Servir
Servir é o coração do evangelho. Jesus não veio para ser servido, mas para servir. O cristão é chamado a seguir esse exemplo, colocando-se a serviço de Deus e do próximo.
O exemplo de Jesus
Cristo é o modelo supremo de serviço. Ele lavou os pés dos discípulos e deu a própria vida como resgate por muitos.
କାଇକେ ବଇଲେ ପର୍ମେସର୍ଟାନେଅନି ଆସିରଇବା ନର୍ପିଲା ମୁଇ, ବିନ୍ ଲକ୍ମନର୍ଟାନେଅନି ମକେ ସେବା ମିଲ ବଲି ଆସି ନାଇ, ମାତର୍ ସେବା କର୍ବାକେ ଆସି ଆଚି । ଆରି ମୁଇ ଜିବନ୍ ଦେବାର୍ ଲାଗି, ବେସି ଲକ୍ ଦସି ବଲି ଏଜାଇ ନ ଅଇ, ପାପେଅନି ରକିଆ ପାଇବାଇ ।"
ଜେନ୍ତାରି କି ପର୍ମେସର୍ ପାଟାଇଲା ନର୍ପିଲା ମୁଇ ମିସା ସେବା ମିଲ ବଲି ଆସି ନାଇ, ମାତର୍ ବିନ୍ ଲକ୍ମନର୍ ସେବା କରି ସେମନ୍କେ ମୁକ୍ତି ମିଲ ବଲି ନିଜର୍ ଜିବନ୍ ଦେବାକେ ଆଇଲି ଆଚି ।"
ମାତର୍ ତମେ ସେନ୍ତାର୍ ଉଆନାଇ । ତମର୍ ବିତ୍ରେ ଗଟେକ୍ ଲକ୍ ବଡ୍ ଅଇବାକେ ମନ୍ କଲାନି ବଇଲେ, ସେ ସବୁଲକର୍ ସେବା କର୍ବାର୍ ଆଚେ । ତମର୍ ବିତ୍ରେ ଜେ ମୁକିଅ ଅଇବାକେ ମନ୍ କଲାସ୍ନି, ସେ ବିନ୍ ଲକର୍ ଗତିଦାଙ୍ଗ୍ଡା ପାରା ଅଇ ସେମନର୍ ସେବା କର ।
ମୁଇ ତମର୍ ଗୁରୁ ଆରି ମାପ୍ରୁ ଅଇକରି, ତମର୍ ପାଦ୍ ଦଇଦେଲି ଆଚି ବଇଲେ ତମେ ମିସା ତମର୍ ତମର୍ ବିତ୍ରେ ପାଦ୍ ଦଇବାର୍ ଆଚେ ।
ଜିସୁ ବସ୍ଲା ଆରି ତାର୍ ବାର୍ଟା ସିସ୍ମନ୍କେ ତାର୍ଲଗେ ଡାକାଇ ସେମନ୍କେ କଇଲା, "ଜଦି କେ ମୁକିଆ ଅଇବାକେ ମନ୍ କଲେ, ସେ ସବୁର୍ଟାନେଅନି ସାନ୍ ଅଇବାର୍ ଆଚେ, ଆରି ସବୁଲକର୍ ସେବା କର୍ବାର୍ ଆଚେ ।"
Servindo ao Senhor
Servir a Deus é um privilégio e uma ordenança. Devemos amá-lo de todo coração e servi-lo com alegria e fidelidade.
ନିସତ୍ ନଅଇକରି ଲାଗିରୁଆ । ଜିବନ୍ ପରାନ୍ ଦେଇକରି ପର୍ମେସର୍କେ ସେବା କରା ।
ଏଟା ଜଦି ଲକ୍ମନର୍ ଗାଗଡ୍ ଦଇପାର୍ଲା, ସେନ୍ତାର୍ଆଲେ କିରିସ୍ଟର୍ ବନିସଙ୍ଗ୍ ଆରି କେତେକ୍ ଅଦିକ୍ କରିଅଇସି ? ନ ସାର୍ବା ଆତ୍ମାର୍ପାଇ ସେ ନିଜେ ପରମେସରର୍ ସାଇଜ ନେଇ, କାଇ ପାପ୍ଦସ୍ ନ ଅଇତେ ବିରୁ ଇସାବେ ନିଜ୍କେ ପୁରାପୁରୁନ୍ ସର୍ପି ଦେଲାଆଚେ । ତାର୍ ବନିର୍ଲାଗି ବାନିଆ ରିତିନିତି କାମେଅନି ଜିତି କରି ଆମର୍ ବିବେକ୍ ସୁକଲ୍ ଅଇସି । ଆରି ଆମେ ସତଇସେ ଜିବନ୍ ରଇଲା ପରମେସରର୍ ସେବା କର୍ବା ଅଦିକାର୍ ପାଇଆଚୁ ।
Servir ao próximo
A liberdade cristã nos chama a servir uns aos outros pelo amor. Cada dom recebido é para edificação do corpo de Cristo.
