1 ଲମୁୟେଲ୍ ରଃଜାର୍ କଃତା , ବଃଲେକ୍ , ତାର୍ ଆୟ୍ସି ତାକେ ଜାୟିରି ସିକାୟ୍ରିଲି, ସେସଃବୁ କଃତାର୍ ସିକ୍ୟା।
2 ଏ ମର୍ ହଅ ଏ ମର୍ ଗଃର୍ବାର୍ ହିଲା, ଏ ମାନ୍ମାଗ୍ଲା ହିଲା ମୁଁୟି ତକେ କାୟିରି କୟିନ୍ଦ୍। 3 ତୁୟି ମାୟିଜିମଃନ୍କେ ବଃଳ୍ ଦେସ୍ନାୟ୍, ଆର୍ ରଃଜାମଃନ୍ ଜୁୟିତି ନଃସ୍ଟ୍ ଅଃଉତି, ସେତି ଜା, ନାୟ୍। 4 ଏ ଲମୁୟେଲ୍ ରଃଜାମଃନ୍ ମଃଦ୍କାତା ଲଳାନାୟ୍, କି ସାସନ୍କାରିମଃନ୍ ମଃଦ୍ କଃୟିବଃଲି କଃଉତା ଲଳାନାୟ୍। 5 ସେମଃନ୍ ମଃଦ୍କାୟିଲେକ୍ ବିଦି ହାସୁର୍ତି ଆର୍ ଦୁକିଲକ୍ମଃନ୍କାର୍ ବିଚାର୍ ଉଲ୍ଟା କଃର୍ତି। 6 ମଃର୍ତାଲକେ ମଃଦ୍ ଦିଆସ୍ ଆର୍ ମଃନ୍ବିତ୍ରେ ଦୁକ୍ରିଲା ଲକେ ଅଃଙ୍ଗୁର୍ରଃସ୍ ଦିଆସ୍। 7 ସେ ଲକ୍ ସୁରିକଃରି ନିଜାର୍ ଗଃରିବ୍ ଅଃବୁସ୍ତା ହାସ୍ର, ଆର୍ ନିଜାର୍ କଃସ୍ଟ୍ ମଃନେ ଏତାୟିନଃକେର।
8 ଗୁଲା ଲକାର୍ ଗିନେ, ସଃବୁ ଟୁରାହିଲାର୍ ଗିନେ, ତୁମାର୍ ଟଣ୍ଡ୍ ତାକାର୍ବାଟ୍ ଅୟି କଃତା କଃଉଅ। 9 ଟଣ୍ଡ୍ହୁଟାୟି ନ୍ୟାୟି ବିଚାର୍କଃରା, ଆର୍ ଦୁକି ଆର୍ ଗରିବ୍ଲକାର୍ ଟିକ୍ ବିଚାର୍କଃରା।
10 ଗୁଣ୍କାରି ମାୟିଜି କାକେ ମିଳିଆଚେ ? ମୁକ୍ତାତଃୟିହୁଣି ସେରି ବେସି ମଲ୍।
11 ତାର୍ ଡକ୍ରାସିର୍ ହୁର୍ଦୟ୍ ତାର୍ ଉହ୍ରେ ଆସ୍ରକଃରେଦ୍, ଆର୍ ତାର୍ ଅଃନେକ୍ ଲାବ୍ ଅୟିଦ୍।
12 ସେ ଜିବନ୍ଜାକ ଅଃଣ୍ଡ୍ରାର୍ ନଃସ୍ଟ୍ ନଃକେରି ଉହ୍କାର୍ କଃରେଦ୍।
13 ସେ ମେଣ୍ଡାରମେ ବଃସ୍ତର୍ ଆର୍ ମସିଣା ତିଆର୍ କଃରୁକେ ଲାଗିହଃଳି ରଃୟିଦ୍।
14 ସେ ବେପାରି ଜାଜ୍ହର୍, ସେ ଦୁରିହୁଣି ନିଜାର୍ କାଦି ଆଣେଦ୍।
15 ଆରେକ୍ ରାତି ରେଉଁରେଉଁ ଉଟେଦ୍ ଆର୍ ନିଜାର୍ ସଃବୁଲକାର୍ ଗିନେ କାଦି ତିଆର୍ କଃରେଦ୍ ଆର୍ ଦାସିମଃନ୍କେ କାୟିରି କଃରୁକେ ହଃଳେଦ୍ ସେ କାମ୍ ତିଆରେଦ୍।
16 ସେ ଜଃମି ବିସୟେ ବୁଜି ସେରି ଗେନେଦ୍, ସେ ନିଜାର୍ ଅଙ୍ଗୁର୍ ଗଃଚ୍ ଲାଗାୟିଦ୍ ଆର୍ ସେତି ହଃଳ୍ ହଃଳେଦ୍।
