗାଲୁନି । ତେଇ ନର୍ପିଲା ମୁଇ, ମୁକିଅ ପୁଜାରି ଆରି ଦରମ୍ ଗୁରୁମନ୍କେ ସର୍ପି ଅଇବି । ସେମନ୍ ମକେ ମରନ୍ ଡଣ୍ଡ୍ ଦେବାଇ । ତାର୍ପଚେ ସେମନ୍ ମକେ, ଜିଉଦି ନ ଅଇଲା ଲକ୍ମନ୍କେ ସର୍ପି ଦେବାଇ । ଜିଉଦି ନ ଅଇଲା ଲକ୍ମନ୍, ମକେ କିଜାଇବାଇ, କର୍ଡା ସଙ୍ଗ୍ ମାର୍ବାଇ ଆରି କୁର୍ସେ ଚଗାଇବାଇ । ମାତର୍ ତିନ୍ଦିନ୍ ପଚେ ମୁଇ ଆରି ତରେକ୍ ଜିବନ୍ ଅଇ ଉଟ୍ବି ।"
ସେ ପିନ୍ଦି ରଇବାଟା ବେଟି ନେଇକରି ତାକେ ଗଟେକ୍ ଜାମ୍କଲି ରଙ୍ଗର୍ ବସ୍ତର୍ ପିନ୍ଦାଇ ଦେଲାଇ । କାଟାର୍ ମୁକୁଟ୍ ତିଆର୍ କରି ତାର୍ ମୁଣ୍ଡେ ପିନ୍ଦାଇ ଦେଲାଇ ଆରି ତାର୍ ଉଜା ଆତେ ଗଟେକ୍ ଡାଙ୍ଗ୍ ଦାରାଇ ଦେଲାଇ । ତାର୍ ପଚେ, ତାର୍ ମୁଆଟେ ମାଣ୍ଡିକୁଟା ଦେଇ କିଜାଇକରି କଇଲାଇ, "ଏ ଜିଉଦିମନର୍ ରାଜା ! ବେସି ଦିନ୍ ବଁଚି ରଅ ।"
ଆରି ଜିସୁ ଆଉଲିଅଇ କଇଲା, "ଏ ବାବା, ମର୍ ଆତ୍ମା ତକେ ସର୍ପିଦେଲିନି ।" ଏତ୍କି କଉ କଉ ତାର୍ ଜିବନ୍ ଚାଡିଗାଲା ।
ନିଜର୍ ମଇତର୍ମନର୍ ଲାଗି ଜିବନ୍ ଦେବାଟା ଅଇଲାନି ସବୁର୍ଟାନେଅନି ବଡ୍ ଆଲାଦ୍ ।
ଆମ୍କେ କେ ମିସା ଆକାସାକା ନ ରଇଲା ବେଲେ, ପରମେସର୍ ଟିକ୍ କଲା ବେଲାଇ କିରିସ୍ଟ ପାପିମନର୍ ପାଇ ମଲା ।
O cordeiro sem defeito
Cristo nos resgatou com seu sangue precioso, como cordeiro sem defeito. Ele se ofereceu uma vez por todas para tirar os pecados do mundo.
