1 ଏ ମର ହଅମଃନ୍, ଉବାର୍ ସିକ୍ୟା ସୁଣା ଆର୍ ବୁଜୁକେ ଦିଆନ୍ ଦିଆସ୍। 2 କାୟିତାକ୍ବଃଲେକ୍ ମୁୟ୍ ତୁମିମଃନ୍କେ ବଃଲ୍ ସିକ୍ୟା ଦେଉଁଲେ, ମର୍ ଆଦେସ୍କେ ହାସ୍ରାନାୟ୍। 3 ମୁୟ୍ ମର୍ ଉବାର୍ ହୟ୍ସି ରିଲେ, ଆରେକ୍ ଆୟାର୍ ଆକିୟେ କଃଉଁଣା ଆର୍ ଗଟେକ୍ ମଃତର୍ ଲାଡାର୍ ହିଲା ରିଲେ। 4 ଉବା ମକେ ସିକ୍ୟା ଦଃୟ୍ କୟ୍ରିଲା, ତର୍ ମଃନେ ମର୍ କଃତାସଃବୁ ରଃକ୍, ଆରେକ୍ ମର୍ ଆଦେସ୍ ସଃବୁ ମାୟିନ୍ କଃର୍ ତଃବେ ତୁୟି ବାଚ୍ସି। 5 ଗ୍ୟାନ୍ ଅଃର୍ଜନ୍ କଃର୍ , ବଃଲ୍ ବିଚାର୍ କଃର୍, ଆରେକ୍ ମର୍ ଟଣ୍ଡାର୍ ବଃଚନ୍ ଲଃଗେହୁଣି ଅଃଲ୍ଗା ବାଟ୍ ଜାଆନାୟି। 6 ତାକେ ଚାଡାନାୟିଁ, ତାକେ ଲାଡ୍କଃରା, ତଃବେ ସେ ତୁମିକେ ରଃକ୍ୟା କଃରେଦ୍। 7 ଗ୍ୟାନ୍ ସଃବୁତଃୟିହୁଣି ବଃଡ୍ ବିସୟ୍, ତଃବେ ଗ୍ୟାନ୍ ଲାବ୍କଃରା, ଆରେକ୍ ତୁମାର୍ ସଃବୁ ଲାବ୍ ବିତ୍ରେ ବଃଲ୍ ବିଚାର୍ ଲାବ୍ କଃରା। 8 ଗିଆନ୍କେ ମୁଣ୍ଡେ ଦଃରା, ତଃବେ ସେ ତୁମିକେ ଉନତି କଃରେଦ୍, ତାକେ ତୁମି ମାୟିନ୍ କଃଲେକ୍ ସେ ତୁମିକେ ମାଜନ୍ କଃରେଦ୍। 9 ସେ ତୁମାର୍ ମୁଣ୍ଡେ ଦଃୟାର୍ ସଃଜ୍ ଦଃୟିଦ୍; ସେ ତୁମିକେ ସୁନ୍ଦୁର୍ ମୁକୁଟ୍ ହିନ୍ଦାୟିଦ୍।
10 ଏ ମର୍ ହ, ସୁଣ୍, ମର୍ କଃତା ଦଃର୍ ସେତି ତର୍ ଆଇଁସ୍ ବାଡେଦ୍। 11 ମୁୟି ତୁମିକେ ଗିଆନାର୍ ବାଟ୍ ସିକ୍ୟା ଦଃୟିଆଚି, ମୁୟି ସଃତ୍ ରଃସ୍ତାୟ୍ ତୁମିକେ କାଡାୟ୍ ନଃୟିଆଚି 12 ତୁମି ଗଃଲାବଃଳ୍ ତୁମାର୍ ହାଦ୍କେ ବାଦା ନାସେ; ଆରେକ୍, ଦଃବୁଳ୍ତାବଃଳ୍ ଜଟ୍ୟାୟି ନଃଉଆସ୍। 13 ବଃଲ୍ ସିକ୍ୟାକେ ଅଃଟୁଆକଃରି ଦଃରା; ତାକେ ଚାଡାନାୟ୍; ତାକେ ରଃକା; କାୟିତାକ୍ବଃଲେକ୍ ସେରି ତୁମାର୍ ଜିବନ୍। 