1 ଗିଆନ୍ କାୟ୍ କୁଦି ନଃକେରେ ? ବୁଦି କାୟି ଜଃବର୍ ଉଚ୍ ସଃବଦେ ଡାକିନଃକେରେ? 2 ସେ ରଃସ୍ତା ଚଃମାର୍ ଉଚା ଜଃଗାର୍ ମୁଣ୍ଡେ ବାଟ୍ ମିସ୍ଲା ଜଃଗାୟି ଟିଆ ଅୟିଦ୍। 3 ସେ ଗଃଳ୍ ଦୁଆର୍ ଲଃଗେ ଗଃଳାର୍ ହୁର୍ତା ଦୁଆରେ ଦୁଆର୍ ଲଃଗେ ରଃୟ୍ ଉଚ୍ ସଃବଦେ କୟିଦ୍ , 4 ଏ ମାନାୟିମଃନ୍ ,ମୁୟ୍ ତୁମିମଃନ୍କେ କୁଦୁଲେ; ଆରେକ୍, ମାନାୟ୍-ହିଲାମଃନାର୍ ହାୟ୍ଁ ମର୍ କବୁର୍ ଆଚେ। 5 ଏ ଅଗିଆନି , ଜଃଗ୍ରାତାର୍ କଃତା ଜାଣା; ଏ ମୁର୍କ୍ ଲକ୍, ତୁମିମଃନ୍ ବଃଲ୍ବିଚାର୍ କଃର୍ତାଲକ୍ ଅଃଉଆ। 6 ସୁଣା ,ମୁୟିଁ ବଃଲ୍ କଃତା କୟିନ୍ଦ୍ ;ମୁୟି ଜଃଡ୍ବଃଳ୍ ଟଣ୍ଡ୍ଉଗାଳି କୟିନ୍ଦ୍ ସଃଡେବଃଳ୍ ବଃଲ୍କଃତା ବାରେଦ୍। 7 କାୟିତାକ୍ବଃଲେକ୍ ମର୍ ଟଣ୍ଡ୍ ସଃତ୍ କୟିଦ୍, କଃରାପ୍ କଃତା ମର ଟଣ୍ଡେ ଗୁର୍ନାର୍ ବିସୟି। 8 ମର୍ ଟଣ୍ଡେ ନିୟମାର୍ କଃତା ଆଚେ;ସେତି ମିଚ୍ କି କୁଟ୍ କିଚିନାୟି। 9 ଜେ ସେରି ବୁଜୁକେ, ତାର୍ଗିନେ ନିର୍ମୁଳ୍; ଆରେକ୍ , ଜୁୟିଲକାର୍ ଗିଆନ୍ ଆଚେ ସେ ବୁଜେଦ୍। 10 ରୁହାକେ ଚାଡି ମର୍ ସିକ୍ୟା ଆର୍ ବାଚ୍ଲା ସନାକ୍ ଚାଡି ମର୍ ଗିଆନ୍ ଦଃରା। 11 କାୟିତାକ୍ବଃଲେକ୍ ଗିଆନ୍ ହିରାତଃୟ୍ ହୁଣି ଅଃଦିକ୍ ବଃଲ୍ ଆର୍ ସଃବୁ ମଃନ୍କଃଲା ଜିନିସ୍ କୁୟିରି ହେଁ ତାର୍ ସଃଙ୍ଗ୍ ସଃମାନ୍ ନୟି। 12 ମୁଁୟି ଗିଆନ୍, ଜାଗ୍ରତେ ନିଜାର୍ ବାସାଟାଣ୍ କଃରିଆଚି, ଆରେକ୍ ଗିଆନ୍ ଆର୍ କାମେପିଆସ୍ ଅୟିଆଚି। 13 ଇସ୍ୱରାର୍ ବିସୟେ ଡିର୍, ମଃନ୍ଦ୍ ବିସୟେ ଗୁର୍ନା; ଅଃକାର୍, ଗଃର୍ବ, କଃରାପ୍ବାଟ୍, ହଃନ୍ଦିକଃତା ମୁୟିଁ ଗୁର୍ନା କଃରିନ୍ଦ୍। 