ତମର୍ ଆନିଦାଦିମନର୍ ଟାନେଅନି ଲଡାକେ ନ ଆଇବା ରିତିନିତିଅନି ସେ କାଇ ମୁଲିଅ ଦେଇକରି ତମ୍କେ ମୁକ୍ଲାଇଆଚେ, ସେଟା ତମେ ଜାନିଆଚାସ୍ । ତମ୍କେ ମୁକ୍ଲାଇବାକେ ସେ ନସି ଜିବା ସୁନା କି ରୁପାର୍ ମୁଲିଅ ଦେଏ ନାଇ । ମାତର୍ ବେସି ମୁଲିଅ ରଇବା ଜିସୁକିରିସ୍ଟର୍ ବନି, ଜନ୍ଟା ସେ ତାର୍ ମରନେ ରକଇଦେଲା । କାଇ ଦସ୍ କି କାଇ ଅବାବ୍ ନ ରଇବା ମେଣ୍ଡାପିଲା ପାରା ବଲିଅଇଲା ।
ସେନ୍ତାରିସେ କିରିସ୍ଟ ମିସା ସବୁ ଲକର୍ ପାପ୍ ନିଜେ ନେବାକେ ବଲି ଇସାବେ ତରେକ୍ ସେ ସର୍ପାଇ ଅଇଲା । ସେ ଆରି ତରେକ୍ ଆଇଲାବେଲେ, ଆମର୍ ପାପର୍ପାଇ ସେ ନ ଆସେ । ମାତର୍ ତାକେ ଜାଗି ରଇଲା ଲକ୍ମନ୍କେ ଉଦାର୍ କର୍ବାକେ ଆଇସି ।
ଏଟା ଜଦି ଲକ୍ମନର୍ ଗାଗଡ୍ ଦଇପାର୍ଲା, ସେନ୍ତାର୍ଆଲେ କିରିସ୍ଟର୍ ବନିସଙ୍ଗ୍ ଆରି କେତେକ୍ ଅଦିକ୍ କରିଅଇସି ? ନ ସାର୍ବା ଆତ୍ମାର୍ପାଇ ସେ ନିଜେ ପରମେସରର୍ ସାଇଜ ନେଇ, କାଇ ପାପ୍ଦସ୍ ନ ଅଇତେ ବିରୁ ଇସାବେ ନିଜ୍କେ ପୁରାପୁରୁନ୍ ସର୍ପି ଦେଲାଆଚେ । ତାର୍ ବନିର୍ଲାଗି ବାନିଆ ରିତିନିତି କାମେଅନି ଜିତି କରି ଆମର୍ ବିବେକ୍ ସୁକଲ୍ ଅଇସି । ଆରି ଆମେ ସତଇସେ ଜିବନ୍ ରଇଲା ପରମେସରର୍ ସେବା କର୍ବା ଅଦିକାର୍ ପାଇଆଚୁ ।
ମାତର୍ ଆମେ ସତ୍ କାମ୍ କରି ଉଜଲେ ରଇବୁ ଜେନ୍ତାରି କି ପର୍ମେସର୍ ସବୁବେଲେ ଉଜଲେଆଚେ । ସେନ୍ତାର୍ ଆଲେ ଆମେ ଗଟେକ୍ ଲକ୍ ଆରି ଗଟେକ୍ ଲକର୍ ସଙ୍ଗ୍ ମିସିବିଡି ଆଚୁ । ଆରି ପର୍ମେସରର୍ ପଅ ଜିସୁର୍ ବନି ଆମର୍ ସବୁ ପାପ୍କେ ଦଇଦେଇସି ।
କାଇକେବଇଲେ ଜନ୍ ସିକିଆ ମୁଇ ପାଇରଇଲି, ତେଇଅନି ଏ ବଡ୍ ସିକିଆ ତମ୍କେ ସିକାଇ ରଇଲି । ସାସ୍ତର୍ ଇସାବେ କିରିସ୍ଟ ଆମର୍ ପାପ୍ କେମା ଅଇବାକେ ମରିଗାଲା । ତାକେ ତପିରଇଲାଇଜେ, ସାସ୍ତର୍ ଇସାବେ ତିନ୍ଦିନ୍ ନ ଅଇତେ ତାକେ ପର୍ମେସର୍ ଜିବନ୍ କରି ଉଟାଇଲା ।
ଜେନ୍ତାର୍ କି କିରିସ୍ଟ ଆମ୍କେ ଆଲାଦ୍ କରି ଆମର୍ ପାଇ ମରି ରଇଲା । ଗଟେକ୍ ସୁନ୍ଦର୍ ବାସ୍ନା ଅଇବା ବଲି ପାରା ସେ ତାର୍ ଜିବନ୍ ପର୍ମେସର୍କେ ସର୍ପିଦେଲା ।
ଏ ଜିସୁ କିରିସ୍ଟ ଆମର୍ ଲାଗି ମର୍ବାକେ ନିଜେ ସର୍ପିଅଇଲା । ପାପର୍ ବାନ୍ଦନେଅନି ମୁକ୍ଲାଇବାକେ ଆରି ତାର୍ପାଇ ସୁକଲ୍ ଲକ୍ କରାଇବାକେ ସେ ଏନ୍ତି କଲା । ସେ ଦେକ୍ବା ଇସାବେ, ଦରମ୍ କାମ୍ କର୍ବାକେ ବେସି ମନ୍ କର୍ବା ଲକ୍ ଅଇବାକେ ମିସା ।
Nosso sacrifício em resposta
Movidos pelo amor de Cristo, somos chamados a oferecer nossas vidas, nossos bens e nosso serviço como sacrifício vivo. Deus se agrada da entrega generosa.
