1 ଜୁୟିଲକ୍ ତର୍କେ ତର୍ ବଃଲାର୍ ଗିନେ ଉଣାସୁଣ୍ଲେକ୍ ହେଁ ନିଜ୍କେ ଅଃଟୁଆ ମଃନ୍ କଃରେଦ୍, ଆର୍ ସୁଦ୍ରୁକେ ମଃନ୍ନଃକେରେ ସେ ହଃଟାତ୍ ନଃସ୍ଟ୍ ଅୟିଦ୍।
2 ଦଃର୍ମିମଃନ୍ ବାଡିଗଃଲେକ୍ , ଲକ୍ମଃନ୍ ସଃର୍ଦା ଅଃଉତି; ମଃତର୍ ଦୁସ୍ଟଲକ୍ ହଃଦ୍ ହାୟିଲେକ୍ ଲକ୍ମଃନ୍ କାନ୍ଦିଜାତି।
3 ଜୁୟିଲକ୍ ଗିଆନ୍କେ ଲାଡ୍କଃରେଦ୍ , ସେ ନିଜାର୍ ଉବାସିକେ ସଃର୍ଦା କଃରାୟିଦ୍ ; ମଃତର୍ ଜେ ଦାରିଆ ମଃନାର୍ ତଃୟି ମିସିରଃୟିଦ୍ , ସେ ନିଜାର୍ ଦଃନ୍ ଉଡାୟିଦ୍।
4 ରଃଜା ନିକ ବିଚାରେ ଦେସ୍ ସୁସ୍ତା କଃରେଦ୍ ; ମଃତର୍ ଜେ ପୁରିସ୍କାର୍ ମଃନ୍କଃରେଦ୍ ସେ ସେରି ବିଜାଳି ହଃକାୟିଦ୍।
5 ଜୁୟିଲକ୍ ନିଜାର୍ଲକାର୍ କୁଟ୍କଃତା କୟିଦ୍, ସେ ନିଜାର୍ ହାଦ୍ ଗିନେ ହାନ୍ଦା ଅଡେଦ୍।
6 ମଃନ୍ଦ୍ ଲକାର୍ ଅଃଦଃର୍ମେ ହାନ୍ଦା ରଃୟିଦ୍; ମଃତର୍ ଦଃର୍ମିଲକ୍ ସଃର୍ଦାୟି ଗିତ୍ କୟିଦ୍।
7 ଦଃର୍ମିଲକ୍ ଦୁକିଦିନାରି ଲକ୍ମଃନାର୍ ଗଃଉଆରି ବିସୟ୍ ଜାଣେଦ୍; ମଃତର୍ ସେରି ଜାଣୁକେ ଦୁସ୍ଟ୍ ଲକାର୍ ବୁଦି ନାୟି।
8 ନିନ୍ଦାକାରିମଃନ୍ ଗଃଳ୍କେ ସିର୍ଜାୟ୍ଦେତି;ମଃତର୍ ଗିଆନିମଃନ୍ ରିସାକେ ଦିର୍ କଃର୍ତି।
9 ଅଗିଆନ୍ ସଃଙ୍ଗ୍ ଗିଆନି ଲକାର୍ ବିରଦ୍ ଅୟିଲେକ୍, ସେ ରିସା ଅୟିଲେକ୍ କି ନିଚଳ୍ଲେକ୍ କିଚି ସାନ୍ତି ନାୟି।
10 ଅଃତ୍ୟାକାରିମଃନ୍ ସିଦ୍ଲକେ ଗୁର୍ନା କଃର୍ତି ; ଆର୍ ସେମଃନ୍ ସଃଜାଲକାର୍ ଜିବନ୍ କଜ୍ତି।
11 ମୁର୍କ୍ ନିଜାର୍ ସଃବୁ ରିସା ଜାଣାୟିଦ୍ ; ମଃତର୍ ଗିଆନି ସେରି ସଃମ୍ବାଳି ତିର୍ ଅୟିଦ୍।
12 ସାସନ୍କାରି ଜଃବେ ମିଚ୍କଃତାୟି କାନ୍ ଦଃୟିଦ୍, ତଃବେ ତାର୍ ସେବାକାରି ସଃବୁଲକ୍ ଦୁସ୍ଟ ଅଃଉତି।
13 ଦରିଦ୍ର ଆର୍ ଅଃନ୍ୟାୟ୍କାରି ଅଃକାତଃୟି ମିସ୍ତି ଇସ୍ୱର୍ ଇମଃନାର୍ ଆକି ଉଗାଳେଦ୍।
