1 ଜୁୟି ଦରିଦ୍ର ନିଜାର୍ ନିର୍ଦସେ ଚାଲେଦ୍,ସେ ଅଃକାରି ଆର୍ ମୁର୍କ୍ ଲକ୍ ଟାଣୁ ବଃଲ୍।
2 ବୁଦି ନାୟିଲା ଇଚାୟି ଚାଲ୍ଲେକ୍ ବଃଲ୍ ନାୟି ,ଆର୍ ଜେ ଆଗେ ହାଦ୍ ହଃକାୟିଦ୍ ସେ ହାହ୍ କଃରେଦ୍।
3 ମାନାୟିର୍ ନିର୍ବୁଦି ତାକେ ନାସ୍ କଃରେଦ୍,ଆର୍ ତାର୍ ମଃନ୍ ଇସ୍ୱରାର୍ ବିରୁଦେ ରିସା ଅୟିଦ୍।
4 ଦଃନ୍ ଅଃନେକ୍ ମିତ୍ର ଲାବ୍ କଃରେଦ୍, ମଃତର୍ ଇନସ୍ତା ଲକ୍ ନିଜାର୍ ମିତ୍ର ତଃୟିହୁଣି ବିନେ ଅୟିଦ୍।
5 ମିଚ୍ ସାକି ଦଃଣ୍ଡ୍ ହାୟିଦ୍ ଆର୍ ମିଚୁଆ ରଃକ୍ୟା ହାଉଁନଃହାଁରେ।
6 ଅଃନେକ୍ ଲକ୍ ସାୟ୍ଜକାରି ଲକାର୍ ଆସ୍ରକଃର୍ତି,ଆର୍ ହଃତି ଲକ୍ ଦାନ୍ ଦେତା ଲକେ ମିତ୍ର ଅଃଉତି।
7 ଦରିଦ୍ରର୍ ସଃବୁ ବାୟି ତାକେ ଗୁର୍ନାକଃର୍ତି; ତାର୍ ମିତ୍ରମଃନ୍ ତାର୍ତଃୟି ହୁଣି ଦୁରି ନଃଜଃଅତ୍, ସେ କଃତାବାର୍ତା ଚେସ୍ଟା କଃରେଦ୍, ମଃତର୍ ସେମଃନ୍ ନାୟି।
8 ଜୁୟି ଲକ୍ ବୁଦି ଲାବ୍ କଃରେଦ୍ ନିଜାର୍ ଜିବନ୍କେ ଲାଡ୍ କଃରେଦ୍; ଜେ ବୁଜାମଣା ରଃକ୍ୟା କଃରେଦ୍ ସେ ଆସିର୍ବାଦ୍ ହାୟିଦ୍।
9 ମିଚୁଆ ସାକି ବାୟିଦ୍ରେ ଦଃଣ୍ଡ୍ ହାୟିଦ୍, ଆର୍ ମିଚୁଆ ବିନାସ୍ ଅୟିଦ୍।
10 ମୁର୍କ୍ ଲକାର୍ ସୁକ୍ ବୟିଗ୍ ଟିକ୍ ନାୟି,ମାଜନ୍ମଃନ୍କାର୍ ଉହ୍ରେ ଦାସ୍ମଃନ୍ ରାଜ୍ କଃର୍ତାର୍ ବଃଲ୍ ନାୟି।
11 ମାନାୟିର୍ ନିକ ବୁଦି ତାକେ ରିସା ଅଃଉଁକେ ଦିର୍ କଃରେଦ୍; ଆର୍ ଦସ୍ ଚାଡ୍ତାର୍ ତାର୍ହାଁୟ୍ ଜଃଜ୍ମାନ୍।
12 ରଃଜାର୍ କହ୍ ବେଣ୍ଡିଆ ସିମାବାଗ୍ ତାର୍ ଗଃର୍ଜାଣ୍ ହର୍ ,ମଃତର୍ ତାର୍ ଦଃୟା ରଃନ୍ ଉହ୍ରେ ରିଲା କାକର୍ ହର୍।
