Superação
Superar desafios, dificuldades e tentações faz parte da caminhada cristã. A Bíblia nos garante que, em Cristo, somos mais que vencedores em todas as circunstâncias.
Vitória em Cristo
Jesus já venceu o mundo. Nele temos coragem, paz e a certeza de que nenhuma adversidade poderá nos derrotar definitivamente.
ତୁମିମଃନ୍ ଜଃନ୍କଃରି ମର୍ ଲଃଗେ ରଃୟ୍ ସୁସ୍ତା ହାଉଆସ୍, ଇତାର୍ ଗିନେ ମୁୟ୍ ତୁମିମଃନ୍କେ ଇ ସଃବୁ କଃତା କଃଉଁଲେ । ଜଃଗତେ ତୁମାର୍ ଗିନେ ଦୁକ୍ କଃସ୍ଟ ଆଚେ, ମଃତର୍ ସାସ୍ ଦଃରା, ମୁୟ୍ ଜଃଗତ୍କେ ଜିଣି ଆଚି ।"
ତୁମିମଃନ୍ ଜଃନ୍କଃରି ମର୍ ଲଃଗେ ରଃୟ୍ ସୁସ୍ତା ହାଉଆସ୍, ଇତାର୍ ଗିନେ ମୁୟ୍ ତୁମିମଃନ୍କେ ଇ ସଃବୁ କଃତା କଃଉଁଲେ । ଜଃଗତେ ତୁମାର୍ ଗିନେ ଦୁକ୍ କଃସ୍ଟ ଆଚେ, ମଃତର୍ ସାସ୍ ଦଃରା, ମୁୟ୍ ଜଃଗତ୍କେ ଜିଣି ଆଚି ।"
ଅୟିଲେକ୍ ହେଁ ଜେ ଅଃମିମଃନ୍କେ ଲାଡ୍ କଃଲା ତାର୍ ଗିନେ ଅଃମିମଃନ୍ ଇ ସଃବୁ ବିସୟେ ସଃବୁବାଟ୍ୟା ଜିଣି ଆଚୁ ।
ମଃତର୍ ଜୁୟି ଇସ୍ୱର୍ ଅଃମିମଃନାର୍ ମାପୁର୍ ଜିସୁ କ୍ରିସ୍ଟର୍ ଗିନେ ଅଃମିମଃନ୍କେ ଜିତାୟ୍ଲା ଆଚେ, ତାର୍ ଦନ୍ୟବାଦ୍ ଅଃଉଅ ।
ମଃତର୍ ଜୁୟି ଇସ୍ୱର୍ ଅଃମିମଃନାର୍ ମାପୁର୍ ଜିସୁ କ୍ରିସ୍ଟର୍ ଗିନେ ଅଃମିମଃନ୍କେ ଜିତାୟ୍ଲା ଆଚେ, ତାର୍ ଦନ୍ୟବାଦ୍ ଅଃଉଅ ।
ଜେ ଇସ୍ୱରାର୍ ତଃୟ୍ହୁଣି ଜାତ୍ ସେ ଜଃଗତ୍କେ ଜିଣିଆଚେ, ଆର୍ ଜୁୟ୍ରି ଜଃଗତ୍କେ ଜିଣି ଆଚେ, ସେରି ଅଃମାର୍ ବିସ୍ୱାସ୍ ।
ବଃଲେକ୍ ଇସ୍ୱର୍କେ ଲାଡ୍ କଃର୍ତା ଅଃର୍ତ୍ ଅଃଉଁଲି ତାର୍ ବଲ୍ ମାନ୍ତାର୍, ଆର୍ ତାର୍ ବିଦି ସଃବୁ ଜଃବର୍ କଃସ୍ଟ ନାୟ୍ । ଜେ ଇସ୍ୱରାର୍ ତଃୟ୍ହୁଣି ଜାତ୍ ସେ ଜଃଗତ୍କେ ଜିଣିଆଚେ, ଆର୍ ଜୁୟ୍ରି ଜଃଗତ୍କେ ଜିଣି ଆଚେ, ସେରି ଅଃମାର୍ ବିସ୍ୱାସ୍ । ଜିସୁ ଇସ୍ୱରାର୍ ହୟିସି, ଇରି ଜେ ବିସ୍ୱାସ୍ କଃରେଦ୍, ସେ ହଃକା ଜଃଗତ୍କେ ଜିଣେଦ୍ ।
ଜିସୁ ଇସ୍ୱରାର୍ ହୟିସି, ଇରି ଜେ ବିସ୍ୱାସ୍ କଃରେଦ୍, ସେ ହଃକା ଜଃଗତ୍କେ ଜିଣେଦ୍ ।
ଆର୍ ସେମଃନ୍ ମେଣ୍ଡା ହିଲାର୍ ବଃନିର୍ ଅଃହ୍ଣା ଅଃହ୍ଣାର୍ ସାକିର୍ କଃତା ତଃୟ୍ ତାକ୍ ଜିଣି ଆଚ୍ତି, ଆରେକ୍ ସେମଃନ୍ ମଃର୍ନ୍ ହଃତେକ୍ ଅଃହ୍ଣା ଅଃହ୍ଣାର୍ ଜିବନ୍କେ ଲାଡ୍ ନଃକେର୍ତି ରିଲାୟ୍ ।
Superando o mal com o bem
O cristão vence o mal não com violência, mas com o bem. O amor, a fé e a perseverança são as armas da superação.
