1 ଟକ୍ତା ନିକ୍ତି ଇସ୍ୱରାର୍ ଗୁର୍ନାର୍ ବିସୟି। ମଃତର୍ ଟିକ୍ କେଜିଗୁନ୍ଡୁ ତାକେ ସଃନ୍ତସ୍।
2 ଗଃର୍ବ୍ ଆୟିଲେକ୍ ଲାଜ୍ ଆସେଦ୍; ମଃତର୍ ନିର୍ମଃୟା ଲକାର୍ ତଃୟି ଗ୍ୟାନ୍ ରଃୟିଦ୍।
3 ସଃଜାଲକ୍ମଃନ୍କାର୍ ସଃତ୍ ସେମଃନ୍କେ ବାଟ୍ ଦଃକାୟିଦ୍, ମଃତର୍ ଟକୁ ମଃନ୍କାର୍ କୁଟ୍ବୁଦି ସେମଃନ୍କେ ନାସ୍ କଃରେଦ୍।
4 ରିସାର୍ ଦିନ୍ ଦଃନ୍ କିଚି କଃରୁନାହାରେ, ମଃତର୍ ଦଃର୍ମ୍ ମଃର୍ନ୍ ତଃୟିହୁଣି ରଃକ୍ୟା କଃରେଦ୍।
5 ସଃଜାଲକାର୍ ଦଃର୍ମ୍ ତାର୍ ରଃସ୍ତା ଦଃକାୟିଦ୍,ମଃତର୍ ଦୁସ୍ଟ୍ ନିଜାର୍ ଦୁସ୍ଟ୍ ଗିନେ ନାସ୍ ଅୟିଦ୍।
6 ସଃଜାଲକାର୍ ଦଃର୍ମ୍ ସେମଃନ୍କେ ରଃକ୍ୟା କଃରେଦ୍, ମଃତର୍ ମିଚୁଆ ଲକ୍ମଃନ୍ ନିଜାର୍ ନିଜାର୍ ଦୁସ୍ଟାର୍ ଗିନେ ଦଃରାହଃଳ୍ତି।
7 ଦୁସ୍ଟ୍ ଲକ୍ ମଃଲେକ୍,ତାର୍ ଆସା ନଃସ୍ଟ୍ ଅୟିଦ୍ ଅଃଦଃର୍ମିମଃନ୍କାର୍ ବଃରସା ନଃସ୍ଟ୍ ଅୟିଦେ।
8 ଦଃର୍ମି ଦୁକେ ହୁଣି ରଃକ୍ୟା ହାୟିଦ୍ ,ଆରେକ୍ ଦୁସ୍ଟ୍ ତାର୍ ବାଦୁଲେ ଆସେଦ୍।
9 ଅଃଦଃର୍ମି ଲକ୍ ନିଜାର୍ ମୁଁଆର୍ କଃରାପ୍ କଃତାୟ୍ ହଃଳ୍ସା ଗଃରାର୍ ଲକ୍କେ ନାସ୍ କଃରେଦ୍ , ଦଃର୍ମିମଃନ୍ ଗିଆନ୍ ଲଃଗେ ସେମଃନ୍କେ ବାଚାଉତି।
10 ଦଃର୍ମିର୍ ଉନତ୍ ଅୟିଲେକ୍ , ଗଃଳ୍ ସଃର୍ଦା କଃରେଦ୍; ଆରେକ୍ ଦୁସ୍ଟ୍ ନଃସ୍ଟ୍ ଅୟିଲେକ୍ ବଃଲେ ଅୟିଲି ବଃଲ୍ତି।