14 କଃରାପ୍ କାମ୍କଃରୁମଃନାର୍ ବାଟେ ହୁରାନାୟ୍ ଆର୍, ଦୁସ୍ଟ ମଃନ୍କାର୍ ବାଟେ ଚାଲାନାୟି। 15 ସେରି ଚାଡିଦିୟାସ୍,ତାର୍ ଲଃଗେ ଦଃୟି ଜାହାନାୟ୍;ତାର୍ ବିନ୍ବାଟ୍ ଜଃହା। 16 କାୟିତାକ୍ବଃଲେକ୍ ବିନ୍ଲକାର୍ ନଃସ୍ଟ ନଃକେଲେକ୍ ସେମଃନ୍ ନଃସଉତି, ଆରେକ୍ କାକେ କଃରାପ୍କାମ୍ ନଃକେଲେକ୍ ନିଦ୍ ବାଙ୍ଗିଜାୟିଦ୍। 17 କାୟିତାକ୍ବଃଲେକ୍ ସେମଃନ୍କାର୍ ଦୁସ୍ଟକାମ୍କେ କାଦି ହର୍ କଃର୍ତି,ଆରେକ୍ ରିସାକେ , ମଃଦ୍ ସୁର୍ଲା ହର୍ ସୁର୍ତି।
18 ମଃତର୍ ଦଃର୍ମି ମଃନ୍କାର୍ ରଃସ୍ତା ସଃକାଳାର୍ ଉଜାଳ୍ ହର୍, ଜୁୟିରି ମୁଣ୍ଡେ ଅଃଉତା ହଃତେକ୍ ଅଃଦିକ୍ ଉଜାଳ୍ ଅୟିଦ୍। 19 ଆରେକ୍ ଦୁସ୍ଟ ମଃନ୍କାର୍ ବାଟ୍ ଅଃନ୍ଦାର୍ ହର୍; ସେମଃନ୍ କୁୟିତିଅଲେ ଜଟ୍ୟାୟ୍ ଅଃଉତି ସେରି ନଃଜାଣ୍ତି।
20 ଏ ମର୍ ହଅ, ମର୍ କଃତାୟ୍ ମଃନ୍ଦେସ୍ ;ମର୍ ବାକ୍ୟଲଃଗେ କାନ୍ ଦେସ୍। 21 ସେରି ସଃବୁ ତୁମାର୍ ଆକିୟେ ହୁଣି ନଃଜାଅ; ସେରି ସଃବୁ ତୁମାର୍ ମଃନ୍ବିତ୍ରେ ଜଃତୁନ୍କଃରି ରଃକା। 22 କାୟିତାକ୍ବଃଲେକ୍ ସେରି ଜେମଃନ୍ ହାଉତି,ସେମଃନ୍କାର୍ ହାଁୟ୍ ସେରି ଜିବନ୍ ଆର୍ ଗଃଗାଳ୍ ସଃବୁ ସୁସ୍ତ୍ ଅୟିଦ୍। 23 ତୁମାର୍ ହୁର୍ଦୟ୍କେ ଜଃତୁନେ ରଃକା; କାୟିତାକ୍ବଃଲେକ୍ ସେତିହୁଣି ଜିବନାର୍ ଜଃରିୟାହାଣି ଉବ୍ଜାଣ୍ ଅୟିଦ୍। 24 ନିଜାର୍ତଃୟ୍ ହୁଣି ରେଳିୟାକଃତା ଦୁର୍କଃରା ଆର୍ ବାଙ୍ଗ୍ଟା କଃତା ବେସି ଦୁର୍କଃରା। 25 ତୁମାର୍ ଆକି ଆଗେ ଦଃକା ଆର୍ ତୁମାର୍ ଆକିପତା ଆଗ୍ବାଟ୍ ଉଗାଳା ଅୟିରେଅ। 26 ତୁମି ନିଜାର୍ ହାଦ୍ ସଃଳ୍କେ କଃରି ହଃକାଉଆ ଆର୍ ତୁମାର୍ ସଃବୁ ବାଟ୍ ଟିକ୍ ରଃୟିଦ୍। 27 କାତାଆତ୍ କି ଡେବ୍ରି ଆତ୍ ବାଟ୍ ଜଃହା ନାୟ୍, ଆରେକ୍ ତୁମାର୍ ହାଦ୍ କଃରାପ୍ କାମେ ହୁଣି ଦୁରି ରେଉଅ।