କଃରାପ୍ କାମେ ଆରି ନଃକେରି, ନିକକାମେ କଃରାପ୍ କାମ୍କେ ଆରାଉଆ ।
କଃରାପ୍ କାମେ ଆରି ନଃକେରି, ନିକକାମେ କଃରାପ୍ କାମ୍କେ ଆରାଉଆ ।
ଆର୍ ସେ ଉଜାଳ୍ ଅଃନ୍ଦାର୍ ବିତ୍ରେ ସଃବୁ ବଃଳ୍ ଜଃଲ୍କି ଆସୁଲି, ଆର୍ ଅଃନ୍ଦାର୍ ତାକ୍ ନଃଦେର୍ଲି ।
ମଃତର୍ ଇସ୍ୱର୍କେ ଦନ୍ୟବାଦ୍, କାୟିତାକ୍ବଃଲେକ୍ ସେ ସଃବୁବଃଳ୍ ଅଃମିମଃନ୍ କ୍ରିସ୍ଟର୍ ସଃଙ୍ଗ୍ ମିସି ଆଚୁ, ସେତାର୍ ଗିନେ ଇସ୍ୱର୍ ଅଃମିକ୍ ଜିଣ୍ଲା ହଃର୍ବ୍ ମାନୁକ୍ ବାଟ୍ କାଡାୟ୍ ନେଉଁଲା, ଆର୍ ସଃବୁ ଟାଣେ କ୍ରିସ୍ଟର୍ ଗ୍ୟାନ୍ ହର୍ ବାସ୍ନା ଅଃମାର୍ ତଃୟ୍ହୁଣି ଜାଣାଉଁଲା ।
ମଃତର୍ ତୁମିମଃନ୍କେ ଜାର୍ କାୟିରି କେମା କଃରାସ୍, ମୁୟ୍ଁ ହେଁ ତାକେ କେମା କଃରିନ୍ଦ୍; କାୟିତାକ୍ବଃଲେକ୍ ମୁୟ୍ଁ ଜଦି କାୟିରି କେମା କଃରିଆଚି, ତଃବେ ଜାୟ୍ରି କେମା କଃରିଆଚି, ସେରି କ୍ରିସ୍ଟର୍ ମୁଏଁ ତୁମିମଃନାର୍ ଗିନେ କେମା କଃରି ଆଚି, ଜୁୟ୍ତାର୍ ଗିନେ ସୟ୍ତାନ୍ ଅଃମିମଃନାର୍ ନଃସ୍ଟ୍ କଃରୁକେ ବାଟ୍ ନାହାୟ୍ । କାୟିତାକ୍ବଃଲେକ୍ ଅଃମିମଃନ୍ ତାର୍ ସଃବୁ ଜଃଜ୍ନା କଃତା ଜାଣି ଆଚୁ ।
ମୁୟ୍ଁ ଜଃନ୍କାର୍ ଜିଣିକଃରି ଅଃମାର୍ ଉବାର୍ କାତାବାଟ୍ୟା ବଃସି ଆଚି, ସେରଃକମ୍ ଜେ ଜିଣେଦ୍, ମୁୟ୍ଁ ତାକ୍ ମର୍ ସଃଙ୍ଗ୍ ମର୍ ସିଙ୍ଗାସଣେ ବଃସୁକ୍ ଅଃଦିକାର୍ ଦଃୟ୍ନ୍ଦ୍ ।"
ମୁୟ୍ଁ ଜଃନ୍କାର୍ ଜିଣିକଃରି ଅଃମାର୍ ଉବାର୍ କାତାବାଟ୍ୟା ବଃସି ଆଚି, ସେରଃକମ୍ ଜେ ଜିଣେଦ୍, ମୁୟ୍ଁ ତାକ୍ ମର୍ ସଃଙ୍ଗ୍ ମର୍ ସିଙ୍ଗାସଣେ ବଃସୁକ୍ ଅଃଦିକାର୍ ଦଃୟ୍ନ୍ଦ୍ ।"
ଜୁୟ୍ଲକ୍ ଜିଣେଦ୍, ସେ ଇବାନ୍ୟା ଦବ୍ ବଃସ୍ତର୍ ହିନ୍ଦେଦ୍, ଆର୍ ମୁଁୟ୍ ଜିବନାର୍ ସାସ୍ତର୍ ତଃୟ୍ହୁଣି ତାର୍ ନାଉଁକ୍ କଃନ୍କଃରି ହେଁ ନଃଲିବାୟ୍ ଅଃମାର୍ ଉବା ଆର୍ ତାର୍ ଦୁତ୍ମଃନାର୍ ମୁଏଁ ସେମଃନ୍କେ ମର୍ ଲକ୍ ବଃଲି କୟ୍ନ୍ଦ୍ ।"
Força e coragem divina
Deus é nosso escudo e fortaleza. Quando o medo tenta nos paralisar, a presença do Senhor nos fortalece e nos encoraja a prosseguir.
