1 ଏ ମର୍ ହଅ, ମର୍ ଗିଆନେ ଦିଆନ୍ ଦେସ୍ ; ମର୍ ବୁଦିର୍ କଃତାୟି କାନ୍ ଡେର୍; 2 ଜଃନ୍କଃରି ଜଃଗ୍ରାତେ କାମେପିଆସ୍ ଅୟି ଚାଲୁ ହାର୍ସି ଆର୍ ଜଃନ୍କଃରି ତର୍ ଟଣ୍ଡ୍ ଗିଆନାର୍ କଃତା ମାନୁ ହାରେଦ୍। 3 ତଃବେ ଦାରିୟାଣି ମାୟିଜିର୍ ଅଟିୟେ ହୁଣି ଟପାଟପା ମଃଉ ଚିକଣ୍ ଜରେଦ୍, ତାର୍ ଟଣ୍ଡ୍ ଚିକଣ୍ତଃୟି ହୁଣି ଅଃଦିକ୍ ଚିକ୍ଣିଆଁ ରଃୟିଦ୍। 4 ତଃବେ ତାର୍ ସେସ୍ ଦଃସା, ହିତାଗଃଚ୍ ତାର୍ ରଃସ୍ ହର୍ ହିତା ଆର୍ ଦୁଇଦାର୍ କଃଣ୍ଡା ହର୍ ଲାଗୁଣ୍। 5 ତାର୍ ହାଦ୍ ମଃର୍ତା ବାଟ୍କେ ଉତ୍ରି ଜାୟ୍ଦ୍, ତାର୍ ହାଦ୍ ସିଦା ମଃସୁଣ୍କାଲେ ହଃଳେଦ୍; 6 ସେତାର୍ ଗିନେ ଜିବନାର୍ ସଃମାନ୍ ରଃସ୍ତା ହାଉଁ ନଃହାରେ; ତାର୍ ବାଟ୍ ଚଃଚଲ୍,ଆରେକ୍ ସେ ସେରି ଜାଣୁ ନଃହାରେ।
7 ଇତାର୍ ଗିନେ ଏ ମର୍ ହମଃନ୍ ମର୍ କଃତା ସୁଣା ଆର୍ ମର୍ ଟଣ୍ଡାର୍ ବାକ୍ୟତଃୟ୍ ହୁଣି ବିନ୍ବାଟ୍ ଜାହାନାୟ୍। 8 ସେ ମାୟିଜି ତଃୟ୍ହୁଣି ତୁମାର୍ ରଃସ୍ତା ଦୁରେ ରଃକା ଆର୍ ତାର୍ ଗଃରାର୍ ଦୁଆର୍ ଲଃଗେ ଜାହାନାୟ୍। 9 କେଜାଣ୍ ବିନ୍ଲକ୍ ତୁମାର୍ ନିଜାର୍ ଇଜତ୍ ନେତି ଆର୍ କଃର୍ନିଆ ଲକ୍ମଃନାର୍ ଆତେ ବେଣ୍ଡିଆବଃଳ୍ ତୁମାର୍ ମଃର୍ନ୍ ଗଃଟେଦ୍। 10 କେଜାଣ୍ ଅଚିନା ଲକ୍ମଃନ୍ ତର୍ ବଃଳେ ହୁର୍ନ୍ ଅଃଉତି, ଆର୍ ତର୍ କାମାର୍ ହଃଳ୍ ବିଦେସି ଗଃରେ ରଃକାଜାୟିଦ୍; 11 ଆର୍ ତୁମାର୍ ସେସ୍ ଅଃବୁସ୍ତା ବଃଳ୍ ଜଃଡେବଃଳ୍ ମାସ୍ ଆର୍ ଗଃଗାଳ୍ ଦୁର୍ବଳ୍ ଅୟିଦ୍, ତୁମି କେଜାଣ୍ କାନ୍ଦାସ୍। 