1 ରଃଜାର୍ ମଃନ୍ହଃରାଣ୍ ଇସ୍ୱରାର୍ ଆତେ ଜଃର୍ନିୟା ହାଣି ହର୍ , ସେ ଜୁୟିବାଟ୍ ମଃନ୍କଃରେଦ୍ ସେବାଟ୍ ନଃୟିଦ୍।
2 ମାନାୟ୍ର୍ ସଃବୁ ବାଟ୍ ତାର୍ ଆକାୟ୍ ଟିକ୍, ମଃତର୍ ଇସ୍ୱର୍ ମଃନାର୍ କଃତା ତୁଳେଦ୍।
3 ହୁଜାଦେତା ବାଦୁଲେ ନ୍ୟାୟି ବଃଲ୍ବିଚାର୍ ମାପୁର୍ ଅଃଦିକ୍ ବଃଲ୍ହାୟିଦ୍।
4 ଦୁସ୍ଟ ଲକ୍ମଃନାର୍ ଅଃକାର୍ ଆକି କୁପି ହର୍ ଆର୍ ଗଃର୍ବାର୍ ମଃନ୍ ସେରି ହାହ୍ ବିସୟି।
5 କଃବାଳିର୍ ଜଜ୍ନାୟ୍ ଅଲେକାର୍ ଅୟିଦ୍ ମଃତର୍ ଜେ ହଃଟାତ୍ କଃରେଦ୍ ତାର୍ କଃବେ ବେସି ନୟି।
6 ମିଚୁଆର୍ ଟଣ୍ଡେ ହାୟ୍ଲା ଦଃନ୍ ଏଣେ ତେଣେ ଉଡ୍ତା କୁଳିଦୁୟେଁରି ହର୍,ଜୁୟିମଃନ୍ ତାର୍ ହଃଚେ ଜାତି ସେମଃନ୍ ମଃର୍ନ୍ ହଃଚେ ଜାତି।
7 ଦୁସ୍ଟମଃନାର୍ ଦୁସ୍ଟକାମ୍ ସେମଃନ୍କେ ଉଡାୟି ନଃୟିଦ୍; ବଃଲେକ୍ ସେମଃନ୍ ନ୍ୟାୟି କଃରୁକେ ନଃଚ୍ତି।
8 ହାହ୍କାମେ ଲାଗିରେତା ମାନାୟ୍ କଃରାପ୍ ବାଟ୍ ଜାୟିଦ୍;ମଃତର୍ ଦଃର୍ମିଲକାର୍ କାମ୍ ସଃତ୍।
9 ଗଣ୍ଡ୍ଗଳିଆଣି ମାୟିଜି ସଃଙ୍ଗ୍ ବାସ୍ କଃର୍ତା ବାଦୁଲେ ଚାନିର୍ ଗଟେକ୍ କନେ ବାସ୍କଃର୍ତାର୍ ବଃଲ୍।
10 ଦୁସ୍ଟ ଲକାର୍ ମଃନ୍ ଅନିସ୍ଟ୍ କଃରୁକେ ମଃନ୍ କଃରେଦ୍;ଆର୍ ତାର୍ ଆକାୟି ତାର୍ ହଃଳ୍ସାର୍ କିଚି ଦଃୟା ନଃମିଳେ।
11 ନିନ୍ଦାକାରିକେ ଡଃଣ୍ଡ୍ ଦିଲେକ୍,ବୁଜୁହାର୍ତା ଲକ୍ ବୁଦି ହାୟିଦ୍ ;ଆରେକ୍ ସଃଜା ଲକ୍କେ ବୁଜାୟି ଦିଲେକ୍ ସେ ଗିଆନି ଅୟିଦ୍।
12 ଦଃର୍ମି ଲକ୍ ଦୁସ୍ଟର୍ ବଃଉଁସ୍ ବିସୟେ ବାବେଦ୍ ସେ ଦୁସ୍ଟମଃନ୍ କଃନ୍କଃରି ନଃସ୍ଟ ଅଃଉତି ସେରି ଜାଣ୍ତିରଃୟିଦ୍।
13 ଜୁୟିଲକ୍ ଇନସ୍ତାର୍ ଡାକ୍ ନଃସୁଣେ, ସେହେଁ ଆରେକ୍ କୁଦେଦ୍, ତାର୍ ଲଳାର୍ବଃଳ୍ ହେଁ ସୁଣାନଃଜାୟି।
14 ଗୁପ୍ତେ ଦାନ୍ ଦିଲେକ୍ ରିସା ତିର୍ ଅୟିଦ୍ ,ଆର୍ ଲୁକାୟିକଃରି ଲାଞ୍ଚ୍ ଦିଲେକ୍ ଅଃଦିକ୍ ରିସା ତିର୍ ଅୟିଦ୍।
15 ନ୍ୟାୟ୍ ବେବାର୍ ଦଃର୍ମି ଲକେ ସଃର୍ଦାର୍ ବିସୟ୍;ମଃତର୍ ସେରି କଃରାପ୍ କଃର୍ତା ଲକେ ସେରି ନାସ୍ କଃତା।
16 ଜେ ବୁଦିର୍ ବାଟ୍ ଚାଡି ଚାଲେଦ୍, ସେ ମଃଲାଲକ୍ମଃନାର୍ କୁଟୁମେ ବାସ୍ କଃରେଦ୍।