ଜୁଣ୍,ଲଃକ୍ମଃନ୍ ତର୍ ଟାଣେ ବଃର୍ସା କଃର୍ତି, ତାକେ ତୁୟ୍ ହୁର୍ନ୍ବାବେ ସାନ୍ତିୟେ ରଃକ୍ସି; କାୟିତାକ୍ ବଃଲେକ୍ ସେ ତର୍ଟାଣେ ବଃର୍ସା ରଃକେଦ୍।
ମର୍ ବଃଳ୍କାରିର୍ କ୍ରିସ୍ଟର୍ ଉହ୍କାରେ ମୁୟ୍ଁ ସଃବୁ କଃରୁହାରି ।
ଏ ଲାଡାର୍ ହିଲାମଃନ୍ ତୁମିମଃନ୍ ଇସ୍ୱରାର୍ ତଃୟ୍ହୁଣି ଜାତ୍ ଆର୍ ତୁମିମଃନ୍ ମିଚ୍ ବାବ୍ବାଦିମଃନ୍କେ ଜିଣି ଆଚାସ୍ କାୟଃତାକ୍ବଃଲେକ୍ ତୁମାର୍ତଃୟ୍ ବାସ୍ କଃର୍ତି ରିଲା ଆତ୍ମା, ଜଃଗତେ ବାସ୍ କଃର୍ତା ଆତ୍ମା ତଃୟ୍ ହୁଣି ତାର୍ତଃୟ୍ହୁଣି ବଃଡ୍ ।
ଏ ଲାଡାର୍ ହିଲାମଃନ୍ ତୁମିମଃନ୍ ଇସ୍ୱରାର୍ ତଃୟ୍ହୁଣି ଜାତ୍ ଆର୍ ତୁମିମଃନ୍ ମିଚ୍ ବାବ୍ବାଦିମଃନ୍କେ ଜିଣି ଆଚାସ୍ କାୟଃତାକ୍ବଃଲେକ୍ ତୁମାର୍ତଃୟ୍ ବାସ୍ କଃର୍ତି ରିଲା ଆତ୍ମା, ଜଃଗତେ ବାସ୍ କଃର୍ତା ଆତ୍ମା ତଃୟ୍ ହୁଣି ତାର୍ତଃୟ୍ହୁଣି ବଃଡ୍ ।
Resistindo a tentação
A armadura de Deus nos protege contra as investidas do mal. Resistir ao diabo, vigiar e orar são essenciais para a superação espiritual.
ସଃରାସଃରି କଃତା ଇରି, ମାପୁରାର୍ ସଃକ୍ତି ହାୟ୍ଁ ତାର୍ ବଃଳେ ତିଆର୍ ଅୟି ସଃକ୍ତିମାନ୍ ଅଃଉଅ । ଇସ୍ୱର୍ ଦିଲା ସଃବୁ ଜୁଜ୍ ଆସ୍ତି ହିନ୍ଦି ଜଃଗ୍ରାତ୍ ଅଃଉଆ, ଜଃନ୍କଃରି ସୟ୍ତାନାର୍ କୁଟ୍କେ ଚଃଲାକି ବିରୁଦେ ଟିଆ ଅଃଉଁକେ ସଃକ୍ତି ହାଉଁହାରାସ୍ । ବଃଲେକ୍ ଅଃମିମଃନ୍ ଇ ଜଃଗତାର୍ ମାନାୟ୍ ମଃନାର୍ ବିରୁଦେ ଜୁଜ୍ ନଃକେରୁ; ଅଃମି ଅଃଗାସାର୍ ସୟ୍ତାନାର୍ ସଃକ୍ତି ଆର୍ ଇ ଅଃନ୍ଦାର୍ ଜୁଗାର୍ ସାସନ୍କଃର୍ତା, ଅଃଦିକାରି ଆର୍ ସଃବୁ ହୁର୍ତିବିର୍ ସଃକ୍ତି ବିରୁଦେ ଜୁଜ୍ କଃରୁଲୁ । ତଃବେ ଅଃବେ ଇସ୍ୱର୍ ଦିଲା ଜୁଜ୍ ସାଜଃବାଜ୍ ହିନ୍ଦା, ତଃନ୍ଅଃୟ୍ଲେକ୍ ବିପ୍ତି ବଃଳ୍ ତୁମିମଃନ୍ ସଃତ୍ରୁ ଜୁଜ୍ କଃରୁକେ ଆୟ୍ଲେକ୍ ଚେକୁ ହାରାସ୍ ଆର୍ ସଃରାସଃରି ହଃତେକ୍ ଜୁଜ୍ କଃରି ଅଃଟୁଆ ରେଉଁ ହାରାସ୍ ।
