1 ଗିଆନିଲକାର୍ ହର୍ କେଏ ଆଚେ? ଇ ବିସୟାର୍ ବାବ୍ ଆର୍ ଇତାର୍ ଅଃର୍ତ୍ ଜାଣେ? ମାନାୟିର୍ ଗିଆନ୍ ତାର୍ ମୁଉଁକେ ଉଲାସ୍ କଃରେଦ୍ ଆର୍ ତାର୍ ମୁଉଁର୍ ଅଃଟୁଆକେ ବାଦ୍ଲାୟିଦ୍।
2 ତୁମି ରଃଜାର୍ ଆଦେସ୍ ମାନା, ମୁୟି ଇରି ସିକ୍ୟା ଦେଉଁଲେ ଆର୍ ମାପୁର୍ ଟାଣେ ସଃୟିତ୍ କଃରୁକ୍ ସେରି କଃରା। 3 ତାର୍ ଟାଣୁ ବାରାୟ୍ ଜଃଉଁକ୍ ତଃନ୍ଦ୍ରା ଅଃଉଆ ନାୟି; କାୟି କଃରାପ୍ ବିସୟାର୍ ପକ୍ୟା ଟିଆ ଅଃଉଆ ନାୟ୍; କାୟତାକ୍ବଃଲେକ୍ ସେ ଜାୟ୍ରି ଇଚା, ସେ ସେରି କଃରେଦ୍। 4 ଜୁୟତାର୍ଗିନେ ରଃଜାର୍ ବଃଚନ୍ ବଃଳ୍କାରିହର୍; ଆରେକ୍ ତୁୟ୍ ଇରି କଃର୍ନାୟ୍ ବଃଲି, ଇହର୍ ତାକେ କେଏ କଃଉଁ ହାରେ? 5 ଜେ ଆଦେସ୍ ମାନେଦ୍, ସେ କାୟି ବିପଦ୍କେ ଜାଣି ନଃକେରେ; ଆରେକ୍ ଗିଆନିଲକ୍ ସଃମୟ୍ ଆର୍ ବିଚାର୍ କେଏ ଜାଣେଦ୍; 6 କାୟତାକ୍ବଃଲେକ୍ ହଃତି ବିସୟାର୍ ଟିକ୍ ସଃମୟ୍ ଆଚେ ଆର୍ ବିଚାର୍ ଆଚେ; ଜୁୟିତାର୍ଗିନେ କି ମାନାୟିର୍ ଦୁକ୍ ତାର୍ ଗିନେ ଅଃପର୍ବଳ୍;
7 କାୟିରି ଗଃଟେଦ୍, ସେରି ସେ ଜାଣି ନଃରେୟି ଆର୍ କଃନ୍କଃରି ସେରି ଗଃଟେଦ୍, ଇରି କେଏ ତାକେ ଜାଣାଉଁ ହାରେ? 8 ହୁଣ୍ଡାଣ୍ବାଉ ତେବାୟ୍ ସଃଙ୍ଗାଉଁକେ ହୁଣ୍ଡାଣ୍ ବାଉ ଉହ୍ରେ କୁୟି ମାନାୟିର୍ ଅଃଦିକାର୍ ନାୟ୍; କି ମଃର୍ନ୍ ଉହ୍ରେ ତାର୍ ଅଃଦିକାର୍ ନାୟ୍; ଆରେକ୍, ଜୁଜେ ଗଃଲା ସଃୟିନ୍ ତାର୍ ଇଚାୟ୍ କାୟିରି କଃରୁନାହାରେ; ସେହର୍ ଦୁସ୍ଟ୍କାମେ ଲାଗିରିଲା ଲକ୍ ଦୁସ୍ଟ୍କାମ୍ ତାକେ ରଃକ୍ୟା କଃରୁକେ ନଃହାରେ।
9 ଇ ସଃବୁ ମୁୟ୍ଁ ଦଃକିଆଚି ଆର୍ ବେଳ୍ ତଃଳେ ଜୁଣ୍ ଜୁଣ୍ କାମ୍ କଃରାଜାୟିଦ୍, ସେତି ମୁୟ୍ଁ ମଃନ୍ଦିଆନ୍ ଦଃୟ୍ଆଚି; କଃବେକଃବେ ଗଟେ ମାନାୟ୍ ଆରେକ୍ ଗଟ୍ ମାନାୟ୍କେ ତାର୍ଉହ୍ରେ କଃରାପ୍ କାମ୍କଃରୁକ୍ ରଃୟିଦ୍। 10 ହେଁ ମୁୟି ଦକ୍ଲେ ଜେ ମଃନ୍ଦ୍ ଲକ୍ ମଃଲାୟି ଆର୍ ତାକେ ତହାଗଃଲି, ମଃତର୍ ଲକ୍ମଃନ୍ ସେ ମଃସୁଣେ ହୁଣି ବାଉଳ୍ଲାବଃଳ୍ ଦଃକ୍ଲେ ସେମଃନ୍ ସେ ଗଃଳେ ଦୁସ୍ଟ୍ କାମ୍ କଃଲାର୍ମଃନ୍ ଗୁଣ୍ କୟିଲାୟି ଇରି ସେ ଅଃସାର୍। 