17 ସେ ଗଟେକ୍ କାମିକା ଲକ୍, ସେ କାମ୍କଃରୁକେ ଅଃଟାବିଳା ବାନ୍ଦେଦ୍।
18 ନିଜାର୍ ବେପାର୍ ଜେ ଲାବ୍କଃତା, ଇରି ସେ ବୁଜେଦ୍ ;ଆର୍ ରାତିକାଳେ ତାର୍ କୁପି ଲିବିନଃକେରେ।
19 ସେ ନିଜାର୍ ଆତେ ତାକୁଡ଼ି ଦଃରି ଆର୍ ଚର୍କା ବୁଲାୟ୍ ସୁତାକାଟି ନିଜେ ହଃଚ୍ୟା ବୁଣେଦ୍।
20 ସେ ଦୁକିଲକେ ସଃର୍ଦାୟି ଦଃୟିଦ୍, ଆର୍ ଗଃରିବ୍ ଲକେ ନିଜାର୍ ଆତ୍ ଲାମାୟିଦ୍।
21 ସେ କାକର୍ ଅୟ୍ଲେକ୍ ନିଜାର୍ ଗଃର୍କୁଟୁମାର୍ ଗିନେ ନଃଡିରେ ; କାୟିତାକ୍ବଃଲେକ୍ ତାର୍ ଗଃରାର୍ ଲକ୍ମଃନ୍ ଉସୁମ୍ ବଃସ୍ତର୍ ହିନ୍ଦ୍ତି।
22 ସେ ନିଜାର୍ ଗିନେ ଡାହିଅଃଉତାର୍ ଚିତ୍ରାକାବ୍ରା ମଃସ୍ଣି ହାତୁଳ୍ ବଃସ୍ତର୍ ତିଆର୍ କଃରେଦ୍, ଆର୍ କଃଳ୍ୟାଜାମ୍ ରଃଙ୍ଗାର୍ ବଃସ୍ତର୍ ହିନ୍ଦେଦ୍।
23 ତାର୍ ଡକ୍ରାସି ପାରାଚିନ୍ମଃନାର୍ ସଃଙ୍ଗ୍ ଗଃଳ୍ ଦୁଆରେ ବଃସ୍ଲାବଃଳ୍ ଚିନାହଃଳେଦ୍।
24 ସେ ହାତୁଳ୍ ବଃସ୍ତର୍ ତିଆର୍କଃରି ବିକେଦ୍, ଆର୍ ଅଃଟାବାନ୍ଦୁଣ୍ ତିଆର୍ କଃରି ବେପାରିମଃନ୍କେ ବିକେଦ୍।
25 ବଃଳ୍ ଆର୍ ମାୟିନ୍ ତାର୍ ବଃସ୍ତର୍ ହର୍; ଆର୍ ଆସୁଲା ଦିନାର୍ ଗିନେ ନଃଡିରେ।
26 ସେ ଗିଆନେ ନିଜାର୍ ଟଣ୍ଡ୍ ହୁଟାୟିଦ୍; ତାର୍ ଜିବେ ଦଃୟାର୍ ବିଦି ରଃୟିଦ୍।
27 ସେ ଗଃରାର୍ ଲକାର୍ ଗିନେ ମଃନ୍ଦିଆନ୍ ଦଃୟିଦ୍, ଆରେକ୍ ଅଃଳ୍ସେ ନଃରେୟ୍ କାମ୍କଃରି ହଃକା କାୟିଦ୍।
28 ତାର୍ ହିଲାମଃନ୍ ଉଟି ତାର୍ଗିନେ ବେସି ସଃର୍ଦା ଅଃଉତି, ଆର୍ ତାର୍ ଡକ୍ରାସି ହେଁ ତାକେ ଦନ୍ୟ ବଃଲି କୟିଦ୍।
29 ଅଃନେକ୍ ମାୟିଜିମଃନ୍ ନିଜାର୍ ଗୁଣ୍ ଦଃକାୟ୍ ଆଚ୍ତି, ମଃତର୍ ତୁୟ୍ ସେମଃନାର୍ ବିତ୍ରେହୁଣି ସଃବ୍କେ ଉଟ୍ୟା।
30 ସୁନ୍ଦୁରେ ହୁର୍ନ୍ଅୟ୍ ଦଃକାୟ୍ଅଃଉତା ମାୟ୍ଜି ଗୁର୍ନାର୍ ବିସୟ୍ ଆର୍ ମଲ୍ନୟ୍ଲାର୍; ମଃତର୍ ଜୁୟ୍ ମାୟ୍ଜି ଇସ୍ୱର୍କେ ମାନେଦ୍ ସେ ଦନ୍ୟ।
31 ତାର୍ କଃଲା କାମ୍ ତାକେ ମାୟିନ୍ ଦଃୟିଦ୍ ଆର୍ ତାର୍ କଃଲା କାମ୍ ହଃର୍କାରେ ଗୁଣ୍ଗାନ୍ କଃରତ୍।