ତଃବେ ସଃତ୍ହର୍ ଅଃଟାବିଳା ବାନ୍ଦି, ଦଃର୍ମି ବୁକ୍ହାଟା ହିନ୍ଦା, ହାଦେ ସୁସ୍ତାର୍ ନିକ କବୁର୍ ହର୍ ହାଣ୍ଡାୟ୍ ହିନ୍ଦି ଅଃଟୁଆ ଅୟ୍ରିଆ । ଜଃନ୍କଃରି ସୟ୍ତାନାର୍ ଜୟ୍ବାଣ୍ ସଃବୁ ଲିବାଉଁକେ ସଃକ୍ତି ହାଉଆସ୍ ଇତାର୍ ଗିନେ ବିସ୍ୱାସ୍ହର୍ ଡାହୁଣ୍ ଦଃରା । ଆରେକ୍ ମୁକ୍ତିର୍ ହର୍ ମୁଣ୍ଡ୍ ଟହ୍ରି ହିନ୍ଦା ଆର୍ ପବିତ୍ର ଆତ୍ମା ଦିଲା ବଃଲେକ୍ ଇସ୍ୱରାର୍ ବାକ୍ୟହର୍ କଃଣ୍ଡା ଦଃରା ।
ତଃବେ ଜୁୟି ହଃର୍ନା ଚାଲ୍ଚାଲ୍ତି ଦଃରି ତୁମିମଃନ୍ ଜିବନ୍ ଜିଉତି ରିଲାସ୍, ସେରି ଚାଡିଦିଆସ୍, ବଃଲେକ୍ ତାର୍ ଟକ୍ତାର୍ ଲାଳ୍ସା ଗିନେ ତୁମାର୍ ଆତ୍ମା ନଃସ୍ଟ୍ ଅଃଉତି ରିଲି । ତୁମାର୍ ମଃନ୍ ଆର୍ ଜିବନ୍ ହୁରାହୁରି ନଃଉଆଁ ଅଃଉତା ଦଃର୍କାର୍ । ଇସ୍ୱରାର୍ ହର୍ ତିଆର୍ ଅୟ୍ଲାର୍ ନଃଉଆଁ ଆତ୍ମା ହାଉଆ । ସେରି ତୁମାର୍ ଦଃର୍ମ୍ ଆର୍ ସଃତ୍ ପବିତ୍ର ବିସୟ୍ ଜିବନେ ଦକାଜଃଉଅ ।
ରିସା ଅୟିଲେକ୍ ହାହ୍ କଃରା ନାୟ୍; ବେଳ୍ ବୁଡ୍ତା ଆଗ୍ତୁ ତୁମାର୍ ରିସା ଚାଡିଦିଆସ୍ । ଆରେକ୍ ସୟ୍ତାନ୍କେ ଟାଣ୍ ଦିଆସ୍ ନାୟ୍ ।
ତଃବେ ତୁମିମଃନ୍ ଇସ୍ୱରାର୍ ତଃଳେ ନିଜ୍କେ ସଃହ୍ରି ଦିଆସ୍, ସୟ୍ତାନ୍କେ ଟାଣ୍ ଦିଆସ୍ ନାୟ୍, ତଃନ୍ଅୟ୍ଲେକ୍ ସେ ତୁମାର୍ ତଃୟ୍ହୁଣି ହଃଳାୟ୍ ଜାୟ୍ଦ୍ । ଇସ୍ୱରାର୍ ଚଃମେ ଆସା, ତଃବେ ସେ ତୁମିମଃନାର୍ ଚଃମେ ଅୟ୍ଦ୍ । ଏ ହାହିମଃନ୍, ତୁମିମଃନାର୍ ଆତ୍ ନିର୍ମୁଳ୍ କଃରା, ଆରେକ୍ ଏ ଦୁୟ୍ ମଃନ୍ୟାମଃନ୍, ତୁମିମଃନାର୍ ମଃନ୍ ନିର୍ମୁଳ୍ କଃରା ।
ମାପୁରାର୍ ତଃୟ୍ ଅଃହ୍ଣା ଅଃହ୍ଣାକ୍ ସାନ୍ କଃରା, ତଃବେ ସେ ତୁମିମଃନ୍କେ ବଃଡ୍ କଃରେଦ୍ ।
ଜୁୟି ଲକ୍ ପରିକ୍ୟା ସଃମ୍ବାଳେଦ୍, ତାର୍ ବାୟ୍ଗ୍, କାୟିତାକ୍ବଃଲେକ୍ ମାପୁର୍ ଅଃହ୍ଣାର୍ ଲକ୍ମଃନ୍କେ ଜୁୟି ଜିବନ୍ ମୁକୁଟ୍ ଦେଉଁକେ ସଃୟ୍ତ୍ କଃରିଆଚେ, ଜେ ଇସ୍ୱରାର୍ ଲାଡାର୍ ପରିକ୍ୟା ସିଦ୍ ଅୟ୍ଲା ହଃଚେ ସେ ଲକ୍ ଜିବନ୍ ମୁକୁଟ୍ ହାୟ୍ଦ୍ । କେଏ ପରିକ୍ୟାୟ୍ ହଃଳ୍ଲେକ୍, "ମର୍ ଇ ପରିକ୍ୟା ଇସ୍ୱର୍ ତଃୟ୍ହୁଣି ଅଃଉଁଲି," ବଃଲି କଃଉଅ ନାୟ୍, କାୟିତାକ୍ବଃଲେକ୍ ଇସ୍ୱର୍ କଃରାପ୍ ତଃୟ୍ ପରିକ୍ୟା କଃରାୟ୍ ଅଃଉଁ ନାହାରେ, ଆର୍ ସେ ନିଜେ କାକେ ପରିକ୍ୟା ନଃକେରେ । ମଃତର୍ ମାନାୟ୍ ଅଃହ୍ଣାର୍ କଃରାପ୍ ଇଚା ତଃଳେ ହଃଳି ଆର୍ ଆସା ଅୟି ପରିକ୍ୟାୟ୍ ହଃଳ୍ତି । ତାର୍ହଃଚେ ସେ କଃରାପ୍ ଇଚା ଆଙ୍ଗେ ଅୟ୍କଃରି ହାହ୍କେ ଜଃଲମ୍ କଃରେଦ୍, ଆରେକ୍ ହାହ୍ ବାଡିକଃରି ହୁର୍ନ୍ ଅୟି ମଃର୍ନ୍ ଗଃଟାୟ୍ଦ୍ ।