କାରାପ୍ କାମର୍ ଲାଗି ଆମର୍ ଗାଗଡର୍ କଣ୍ଡେକ୍ ବାଗ୍ ମିସା ପାପ୍ କର୍ବାକେ ଦିଆସ୍ନାଇ । ମାତର୍ ଦରମ୍ କାମ୍ କର୍ବାପାଇ ତମର୍ ଗୁଲାଇ ଗାଗଡ୍ ତାକେ ସର୍ପି ଦିଆସ୍ । ପର୍ମେସର୍ ତମ୍କେ ମରନେଅନି ଜିବନ୍ କରି ଆନ୍ଲାଆଚେ ।
କାଇକେବଇଲେ, ଜେ ନିଜର୍ ଜିବନ୍ ବଁଚାଇବାକେ ମନ୍ କର୍ସି, ସେ ସେଟା ଆରାଇସି । ମାତର୍ ଜେ ମର୍ପାଇବଲି ଜିବନ୍ ଆରାଇସି, ସେ ସେଟା ରକିଆ କର୍ସି ।
ତମେ ତମର୍ ଦନ୍ ଆରି ସବୁ ପର୍ତୁମ୍ ପଲ୍ଲା ପଲ୍ ସବୁବେଲର୍ ମାପ୍ରୁକେ ଦେଇ ଆଲାଦ୍ କରା ।
ବଲି ସରପ୍ବା ବାଦୁଲେ ନିଆଇ ନିକ ଆରି ନିମାନ୍ ବାବ୍ନାକେ ସବୁବେଲର୍ ମାପ୍ରୁ ବେସି ମନ୍ କର୍ସି ।
ସାସ୍ତରେ ଲେକାଅଇଆଚେ, ମୁଇ ପସୁ ପୁଜ୍ବା ବିରୁଟାନେଅନି, ଲକ୍ମନ୍କେ ଦୟା ଦେକାଇବାଟା ମନ୍ କଲିନି। ଏ କାତାର୍ ଅରତ୍ କାଇଟା ? ଜାଇକରି ବୁଜ୍ବାକେ ଚେସ୍ଟା କରା । ମୁଇ ଦରମ୍ ଲକ୍ମନ୍କେ ଡାକ୍ବାକେ ଆସି ନାଇ, ପାପିମନ୍କେ ଡାକ୍ବାର୍ ଆସିଆଚି ।"
ପରମେସର୍ କେବେମିସା ଆମର୍ ବିରଦି ନଏଁଁ, କାଇକେବଇଲେ ସେ ନିଜର୍ ପଅକେ ମିସା ରକିଆ ନ କରି ଆମର୍ ପାଇ ଦାନ୍ ଦେଇଆଚେ । ସେନ୍ତିଆଲେ ସେ ଆମର୍ ପାଇ କାଇ ସବୁ ବିସଇ ଦାନ୍ ନ ଦେଏ କି ?
ଏ ମର୍ ବାବା ତୁଇ ମନ୍କଲୁସ୍ ବଇଲେ କାଇ କାମ୍ ମିସା କରିପାରୁସ୍ । ସେଟାର୍ପାଇଁ ଏ ଦୁକ୍ କସ୍ଟର୍ ମୁତା ମର୍ଟାନେଅନି ଦାରି ଜା । ମାତର୍ ମର୍ ମନ୍ କଲା ଇସାବେ ନ କରି ତମର୍ ମନ୍ କଲା ଇସାବେ କରା" ବଲି ପାର୍ତନା କଲା ।
ମର୍ ନିଜର୍ ଜିବନ୍, ମର୍ ପାଇ, ମୁଇ ଇନ୍ କଲିନି । ପର୍ମେସରର୍ ଜିବନ୍ ଦୁକାଇଲା ବିସଇ ଆରି ମାପ୍ରୁ ଜିସୁ ଜନ୍ କାତା ଜାନାଇବାକେ ମକେ ଦାଇତ୍ ଦେଲାଆଚେ, ସେଟା ସାରାଇବି ଆରି ସୁବ୍ କବର୍ ଜାନାଇବାଟା ପୁରାପୁରୁନ୍ କର୍ବି । ଏତ୍କି ସେ ମୁଇ ମନ୍ କଲିନି ।