ଏ ବାଇବଇନିମନ୍, ନିୟମର୍ ଡଣ୍ଡେଅନି ମୁକ୍ଲାଇ ଅଇବାକେ ପର୍ମେସର୍ ତମ୍କେ ଡାକ୍ଲାଆଚେ । ମାତର୍ ଜାଗ୍ରତ୍, ଏବେ ଆରି ଗାଗଡର୍ ମନ୍ କର୍ବାଟା ସବୁ ପୁରାପୁରୁନ୍ କରିଅଇସି ବଲି କୁଆନାଇ । ମାତର୍ ଆଲାଦେଅନି ଚଲାଚଲ୍ତି ଅଇ ତମର୍ ବିତ୍ରେ ଗଟେକ୍ ଲକ୍ ଆରି ଗଟେକ୍ ଲକର୍ ସେବା କରା ।
ତମେ ମୁକଲ୍ଲା ଲକ୍ମନ୍ ବଲି ତମର୍ ଜିବନର୍ ଚଲାଚଲ୍ତିତେଇ ଦେକାଆ । ମାତର୍ ଆମ୍କେ ମୁକ୍ତି ମିଲ୍ଲାଆଚେ ବଲି କାଇଟା ମିସା କର୍ବୁ ବଲି ନ ବାବିକରି ପର୍ମେସର୍କେ ସେବା କରା ।
ଜନ୍ ଲକ୍ ମର୍ ସେବା କର୍ବାକେ ମନ୍ କଲାନି, ସେ ମର୍ ସଙ୍ଗ୍ ଆସ । ମୁଇ ଜନ୍ ଜାଗାଇ ରଇବି, ମର୍ ସେବା କାମ୍ କର୍ବା ଲକ୍ମନ୍ମିସା ସେ ଜାଗାଇ ରଇବାଇ । ଆରି ସେ ମର୍ ଆରି ମର୍ ବାବା ପର୍ମେସରର୍ ସନ୍ମାନ୍ ପାଇସି ।"
"କେ ମିସା ଗଟେକ୍ ଲକ୍ ଦୁଇଟା ସାଉକାରର୍ ସେବାକରି ନାପାରେ । ସେ ଗଟେକ୍ ଲକ୍କେ ମାନ୍ସି ଆରି ଗଟେକ୍ ଲକ୍କେ ଗିନ୍ କର୍ସି । ନଇଲେ ଗଟେକ୍ ଲକ୍କେ ବିସ୍ବାସ୍ କର୍ସି ଆରି ଗଟେକ୍ ଲକ୍କେ ବିସ୍ବାସ୍ ନ କରେ । ତମେ ଏକାତର୍ ପର୍ମେସର୍କେ ଆରି ଡାବୁକାସୁକେ ସେବାକରି ନାପାରାସ୍ ।"
କାରାପ୍ କାମର୍ ଲାଗି ଆମର୍ ଗାଗଡର୍ କଣ୍ଡେକ୍ ବାଗ୍ ମିସା ପାପ୍ କର୍ବାକେ ଦିଆସ୍ନାଇ । ମାତର୍ ଦରମ୍ କାମ୍ କର୍ବାପାଇ ତମର୍ ଗୁଲାଇ ଗାଗଡ୍ ତାକେ ସର୍ପି ଦିଆସ୍ । ପର୍ମେସର୍ ତମ୍କେ ମରନେଅନି ଜିବନ୍ କରି ଆନ୍ଲାଆଚେ ।
Fidelidade e recompensa
O servo fiel e sábio será recompensado pelo Senhor. A fidelidade no serviço honra a Deus e produz frutos eternos.
ସାଉକାର୍ ସାର୍ଦା ଅଇ ତାକେ କଇଲା, " ଟିକ୍ କରିଆଚୁସ୍, ତୁଇ ମର୍ କେଡେକ୍ ନିକ ଆରି ବିସ୍ବାସ୍ ରଇବା ଚାକର୍ ! ତମେ ବିସ୍ବାସ୍ ସଙ୍ଗ୍ ଉନା ଦନ୍ କାର୍ବାର୍ କରି ରଇଲାର୍ ପାଇ ତମ୍କେ ବେସି ଦନ୍ ଚାଡିଦେବି । ଆଉ ମର୍ ସଙ୍ଗ୍ ସାର୍ଦା କର୍ ।"
ସେଟାର୍ପାଇଁ ଏ ମର୍ ଆଲାଦର୍ ବାଇବଇନିମନ୍, ଡାଁଟ୍ ଅଇକରି ରୁଆ । ମାପ୍ରୁ ଜିସୁକିରିସ୍ଟର୍ ସେବା କାମ୍ ଆବଡ୍ ଅଇକରି କରା । କାଇକେବଇଲେ ତମେ ଜାନାସ୍, ତାର୍ପାଇ ଜନ୍ କାମ୍ ସବୁ କର୍ସା, ସେଟା ସବୁ ଲଡାକେ ଆଇସି ।
ସବୁ ସାସ୍ତର୍ ପର୍ମେସରର୍ ଟାନେଅନି ଆଇଲା ଆଚେ, ଆରି ସେଟା ଲକ୍ମନ୍କେ ସିକାଇବାକେ, ବୁଲ୍ ଅଇଲାଟା ଟିକ୍ କର୍ବାକେ, ଟିକ୍ ବିସଇ କର୍ବାକେ, ଆରି ଲକ୍ମନ୍କେ ସିକାଇବାକେ ଆମ୍କେ ସାଇଜ କର୍ସି । ଜେନ୍ତାରି କି, ପର୍ମେସର୍କେ ସେବା କର୍ବା ଗଟେକ୍ ଲକ୍ ପୁରାପୁରୁନ୍ ତିଆର୍ ଅଇ, ସବୁ ଦରମ୍ କାମ୍ କର୍ବାକେ ବପୁ ପାଇସି ।