ମାନାୟ୍ର୍ ଗିନେ ଜୁୟି ରଃକମ୍ କଃଟ୍ହାଳ୍ ଅୟ୍ଦ୍, ସେରି ଚାଡି ବିନ୍ ରଃକମ୍ କଃଟ୍ହାଳ୍ ତୁମିମଃନ୍କେ ଗଃଟି ନଃକେରେ; ମଃତର୍ ଇସ୍ୱର୍ ସଃତ୍, ସେ ତୁମିମଃନ୍କେ କାୟି ହେଁ ସଃମ୍ବାଳୁ ନଃହାର୍ତା କଃଟ୍ହାଳେ ହଃଳୁକ୍ ନଃଦେୟ୍, ମଃତର୍ ଜଃନ୍କଃରି ତୁମିମଃନ୍ ସଃମ୍ବାଳୁ ହାରାସ୍, ଇତାର୍ ଗିନେ କଃଟ୍ହାଳ୍ ଗଃଟୁଗଃଟୁ ସେ ବଚାଉତା ବାଟ୍ ହେଁ ଟିକ୍ କଃରିଆଚେ ।
ବିସ୍ୱାସାର୍ ନିକ ଜୁଜେ ମଃନ୍ ହଃରାଣ୍ ସଃଙ୍ଗ୍ ଜୁଜ୍ କଃରି, ଅଃମ୍ବର୍ ଜିବନ୍ ଦଃରି ରେ; ସେତାର୍ଗିନେ ତ ତୁୟ୍ କୁଦାୟ୍ଅୟ୍ ଆଚ୍ସି ଆର୍ ଗାଦେକ୍ ସାକିମଃନାର୍ ଚଃମେ, ନିକ ସାକି ଦଃୟି ଆଚ୍ସି ।
ମଃତର୍ ଜୁୟ୍ମଃନ୍ ମାଜନ୍ ଅଃଉଁକେ ମଃନ୍କଃର୍ତି, ସେମଃନ୍ ପରିକ୍ୟାୟ୍ ଆର୍ ହାନ୍ଦାୟ୍, ଆର୍ ଗାଦା ରଃକମ୍ ନଃକେର୍ତା କାମ୍ ଆର୍ ନଃସ୍ଟ୍ଅଉତା ମଃନ୍ବାବେ ହଃଳ୍ତି, ଇରିମଃନ୍ ମାନାୟ୍କେ ବଃସମ୍ ଆର୍ ନାସ୍ ଅଃଉତା ସଃମ୍ନ୍ଦେ ବୁଡାୟଦ୍ ।
Perseverança até o fim
A corrida da fé exige perseverança. Devemos lançar fora todo peso e olhar para Jesus, o autor e consumador da nossa fé.
ଇରଃକମ୍ ସାକିମଃନ୍ ଅଃତେକ୍ ଲକ୍ ଅଃମାର୍ ଚାରି ହାକ୍ ଆଚ୍ତି ସେତାକ୍ ଆସା ଜୁୟି ସଃବୁ ବିସୟ୍ ଅଃମିକ୍ ବାଦା ଦେଉଁଲି ଆର୍ ଜୁୟି ସଃବୁ ବିସୟ୍ ଅଃମିମଃନ୍କେ ହାହେ ଜିକି ନେଉଁଲି ସେ ସଃବୁ ଚାଡି ବିସ୍ୱାସେ ଅଃଟୁଆ ରଃୟ୍ ଅଃମାର୍ ହାୟ୍ଁ ତିଆର୍ ଅୟ୍ରିଲା ବାଟେ ଜାତି ରେଉଁଆ ।
ତୁମିମଃନ୍ ଜଃନ୍କଃରି ଅଃହ୍ଣା ଅଃହ୍ଣାର୍ ମଃନେ ନଃତାକାସ୍; ଇତାର୍ ଗିନେ ହାହିମଃନାର୍ ତଃୟ୍ହୁଣି ଅଃହ୍ଣାର୍ ବିରୁଦେ କଃଡେକ୍ ବିରଦ୍ ହାଣ୍ ସଃମ୍ବାଳ୍ଲା, ତାର୍ ବିସୟେ ବାବି ଦଃକା ।
