1 ମୁୟି ନିଜାର୍ ମଃନେ ମଃନେ କୟିଲେ, "ଆସା, ମୁୟଁ ଅଃବେ ତୁମିକେ ସଃର୍ଦା ଦଃୟି ପରିକ୍ୟା କଃରିନ୍ଦ୍; ଇତାର୍ଗିନେ ସୁକ୍ବଗ୍ କଃରା; ଆରେକ୍ ଜାଣା, ସେରି ହେଁ କଃରାପ୍।" 2 ମୁୟ୍ଁ ନିଚଳ୍ତା ବିସୟେ କୟିଲେ, "ସେରି ବଃୟାକାମ୍, ସଃର୍ଦା ବିସୟି କୟିଲେ ସେରି କାୟିରି କଃରେଦ୍?" 3 ମୁୟଁ କଃନ୍କଃରି ମଃଦ୍ କାୟ୍କଃରି ଗଃଗାଳ୍କେ ବଗ୍ କଃରିନ୍ଦ୍ ଆର୍ ଅଃଗାସ୍ ତଃଳେ ମାନାୟ୍ମଃନ୍କାର୍ ଜିବନ୍ସଃରା କାୟିରି କଃର୍ତାର୍ ବଃଲ୍, ଇରି ଜାଣ୍ତା ହଃତେକ୍ କଃନ୍କଃରି ଅଗିଆନିର୍ କଃତାଦଃରିନ୍ଦ୍, ଇରି ମଃନେମଃନେ କଃଜ୍ଲେ, ଇସଃମୟେ ହେଁ ମର୍ମଃନ୍ ଗିଆନେ ମକେ ବାଟ୍ ଦଃକାଉତି ରିଲି। 4 ମୁୟିଁ ମର୍ଗିନେ ଡାକ୍ହୁଟା କାମ୍ କଃଲେ; ମୁୟିଁ ଗଃର୍ମଃନ୍ ହାଜ୍ଲେ; ମୁୟିଁ ଗାଦା ଅଃଙ୍ଗୁର୍ ବାଳ୍ କଃଲେ; 5 ମୁୟିଁ ମର୍ ଗିନେ ବଗିଚା ଆର୍ ଟଟାବାଳି ହାଜିକଃରି, ସେ ବିତ୍ରେ ସଃବୁରଃକମାର୍ ହଃଳ୍ ଗଃଚ୍ ଲାଗାୟିଲେ; 6 ମୁୟଁ ଗଃଚାର୍ ହଃଳାକଃରୁକ୍ ଟଟାବାଳିୟେ ହାଣି ମାଡାଉଁକ୍ ବଃନ୍ଦ୍ମଃନ୍ କଃଣାୟିଲେ; 7 ମୁୟିଁ ଦାସ୍ଦାସିମଃନ୍କେ ଗେନ୍ଲେ ଆର୍ ମର୍ ଗଃରେ ଟାଣୁ ଜାତ୍ ଦାସ୍ମଃନ୍ ରିଲାୟ୍; ଆରେକ୍ ମର୍ ହୁର୍ବେ ଜିରୁସାଲମାର୍ ସଃବୁ ଲକ୍ଟାଣୁ ମର୍ ପସୁମଃନ୍ଦା ଅଃଦିକ୍ ରିଲାୟ୍; 8 ମୁୟିଁ ରୁହା ଆର୍ ସନା, ଆରେକ୍ ବିନ୍ବିନ୍ ରଃଜାର୍ ଆର୍ ବିନ୍ବିନ୍ ରାୟିଜାର୍ ସଃମ୍ପତି ଆଣ୍ଲେ; ମୁୟଁ ଗିତ୍କୁଳିଆ ଆର୍ ଗିତ୍କୁଳି, ଆର୍ ମୁୟ୍ଁ ମାନାୟ୍ମଃନ୍କାର୍ ଆକିକାତାର୍ ଗାଦେକ୍ ତଳାମାୟ୍ଜି ଆଣ୍ଲେ। 9 ଇହର୍ ମର୍ ହୁର୍ବେ ଜିରୁସାଲମାର୍ ଜୁଣ୍ମଃନ୍ ରିଲାୟ୍, ସେ ସଃବ୍କାର୍ ଟାଣୁ ଡାକ୍ହୁଟା ଆର୍ ଦଃନି ଅୟ୍ଲେ; ଅୟିଲେକ୍ ହେଁ ମର୍ ଗିଆନ୍ ମର୍ଟାଣେ ରିଲି। 