1 ଦାଉଦାର୍ ହୟିସି ଜିରୁସାଲମାର୍ ରଃଜା ଉପ୍ଦେସ୍ ଦେଉର୍ ବଃଚନ୍। 2 ସିକ୍ୟାଦେଉ କଃଉଁଲା, "ମଲ୍ନୟ୍ଲାର୍, ମଲନୟ୍ଲାର୍, ମଲନୟ୍ଲାର୍, ସଃବୁ ହେଁ ମଲନୟ୍ଲାର୍। 3 ମାନାୟ୍ ବେଳ୍ ତଃଳେ ଜୁଣ୍ ଜୁଣ୍ କାମ୍ କଃରିଆଚେ ସେତିର୍ କାୟ୍ମଲ୍ନାୟ୍? 4 ଗଟେକ୍ ଟିକି ଜାୟିଦ୍ ଆର୍ ଗଟେକ୍ ଟିକି ଆସେଦ୍; ମଃତର୍ ହୁର୍ତିବି ସଃବୁବଃଳ୍ ରଃୟିଦ୍। 5 ଅୟିଲେକ୍ ହେଁ ବେଳ୍ ଉଦେଦ୍ ଆର୍ ବେଳ୍ ବୁଡେଦ୍, ଆରେକ୍ ନିଜାର୍ ଉଦ୍ତା ଟାଣେ ଜଃଉଁକ୍ ଚଃଚଲ୍ ଅୟିଦ୍। 6 ବାଉ ଦଃକିଣ୍ ଦିଗ୍କେ ଜାୟିଦ୍ ଆର୍ ଉତୁର୍ ଦିଗ୍କେ ବାଉଳି ଆସେଦ୍; ବାଉ ନିଜାର୍ ବାଟେ ସଃବୁବଃଳ୍ ଗିଞ୍ଜ୍ରେଦ୍ ଆର୍ ବାଉ ନିଜେ ଗିଞ୍ଜ୍ରି କଃରି ଆରେକ୍ ବାଉଳି ଆସେଦ୍। 7 ଗାଡ୍ସଃବୁ ସଃମୁନ୍ଦୁର୍କେ ଜାୟିଦ୍, ତଃବେହେଁ ସଃମ୍ନ୍ଦୁର୍ ହୁର୍ନ୍ ଅୟି ନଃକେରେ; ଗାଡ୍ସଃବୁ ନିଜାର୍ ନିଜାର୍ ଜାତା ଟାଣେ ଆରେକ୍ ବାଉଳି ଜାୟିଦ୍। 8 ସଃବୁ ବିସୟ୍ ନିରାସ୍; ମାନାୟ୍ ସେରି ବାବ୍ନା କଃରୁ ନଃହାରେ; ଆକି ଦଃକିକଃରି ସଃନ୍ତସ୍ ନାୟ୍, କି କାନ୍ ସୁଣିକଃରି ସଃନ୍ତସ୍ ନାୟ୍। 9 ଜାୟରି ଅଃଉଁଲି, ସେରି ହଃକା ଅୟିଦ୍ ଆର୍ ଜାୟ୍ରି କଃରାଜଃଉଁଲି, ସେରି ହଃକା କଃରାଜାୟିଦ୍; ଆରେକ୍, ବେଳ୍ ତଃଳେ କାୟିରିହେଁ ନଃଉଁଆ ବିସୟ୍ ନାୟ୍ଁ। 10 ଜୁଣ୍ ବିସୟେ ମାନାୟ୍ମଃନ୍ କଃଉଁଲାୟ୍, ଜାଣା, ଇରି ନଃଉଆ, ଇହର୍ କାୟି ବିସୟ୍ ଆଚେ? ସେରି ଅଃମିମଃନ୍ ଜଃଲମ୍ ଅଃଉତା ହୁର୍ବେ ହୁଣି ଗଃଟି ରିଲି। 11 ହୁର୍ବ୍କାଳାର୍ ଲକ୍ମଃନ୍କାର୍ ବିସୟେ କାୟିରି ମଃନେ ରଃୟ୍ ନଃକେରେ; ଆସ୍ତା ଦିନେ ଜୁଣ୍ମଃନ୍ ଜଃଲମ୍ ଅଃଉତି, ସେମଃନ୍କାର୍ ଆସ୍ତାଦିନାର୍ ଲକମଃନ୍କାର୍ ତଃୟ୍ କାୟିରି ଗଃଟେଦ୍ ଜାଣା ନଃହେଳେ।"
12 ମୁୟ୍ଁ ସିକ୍ୟାଦେଉ, ଜିରୁସାଲମେ ଇସ୍ରାଏଲ୍ ଉହ୍ରେ ରଃଜା ରିଲେ। 13 ଆରେକ୍, ଅଃଗାସ୍ ତଃଳେ ହାଜ୍ଲା ସଃବୁ ବିସୟ୍ ଗିଆନ୍ ସଃଙ୍ଗ୍ କଃତାବାର୍ତା ଆର୍ କଜୁକେ ମଃନ୍ଦିଲେ; ଇତାର୍ଗିନେ ମାପୁର୍ ଜେ ମାନାୟ୍ମଃନ୍କେ ଦଃନ୍ଦା ଅଃଉଁକ୍ ଦଃୟିଆଚେ, ଇରି ବେସି କଃସ୍ଟ ବିସୟ୍। 14 ବେଳ୍ ତଃଳେ ହାଜ୍ଲା ସଃବୁ କାମ୍ ମୁୟିଁ ଦଃକିଆଚି; ଆରେକ୍ ଜାଣ୍, ସଃବୁ ମଲ୍ନାୟିଲାର୍, ହଃବନ୍କେ ଦଃର୍ଲା ହର୍। 15 ଜାୟ୍ରି ବାଙ୍ଗ୍ଟା, ସେରି ସଃଳ୍କ୍ କଃରାଜାୟି ନଃହାରେ ଆରେକ୍, ଜାୟ୍ରି ଅବାବ୍, ସେରି ଗଣାଜାୟ୍ ନଃହାରେ। 16 ମୁୟ୍ଁ ମର୍ ହୁର୍ଦେ ବାବି କୟିଲେ,"ଜାଣା, ଜିରୁସାଲମେ ମର୍ ଆଗ୍ତୁ ରିଲା ସଃବୁ ଲକ୍ମଃନ୍କାର୍ ଟାଣୁ ମୁୟ୍ଁ ବେସି ଗିଆନ୍ ହାୟ୍ଁ ଆଚି; ଆର୍ ମର୍ ଗିଆନ୍ ଆର୍ ବିଦ୍ୟାୟ୍ ବଃଡ୍ଜାଣ୍କାରି ଅୟିଆଚି।" 17 ସେତାକ୍ ମୁୟ୍ଁ ଗିଆନାର୍ ଅଃର୍ତ୍, ଆରେକ୍ ବଃୟା ଆର୍ ଅଗିଆନିର୍ ଅଃର୍ତ୍ ଜାଣୁକେ ମଃନ୍ଦିଆନ୍ କଃଲେ; ଇରି ହଃକା ବାଉକେ ଦଃରୁକେ ଗଃଲାହର୍ ବଃଲି ଜାଣ୍ଲେ। 18 କାୟତାକ୍ବଃଲେକ୍ ବୁତେକ୍ ଗିଆନାର୍ ବୁତେକ୍ କଃସ୍ଟ୍ ରଃୟିଦ୍; ଆରେକ୍, ଜେ ବିଦ୍ୟା ବାଡାୟିଦ୍, ସେ ଦୁକ୍ ବାଡାୟିଦ୍।