କାୟିତାକ୍ବଃଲେକ୍ ସେ ନିଜେ ପରିକ୍ୟାୟ୍ ହଃଳି ଦୁକ୍ ବୟଃଗ୍ କଃରିରିଲାର୍ ଗିନେ ପରିକ୍ୟାୟ୍ ହଃଳିରିଲା ଲକ୍ମଃନାର୍ ଉହ୍କାର୍ କଃରୁକେ ହାରେ ।
ଜାଗ୍ରତ୍ ଅୟି ଜାଗି ରିଆ । ତୁମିମଃନାର୍ ବିରଦି ସୟ୍ତାନ୍ ସିମାବାଗ୍ ହର୍ ଗଃର୍ଜାଣ୍ କଃରି କାକେ ମାଡିବଃସେଦ୍, ଇରି ଲଳି ବୁଲୁଲି । ବିସ୍ୱାସେ ତିର୍ ରଃୟ୍ ତାକ୍ ତେବାଉଆ, ଆରେକ୍ ଇରି ଜାଣା ଜେ, ଜଃଗତେ ରିଲା ବିସ୍ୱାସି ବାୟ୍ବେଣି ମଃନ୍କେ ହେଁ ଇରଃକମ୍ ଦୁକ୍ ବୟ୍ଗ୍ ଗଃଟୁଲି । ସଃବୁ ଦଃୟାକାରି ଜୁୟି ଇସ୍ୱର୍ ଅଃହ୍ଣାର୍ ସଃବୁ ଦିନାର୍ ଜଃଜ୍ମାନାର୍ ତାର୍ ସଃଙ୍ଗ୍ ବାଗ୍ହାଉଁକ୍ କ୍ରିସ୍ଟ ଜିସୁର୍ ଗିନେ ତୁମିମଃନ୍କେ କୁଦି ଆଚେ, ସେ ତୁମିମଃନାର୍ ଚଃନେକାର୍ ଦୁକ୍ବୟ୍ଗାର୍ ହଃଚେ ତୁମିମଃନ୍କେ ହୁର୍ନ୍, ସୁସ୍ତା, ବପୁ, ଆର୍ ନାଉ ବାସ୍ କଃରାୟ୍ଦ୍ ।
ଜାଗ୍ରତ୍ ଅୟି ଜାଗି ରିଆ । ତୁମିମଃନାର୍ ବିରଦି ସୟ୍ତାନ୍ ସିମାବାଗ୍ ହର୍ ଗଃର୍ଜାଣ୍ କଃରି କାକେ ମାଡିବଃସେଦ୍, ଇରି ଲଳି ବୁଲୁଲି ।
କ୍ରିସ୍ଟର୍ ଲାଡେ ହୁଣି କେଏ ଅଃମିମଃନ୍କେ ଅଃଲ୍ଗା କଃରେଦ୍ ? କାୟି କଃସ୍ଟ, କାୟି ଜଃଞ୍ଜାଳ୍, କାୟି ତାଳ୍ନା, କାୟି କଃତାର୍, କାୟି ନଃଗ୍ଳା, କାୟି ବିପ୍ତି, କାୟି କଃଣ୍ଡା ?
ଇରି ଅଃମିମଃନ୍ ଜାଣୁ ଜେ, ଜୁୟି ଲକ୍ମଃନ୍ ଇସ୍ୱର୍କେ ଲାଡ୍ କଃର୍ତି, ଜୁୟି ଲକ୍ମଃନ୍ ତାର୍ ଇଚା ହଃର୍କାରେ କୁଦାଜାୟ୍ ଆଚ୍ତି, ଇସ୍ୱର୍ ଜେ ସେ ସଃବୁ କଃତାୟ୍ ସେମଃନାର୍ ନିକ କଃରେଦ୍ ।
ମାପୁର୍ ମକ୍ ସଃବୁ କଃରାପ୍ କାମେ ହୁଣି ମୁକ୍ଳାୟ୍ଦ୍ ଆର୍ ମକ୍ ମୁକ୍ଳାୟ୍ କଃରି ନିଜାର୍ ସଃର୍ଗ୍ ରାଇଜେ ନଃୟ୍ଦ୍, ଜୁଗେଜୁଗେ ତାର୍ ଜଃଜ୍ମାନ୍ ଅଃଉଅ । ଆମେନ୍ । କାଳା ଡାବି ଲଃଗେ ଚାମ୍ଳା ବଇମଃନ୍ ଆଚେ
ମଃତର୍ ମାପୁର୍ ବିସ୍ୱାସାର୍ ଜୟ୍ଗ୍, ସେ ତୁମିମଃନ୍କେ ତିର୍କଃରି ସୟ୍ତାନ୍ ତଃୟ୍ହୁଣି ବାଚାୟ୍ଦ୍ ।
Descanso e renovação
Jesus convida os cansados e sobrecarregados a descansar nele. Sua graça é suficiente para nos renovar em meio às tribulações.
