1 ବେସିମଲାର୍ ଚିକଣ୍ ଟାଣୁ ବଃଲ୍ଗୁଣ୍ ନିକ ଆର୍ ଜଃଲମ୍ଦିନ୍ ଟାଣୁ ମଃର୍ନ୍ଦିନ୍ ବଃଲ୍।
2 ସଃର୍ଦାର୍ ବଜିଗଃର୍କେ ଜାତା ବାଦୁଲେ ଦୁକାର୍ ଗଃରେ ଜାତାର୍ ନିକ; କାୟିତାକ୍ବଃଲେକ୍ ସେରି ସଃବୁ ମାନାୟିର୍ ମଃର୍ନ୍ଦିନ୍ ଆଚେ ଆର୍ ଜିବନ୍ଲକ୍ ସେତି ନିଜାର୍ ମଃନ୍ ଦେତାକଃତା।
3 ନିଚଳ୍ତା ଟାଣୁ ଦୁକ୍ ବଃଲ୍; କାୟିତାକ୍ବଃଲେକ୍ ମୁଁଆର୍ ଦୁକାର୍ ହୁରୁଣ୍ ଦଃୟି ହୁର୍ଦ୍ ସଃର୍ଦାର୍ ସିକ୍ୟା ହାୟିଦ୍। 4 ଗିଆନିମଃନ୍କାର୍ ହୁର୍ଦ୍ ଦୁକେ କାନ୍ଦ୍ତା ଗଃରେ ରଃୟିଦ୍, ମଃତର୍ ଅଗିଆନିମଃନ୍କାର୍ ହୁର୍ଦ୍ ସଃର୍ଦାର୍ ଗଃରେ ରଃୟିଦ୍।
5 ଅଗିଆନି ଲକାର୍ ଗିତ୍ ସୁଣ୍ତା ବାଦୁଲେ ଗିଆନିମଃନ୍କାର୍ ଉଳାସୁଣ୍ତାର୍ ବଃଲ୍। 6 କାୟିତାକ୍ବଃଲେକ୍ ଆଣ୍ଡି ତଃଳେ କଃଚ୍ତା ଦାରୁ ଚିଳ୍ଚିଳ୍ ସଃବଦ୍ ଜେହର୍, ଅଗିଆନିର୍ ନିଚଳ୍ ସେହର୍; ଇରି ହଃକା କଃରାପ୍।
7 ଅଃନ୍ୟାୟ୍ ଦଃନ୍ ଆଣ୍ତାର୍ ଗିଆନିଲକେ ବୁଦି ନଃସ୍ଟ କଃରେଦ୍ ଆର୍ ଲାଞ୍ଚ୍ ବୁଦି ନଃସ୍ଟ୍କଃରେଦ୍।
8 କାମାର୍ ଆରୁମ୍ ଟାଣୁ ସେତିର୍ ସଃରାଉତାର୍ ବଃଲ୍; ଆରେକ୍, ମଃନେ ଗଃର୍ବି ଅଃଉତା ବାଦୁଲେ ମଃନେ ଦିର୍ ଅଃଉତାର୍ ବଃଲ୍।
9 ରିସା ଅଃଉଁକ୍ ମଃନେ ବେଲ୍କି ଅଃଉଆ ନାୟ୍; କାୟିତାକ୍ବଃଲେକ୍ ଅଗିଆନିମଃନ୍କାର୍ ହୁର୍ଦେ ରିସା ବାସାବାନ୍ଦେଦ୍।
10 ଅଃବାର୍ ସଃମୟ୍ ବାଦୁଲେ ହୁର୍ବାର୍ ସଃମୟ୍ ବଃଲ୍ ଆଚେ କାୟିତାକ୍, ଇରି କଃଉଆନାୟ୍, କାୟତାକ୍ବଃଲେକ୍ ତୁମି ଇ ବିସୟେ ଗିଆନେ ହଃଚାରୁଲାସ୍ କି? 11 ଗିଆନ୍ ଦାଦିବାବୁର୍ ସଂମ୍ପତି ହର୍ ବଃଲ୍ ଆଚେ; ଆରେକ୍ ବାଚିରିଲା ଲକ୍ମଃନ୍କାର୍ ଗିନେ ସେରି ଅଃଦିକ୍ ବଃଲ୍। 12 କାୟିତାକ୍ବଃଲେକ୍ ଦଃନ୍ ଜେହର୍ ଆସ୍ର , ଗିଆନ୍ ହେଁ ସେହର୍ ଆସ୍ର ; ମଃତର୍ ଗିଆନାର୍ ରେତାର୍ ଲାବ୍ ଇରି ଜେ, ଗିଆନ୍ ନିଜାର୍ ଅଃଦିକାରିର୍ ଜିବନ୍ ରଃକ୍ୟାକଃରେଦ୍।
13 ମାପୁରାର୍ କାମ୍କେ ମଃନ୍ଦିଆନ୍ କଃରା; କାୟ୍ତାକ୍ ବଃଲେକ୍ ମାପୁର୍ ଜାୟ୍ରି ବାଙ୍ଗ୍ଟା କଃରେଦ୍, ସେରି କେଏ ସଃଳ୍କ୍ କଃରୁକ୍ ହାରେଦ୍?