14 ବଃଲ୍ ଉପ୍ଦେସ୍ ଆର୍ ଗବିର୍ ଗିଆନ୍ ମର୍ତଃୟି ଆଚେ; ମର୍ଲଃଗେ ବୁଜ୍ତା ସଃକ୍ତି ଆଚେ; ମର୍ ଟାଣେ ବଃଳ୍ ଆଚେ। 15 ମର୍ ଦଃରି ରଃଜାମଃନ୍ ସାସନ୍ କଃର୍ତି ଆର୍ ସାସନ୍ କଃର୍ତା ଲକ୍ମଃନ୍ ନିୟମାର୍ କଃତା ଦଃରି ସଃତ୍ ବିଚାର୍ କଃର୍ତି। 16 ମର୍ ନ୍ୟାୟ୍ ଦଃରି ସାସନ୍ କଃର୍ତା ଲକ୍ମଃନ୍, ମୁଳିକାମଃନ୍ ଆର୍ ହୁର୍ତିବିର୍ ସଃବୁ ବିଚାର୍ କଃର୍ତା ଲକ୍ ସାସନ୍ କଃର୍ତି। 17 ଜେମଃନ୍ ମକେ ଲାଡ୍ କଃର୍ତି, ମୁଁୟି ସେମଃନ୍କେ ଲାଡ୍ କଃରିନ୍ଦ୍, ଆରେକ୍ ଜେମଃନ୍ ଜଃତୁନେ ମର୍ ହଃଚେ ଆସ୍ତି , ସେମଃନ୍ ମକେ ହାଉତି। 18 ମର୍ ତଃୟି ଦଃନ୍ ଆର୍ ମାୟିନ୍, ଆରେକ୍ ନଃସେର୍ତା ସମ୍ପତି ଆର୍ ନ୍ୟାୟ୍ ଆଚେ। 19 ମର୍ ସିକ୍ୟା, ସନା ଟାଣୁ ବେସି ବଃଲ୍ ; ଆରେକ୍ ମର୍ କାମାଉଣି ରୁହାର୍ ଟାଣୁ ବଃଲ୍। 20 ମୁଁୟି ଦଃର୍ମାର୍ ରଃସ୍ତାୟି ,ଆର୍ ବୁଦିର୍ ବାଟେ ଜାୟିନ୍ଦ୍ , 21 ଆର୍ ଜେମଃନ୍ ମକେ ଲାଡ୍ କଃର୍ତି ,ସେମଃନ୍କେ ସଃବୁ ସମ୍ପତିର୍ ମାଲିକ୍ କଃରିନ୍ଦ୍; ସେମଃନ୍କାର୍ ବଃଣ୍ଡାର୍ ଗଃର୍ ସମ୍ପତିୟେ ହୁରା କଃରିନ୍ଦ୍। 22 ଇସ୍ୱର୍ ନିଜାର୍ ବାବ୍ନା କଃର୍ତା ଆଗ୍ତୁ, ତାର୍କାମ୍ କଃର୍ତା ଆଗ୍ତୁ ମକେ ତିଆର୍ କଃରିରିଲା। 23 ହୁର୍ବେହୁଣି ବଃଲେକ୍ ହୁର୍ତିବିର୍ ଉବ୍ଜାଣ୍ କୁନାଦି ତାହୁନ୍ ହୁର୍ବେ ମୁୟିଁ ତାହୁନ୍ ଅୟିଆଚି। 24 ଜଃଡେବଃଳ୍ ଗବିର୍ ସଃମୁନ୍ଦ୍ ନଃରିଲାବଃଳ୍ ସଃମୁନ୍ଦ୍ ଲଃଗେ ହାଣି ନଃରିଲାବଃଳ୍ ମୁଁୟ୍ ଜଃନମ୍ ଅୟିଆଚି। 25 ଆରେକ୍ ହଃର୍ବାତ୍ ଆର୍ ଡଙ୍ଗୁର୍ ଉବ୍ଜାଣ୍ ଅଃଉତା ଆଗେ ମୁୟିଁ ଜଃନମ୍ ଅୟିଆଚି; 26 ସେନ୍କା ବଃଳ୍ ହୁର୍ତିବି ,ଆର୍ ଜଃମି,ଜଃଗତାର୍ ଦୁଳିହେଁ ଇସ୍ବର୍ ବଃନାୟି ନଃକେରିରିଲା। 