11 ସଃଜା ଲକାର୍ ଆସିର୍ବାଦେ ଗଃଳ୍ ଉନତି ଅୟ୍ଦ୍, ମଃତର୍ ଦୁସ୍ଟ୍ ଲକାର୍ ମୁଁୟେ ତାର୍ ନଃସ୍ଟ୍ ଅୟିଦ୍। 12 ଜେ ନିଜାର୍ ହଃଳ୍ସା ଗଃରାର୍ ଲକ୍କେ ଗୁର୍ନା କଃରେଦ୍, ସେ ନିର୍ବୁଦିଆ ମଃତର୍ ବୁଦିମାନ୍ ଚୁପ୍ ଅୟିରଃୟିଦ୍। 13 ଜେ ଚଣ୍ଡିକୟିବୁଲେଦ୍, ସେ ଲୁକ୍ଲା କଃତା ହଃନ୍ଦିକଃରି ବାର୍କଃରେଦ୍, ମଃତର୍ ବିସ୍ୱାସ୍ମଃନ୍, ସେ କଃତାକେ ଲୁକାୟି ରଃକ୍ତି।
14 ବଃଲ୍ସିକ୍ୟା ଅବାବେ ଲକ୍ମଃନ୍କାର୍ ନଃସ୍ଟ୍ ଅୟିଦ୍, ଆରେକ୍ ଅଃଦିକ୍ ବଃଲ୍ସିକ୍ୟା ଦେତାର୍ ଉହ୍ରେ ଲକ୍ମଃନ୍କାର୍ ରଃକ୍ୟା ମିଳେଦ୍।
15 ଅଃଜାଣା ଲକାର୍ ଗିନେ ଜେ ଦାୟି ଅୟିଦ୍, ସେ ବେସି ଦୁକ୍ ହାୟିଦ୍; ମଃତର୍ ଜେ ଦାୟି ଅଃଉଁକେ ନଃଚେ, ସେ ସୁକେ ରଃୟିଦ୍।
16 ଆସିର୍ବାଦ୍ ହାୟିଲା ମାୟ୍ଜି ମାୟିନ୍କେ ଦଃରିରଃକେଦ୍, ଆରେକ୍ ମୁର୍କିୟା ଲକ୍ ସମ୍ପତିକେ ଦଃରି ରଃକ୍ତି।
17 ଦଃୟାକାରି ଲକ୍ ନିଜାର୍ ଜିବନାର୍ ହାଁୟ୍ ବଃଲ୍ କଃରେଦ୍; ମଃତର୍ ଜେ ଦଃୟା ନଃକେରେ, ସେ ନିଜ୍କେ ଦୁକ୍ ଦଃୟିଦ୍।
18 ଦୁସ୍ଟ୍ ଲକ୍ ମିଚ୍ କୟି ଦଃନ୍ ଅଃର୍ଜେଦ୍, ମଃତର୍ ଜେ ଦଃର୍ମାର୍ ମଃଞ୍ଜି ବୁଣେଦ୍ ତାର୍ ହାଁୟ୍ ପୁରିସ୍କାର୍ ଆଚେ।
19 ଜୁୟି ଲକ୍ ଦଃର୍ମେ ସଃତ୍ ରଃୟିଦ୍, ସେ ଜିବନ୍ ହାୟିଦ୍; ଆରେକ୍ କଃରାପ୍ କାମ୍ ହଃଚେ ଜେ ଜାୟିଦ୍, ସେ ବାୟିଦ୍ରେ ନିଜାର୍ ମଃର୍ନ୍ ନିଜେ ଗଃଟାୟିଦ୍।
20 ରେଳ୍ୟା ମଃନାର୍ ଲକେ ଇସ୍ୱର୍ ଗୁର୍ନା କଃରେଦ୍, କାଣା ଚଟା ନୟ୍ଲାର୍ ଲକ୍ମଃନ୍କାର୍ ସଃର୍ଦାର୍ ବିସୟ୍।
21 ମଃନ୍ଦ୍ ଲକ୍ ଆତ୍ ଦଃରାଦଃରି ଅୟ୍ଲେକ୍ ହେଁ ଡଃଣ୍ଡ୍ ହାଉତି, ମଃତର୍ ଦଃର୍ମିମଃନ୍ ରଃକ୍ୟା ହାଉତି।
22 ଗୁସ୍ରାର୍ ତମ୍ଣାୟ୍ ସନାର୍ ଡଃଣ୍ଡି ହିନ୍ଦ୍ଲେକ୍ ଜେହର୍, ବଃଲ୍ ବୁଦି ନଃଦେର୍ତା ସୁନ୍ଦୁର୍ ମାୟ୍ଜି ସେହର୍।