"ଏ ତାକ୍ଲା ଆର୍ ବଜ୍ ବୟ୍ଲା ଲକ୍ମଃନ୍, ମର୍ ତଃୟ୍ ଆସା, ମୁଁୟ୍ ତୁମିମଃନ୍କେ ବିସାଉଁକ୍ ଦଃୟ୍ନ୍ଦ୍ ।
ଚାଲାଚାଲ୍ତି ତଃୟ୍ ଦଃନ୍ ଲଃବି ଅଃଉଆ ନାୟ୍, ତୁମିମଃନାର୍ ଜାୟ୍ରି ଆଚେ, ସେତି ସୁସ୍ତାୟ୍ ରିଆ, ବଃଲେକ୍ ଇସ୍ୱର୍ ନିଜେ କୟ୍ଆଚେ, "ମୁୟ୍ଁ ତୁମିକେ କଃବେହେଁ ନଃଚାଡି, ମୁୟ୍ଁ ତୁମିକେ କଃବେହେଁ ହାସ୍ରି ନଃଜାୟ୍ଁ ।"
କାୟିତାକ୍ବଃଲେକ୍ ଇସ୍ୱରାର୍ କୟ୍ଲା ଟଣ୍ଡାର୍ କଃତା କଃବେ ହେଁ ନଃହିଟେ ।"
ଆରେକ୍ ଜିସୁ ସେମଃନ୍କେ କୟ୍ଲା, "କାୟିତାକ୍ ସଃଉଁଲାସ୍ ? ଜଃନ୍କଃରି ହାନ୍ଦାୟ୍ ନଃହେଳାସ୍ ଇତାର୍ ଗିନେ ଉଟି ପାର୍ତ୍ନା କଃରା ।"
ସେଟାଣେ ହଚି ଜିସୁ ସେମଃନ୍କେ କୟ୍ଲା, "ଜଃନ୍ କଃରି ହାନ୍ଦାୟ୍ ନଃହେଳାସ୍, ସେତାର୍ ଗିନେ ପାର୍ତ୍ନା କଃରା ।"
ଦଃକା ମୁଁୟ୍ ତୁମିମଃନ୍କେ ସାହ୍ ଆର୍ ମିଚକାକ୍ଳା ଉହ୍ରେ ଇଣ୍ଡୁକ୍ ଅଃଦିକାର୍ ଦଃୟ୍ଆଚି, ଆରେକ୍ ସଃତ୍ରୁର୍ ସଃବୁ ସଃକ୍ତି ଉହ୍ରେ ହେଁ ତୁମିକେ ଅଃଦିକାର୍ ଦଃୟି ଆଚି, ଆର୍ କାୟିରି ହେଁ ତୁମିମଃନାର୍ ନଃସ୍ଟ୍ କଃରୁ ନାହାରେ ।
ଆର୍ ଜିସୁ ସେମଃନ୍କେ କୟ୍ଲା, "ହାନ୍ଦାୟ୍ ଜଃନ୍କଃରି ତୁମିମଃନ୍ ନଃହେଳାସ୍, ସେତାର୍ଗିନେ ଜାଗିରଃୟ୍ ପାର୍ତ୍ନା କଃରା । ଆତ୍ମାର୍ ଇଚା ସଃତ୍, ମଃତର୍ ଗଃଗାଳ୍ ଦୁର୍ବୁଳ୍ ।"
ଜେ ହାହ୍ କଃରେଦ୍ ସେ ସୟ୍ତାନ୍ ତଃୟ୍ହୁଣି ଜାତ୍ ବଃଲେକ୍ ସୟ୍ତାନ୍ ଆରୁମେ ହୁଣି ହାହ୍ କଃରି ଆସୁଲି । ସୟ୍ତାନାର୍ କାମ୍କେ ନାସ୍ କଃରୁକେ ତ ଇସ୍ୱରାର୍ ହୟିସି ଆୟ୍ଲା ।
ଏ ଇସ୍ୱରାର୍ ହିଲାମଃନ୍ ମୁୟ୍ଁ ତୁମାର୍ ହାକ୍ ଲେକୁଲେ, ବଃଲେକ୍ ଜିସୁର୍ ନାଉଁଆର୍ ଗିନେ ତୁମାର୍ ହାହ୍ କେମା ଅୟିଆଚେ । ଏ ଉବାମଃନ୍ ମୁଁୟ୍ ତୁମିମଃନାର୍ ହାକ୍ ଲେକୁଲେ, ବଃଲେକ୍ ଜେ ମୁଳେ ହୁଣି ଆଚେ ତାକ୍ ତୁମିମଃନ୍ ଜାଣି ଆଚାସ୍ । ଏ ଦଙ୍ଗ୍ଳା ହିଲାମଃନ୍ ମୁଁୟ୍ ତୁମିମଃନାର୍ ହାକ୍ ଲେକୁଲେ, ବଃଲେକ୍ ତୁମିମଃନ୍ ହାହ୍ ଆତ୍ମାକେ ଆରାୟ୍ ଆଚାସ୍ ।