12 ଆରେକ୍ କଃଉଆସ୍ ମୁୟ୍ ବଃଲ୍ସିକ୍ୟା କାୟିତାକେ ନଃହାୟିଲେ, ମୁଁୟି ବଃଲ୍ ସିକ୍ୟାକେ କାୟ୍କଃରୁକ୍ ନିଚ୍ କଃଲେ! 13 ମୁୟ୍ ନିଜାର୍ ଗୁରୁ ମଃନ୍କାର୍ କଃତା ମାନି ନଃକେଲେ ଆର୍ ଜେମଃନ୍ ମକେ ସିକ୍ୟା ଦିଲାୟ୍ ସେମଃନ୍କାର୍ ବାକ୍ୟକେ ମୁୟ୍ ସୁଣିନଃକେଲେ, 14 ମୁୟ୍ ସମାଜ୍ ଆର୍ ମଣ୍ଡଳି ଲଃଗେ ସଃବୁ ହଃର୍କାର୍ ବିପଦେ ହଃଳ୍ଲେ।
15 ତୁମି ନିଜାର୍ ମାୟିଜି ସଃଙ୍ଗ୍ ସତେରିଆ ଆର୍ ତାକେହଃକା ଲାଡ୍କଃରା। 16 ତୁମାର୍ ଜଃର୍ନିୟାହାଣି କାୟିରି ଏଣେତେଣେ ଜାୟିଦ୍ ? ଆର୍ ରଃଜାର୍ ସଃକ୍ଳିୟେ କାୟ୍ ହାଣି ନାଳ୍ ଜାୟିଦ୍ ? 17 ସେରି ତୁମାର୍ ଅଃଉଅ, ତୁମାର୍ ସଃଙ୍ଗ୍ ଅଚିନା ଲକ୍ମଃନ୍କାର୍ ନଃଉଅ। 18 ତୁମାର୍ ଜଃର୍ନିୟା ଦନ୍ୟ ଅଃଉଅ; ଆର୍ ତୁମି ନିଜାର୍ ଦଃଙ୍ଗ୍ଡା ବଃଳାର୍ ଡକୁର୍ଦି ମଃନ୍କାର୍ ସଃଙ୍ଗ୍ ସଃର୍ଦା କଃରା। 19 ସେ ଲାଡାର୍ ଚିତାଳ୍ ହର୍, ଆର୍ ସୁନ୍ଦୁର୍ ସଃମ୍ୱର୍, ତାର୍ ଉର୍ବୁକ୍ ସଃବୁବଃଳ୍ ମଃନ୍ହୁର୍ତ୍ କଃରେଦ୍। 20 ଏ ମର୍ ହଅ,ବିନ୍ଲକାର୍ ଡକୁର୍ସି ସଃଙ୍ଗ୍ ତୁମି କାୟିତାକ୍ ଟାଣିଅଃଉଁଲିସ୍ ? ଅଃଲ୍ଗା ଲକାର୍ ଜଃଙ୍ଗ୍ କାୟିତାକ୍ ହଃଟଳୁଲାସ୍। 21 ତଃବେ ମାନାୟିର୍ ସଃବୁ ଚାଲ୍ଚାଲ୍ତି ଇସ୍ୱର୍ ଦଃକୁଲା ଆର୍ ସେ ସଃବୁ ରଃସ୍ତା ସଃମାନ୍ କଃରେଦ୍। 22 ଦୁସ୍ଟ ଲକାର୍ ନିଜାର୍ କଃରାପ୍ କାମ୍ ତାକେ ଦଃରେଦ୍, ସେ ନିଜାର୍ ହାହ୍ ଡରେ ବାନ୍ଦାଅୟିଦ୍ 23 ସେ ସିକ୍ୟା ଅବାବେ ମଃରିଜାୟିଦ୍ ଆର୍ ନିଜାର୍ ମୁର୍କହାଣ୍ ବାଡ୍ତାର୍ ଗିନେ ମଃରିଜାୟିଦ୍।