14 ସୁକ୍ବଃଳ୍ ସଃର୍ଦା ଅଃଉଆ ଆର୍ ଦୁକ୍ବଃଳ୍ ମଃନ୍ଦିଆନ୍ କଃରା; ମାନାୟ୍କେ ଆସ୍ତାଦିନେ ଜାୟ୍ରି ଗଃଟେଦ୍, ସେରି ଜେହର୍ ସେ ଜାଣୁ ନଃହାରେ, ଇତାର୍ଗିନେ ମାପୁର୍ ଦୁକ୍ ଆର୍ ସୁକ୍କେ ଲଃଗେଲଃଗେ ସଃଙ୍ଗାୟ୍ ଆଚେ।
15 ମୁୟ୍ଁ ମର୍ କଃରାପ୍ ସଃମୟେ ଇ ସଃବୁ ଜାଣିଆଚି; ଦଃର୍ମାର୍ ଲକ୍ କଃବେକଃବେ ନିଜାର୍ ଦଃର୍ମିୟେ ନାସ୍ ଅୟିଦ୍, ଆର୍ ଦୁସ୍ଟଲକ୍ ନିଜାର୍ କଃରାପ୍ କାମେ ବେସି ଦିନ୍ ବାଚେଦ୍।
16 ଅଃଦିକ୍ ଦଃର୍ମି ଅଃଉଆ ନାୟ୍; କି ନିଜ୍କେ ଗିଆନି ଦଃକାଉଆ ନାୟ୍; କାୟତାକ୍ବଃଲେକ୍ ତୁମି ନିଜ୍କେ ନାସ୍କଃରାସ୍? 17 ତୁମି ଅଃଦିକ୍ ଦୁସ୍ଟ୍ ଅଃଉଆ ନାୟ୍, କି ବକୁଆ ଅଃଉଆ ନାୟ୍; ନିଜାର୍ ମଃର୍ନ୍ ଆସ୍ତା ଆଗ୍ତୁ କାୟିତାକ୍ ମଃରାସ୍? 18 ଇରି ଦଃରା,ଆର୍ ଆତ୍ କାଡିନଃନେତାର୍ ତୁମାର୍ ନିକ; କାୟିତାକ୍ବଃଲେକ୍ ଜେ ମାପୁର୍କେ ଡିରେଦ୍,ସେ ଇ ସଃବୁ ତଃୟିହୁଣି ଜିଣେଦ୍। 19 ଗିଆନି ଲକ୍ ଇହର୍ ଗଃଳେରିଲା ଦଃସ୍ ସାସନ୍କାରି ଟାଣୁ ଗିଆନ୍ ଅଃଦିକ୍ ବଃଳ୍। 20 ପାପ୍ ନଃକେରି ବଃଲ୍ କାମ୍ କଃରେଦ୍, ଇହର୍ ଗଟେକ୍ ହେଁ ଦଃର୍ମି ଲକ୍ ହୁର୍ତିବିୟେ କେନାୟି।
21 ଜଃତେକ୍ କଃତା କଃଉଆଜାୟିଦ୍, ସେ ସଃବୁୟେ ମଃନ୍ଦିଆନ୍ କଃରାନାୟ୍; ମଃନ୍ ଦିଲେକ୍ ତର୍ ଦାସ୍ ତକେ ସାୟିପ୍ ଦେତାର୍ ସୁଣାସ୍ ; 22 କାୟତାକ୍ବଃଲେକ୍ ତୁମାର୍ ମଃନ୍ ଜାଣେଦ୍ ଜେ, ତୁମି ହେଁ ବିନ୍ ଲକେ ସେହର୍ ସଃୟିପ୍ ଦଃୟ୍ଲାଗୁଲାସ୍। 