ହିଲାମଃନ୍ ମୁଁୟ୍ ତୁମିମଃନାର୍ ହାକ୍ ଲେକ୍ଲେ, ବଃଲେକ୍ ତୁମିମଃନ୍ ଉବାକ୍ ଜାଣି ଆଚାସ୍ । ଏ ଉବାମଃନ୍ ମୁଁୟ୍ ତୁମାର୍ ହାକ୍ ଲେକ୍ଲେ, ବଃଲେକ୍ ଜେ ମୁଳେ ହୁଣି ଆଚେ ତାକ୍ ତୁମିମଃନ୍ ଜାଣିଆଚାସ୍, ଏ ଦଙ୍ଗ୍ଳା ହିଲାମଃନ୍ ମୁଁୟ୍ ତୁମାର୍ ହାକ୍ ଲେକ୍ଲେ, ବଃଲେକ୍ ତୁମିମଃନ୍ ସଃକାତିଆ ଆରେକ୍ ଇସ୍ୱରାର୍ ବିସୟ୍ ତୁମାର୍ ତଃୟ୍ ଆଚେ ଆର୍ ତୁମିମଃନ୍ ହାହ୍ ଆତ୍ମାକେ ଆରାୟ୍ ଆଚାସ୍ ।
ଇ ଜଃଗତ୍କେ କି ଜଃଗତାର୍ ବିସୟ୍କେ ଲାଡ୍ କଃରାନାୟ୍ । କେଏ ଜଦି ଇ ଜଃଗତ୍କେ ଲାଡ୍ କଃରେଦ୍ ଉବାର୍ ଲାଡ୍ ତାର୍ ତଃୟ୍ ନାୟ୍ ।
ତୁମିମଃନାର୍ ଗଃଗାଳ୍ ଜେ କ୍ରିସ୍ଟର୍ ଗଃଗାଳ୍ ହର୍, ଇତି ନଃଜାଣାସ୍ କି ? ତଃବେ ମୁଁୟ୍ କ୍ରିସ୍ଟର୍ ଗଃଗାଳ୍କେ ନଃୟ୍କଃରି ବେସୁଆ ଗଃଗାଳ୍ କଃରିନ୍ଦ୍ କି ? ସେରି କଃବେହେଁ ନଃଉଅ । କି ଜେ ବେସୁଆ ସଃଙ୍ଗ୍ ମିସିଜାୟ୍ଦ୍, ସେ ତାର୍ ସଃଙ୍ଗ୍ ଗଟେକ୍ ଗଃଗାଳ୍ ଅୟ୍ଦ୍, ଇରି କାୟି ତୁମିମଃନ୍ ନଃଜାଣାସ୍ ? କାୟିତାକ୍ କଃଉଆ ଅୟିଆଚେ, "ସେ ଦୁୟ୍ଲକ୍ ଗଟେକ୍ ଗଃଗାଳ୍ ଅଃଉତି ।" ମଃତର୍ ଜେ ମାପୁର୍ ସଃଙ୍ଗ୍ ମିସେଦ୍, ସେ ତାର୍ସଃଙ୍ଗ୍ ଆତ୍ମାୟ୍ ଗଟେକ୍ ଅୟ୍ଦ୍ ।
ବେସୁଆ କାମ୍ ଚାଡି ଦିଆସ୍ । ମାନାୟ୍ ଜୁୟି ହାହ୍ ହେଁ କଃରେଦ୍, ସେରି ଗଃଗାଳାର୍ ବିଟାଳ୍ ନଃକେରେ; ମଃତର୍ ଜେ ବେସୁଆ ଅୟ୍ଦ୍, ସେ ନିଜାର୍ ଗଃଗାଳାର୍ ବିରୁଦେ ହାହ୍ କଃରେଦ୍ । ତୁମିମଃନ୍କାର୍ ଗଃଗାଳ୍ ଜେ ଇସ୍ୱରାର୍ ତଃୟ୍ ହୁଣି ହାୟ୍ଲା ତୁମିମଃନ୍କାର୍ ବିତ୍ରେ ବାସାକଃର୍ତା ପବିତ୍ର ଆତ୍ମାର୍ ମନ୍ଦିର୍, ଇରି କାୟି ନଃଜାଣାସ୍ ? ଆର୍ ତୁମିମଃନ୍ ନିଜେ ନିଜାର୍ ନାୟ୍, ମଃତର୍ ଇସ୍ୱରାର୍ । କାୟିତାକ୍ବଃଲେକ୍ ତୁମିମଃନ୍ ବଃଡେ ମଲେ ଗେନ୍ଲାର୍; ଇତାର୍ ଗିନେ ତୁମିମଃନ୍କାର୍ ଗଃଗାଳ୍ ଇସ୍ୱରାର୍ ଜଃଜ୍ମାନ୍ ଗିନେ ବେବାର୍ କଃରା ।
ମର୍ ମଃନ୍ ଇରି ପବିତ୍ର ଆତ୍ମା ତଃୟ୍ହୁଣି ଚାଲ୍ଚାଲ୍ତି କଃରା, ସେନ୍ ଅୟିଲେକ୍ ତୁମିମଃନ୍ ଗଃଗାଳାର୍ ଇଚା ହୁରୁଣ୍ ନଃକେରାସ୍ ? କାୟିତାକ୍ବଃଲେକ୍ ଗଃଗାଳାର୍ ଇଚା ପବିତ୍ର ଆତ୍ମାର୍ ବିରଦ୍ ସେରଃକମ୍ ପବିତ୍ର ଆତ୍ମାର୍ ଇଚା ଗଃଗାଳାର୍ ଇଚାର୍ ବିରଦି ବଃଲେକ୍ ଇ ଜଳେକ୍ ନିଜାର୍ ନିଜାର୍ ସଃତ୍ରୁ, ତଃବେ ତୁମିମଃନ୍ ଜାୟ୍ଜାୟ୍ରି ଇଚା କଃରାସ୍, ସେସଃବୁ କଃରୁ ନଃହାରାସ୍ ।