1 ସଲ୍ମନାର୍ ବଃଲ୍ସିକ୍ୟା। ଗିଆନ୍ ରିଲା ହିଲା ଉବାସିର୍ ସଃର୍ଦା ଆଣେଦ୍; ମଃତର୍ ଅଗିଆନି ହୟ୍ସି ଆୟ୍ସିର୍ ଦୁକାର୍ ବିସୟ୍ ଅୟିଦ୍।
2 ଦୁସ୍ଟ୍ ଅଃର୍ଜ୍ଲା ଦଃନ୍ କିଚି ହଃଳ୍ ନଃଦେୟି;ମଃତର୍ ଦଃର୍ମ୍ ମଃର୍ନ୍ ତଃୟିହୁଣି ବାଚାୟିଦ୍।
3 ଇସ୍ୱର୍ ଦଃର୍ମିଲକାର୍ ଜିବନ୍କେ କଃବେ ହେଁ ସଃରୁକ୍ ନଃଦେୟି; ମଃତର୍ ଦୁସ୍ଟ୍ ଲକାର୍ କାମ୍ ହୁର୍ନ୍ ନଃକେରେ।
4 ଜୁୟି ଲକ୍ ଅଃଳ୍ସ୍ହାଣେ କଃବାଳ୍ କଃରେଦ୍, ସେ ଦରିଦ୍ର ଅୟିଦ୍; ମଃତର୍ କଃବାଳିର୍ ଆତ୍ ମାଜନ୍ କଃରେଦ୍।
5 କଃରାମାସେ ଜେ କାଦି ଅରାୟିଦ୍ ସେ ବୁଦି ସିକ୍ଲା ହଅ;ମଃତର୍ ହାଚି ଅୟିଲା ବଃଳ୍ ଜେ ନିଦାୟିଦ୍, ସେ ହୟିସି ନିର୍ର୍ବୁଦିଆ।
6 ଦଃର୍ମି ଲକାର୍ ମୁଣ୍ଡେ ଆସିର୍ବାଦ୍ ହଃଳେଦ୍ ; ମଃତର୍ ଦୁସ୍ଟର୍ ଟଣ୍ଡ୍ କଃରାପ୍ ଡାହେଦ୍।
7 ଦଃର୍ମିଲକ୍କେ ଏତାୟ୍ ଲକ୍ ଆସିର୍ବାଦ୍ ଦେତି, ମଃତର୍ ଦୁସ୍ଟ୍ ଲକାର୍ ନାଉ ଲିବିଜାୟିଦ୍।
8 ଜେ ମଃନ୍ହଃରାଣେ ବୁଦିମାନ୍ ସେ ଆଦେସ୍କେ ମାନେଦ୍ ; ମଃତର୍ ମୁର୍କ୍ ଲକ୍ ନାସ୍ଅୟିଦ୍।
9 ସିଦ୍ଲକ୍ ନଃଡିରିକଃରି ଚାଲେଦ୍ , ମଃତର୍ ଉଲ୍ଟାବୁଜୁ ଲକ୍ ଦଃରାହଡେଦ୍।
10 ଜେ ଆକି ଟାର୍ମାରି କୟିଦେ ସେ ଦୁକ୍ ଉବ୍ଜାୟିଦ୍ ,ଜେ ସଃତ୍ କଃତା କୟ୍ଦ୍ ତାକେ ଆସିର୍ବାଦ୍ ମିଳେଦ୍।
11 ଦଃର୍ମିର୍ ଟଣ୍ଡ୍ ଜିବନାର୍ ଜଃରିୟାହାଣି, ମଃତର୍ ଦୁସ୍ଟର୍ ଟଣ୍ଡେ ମିଚ୍ ଡାହିଅୟିରଃୟିଦ୍।
12 ଅଃକାର୍ ମାଡ୍ଗଳ୍ ଉପ୍ଜାୟିଦ୍ , ମଃତର୍ ଲାଡ୍ ସଃବୁ ଅଃଦଃର୍ମକେ ଡାହେଦ୍।
13 ବଃଲ୍ ବୁଦି ଲକାର୍ ବୁଜୁକେ ଅଟିଲଃଗେ ଗ୍ୟାନ୍ ରଃୟିଦ୍ , ମଃତର୍ ନିର୍ବୁଦିଆର୍ ହିଟିର୍ ହାୟ୍ଁ ଟେଙ୍ଗା।
14 ଗିଆନିମଃନ୍ ଗିଆନ୍କେ ଦଃର୍ତି, ମଃତର୍ ଅଗିଆନିର୍ ଟଣ୍ଡ୍ ସଃବୁ ନାସ୍ କଃରେଦ୍।
15 ଦଃନିର୍ ଦଃନ୍ ତାର୍ ଅଃଟୁଆ ଗଃଳ୍ ହର, ଦରିଦ୍ର ମଃନ୍କାର୍ ଗଃରିବ୍ ସେମଃନ୍କେ ବିନାସ୍ କଃରେଦ୍।
16 ଦଃର୍ମିର୍ କଃବାଳ୍ ଜିବନ୍ ଦଃୟିଦ୍, ଆରେକ୍ ଅଃଦଃର୍ମିର୍ କାମାଉଣି ହାହ୍ ବାଟ୍ ନଃୟିଦ୍।