23 ମୁୟି ଗିଆନ୍ ଦଃୟି ଇ ସଃବୁ ପରିକ୍ୟା କଃରିଆଚି। ମୁୟି କୟିଲେ, "ମୁୟି ଗିଆନି ଅୟିନ୍ଦ୍," ମଃତର୍ ସେରି ମର୍ ଟାଣୁ ଦୁରି ରିଲି। 24 ଜାୟ୍ରି ଆଚେ, ସେରି ଦୁରିକେ ଆଚେ ଆର୍ ବେସି ଗବିରେ ଆଚେ ; ସେରି କେଏ ମିଳାଉଁ ହାରେ? 25 ଗିଆନ୍ ଆର୍ ସେ ବିସୟ୍ମଃନାର୍ ବିତ୍ରିକଃତା ଜାଣୁକେ, ଆରେକ୍ ଦୁସ୍ଟ୍ ଜେ ବକୁଆ ଆର୍ ଅଗିଆନି ଜେ ବଃୟାକାମ୍, ଇରି ଜାଣୁକେ ମୁୟି ମଃନ୍କଃଲେ ଆର୍ ମର୍ ମଃନ୍ ସେରି ଜାଣୁକେ ଆର୍ କଜୁକେ ଲାଗିରିଲି।
26 ଆରେକ୍, ମୁୟି ଜାଣ୍ଲେ ଜେ, ଜୁଣ୍ ମାୟ୍ଜିର୍ ମଃନ୍ ହାନ୍ଦା ଆର୍ ଜାଲ୍ ହର୍ ଆର୍ ଆତ୍ ବାନ୍ଦୁଣ୍ ହର୍, ସେ ମଃର୍ନ୍ ଟାଣୁ ଅଃଦିକ୍ ହିତା; ଜେ ଇସ୍ୱର୍କେ ସଃର୍ଦା କଃରାୟିଦ୍ , ସେ ତାର୍ ଟାଣୁ ରଃକ୍ୟାହାୟିଦ୍ ମଃତର୍ ହାହି ଦଃରାହଃଳେଦ୍।
27 ସିକ୍ୟାଦେଉ କଃଉଁଲା, ଜାଣା, ମୁୟି ସେତିର୍ ବିତ୍ରି କଃତା ଜାଣୁକେ ଗଟେ ବିସୟ୍କେ ଆରେକ୍ ଗଟେ ସଃଙ୍ଗ୍ ମିସାୟ୍କଃରି ଇରି ହାୟ୍ଆଚି; 28 ମର୍ ଜିବନ୍ ଆଜିହଃତେକ୍ କଜିଲାଗୁଲି, ମଃତର୍ ମୁୟି ସେରି ହାୟ୍ନଃକେରି; ଅଃଜାର୍ ଗଟ୍ ମାନାୟ୍ ମାପୁର୍କେ ସଃର୍ଦା କଃରାଉତାର ମୁୟି ମିଳାୟ୍ଲେ, ମଃତର୍ ସେମଃନ୍କାର୍ ବିତ୍ରେ ଗଟେକ୍ ମାୟ୍ଜି ହେଁ ନଃହାୟିଲେ। 29 ଜାଣା, ମୁୟି ଅଃତେକ୍ ହଃକା ଜାଣୁଲେ ଜେ, ମାପୁର୍ ମାନାୟ୍କେ ତିର୍ କଃରି ହାଜିଆଚେ: ମଃତର୍ ସେମଃନ୍ ଗାଦେକ୍ କଜି ବାର୍କଃରିଆଚ୍ତି।