14 ଜୁୟି ରଃଜା ଇନସ୍ତାଲକେ ନ୍ୟାୟେ ବିଚାର୍ କଃରେଦ୍, ତାର୍ ସିଙ୍ଗାସଣ୍ ସଃବୁବଃଳ୍ ସୁସ୍ତିର୍ ରଃୟିଦ୍।
15 ଡାଙ୍ଗ୍ ଆର୍ ଉଳିକଃରି ସୁଦ୍ରାଉତାର୍ ଗିଆନ୍ ଦଃୟିଦ୍; ମଃତର୍ ହିଲାକେ ତାର୍ ଇଚାୟି ଚାଡିଦିଲେକ୍ ତାର୍ ଆୟିସିକେ ଲାଜ୍କଃରାୟିଦ୍।
16 ଦୁସ୍ଟଲକ୍ମଃନ୍ ଅଃଦିକ୍ ଅୟ୍ଲେକ୍, ଅଃଦଃର୍ମ୍ ବାଡେଦ୍; ମଃତର୍ ଦଃର୍ମିମଃନ୍ ସେମଃନାର୍ ନାସ୍ ଦଃକ୍ତି।
17 ନିଜାର୍ ହକେ ସାସ୍ତିଦିଲେକ୍ ସେ ତୁମିକେ ସୁସ୍ତା ଦଃୟିଦ୍; ଆର୍ , ସେ ତୁମାର୍ ଜିବନ୍କେ ସୁକ୍ ଦଃୟିଦ୍।
18 ଜୁଣ୍ଟାଣେ ଇସ୍ୱରାର୍ ଚାଳ୍ନା ନଃରିଲେକ୍ ଲକ୍ମଃନ୍ ନାସ୍ ଅଃଉତି; ମଃତର୍ ଜେ ବିଦି ମାନେଦ୍ ସେ ଦନ୍ଯ।
19 ଅଃଳକ୍ କୟିଲେକ୍ ଦାସ୍କେ ସୁଦ୍ରାୟ୍ ନୟ୍; ବଃଲେକ୍ ସେ ବୁଜ୍ଲେକ୍ ହେଁ ମଃନ୍ଦିଆନ୍ ଦଃୟି ନଃକେରେ।
20 ତୁମି କି କଃତାୟ୍ ଚଃଚଲ୍ ଲକେ ଦଃକୁଲାସ୍ ? ତାର୍ ବାଦୁଲେ ମୁର୍କିୟା ବିସୟେ ଅଃଦିକ୍ ଆସା ଆଚେ।
21 ଜେ ହିଲାବଃଳ୍ହୁଣି ନିଜାର୍ ଦାସ୍କେ ଲାଡ୍କଃରି ବାଡାୟିଦ୍ , ସେସ୍ବଃଳ୍ ସେ ଦାସ୍ ତାର୍ ହୟିସି ଅୟିଦ୍।
22 ଅଃଦିକ୍ ରିସାଲକ୍ ବିରଦ୍ ଆର୍ ଅଃଦଃର୍ମ୍ ଜଃନ୍ମାୟିଦ୍, ଆର୍ ମୁର୍କ୍ ଲକ୍ ଅଃଦିକ୍ ମାଡ୍ଗଳ୍ କଃରେଦ୍।
23 ମାନାୟିର୍ ଅଃକାର୍ ତାକେ ତଃଳେ ହଃକାୟିଦ୍ ;ମଃତର୍ ଜାର୍ ଜିବନ୍ ସୁସ୍ତିର୍ ସେ ମାନାୟ୍ ହାୟିଦ୍।
24 ଚରାର୍ ସଃଙ୍ଗୁଆଳି ନିଜାର୍ ଜିବନ୍କେ ଗୁର୍ନା କଃରେଦ୍, ସେ ହଃର୍ମାଣ୍ କଃରାଉତାର୍ ସୁଣେଦ୍, ମଃତର୍ କିଚି ଜାଣାୟ୍ ନଃକେରେ।
25 ଲକ୍ଡିର୍ ହାନ୍ଦା ହର୍; ମଃତର୍ ଇସ୍ୱର୍କେ ଜେ ଆସ୍ର କଃରେଦ୍ , ସେ ରଃକ୍ୟା ହାୟିଦ୍।
26 ଅଃନେକ୍ ଲକ୍ ଦଃୟା ମଃନ୍କଃର୍ତି ମଃତର୍ ମାନାୟିର୍ ବିଚାର୍ ଇସ୍ୱରାର୍ ତଃୟିହୁଣି ଆସେଦ୍।
27 ଅଃଦଃର୍ମି ଦଃର୍ମିଲକାର୍ ଗୁର୍ନାର୍ ବିସୟି, ଆର୍, ବଃଲ୍ବାଟ୍ ଜାତା ଲକ୍ ଦୁସ୍ଟ ଲକାର୍ ଗୁର୍ନାର୍ ବିସୟି ଅୟିଦ୍।