10 ଆରେକ୍ ମର୍, ଆକି ଜାୟ୍ରି କଃଲି, ସେରି ମୁୟି ତାକେ ମଃନାନଃକେଲେ; ମୁୟିଁ ମର୍ ହୁର୍ଦ୍କେ କାୟି ସୁକ୍ବଗ୍କେ ମଃନାନଃକେଲେ, କାୟିତାକ୍ବଃଲେକ୍ ମର୍ ସଃବୁ କଃସ୍ଟ୍ ଗିନେ ମର୍ ହୁର୍ଦ୍ ସଃର୍ଦାକଃଲି; ଆରେକ୍, ମର୍ ସଃବୁ କଃସ୍ଟ୍ ଇରି ମର୍ ବାଗ୍ ରିଲି। 11 ସେତାକ୍ ମର୍ ଆତ୍ ଜୁଣ୍ ସଃବୁ କାମ୍ କଃଲି ଆର୍ ଜୁଣ୍ଜୁଣ୍ କଃସ୍ଟେ ମୁୟି ତାକିଜାୟି ରିଲେ, ତାର୍ ଉହ୍ରେ ମୁୟିଁ ଆକିବୁଲାୟ୍ଲେ; ଆର୍, ଜାଣା ସଃବୁ କଃରାପ୍ ଆର୍ ବାଉକେ ଆତେ ଦଃର୍ଲାହର୍, ଆରେକ୍ ବେଳ୍ ତଃଳେ କାୟ୍ମଲ୍ ନଃରିଲି।
12 ଇତାର୍ହଃଚ ମୁୟି ଗିଆନ୍, ବଃୟାକାମ୍ ଆର୍ ଅଗିଆନି ବିସୟ୍ ଦଃକୁକେ ହାର୍ଲେ; କାୟତାକ୍ବଃଲେକ୍ ଜୁଣ୍ ଲକ୍ ରଃଜାର୍ ହଃଚେ ଆସେଦ୍, ସେ କାୟିରି କଃରେଦ୍? ଜାୟ୍ରି କଃରାଜାୟି ଆଚେ ସେରି ହଃକା କଃରାଜଃଉଁ ହାରେ। 13 ସେତାକ୍ ମୁୟିଁ ଦଃକ୍ଲେ, ଜେହର୍ ଅଃନ୍ଦାର୍ ଟାଣୁ ଦିବସ୍ ବଃଲ୍, ସେହର୍ ଅଗିଆନି ଟାଣୁ ଗିଆନ୍ ବଃଲ୍। 14 ଗିଆନି ଲକାର୍ ଆକି ତାର୍ ମୁଣ୍ଡେ ରଃୟିଦ୍, ଆରେକ୍ ମୁର୍କ୍ଲକ୍ ଅଃନ୍ଦାରେ ବୁଲେଦ୍, ତଃବେ ହେଁ ସଃବୁଲକାର୍ ଦଃୟି ଗଟେକ୍ ଡଃଣ୍ଡ୍ ଗଃଟେଦ୍, ଇରି ମୁୟି ଦଃକ୍ଲେ। 15 ସେତାକ୍ ମୁୟି ନିଜାର୍ ମଃନେ କୟିଲେ, "ଅଗିଆନି ଲକାର୍ ଉହ୍ରେ ଜେହର୍ ଗଃଟେଦ୍; ତଃବେ ମୁୟି କାୟିତାକ୍ ଅଃଦିକ୍ ଗିଆନି ଅୟିଲେ?" ସେତାକ୍ ମୁୟି ମଃନେମଃନେ କୟିଲେ, "ଇରି ହେଁ କଃରାପ୍।" 16 କାୟିତାକ୍ବଃଲେକ୍ ଜେହର୍ ଅଗିଆନିର୍, ସେହର୍ ଗିଆନି ଲକାର୍ ଏତ୍ ସଃବୁବଃଳ୍ ନଃରେୟ୍; ଜୁୟିତାର୍ଗିନେ ଆସ୍ତାଦିନେ ସଃବୁଲକ୍ ହାସ୍ରି ଜାୟ୍ରେତି। ଅହ! ଅଗିଆନି ଜେହର୍ ମଃରେଦ୍ ଗିଆନି ହେଁ ସେହର୍ ମଃରେଦ୍। 17 ସେତାକ୍ ମୁୟି ଜିବନ୍କେ ଗିଣ୍କଃଲେ; ଜୁୟିତାର୍ଗିନେ ବେଳ୍ ତଃଳେ କଃଲା କାମ୍ ମର୍ ଦଃୟି କଃସ୍ଟ୍ ଦେତାର୍ ଆୟ୍ଲି; କାୟିତାକ୍ବଃଲେକ୍ ସଃବୁ କଃରାପ୍ ଆର୍ ବାଉକେ ଆତେ ଦଃର୍ଲାହର୍।