11 କଃରାପ୍କାମ୍ ବିରୁଦେ ଦଃଣ୍ଡ୍ ଆଦେସ୍ ବେଗି ଆସିନଃରେୟ୍, ସେତାକ୍ ମାନାୟ୍ମଃନ୍କାର୍ ମଃନ୍ହଃରାଣ୍ କଃରାପ୍କାମ୍ କଃରୁକ୍ ହୁରୁଣ୍ବାବେ ଇଚାକଃର୍ତି। 12 ଜଦି ହାହି ସୟେ ତର୍ କଃରାପ୍କାମ୍ କଃରି ବୁତେକ୍ଦିନ୍ ବାଚେଦ୍, ତଃବେ ମୁୟି ସେମଃନ୍କେ ଜାଣିଆଚି ଜେ, ମାପୁର୍କେ ମାୟିନ୍କାରିମଃନ୍ ତାର୍ ଆଗେ ଡିର୍ତି ସେତାକ୍ ସେମଃନ୍କାର୍ ମଃଙ୍ଗଳ୍ ଅୟିଦ୍; 13 ମଃତର୍ ଦୁସ୍ଟ୍ଲକାର୍ ମଃଙ୍ଗଳ୍ ଅୟ୍ନଃକେରେ, କି ସେ ନିଜାର୍ ଚାୟ୍ ହର୍ ଜିବନ୍ ବଃଡ୍କଃରୁ ନଃହାରେ; କାୟତାକ୍ବଃଲେକ୍ ସେ ମାପୁର୍କେ ଡିରି ନଃକେରେ।
14 ହୁର୍ତିବିୟେ ଇରି ଗଟେକ୍ କଃରାପ୍ ଗଃଟେଦ୍; କଃବେକଃବେ ଦଃର୍ମିମଃନ୍କେ ଦୁସ୍ଟ୍ମଃନ୍କାର୍ ହର୍ ବେବାର୍ କରାଜାୟିଦ୍, ସଃତେ ଜେହର୍ ସେମଃନ୍ କଃରାପ୍କାମ୍ କଃରିଆଚ୍ତି, ଆରେକ୍ କଃବେ କଃବେ ଦୁସ୍ଟ୍ମଃନ୍କେ ଦଃର୍ମିମଃନ୍କାର୍ ବଃଲ୍ ବେବାର୍ କଃରାଜାୟିଦ୍; ମୁୟ୍ଁ କୟିଲେ, ଇରି ହଃକା କଃରାପ୍।
15 ସେତାକ୍ ମୁୟ୍ଁ ସଃର୍ଦା ଅୟିଲେ, କାୟତାକ୍ବଃଲେକ୍ କାତାର୍ ଆର୍ ହିଉତାର୍ ଆର୍ ସଃର୍ଦା କଃର୍ତାର୍ ବେଳ୍ ତଃଳେ ମାନାୟିର୍ ଉହ୍ରେ ଆର୍ କାୟି ବଃଲ୍ ବିସୟ୍ ନାୟ୍; ସେତାକ୍ ସେ ବେଳ୍ ତଃଳେ ମାପୁରାର୍ ଦିଲା ତାର୍ ବାଚ୍ତା ଦିନ୍ ବିତ୍ରେ ଜୁଣ୍ ଜୁଣ୍ କଃସ୍ଟ କଃରେଦ୍, ସେ ସଃବୁ ଟାଣେ ଇରି ହଃକା ତାର୍ ସାହା ଅୟିଦ୍।
16 ଜଡେବଃଳ୍ ମୁୟି ଗିଆନାର୍ ବିସୟ୍ ଜାଣୁକେ ଆର୍ ହୁର୍ତିବିୟେ ଅଃଉତା କାମ୍ ଦଃକୁକେ ମଃନ୍ଦିଆନ୍ କଃଲେ, ନିଦେ ନଃସୟ୍ ଦିନ୍ରାତି କାମ୍କଃରୁଲାୟ୍, ଇହର୍ ଲକ୍ ହେଁ ଆଚ୍ତି; 17 ସଃଡେବଃଳ୍ ମୁୟି ମାପୁରାର୍ ସଃବୁକାମ୍ ବିସୟେ ଜାଣ୍ଲେ ଜେ, ମାନାୟ୍ ବେଳ୍ତଃଳେ କଃଲା କାମାର୍ ଗୁଣ୍ ହାଉଁନଃହାରେ; କାୟିତାକ୍ବଃଲେକ୍ ସେରି କଜୁକେ ମାନାୟ୍ ଜଃତେକ୍ କଃସ୍ଟ କଃଲେକ୍ ହେଁ ସେରି ହାଉଁନଃହାରେ; ଆରେକ୍, ଗିଆନି ଲକ୍ ସେରି ଜାଣୁକ୍ ମଃନ୍କଃଲେକ୍ ହେଁ ସେତିର୍ ଗୁଣ୍ ହାଉଁକ୍ ନଃହାରେ।