23 ଦଃର୍ମି ମଃନ୍କାର୍ ମଃନ୍କଃଲା ହଃଳ୍ ସଃବୁ ବଃଲ୍, ମଃତର୍ ଦୁସ୍ଟ୍ ମଃନ୍କାର୍ ବଃର୍ସାର୍ ହଃଳ୍ ରିସା।
24 କଃତିଲକ୍ ଦାନ୍ ଦଃୟିକଃରି ଅଃଦିକ୍ ଦଃନ୍ ବାଡାଉତି, ଆରେକ୍ କଃତେକ୍ ଲଃବି ଅୟିହେଁ ସେମଃନ୍କାର୍ ଅବାବ୍ ଅୟିଦ୍।
25 ଦାନ୍ ଦେତାଲକ୍ ଆସିର୍ବାଦ୍ ହାୟିଦ୍, ଆର୍ ଜେ ହାଣି ଚିଚେଦ୍ ସେ ନିଜେହେଁ ଚିଚିଅୟିଦ୍।
26 ହାଚିକେ ଜେ ଜଃମାକଃରି ରଃକେଦ୍, ତାକେ ଲକ୍ମଃନ୍ ସାୟିପ୍ ଦେତି, ମଃତର୍ ଜୁୟ୍ଲକ୍ ସେରି ବିକେଦ୍ ତାର୍ ମୁଣ୍ଡେ ଆସିର୍ବାଦ୍ ହଃଳେଦ୍।
27 ଜୁୟିଲକ୍ ଜଃତୁନେ ଲକାର୍ ବଃଲ୍ ଚେସ୍ଟା କଃରେଦ୍, ସେ ଆସିର୍ବାଦ୍ ହାୟିଦ୍, ଆରେକ୍ ଜେ ବିନ୍ଲକାର୍ ଅନିସ୍ଟ୍ ଚିନ୍ତା କଃରେଦ୍, ତାର୍ ଗିନେ ସେରି ହଃକା ଗଃଟେଦ୍।
28 ନିଜାର୍ ଦଃନ୍କେ ଜେ ଆସ୍ର କଃରେଦ୍, ସେ ସୁକ୍ଲା ହଃତାର୍ ଗଃଚେହୁଣି ଅଦୁର୍ଲା ହର୍ ଅଦ୍ରେଦ୍; ମଃତର୍ ଦଃର୍ମି ଲକ୍ ଗଃଚାର୍ ହଃତାର୍ ହର୍ ହାଲିମ୍ ଅୟିଦ୍।
29 ନିଜାର୍ ଗଃରାର୍ଲକେ ଜେ ଦୁକ୍ ଦଃୟିଦ୍, ସେ ବାଉହର୍ ଅଃଦିକାର୍ ହାୟିଦ୍; ଆରେକ୍ ମୁର୍କ୍ ଲକ୍ ଗିଆନିର୍ ଗତିଦଙ୍ଗ୍ଡ଼ା ଅୟିଦ୍।
30 ଦଃର୍ମି ଲକାର୍ ହଃଳ୍ ଜିବନ୍ ଦେତା ଗଃଚ୍ ହର୍ ଅୟିଦ୍, ଆରେକ୍, ବୁଦିମାନ୍, ସେ ବିନ୍କେ ଜିବନ୍ ଦଃୟିଦ୍।
31 ଦଃକା, ହୁର୍ତିବିୟେ ହୁଣି ଦଃର୍ମିମଃନ୍ ପୁରିସ୍କାର୍ ହାଉତି,ତଃବେ ଦୁସ୍ଟ୍ ଆର୍ ହାହି ମଃନ୍ କାୟ୍ ତାକାର୍ ହାହ୍ ବଗ୍ କଃରିନଃକେର୍ତି କି ?