1 ମୁଁୟ୍ ଇ ସଃବୁ ବିସୟେ ମଃନ୍ଦଃୟ୍ କଜ୍ଲେ; ଦଃର୍ମି ଆର୍ ଗିଆନି, ଆର୍ ସେମଃନ୍କାର୍ କାମ୍ ମାପୁର୍ ଆତେ ଆଚେ; ଇରି ଲାଡ୍ କି ଗିଣ୍, ସେରି ମାନାୟ୍ ଜାଣି ନଃକେରେ; ସଃବୁ ସେମଃନ୍କାର୍ ଆଗେ ରଃୟିଦ୍ 2 ସଃବୁବିସୟ୍ ସଃବ୍କାର୍ ଗିନେ ସଃମାନ୍; ଦଃର୍ମି ଆର୍ ଦୁସ୍ଟ୍, ଦିରାଲକ୍, ଆର୍ ନିର୍ମୁଳ୍ ଆର୍ ବିଟାଳ୍ ; ହୁଜାକଃର୍ତା ଲକ୍ ଆର୍ ହୁଜାନଃକେର୍ତା ଲକ୍,ସଃବୁଲକାର୍ ଗିନେ ଗଟେକ୍ ଗଃଟ୍ଣା ଅୟିଦ୍; ଦଃର୍ମି ଜଃନ୍କାର୍ ହାହି ସେନ୍କାର୍; ଆରେକ୍, ସଃୟ୍ତ୍କାରି ଜଃନ୍କାର୍, ସଃୟିତ୍ ନଃକେର୍ତାଲକ୍ ସେହର୍।
3 ବେଳ୍ତଃଳେ ଜଃତେକ୍ କାମ୍ କଃରାଜାୟିଦ୍, ସେ ବିତ୍ରେ ଦୁକାର୍ କଃତା ଇରି ଜେ, ସଃବୁଲାକାର୍ ହାୟ୍ଁ ସଃମାନ୍ ଗଃଟ୍ଣା ଅୟିଦ୍; ଆରେକ୍ ହେଁ ମାନାୟିମଃନ୍କାର୍ ହୁର୍ଦ୍ ଦୁସ୍ଟ୍କାମେ ହୁର୍ନ୍ ଆର୍ ବାଚିରେତା ହଃତେକ୍ ସେମଃନ୍କାର୍ ହୁର୍ଦେ ବଃୟାକାମ୍ ରଃୟିଦ୍, ଆରେକ୍ ତାର୍ହଃଚେ ସେମଃନ୍ ମଃଲାଲକାର୍ ଚଃମେ ଜାତି। 4 କାୟତାକ୍ବଃଲେକ୍ ଜୁଣ୍ଲକ୍ ଜିବନ୍ ଲକ୍ମଃନ୍କାର୍ ବିତ୍ରେ ମିସିରଃୟିଦ୍; ତାର୍ ବଃର୍ସା ରଃୟିଦ୍; ଜୁୟ୍ତାର୍ଗିନେ ମଃଲା ସିମାବାଗ୍ ବାଦୁଲେ ଜିବନ୍ରିଲା କୁକୁର୍ ବଃଲ୍।
5 ଜିବନ୍ ଲକ୍ ମଃରୁନ୍ଦ୍ବଃଲି ଜାଣ୍ତି; ମଃତର୍ ମଃଲାଲକ୍ମଃନ୍ କାୟିରି ଜାଣିନଃକେର୍ତି, କି ସେମଃନ୍ କାୟିରି ହଃଳ୍ ହାୟ୍ଁ ନଃକେର୍ତି; କାୟତାକ୍ବଃଲେକ୍ ସେମଃନ୍କାର୍ ସଃବୁ ବିସୟାର୍ ଏତୁନଃରେୟି। 6 ଜେହର୍ ସେମଃନ୍କାର୍ ଲାଡ୍, ସେହର୍ ସେମଃନ୍କାର୍ ଗିଣ୍ ଆର୍ ଅଃକାର୍ ନଃସ୍ଟ୍ ଅୟିଦ୍; କି ବେଳ୍ ତଃଳେ ଜାୟ୍ରି ସଃବୁ କଃରାଜାୟିଦ୍, ସେତି କାଳ୍ କାଳ୍ ହଃତେକ୍ ସେମଃନ୍କାର୍ କାୟି ବାଗ୍ ରଃୟିନଃକେରେ। 7 ତୁମି ନିଜାର୍ ବାଟେ ଚାଲା, ସଃର୍ଦାୟ୍ ତୁମାର୍ କାଦି କାହା ଆର୍ ବଃଲ୍ମଃନେ ତୁମାର୍ ଅଃଙ୍ଗୁର୍ ରଃସ୍ ସୁରା; କାୟତାକ୍ବଃଲେକ୍ ମାପୁର୍ ତୁମାର୍ କାମ୍କେ ନିଲାବେ। 8 ତୁମାର୍ ବଃସ୍ତର୍ ସଃବୁବଃଳ୍ ଦବ୍ଳା ରେଉଅ ଆର୍ ତୁମାର୍ ମୁଣ୍ଡେ ଚିକଣାର୍ ଅବାବ୍ ନଃରେଅ।
