1 ମଃଲା ମଚି କାଚାର୍ ବାସ୍ନା ଚିକଣ୍ କଃରାପ୍ ଗଃନ୍ଦ୍ ଅୟିଦ୍; ସେହର୍ ଅଃଳକ୍ ଗିଆନ୍ ଉଚ୍ଗିଆନ୍ ଟାଣୁ ଅଃଦିକ୍ ବଜ୍।
2 ଗିଆନିର୍ ହୁର୍ଦ୍ ତାକେ ଟିକ୍ ବାଟ୍କେ ନଃୟିଦ୍; ମଃତର୍ ଅଗିଆନିର୍ ହୁର୍ଦ୍ ତାକେ ବୁଲ୍ ବାଟ୍ ନଃୟିଦ୍। 3 ଆରେକ୍ ଅଗିଆନି ବାଟେ ଗଃଲାବଃଳ୍ ତାକେ ବୁଦିର୍ ଅବାବ୍ ଦଃକାଜାୟିଦ୍, ଆରେକ୍ ସେ ହଃତିଲକେ କୟିଦ୍ ଜେ, ସେ ଅଗିଆନି।
4 ତୁମାର୍ ଉହ୍ରେ ସାସନ୍କାରି ରିସା ଅୟିଲେକ୍, ତୁମି ନିଜାର୍ ଟାଣ୍ ଚାଡି ଜାହାନାୟ୍; କାୟତାକ୍ବଃଲେକ୍ ଚିମ୍ରା ଅୟିଲେକ୍ ବଃଡ୍ ଅନିସ୍ଟ୍ ଅଃଉତାର୍ ହେଁ ଦୁର୍ ଅୟିଦ୍। 5 ମୁୟ୍ଁ ବେଳ୍ ତଃଳେ ଗଟେକ୍ କଃରାପ୍ ବିସୟ୍ ଦଃକିଆଚି, ସେରି ସାସନ୍କାରି ତଃୟିହୁଣି ଅୟିଲା ବୁଲ୍; 6 ଅଗିଆନିକେ ବେସି ଉଚ୍ ହଃଦ୍ ଦିଆଜାୟିଦ୍, ଆରେକ୍ ଦଃନି ମାନାୟ୍ ନିଚ୍ ହଃଦେ ବଃସେଦ୍। 7 ମୁୟ୍ଁ ଦାସ୍ମଃନ୍କେ ଗଳା ଉହ୍ରେ ଆର୍ ମୁଳିକାମଃନ୍କେ ଦାସ୍ ହର୍ ହାଦେ ଇଣ୍ଡି ଜାତାର୍ ଦଃକିଆଚି।
8 ଜେ କାଲ୍ କଃଣେଦ୍, ସେ ସେତି ସେ ଅଦ୍ରେଦ୍ ଆର୍ ଜୁଣ୍ ଲକ୍ କଃତି ବାଙ୍ଗେଦ୍ ତାକେ ସାହ୍ ଟକେଦ୍। 9 ଜୁଣ୍ଲକ୍ ଟେଳା କଜୁକ୍ କାମ୍କଃରେଦ୍, ସେ ସେ ଟେଳା ସଃଙ୍ଗ୍ ମାଡ୍ କାୟିଦ୍; ଆରେକ୍, ଜେ କାଟ୍ ହଳାହୁଟାୟିଦ୍, ସେ କାଟ୍ ସଃଙ୍ଗ୍ ବିପ୍ତିୟେ ହଃଳେଦ୍।
10 କୁରାଳି ବୁଟି ଅୟିଲେକ୍ ଜଦି କେଏ ସେ କୁରାଳିର୍ ଦାର୍ ନଃକେରେ , ତଃବେ ସେରିକ୍ ଅଃଦିକ୍ ବଃଳ୍ କଃଟାଉଁକ୍ ଅୟିଦ୍; ମଃତର୍ ଦାୟିତ୍ ଦଃକାଉଁକ୍ ଗିଆନ୍ ହଃଳ୍ ଦଃୟିଦ୍। 11 ସାହ୍ ମଃତ୍ରାୟ୍ ସଃର୍ଦା ଅଃଉତା ଆଗ୍ତୁ ଚାବ୍ଲେକ୍ ଗୁଣିଆର୍ କାୟି ଲଳାକ୍ ନାୟ୍ଁ।
