1 ଲେକାଅୟିଲା ବଃଲ୍ସିକ୍ୟା ସଃବୁ ହେଁ ସଲ୍ମନ୍ ଲେକ୍ଲାର୍ ଜିଉଦାର୍ ରଃଜା ହିଜିକିୟର୍ ଅଃଦିକାରିମଃନ୍ ସେରି ଆରେକ୍ ଦଃକି ଲେକ୍ଲାର୍ ଇରି।
2 ବିସୟିକେ ଗୁପ୍ତ୍ କଃର୍ତା ଇସ୍ୱରାର୍ ଜଃଜ୍ମାନ୍; ମଃତର୍ ବିସୟିକେ କଜ୍ତାର୍ ରଃଜାର୍ ଜଃଜ୍ମାନ୍।
3 ସଃର୍ଗ୍ ଜଃନ୍କଃରି ଉଚ୍ ଆର୍ ହୁର୍ତିବି ଜଃନ୍ ଗବିର୍ , ଆର୍ ସେହର୍ ରଃଜାମଃନାର୍ ମଃନ୍ ଜାଣି ନୟି।
4 ରୁହାର୍ ମେଳି କାଡି ହଃକାଉଆ, ତଃବେ ସନାରି ଗିନେ ଗଟେକ୍ ସୁନ୍ଦୁର୍ ଜିନିସ୍ ଅୟିଦ୍। 5 ରଃଜାର୍ ମୁଁୟେ ହୁଣି ଦୁସ୍ଟକେ ଦୁରିକଃରା, ଆର୍ ତର୍ ସିଙ୍ଗାସଣ୍ ଦଃର୍ମେ ସୁସ୍ତିର୍ ଅୟିଦ୍।
6 ରଃଜାର୍ ଚଃମେ ନିଜ୍କେ ବଃଳ୍ ଦଃକାୟ୍ ଅଃଉଆନାୟ୍, ଆର୍ ମୁଳ୍ ଲକାର୍ ଟାଣେ ଟିଆ ଅଃଉଆ ନାୟି। 7 କାୟିତାକ୍ବଃଲେକ୍ ଜୁୟି ମାୟିନ୍କାରି ଲକେ ତୁମି ଦଃକିଆଚାସ୍ , ତାର୍ ଚଃମେ ତୁମାର୍ ନିଚ୍ ଅଃଉତା ବାଦୁଲେ ଇତି ଆଉ ବଃଲି କଃଉତାର୍ ବଃଲ୍।
8 ମାଡ୍ଗଳ୍ ଅୟିଲେକ୍ ହଃଟାତ୍ କର୍ଟେ ଜଃହାନାୟି,ଗଃଲେକ୍ ବିନ୍ ସାକି ତୁମିକେ ବୁଲ୍ ବଃଲି ଜାଣାୟିଲେକ୍ ସେସେ ତୁମାର୍ ନିଜାର୍ ଲକ୍ ତୁମିକେ ଲାଜ୍କଃରାୟିଲେକ୍ ହଃଚେ ତୁମି କାୟିକଃରାସ୍ ?
9 ନିଜାର୍ ହଃଳ୍ସା ଲକାର୍ ସଃଙ୍ଗ୍ ମାଡ୍ଗଳ୍ ଅୟିଲେକ୍ ତୁମାର୍ ତୁମାର୍ ବିତ୍ରେ ମିସାବିଳା ଅଃଉଆ, ଆର୍ ବିନ୍ଲକାର୍ ଗୁପ୍ତ୍କଃତା କଃଉଆ ନାୟି। 10 ନୟିଲେକ୍ ସୁଣ୍ତା ଲକ୍ ତୁମିକେ ଲାଜ୍ କଃଲେକ୍ ତୁମାର୍ ମାୟିନ୍ ଆରେକ୍ ନଃମିଳେ।
11 ଉଚିତ୍ ଆର୍ ଟିକ୍ ସଃମୟେ କୟିଲା କଃତା ରୁହାର୍ ତାଳିୟେ ସନାର୍ ବାନା କାଟ୍ଲା ହର୍।
12 କାନେ ହିନ୍ଦ୍ଲା ସନାମୁଦ୍ରା ଆର୍ ସୁଦ୍ ସନାର୍ ମାଳି ଜଃନ୍କାର୍ , ମଃନ୍ଦିଆନ୍ ଦିଲା କାନ୍ ଗିନେ ଗିଆନିଲକ୍ ଉଳ୍ତାର୍ ସେହର୍।
13 ତାସ୍ ଅୟିଲା ସଃମୟେ କାକର୍ ଜଃନ୍କାର୍ , ହଃଟାୟ୍ରିଲା ଲକାର୍ ଗିନେ ବିସ୍ବାସାର୍ ଦୁତ୍ ସେନ୍କାର୍; କାୟିତାକ୍ବଃଲେକ୍ ସେ ନିଜାର୍ ମାଲିକାର୍ ଜିବନେ ସୁସ୍ତା ଦଃୟିଦ୍।