9 ବେଳ୍ ତଃଳେ ମାପୁର୍ ତୁମିକେ କଃରାପ୍ ଜିବନ୍କାଳ୍ ଜଃତେକ୍ ଦିନ୍ ଦଃୟ୍ଆଚେ, ତୁମାର୍ ସେ କଃରାପ୍ ଜିବନ୍କାଳାର୍ ସଃବୁ ଦିନ୍ ତୁମାର୍ ଲାଡାର୍ ଡକୁର୍ଦି ସଃଙ୍ଗ୍ ସଃର୍ଦାୟ୍ ରିଆ; କାୟତାକ୍ବଃଲେକ୍ ଜିବନ୍ ବିତ୍ରେ ଆର୍ ବେଳ୍ ତଃଳେ ତୁମି ଜୁଣ୍ କଃସ୍ଟ କଃରିଆଚାସ୍, ସେ କଃସ୍ଟ ବିତ୍ରେ ଇରି ହଃକା ତୁମାର୍ ବାଗ୍। 10 ତୁମାର୍ ଆତ୍ ଜୁଣ୍ ସଃବୁ କାମ୍ କଃରେଦ୍, ସେରି ନିଜାର୍ ସଃକ୍ତିୟେ କଃରା; କାୟତାକ୍ବଃଲେକ୍ ତୁମି ଜୁଣ୍ ଟାଣେ ଜଃଉଁଲାସ୍, ସେ ତହ୍ଲା କାଲେ କାୟି କାମ୍, କି ବାବ୍ନା, କି ବିଦ୍ୟା, କି ଗିଆନ୍ ନାୟ୍।
11 ମୁୟ୍ଁ ଆରେକ୍ ବେଳ୍ ତଃଳେ ଦଃକ୍ଲେ ଜେ, ରସେ ଦଃବୁଳ୍ତା ଲକେ ଜିଦ୍ବାଦ୍, କି ବିରମଃନ୍କେ ଜିଣ୍ତାର୍, କି ଗିଆନିମଃନ୍କେ କାଦି, କି ବୁଦିମାନ୍ ଲକ୍ମଃନ୍କେ ଦଃନ୍, କି ପଣ୍ଡିତ୍ମଃନ୍ ଦଃୟା ହାଉଁନଃହାର୍ତି, ମଃତର୍ ସଃବୁଲକାର୍ ହାୟ୍ଁ ସଃମୟ୍ ଆର୍ ତଃତ୍କାଣ୍ ଗଃଟ୍ଣା ଗଃଟେଦ୍। 12 କାୟିତାକ୍ବଃଲେକ୍ ମାନାୟ୍ ହେଁ ତାର୍ ମଃର୍ନ୍ ସଃମୟ୍ ନଃଜାଣେ; ଜେହର୍ ମାଚ୍ମଃନ୍ ଜାଲେ ଲାଗ୍ତି ଆର୍ ଜେହର୍ ଚେଳେମଃନ୍ ହାନ୍ଦେ ଦଃରାହଃଳ୍ତି, ସେହର୍ ମାନାୟ୍ମଃନ୍ ହଃଟାତ୍ ଆସ୍ତା ବିପ୍ତି ସଃମୟେ ଦଃରାହଃଳ୍ତି।
13 ମୁୟ୍ଁ ହେଁ ବେଳ୍ ତଃଳେ ଇ ରଃକମ୍ ଗିଆନ୍ ଦଃକିଆଚି, ଆର୍ ସେରି ମର୍ ଆକିୟେ ଇଜତାର୍କଃତା ବଃଲି ଜାଣୁ ହାର୍ଲେ; 14 ବଃଲେକ୍ ଅଃଳକ୍ ଲକ୍ ରେତା ଗଟେକ୍ ସାନ୍ ଗଃଳ୍ ରିଲା; ସେତି ଗଃଟେକ୍ ରଃଜା ସେତାର୍ ବିରୁଦେ ଆସି ସେ ଗଃଳ୍କେ ବେଳ୍ଲା ଆର୍ ତାର୍ ବିରୁଦେ ବଃଡ୍ ବଃଡ୍, ସଃଇନ୍ମଃନ୍କାର୍ ମେଳ୍ ହାଜ୍ଲା। 15 ଇସଃମୟେ ସେ ବିତ୍ରେ ଗଟେକ୍ ଗଃରିବ୍ ଗିଆନି ଲକ୍ ଡିସ୍ଲା, ଆରେକ୍ ସେ ନିଜାର୍ ଗିଆନ୍ ଦଃୟି ଗଃଳ୍କେ ରଃକ୍ୟାକଃଲା; ତଃବେହେଁ ସେ ଗଃରିବ୍ ଲକ୍କେ ଏତାୟ୍ ନଃକେଲାୟ୍। 16 ତଃବେ ମୁୟ୍ଁ କୟିଲେ, "ବଃଳ୍ ଟାଣୁ ଗିଆନ୍ ନିକ; ତଃବେ ହେଁ ଗଃରିବ୍ ଲକାର୍ ଗିଆନ୍କେ କେଏ ମାନି ନଃକେର୍ତି ଆର୍ ତାର୍ ବଃଚନ୍ ସୁଣି ନଃକେର୍ତି। 17 ଅଗିଆନିମଃନ୍କାର୍ ଟାଣେ ସାସନ୍କାରିର୍ ଦଃମ୍କି ବାଦୁଲେ ସାନ୍ତିୟେ କଃଉତା ଗିଆନି ଲକାର୍ ବଃଚନ୍ ଅଃଦିକ୍ ସୁଣାଜାୟିଦ୍।
18 ଜୁଜ୍ଅଃସ୍ତର୍ ଟାଣୁ ଗିଆନ୍ ବଃଲ୍; ମଃତର୍ ଗଟେକ୍ ହାହି ବେସି ବଃଲ୍ବିସୟି ନାସ୍ କଃରେଦ୍।"