12 ଗିଆନିର୍ ମୁଆଁର୍ କଃତା ଦଃୟା କଃଲାହର୍; ମଃତର୍ ଅଗିଆନିର୍ ନିଜାର୍ ଟଣ୍ଡ୍ ତାକେ ଗିଳେଦ୍। 13 ତାର୍ ମୁଁଆର୍ କଃତା ଅଗିଆନି ଆର୍ ତାର୍ କଃତାର୍ ସେସ୍ ଦୁକ୍ ଦେତାର୍ ବଃୟାକାମ୍। 14 ଅଗିଆନି ବେସି କଃତା କୟିଦ୍; ତଃବେହେଁ କାୟିରି ଅୟିଦ୍, ମାନାୟି ଜାଣି ନଃକେରେ; ଆରେକ୍, ତାର୍ ଉତାରେ ଜାୟରି ଗଃଟେଦ୍, କେଏ ତାକେ ଜାଣାଉଁ ହାରେ?
15 ହଃତି ଅଗିଆନିର୍ କଃସ୍ଟ ତାକେ ତାକାୟିଦଃୟିଦ୍, କାୟତାକ୍ବଃଲେକ୍ କଃନ୍କଃରି ଗଃଳ୍ ବିତ୍ରେ ଜଃଉଁକ୍ ଅୟିଦ୍ ସେ ଜାଣୁ ନଃହାରେ।
16 ଇ ଦେସ୍, ତର୍ ରଃଜା ଜଦି ଗଟେକ୍ ହିଲା ଅୟିଦ୍ ଆର୍ ତର୍ ମୁଳିକାମଃନ୍ ଜଦି ସଃକାଳିଆ କାତି, ତଃବେ ତୁୟି ଡଃଣ୍ଡାର୍ ଜୟିଗ୍। 17 ଇ ଦେସ୍, ରଃଜା ବଃଉଁସାର୍ ହିଲା ଜଃବେ ତର୍ ରଃଜା ଅୟିଦ୍ ଆର୍ ତର୍ ମୁଳିକାମଃନ୍ ଲାଡାର୍ ଗିନେ ନାୟ୍, ମଃତର୍ ବଃଳ୍ ଗିନେ ଟିକ୍ ସଃମୟେ କାଦି କାତି, ତଃବେ ତୁୟ୍ ବାୟିଗ୍।
18 ଅଃଳ୍ସାର୍ ଗିନେ ଚାନି ଗଃସ୍ରିଜାୟିଦ୍, ଆର୍ ଜାର୍ ଆତ୍ ଚିମ୍ରା ଗିନେ ଗଃରେ ହାଣି ଜରେଦ୍। 19 ସଃର୍ଦାର୍ ଗିନେ ବଜି ରାନ୍ଦା ଜାୟିଦ୍, ଆରେକ୍ ଅଙ୍ଗୁର୍ ରଃସ୍ ମଃନ୍ସଃର୍ଦା କଃରେଦ୍; ଦଃନ୍ ସଃବୁ କାମେ ଆସେଦ୍।
20 ରଃଜାକେ ସଃୟିପ୍ ଦିଆସ୍ନାୟ୍, ନାୟ୍ ମଃନେମଃନେ ହେଁ ଦିଆସ୍ ନାୟ୍; ଆର୍, ଦଃନିମାନାୟ୍କେ ନିଜାର୍ ସଃଉତା ଗଃରେ ସଃୟିପ୍ ଦିଆସ୍ନାୟ୍; କାୟତାକ୍ବଃଲେକ୍ ଉହ୍ରେ ଉଡ୍ତା ଚେଳେ ସେ କବୁର୍ ଜାଣାୟି ଦଃୟଦ୍।