1 ତୁମି ହାଣି ଉହ୍ରେ ନିଜାର୍ କାଦି ହଃକାଉଆ, କାୟିତାକ୍ବଃଲେକ୍ ସେରି ଗାଦେକ୍ ଦିନ୍ ଉତାରେ ହାଉଆସ୍। 2 ସାତ୍ଲକେ, କି ଆଟ୍ଲକେ ବାଗ୍ବାଟାକଃରି ଦିଆସ୍; କାୟିତାକ୍ବଃଲେକ୍ ହୁର୍ତିବିୟେ କାୟି ବିପଦ୍ ଆସେଦ୍, ସେରି ତୁମି ଜାଣିନଃକେରାସ୍।
3 ମେଗ୍ ହାଣିୟେ ହୁର୍ନ୍ ନୟ୍ଲେକ୍ ହୁର୍ତିବିୟେ ସେରି ହାଣି ମାରେଦ୍; ଆରେକ୍, ଗଃଚ୍ ଜଦି ଦକିଣ୍ ଦିଗ୍ କି ଉତୁର୍ ଦିଗେ ଡୁଳେଦ୍, ତଃବେ ଜୁଣ୍ଟାଣେ ଡୁଳେଦ୍, ସେ ଟାଣେ ହଃକା ରଃୟିଦ୍।
4 ଜୁଣ୍ଲକ୍ ହଃବନ୍କେ ଜାଗିରଃୟିଦ୍, ସେ କଃବେ ବୁଣୁନଃହାରେ ଆର୍ ଜୁଣ୍ଲକ୍ ମେଗ୍କେ ଜାଗିରଃୟିଦ୍, ସେ କଃବେ କାଟୁ ନଃହାରେ।
5 ତୁମି ଜଃନ୍କଃରି ବାଉ ଜାତାର୍ ନଃଜାଣାସ୍, କି ଆଙ୍ଗେରିଲା ମାୟ୍ଜିର୍ ହେଟେ ରିଲା ହିଲାର୍ ଆଡ୍ କଃନ୍ କଃରି ଅଃଉଁଲି, ସେରି ଜାଣୁ ନଃହାରାସ୍, ସେହର୍ ସଃବୁ ମାନାୟ୍ ମାପୁରାର୍ କାମ୍ ହେଁ ଜାଣୁ ନଃହାରାସ୍।
6 ତୁମିମଃନ୍ ସଃକାଳିଆ ବିଆନ୍ ବୁଣାସ୍ ଆର୍ ସଃଞ୍ଜ୍ବେଳା ହଃତେକ୍ ନିଜାର୍ ଆତ୍ ବଃନ୍ଦ୍ ନଃକେରାସ୍; କାୟତାକ୍ବଃଲେକ୍ ସେରି ବଃଲ୍ କି କଃରାପ୍ ଅୟିଦ୍ କି ସଃବୁ ସଃମାନ୍ ବଃଲ୍ ଅୟିଦ୍, ଇରି ତୁମି ଜାଣୁ ନଃହାରାସ୍।
7 ସଃତ୍କଃରି ଉଜାଳ୍ ସୁକ୍ ଦଃୟିଦ୍, ଆର୍ ଆକିୟେ ବେଳ୍ ଦଃକ୍ତାର୍ ସଃର୍ଦାର୍ ବିସୟ୍। 8 ହେଁ, ଜଦି ମାନାୟ୍ ଗାଦେକ୍ ବଃର୍ସ୍ ବାଚେଦ୍, ତଃବେ ସେ ସଃବୁଟାଣେ ସଃର୍ଦା କଃର; ମଃତର୍ ଅଃନ୍ଦାରାର୍ ଦିନ୍ସଃବୁକେ ସେ ମଃନେ ରଃକ, କାୟତାକ୍ବଃଲେକ୍ ସେ ଦିନ୍ସଃବୁ ଗାଦେକ୍ ଅୟିଦ୍। ଜାୟ୍ ଜାୟ୍ରି ଗଃଟେଦ୍, ସଃବୁ କଃରାପ୍।
9 ଏ ବେଣ୍ଡିଆଲକ୍, ତୁମି ତୁମାର୍ ବେଣ୍ଡିଆବଃଳ୍ ସଃର୍ଦାକଃରା ଆର୍ ବେଣ୍ଡିଆବଃଳ୍ ତୁମାର୍ ହୁର୍ଦ୍ ତୁମିକେ ସଃର୍ଦାକଃରା, ଆରେକ୍ ନିଜାର୍ ଚାଲ୍ତିୟେ ଆର୍ ନିଜାର୍ ଆକିୟେ ଦଃକ୍ଣେ ଚାଲା; ମଃତର୍ ମାପୁର୍ ଇ ସଃବୁ ବିସୟ୍କେ ଦଃରି ତୁମିକେ ବିଚାରେ ଆଣେଦ୍, ଇରିସଃବୁ ତୁମି ଜାଣିରିଆ। 10 ଇତାର୍ଗିନେ ନିଜାର୍ ହୁର୍ଦେ ହୁଣି କଃରାପ୍ ବାବ୍ନା ଦୁର୍ କଃରା; କାୟତାକ୍ବଃଲେକ୍ ବେଣ୍ଡିଆ ବଃଳାର୍ ଆର୍ ଜିବନାର୍ ଗଃଗାଳ୍ ମଲ୍ ନୟ୍ଲାର୍।