17 ଜୁୟି ଲକ୍ ସୁକ୍ ବଃଲ୍ହାୟିଦ୍, ସେ ଗଃରିବ୍ ଅୟିଦ୍ ; ଆର୍ ଜେ ମଃଦ୍ ଆର୍ ଚିକଣ୍ ଲାଡ୍କଃରେଦ୍ ସେ ମାଜନ୍ ଅଃଉଁ ନାହାରେ।
18 ଦୁସ୍ଟଲକ୍ମଃନ୍ ବଃଲ୍ଲକାର୍ ହାଁୟ୍ ଦୁକ୍ ଆଣୁକ୍ ଚେସ୍ଟା କଃର୍ତି;ମଃତର୍ ସେରି ନିଜାର୍ଉହ୍ରେ ହଃଳେଦ୍।
19 ଗଣ୍ଡ୍ଗଳ୍କାରିଣି ଆର୍ ରିଗ୍ରିଗା ମାୟିଜି ସଃଙ୍ଗ୍ ବାସ୍ କଃର୍ତା ବାଦୁଲେ ଇନିସ୍ବିନିସ୍ ବଃନେ ବାସ୍ କଃର୍ତାର୍ ବଃଲ୍।
20 ଗିଆନି ଲକାର୍ ଗଃରେ ବେସି ମଲାର୍ ସଃମ୍ପତି ଆର୍ ଚିକଣ୍ ରଃୟିଦ୍; ମଃତର୍ ମୁର୍କ୍ ଲକ୍ ସେରି ନଃସ୍ଟ୍ କଃରେଦ୍।
21 ଜୁୟି ଲକ୍ ଦଃର୍ମି ଆର୍ ଦଃୟାର୍ ହଃଚେ ଜାୟିଦ୍ ସେ ଜିବନ୍ ଆର୍ ଦଃର୍ମି ଆର୍ ମାୟିନ୍ ଅୟିଦ୍।
22 ଗିଆନି ଲକ୍ ସଃକ୍ତିସାଳି ଲକାର୍ ଗଃଳେ ବଃଗି ବିତ୍ରେ ଜାୟିଦ୍ , ଆରେକ୍ ସେତିର୍ ସାହାସାର୍ ବଃଳ୍ ତଃଳେ ଆଣେଦ୍।
23 ଜେ ନିଜାର୍ ଟଣ୍ଡ୍ ଆର୍ ଜିବ୍ ରଃକ୍ୟା କଃରେଦ୍ ସେ କଃସ୍ଟେହୁଣି ନିଜାର୍ ଜିବନ୍ ରଃକ୍ୟା କଃରେଦ୍।
24 ଅଃକାରି ଆର୍ ଗଃର୍ବି ଲକ୍ ନିନ୍ଦାରି ନାଉଁୟେ ନାଉହୁଟା , ସେ ଅଃକାରେ କାମ୍ କଃରେଦ୍।
25 ଅଃଳ୍ସିଆ ମଃନେ ହାଚ୍ଲାର୍ ତାର୍ ମଃର୍ନ୍ ଗଃଟାୟିଦ୍ କାୟିତାକ୍ବଃଲେକ୍ ତାର୍ ଆତ୍ କାମ୍ କଃରୁକେ ମଃନା କଃରେଦ୍। 26 କେକେ ଦିନ୍ଜାକ ଲଃବ୍ କଃର୍ତି; ମଃତର୍ ଦଃର୍ମି ଲକ୍ ଦାନ୍ ଦଃୟିଦ୍, ଲଃବ୍ ନଃକେରେ।
27 ଦୁସ୍ଟ୍ ଲକାର୍ ହୁଜା ଗୁର୍ନାର୍ ବିସୟି, ମଃତର୍ ସେ କଃରାପ୍ ବାବ୍ନାୟି ଆଣ୍ଲେକ୍ କଃତେକ୍ଅଃଦିକ୍ ଗୁର୍ନାର୍ ବିସୟି ଅୟିଦ୍।
28 ମିଚ୍ ସାକି ନଃସ୍ଟ୍ ଅୟିଦ୍; ମଃତର୍ ଜୁୟିଲକ୍ ସୁଣେଦ୍, ସେ ବିସ୍ବାସାର୍ କଃତା କୟିଦ୍।
29 ଦୁସ୍ଟ ଲକ୍ ନିଜାର୍ ମୁଉଁକେ ଆଃଟୁଆ କଃରେଦ୍ ମଃତର୍ ନିର୍ମଃୟା ଲକ୍ ନିଜାର୍ ବାଟ୍ ସୁସ୍ତା କଃରେଦ୍।
30 ମାପୁର୍ ବିରୁଦେ କୁୟି ଗିଆନ୍ କି ବୁଦି କି ଜଜ୍ନା କାୟି କାମ୍ ନଃଦେୟ୍।
31 ଜୁଜ୍ ଦିନ୍ ଗିନେ ଗଳା ଜାଗ୍ରତ୍ କଃରା ଅୟିଦ୍;ମଃତର୍ ଜିତ୍ତାର୍ ଇସ୍ୱରାର୍ ତଃୟି ହୁଣି ଅୟିଦ୍।