18 ଆରେକ୍, ବେଳ୍ ତଃଳେ ମୁୟିଁ ଜୁଣ୍ଜୁଣ୍ କଃସ୍ଟେ ତାକିରିଲେ, ମର୍ ସେସଃବୁ କଃସ୍ଟ୍କେ ମୁୟି ଗିଣ୍କଃଲେ; କାୟିତାକ୍ବଃଲେକ୍ ମର୍ ଆସ୍ତାବଃଉଁସାର୍ ଗିନେ ସେରି ସଃବୁ ଚାଡିଜଃଉଁକ୍ ଅୟିଦ୍। 19 ଆରେକ୍, ସେ ଗିଆନି କି ମୁର୍କ୍ ଅୟିଦ୍, କେଏ ଜାଣେଦ୍? ତଃବେ ହେଁ ମୁୟି ବେଳ୍ ତଃଳେ ଜୁଣ୍ ଜୁଣ୍ କଃସ୍ଟେ ତାକିକଃରି ଗିଆନ୍ ବାର୍କଃଲେ, ସେ ମର୍ ସଃବୁ କଃସ୍ଟାର୍ ହଃଳ୍ହାଉତା ଅଃଦିକାରି ଅୟିଦ୍; ଇରି ସଃବୁ ମଲ୍ନାୟି। 20 ଇତାର୍ଗିନେ ବେଳ୍ ତଃଳେ ମୁୟି ଜୁଣ୍ ଜୁଣ୍ କଃସ୍ଟେ ତାକିଗଃଲେ, ସେସଃବୁ ବିସୟେ ନିଜାର୍ ମଃନ୍ହଃରାଣ୍କେ ନିରାସ୍ କଃରୁକ୍ ଲାଗ୍ଲେ। 21 କାୟିତାକ୍ବଃଲେକ୍ ଗଟେ ମାନାୟ୍ ଗିଆନ୍, ବୁଦି ଆର୍ ତାର୍ ସିକାଉଣି ସଃଙ୍ଗ୍ କଃସ୍ଟ୍ କଃରେଦ୍; ତଃବେ ଜୁଣ୍ ମାନାୟ୍ ସେତି କଃସ୍ଟ୍ କଃରିନଃକେରେ, ତାର୍ ଅଃଦିକାରାର୍ ଗିନେ ସେ ସେରି ଚାଡିଦଃୟିଦ୍। ଇରି ହଃକା କଃରାପ୍ ଆର୍ ବେସି କଃରାପ୍। 22 ତଃବେ ବେଳ୍ ତଃଳେ ମାନାୟ୍ ଜୁଣ୍ଜୁଣ୍ କଃସ୍ଟ୍ ଆର୍ ହୁର୍ଦାର୍ ଚିନ୍ତାୟ୍ ତାକିଜାୟିଦ୍, ସେସଃବୁଟାଣୁ ସେ କାୟିରି ହାୟିଦ୍? 23 କାୟିତାକ୍ବଃଲେକ୍ ତାର୍ ଦିନ୍ ସଃବୁ ଅଃବ୍କା ଦୁକ୍ ଆର୍ ତାର୍ କାମ୍ ସଃବୁ ମଃନେ ଦୁକ୍ ଅୟିଆଚେ; ରାତି ହେଁ ତାର୍ ହୁର୍ଦ୍ ବିସାଉଣି ହାୟ୍ଁ ନଃକେରେ। ଇରି ହେଁ କଃରାପ୍। 24 କାତାର୍ ଆର୍ ସୁର୍ତା ଟାଣୁ ନିଜାର୍ କଃସ୍ଟେ ନିଜାର୍ ଜିବନ୍କେ ସୁକ୍ବୟିଗ୍ କଃର୍ତାର୍ ଚାଡି ମାନାୟିର୍ ଆରେକ୍ ଅଃଦିକ୍ ମଃଙ୍ଗଳ୍ ବିସୟ୍ ନାୟି। ମୁୟି ଜାଣ୍ଲେ, ଇରି ମାପୁର୍ ଟାଣୁ ଅୟିଦ୍। 25 କାୟିତାକ୍ବଃଲେକ୍ ମର୍ଟାଣୁ କେଏ ଅଃଦିକ୍ କାୟିଦ୍, କି ସୁକ୍ବୟିଗ୍ କଃରୁ ହାରେ? 26 ବଃଲେକ୍ ଜୁଣ୍ ମାନାୟ୍ ମାପୁର୍କେ ସଃର୍ଦା କଃରେଦ୍, ସେ ତାକେ ଗିଆନ୍, ବୁଦି ଆର୍ ସୁକ୍ ଦଃୟିଦ୍; ମଃତର୍ ମାପୁରାର୍ ସଃର୍ଦାକାରି ଲକ୍ମଃନ୍କେ ଦେଉଁକ୍ ଅରାଉଁକ୍ ଆର୍ ସଃଙ୍ଗାଉଁକ୍ ହାହିକେ ସେ କାମ୍ ଦଃୟିଦ୍। ଇରି ହଃକା କଃରାପ୍ ଆର୍ ବାଉକେ ଆତେ ଦଃର୍ଲା ହର୍।