27 ଜଃଡ୍ବଃଳ୍ ସେ ଅଃକାସ୍ ମଃଣ୍ଡଳ୍ ବଃନାୟିଲା, ସେନ୍କା ବଃଳ୍ ମୁୟି ସେ ସଃମୟେ ସେତି ରିଲେ, ଜଃଡ୍ବଃଳ୍ ସେ ସଃମୁନ୍ଦ୍ ଉହ୍ରେ ସଃନ୍ଦି ବଃନାୟିଲା, 28 ଆରେକ୍ ଉହ୍ରି ବାଗାର୍ ଅଃକାସ୍ ମଃଣ୍ଡଳ୍କେ ତାରାୟିଲା ଆର୍ ଜଃଡେବଃଳ୍ ସଃମୁନ୍ଦାର୍ ଜଃର୍ନା ହୁରାକଃଲା। 29 ହାଣି ସଃବୁ ଜଃନ୍କଃରି ତାର୍ ଆଦେସ୍ ନଃମାନି ଜିଣୁନଃହାରେ,ଇତାର୍ ହାଁୟ୍ ଜୁୟି ସମୟେ ସଃମୁନ୍ଦାର୍ ସଃନ୍ଦି ବଃନାୟିଲା ଆର୍ ଜୁୟି ସମୟେ ଜଃଗତାର୍ କୁନାଦି ଚିନ୍ କଃଲା। 30 ସେନ୍କା ବଃଳ୍ ମୁଁୟି ସେତି ତାର୍ଲଃଗେ ରାଜ୍ମିସ୍ତୁରି କଃର୍ତିରିଲେ, ମୁଁୟି ସଃବୁ ଦିନ୍ ସଃର୍ଦାଅୟି ତାର୍ଲଃଗେ ସଃବୁବଃଳ୍ ସଃର୍ଦାୟି ରିଲେ। 31 ଆରେକ୍ ବୁୟିଁ ମଣ୍ଡଳ୍ ଲଃଗେ ସଃର୍ଦା କଃଲେ ମାନାୟ୍ ମଃନ୍କାର୍ ସଃଙ୍ଗ୍ ସଃର୍ଦାୟି ଜିବନ୍ କାଟ୍ଲେ 32 ଇତାର୍ଗିନେ ଏ ମର୍ ହମଃନ୍ ,ମର୍ ବାକ୍ୟ ସୁଣା, କାୟ୍ତାକ୍ବଃଲେକ୍ ଜେମଃନ୍ ମର୍ ବାଟେ ଇଣ୍ଡ୍ତି ସେମଃନ୍ ସଃର୍ଦାୟି ରେତି। 33 ବଃଲ୍ସିକ୍ଯା ସୁଣି ଗିଆନି ଅଃଉଆ, ଆରେକ୍ ସେରି ହାସ୍ରାନାୟି। 34 ଜେ ମର୍ କଃତା ସୁଣେଦ୍ ଆର୍ ମର୍ ଦୁଆରେ ସଃବୁଦିନ୍ ଜାଗିରଃୟିଦ୍, ମର୍ ଦୁଆର୍ବଃନ୍ଦେ ଜାଗେଦ୍ ସେ ଲାକ୍ ଦନ୍ୟ। 35 କାୟିତାକ୍ବଃଲେକ୍ ଜେ ମକେ ହାୟିଦ୍, ସେ ଜିବନ୍ ହାୟିଦ୍ ଆର୍ ଇସ୍ୱରାର୍ ଆସିର୍ବାଦ୍ ହାୟିଦ୍। 36 ମଃତର୍ ଜେ ମର୍ ବିରୁଦେ ହାହ୍ କଃରେଦ୍ ସେ ନିଜାର୍ ଜିବନ୍କେ ନଃସ୍ଟ୍ କଃରେଦ୍ , ଜୁୟି ସଃବୁ ଲକ୍ ମକେ ଗୁର୍ନା କଃର୍ତି, ସେମଃନ୍ ମଃର୍ନ୍କେ ଲାଡ୍ କଃର୍ତି।
Publicidade
Provérbios 8
ଗିଆନାର୍ ଗୁଣ୍ଗାନ୍
Veja também
Publicidade