14 ହାଣି ନାୟିଲା ମେଗ୍ ଆର୍ ହଃବନ୍ ଜଃନ୍କାର୍ , ନିଜାର୍ ଦାନ୍ ବିସୟେ ମିଚ୍ ଗଃର୍ବ୍କାରି ସେହର୍।
15 ସଃମ୍ବାଳ୍ତାର୍ ଗିନେ ସାସନ୍କାରି ବଃଲାୟ୍ ଅୟିଦ୍, ଆର୍ କଃଉଁଣା ଜିବ୍ ଆଡ୍ ବାଙ୍ଗାୟିଦ୍।
16 ତୁମି କାୟ୍ ମଃଉ ହାୟ୍ଆଚାସ୍ ? ତୁମାର୍ ଜଃତେକ୍ ଦଃର୍କାର୍ ସଃତେକ୍ କାହା;ବେସି କାୟିଲେକ୍ ସେରି ଉକାଳି ଅଃଉଆସ୍। 17 ତୁମାର୍ ହଃଳ୍ସା ଲକାର୍ ଗଃର୍ ବାର୍ବାର୍ ଜାୟ୍ଲାଗା ନାୟ୍ , ନୟ୍ଲେକ୍ ତୁମିକେ ଗିଜ୍ରିଅୟି ସେ ତୁମିକେ ଗୁର୍ନାକଃରେଦ୍।
18 ହଃଳ୍ସା ଲକାର୍ ବିରୁଦେ ଜେ ମିଚ୍ସାକି ଦଃୟିଦ୍ , ସେ ଜୁଜ୍ କଟ୍ଲା, କଃଣ୍ଡା, ଲାଗୁଣ୍ କାଣ୍ଡ୍ ହର୍।
19 ବିବ୍ତିବଃଳ୍ ଟକ୍ତା ଲକେ ସଃତ୍ କଃର୍ତାର୍ ଜଃନ୍କାର୍, ବାଙ୍ଗ୍ଲା ଦାତ୍ ଆର୍ ସାନ୍ଦୁଣ୍ ହିଟ୍ଲା ହାଦ୍ ସେନ୍କାର୍।
20 ସିତ୍କାଳେ ବଃସ୍ତର୍ କାଡିନେତାର୍ ଆର୍ ଗାଉ ଉହ୍ରେ ଅଃମ୍ବଳିରଃସ୍ ଗାସ୍ତାର୍ ଜଃନ୍କାର୍, ଦୁକାର୍ ଲକ୍ଚଃମେ ଗିତ୍ କଃଉତାର୍ ସେନ୍କାର୍।
21 ତୁମାର୍ ସଃତ୍ରୁ ବୁକେରିଲେକ୍ ତାକେ କାଦି କାଳାଉଆ; ଆର୍ ତାକେ ସସ୍ ଅୟିଲେକ୍ ହାଣି ସୁରାଉଆ ; 22 ତଃବେ ତୁମି ଇହର୍ କଃଲେକ୍ ଲାଜେ ମୁଣ୍ଡ୍ ତଃଳେ କଃରାସ୍ ଆର୍ କଃଚ୍ତା ଇଙ୍ଗ୍ରା ଡାଳୁଲାସ୍ ,ଆର୍, ମାପୁର୍ ତୁମିକେ ପୁରିସ୍କାର୍ ଦଃୟିଦ୍।
23 ଜଃନ୍କଃରି ଉତୁର୍ଦିଗାର୍ ହଃବନ୍ ବଃର୍ସା କଃରାୟିଦ୍ ସେନ୍ ଚଣ୍ଡିକଃଉତା ଜିବ୍ ରିସାର୍ ବଃର୍ସା କଃରାୟିଦ୍।
24 ମାଡ୍ଗଳ୍କାରି ମାୟିଜିସଃଙ୍ଗ୍ ଗଟେ ଗଃରେ ବାସ୍ କଃର୍ତା ବାଦୁଲେ ଚାନିଉହ୍ରେ ଗଟେ କନେ ବାସ୍ କଃର୍ତାର୍ ବଃଲ୍।
25 ସଂସାର୍ ଜିବନ୍କେ କାକର୍ ହାଣି ଜଃନ୍କାର୍ ଦୁରି ଦେସାର୍ ନିକ କବୁର୍ ସେନ୍କାର୍।
26 କାଦ ବଃନ୍ଦ୍ ଆର୍ ମେଳି ହାଜ୍ରା ହାଣି ଜଃନ୍କାର୍, ଦୁସ୍ଟ୍ଲକାର୍ ଆଗେ ତିର୍ନୟିଲା ଦଃର୍ମିଲକ୍ ସେନ୍କାର୍।
27 ବେସି ମଃଉ କାତାର୍ ଜଃନ୍କଃରି ବଃଲ୍ ନାୟ୍, ସେନ୍କଃରି ମାନାୟିମଃନ୍ ନିଜାର୍ ଜଃଜ୍ମାନ୍ କଜ୍ତାର୍ ଜଃଜ୍ମାନ୍ ନୟ୍।
28 ଜେ ନିଜ୍କେ ଆୟିତ୍ କଃରୁନଃହାଁରେ, ସେ ବାଙ୍ଗ୍ଲା ଆର୍ କଃତି ନାୟିଲା ଗଃଳ୍ ହର୍।