17 ବଃଲ୍ସିକ୍ୟା ଜେ ମାନେଦ୍, ସେ ଜିବନାର୍ ରଃସ୍ତାୟି ଇଣ୍ଡେଦ୍; ମଃତର୍ ଜେ ସିକ୍ୟାକେ ଚାଡିଦଃୟିଦ୍ ସେ ଲକ୍ମଃନ୍କେ କଃରାପ୍ ରଃସ୍ତାକେ ନଃୟିଦ୍।
18 ଜେ ଅଃକାର୍ କେ ଲୁକାୟିଦ୍ ତାର୍ ଅଟି ମିଚୁଆବାଦି; ଆରେକ୍ ଜେ ନିନ୍ଦାକଃରେଦ୍, ସେ ଅଗିଆନି।
19 ବେସି ବାକ୍ୟ ଲଃଗେ ଅଃଦଃର୍ମ୍ ହେଁ ରଃୟିଦ୍ ମଃତର୍ ଜେ ନିଜାର୍ ମୁକ୍ ଚିମ୍ରା କଃରିରଃୟିଦ୍ ସେ ବୁଦିମାନ୍।
20 ଦଃର୍ମିର୍ ଜିବ୍ ମଃନ୍କେଗଃଲା ରୁହା ହର୍ , ମଃତର୍ ଦୁସ୍ଟ ମଃନ୍କାର୍ ଚିନ୍ତାର୍ ମଲ୍ ନାୟି।
21 ଦଃର୍ମିର୍ ବାକ୍ୟ ବେସି ଲକ୍କେ ହସେଦ୍ , ମଃତର୍ ମୁର୍କ୍ ଲକ୍ମଃନ୍ ବୁଦି ନୟିଲାର୍ଗିନେ ମଃର୍ତି।
22 ଇସ୍ୱରାର୍ ଆସିର୍ବାଦ୍ ମାଜନ୍ କଃରେଦ୍ , ଆରେକ୍ ସେ ତାର୍ ସଃଙ୍ଗ୍ ଦୁକ୍ ନଃମିସାୟି।
23 କଃରାପ୍ କାମ୍ କଃର୍ତାର୍ ମୁର୍କ୍ ମଃନ୍କାର୍ ହାୟ୍ଁ ସଃର୍ଦାର୍ କଃତା , ମଃତର୍ ବୁଦିମାନ୍ ଲକ୍ ଗିଆନ୍ ହାୟ୍ ସଃର୍ଦା ଅୟିଦ୍।
24 ଦୁସ୍ଟ୍ ଲକ୍ ଜୁୟି ବିପଦ୍କେ ଡିର୍ତି ସେରି ତାକାର୍ ଉହ୍ରେ ଆସି ହଃଳେଦ୍; ମଃତର୍ ଦଃର୍ମିର୍ ମଃନ୍କଃଲା ଜିନିସ୍ ତାକେ ଦିଆଜାୟିଦ୍।
25 ଚୁରାଗାଲି ଆୟ୍ଲେକ୍ ଦୁସ୍ଟ୍ମଃନ୍ ଆର୍ ନଃରେତି , ମଃତର୍ ଦଃର୍ମିଲକ୍ ଜୁଗ୍ ସଃର୍ତା ହଃତେକ୍ ରେତି।
26 ଜଃନ୍କଃରି ଦାତ୍କେ ଅଃମ୍ଳି ରଃସ୍ ଆର୍ ଆକିକେ ଦୁଆଁ, ସେହର୍ ନିଜାର୍ ହଃଟାଉତା ଲକାର୍ କଃତା ଅଃଳ୍ସିଆ ମାନିନଃକେରେ।
27 ଇସ୍ୱରାର୍ ବିସୟାର୍ ଡିର୍ ଆୟିସ୍ ବାଡେଦ୍, ମଃତର୍ ଦୁସ୍ଟ୍ର୍ ଆୟିସ୍ ଉଣା କଃରାଜାୟିଦ୍।
28 ଦଃର୍ମିର୍ ଆସା ହୁରୁଣ୍ ଅୟ୍ଦ୍, ମଃତର୍ , ଦୁସ୍ଟ୍ ମଃନ୍କାର୍ ଆସା ନଃସ୍ଟ୍ ଅୟିଦ୍।
29 ଇସ୍ୱରାର୍ ବାଟ୍ ସିଦ୍ ଲକ୍ ହାଁୟ୍ ଅଃଟୁଉଆ ଗଃଳ୍;ମଃତର୍ କଃରାପ୍ ଲକାର୍ ଗିନେ ନଃସ୍ଟ୍ କଃରେଦ୍।
30 ଦଃର୍ମି କଃବେ ଗୁଚି ନଃକେରେ; ମଃତର୍ ଦୁସ୍ଟ୍ ଦେସ୍ବାସି ଅୟିନଃକେରେ।
31 ଦଃର୍ମିର୍ ଟଣ୍ଡେହୁଣି ଗିଆନ୍ ବାରେଦ୍ , ମଃତର୍ ଦୁସ୍ଟ୍ ଲକାର୍ ଜିବ୍ କାଡିହଃକାୟ୍ ଦିଆଜାୟିଦ୍।
32 ଦଃର୍ମିର୍ ଅଟିୟେ ସୁଆଦ୍ କଃତା ବାରେଦ୍ ମଃତର୍ ଦୁସ୍ଟ୍ ଲକାର୍ ଟଣ୍ଡେ ହୁଣି ବାଦ୍ତା କଃତା ବାରେଦ୍।