13 ମୁର୍କ୍ ହଅ ତାର୍ ଉବାସିର୍ ଦୁକ୍ ଆଣେଦ୍ ,ଆର୍ ମାୟିଜିର୍ ଜଗ୍ଳା ଟପାଟପା ଅଦୁର୍ତା ହାଣି ହର୍।
14 ଗଃର୍ ଆର୍ ଦଃନ୍ ଆୟା ଉବାର୍ ତଃୟି ହୁଣି ହାଉତା ଅଃଦିକାର୍ ;ମଃତର୍ ବୁଦିମତି ମାୟିଜି ଇସ୍ୱରାର୍ ତଃୟି ହୁଣି ମିଳେଦ୍।
15 ଅଃଳ୍ସିଆ ଜଃବର୍ ନିଦେ ସୟିଦ୍ , ଆର୍ ଅଃଳ୍ସିଆ ଲକ୍ ବୁକ୍ ହାୟିଦ୍।
16 ଇସ୍ୱରାର୍ କଃତା ମାନ୍ତା ଲକ୍ ନିଜାର୍ ଜିବନ୍ ରଃକ୍ୟା କଃରେଦ୍ ; ମଃତର୍ ନିଜାର୍ ବାଟ୍ ବିସୟେ ଜେ ଜଃଗ୍ରାତ୍ ନାୟି ସେ ମଃରେଦ୍।
17 ଜେ ଦରିଦ୍ରକେ ଦଃୟା କଃରେଦ୍ ସେ ଇସ୍ୱର୍କେ ରୁଣ୍ ଦଃୟିଦ୍ ; ଆର୍ ସେ ତାର୍ ନିକ କାମାର୍ ରୁଣ୍ ସୁଜେଦ୍।
18 ନିଜାର୍ ହିଲାକେ ସାସନ୍ କଃରା, କାୟିତାକ୍ବଃଲେକ୍ ତାର୍ ଉହ୍ରେ ବଃର୍ସା ଆଚେ; ଆର୍ ତୁମାର୍ ମଃନ୍ ବିନାସ୍ ଇଚା ନଃକେର।
19 ବେସି ରିସା ଲକ୍ ଡଃଣ୍ଡ୍ ହାୟିଦ୍ , ବଃଲେକ୍ ତାକେ ତରେକ୍ ରଃକ୍ୟା କଃଲେକ୍ ସେରି ଆରେକ୍ ତୁମିକେ କଃରୁକେ ହଃଳେଦ୍।
20 ସେସ୍ ଅଃବୁସ୍ତାୟି ତୁମି ଜଃନ୍କଃରି ଗିଆନି ଅଃଉଆସ୍ ଇତାକେ ଉପ୍ଦେସ୍ ସୁଣା ଆର୍ ବଃଲ୍ସିକ୍ୟା ମାନା।
21 ମାନାୟିର୍ ମଃନେ ନାନା ଜଃଜ୍ନା ରଃୟିଦ୍ , ମଃତର୍ ଇସ୍ୱରାର୍ ଜଜ୍ନା ତିର୍ ଅୟିଦ୍।
22 ମାନାୟିର୍ ଇଚା ତାର୍ ଦଃୟାର୍ ବିସୟ୍ ଆର୍ ମିଚୁଆ ବାଦୁଲେ ଇନସ୍ତା ଲକ୍ ବଃଲ୍।
23 ଇସ୍ୱର୍କେ ଡିର୍ତାର୍ ଜିବନ୍ ହାଉତାର୍ , ସେରି ଜୁୟିଲକେ ରଃୟିଦ୍ ସେ ସୁସ୍ତାୟ୍ ବାସ୍ କଃରେଦ୍ ; ବିପଦ୍ ତାର୍ ଲଃଗେ ଅୟି ଜାୟ୍ ନଃକେରେ।
24 ଅଃଳ୍ସିଆ ନିଜାର୍ ତାଳିୟେ ଆତ୍ ବୁଡାୟିଲେକ୍ ଆରେକ୍ ସେରି ନିଜାର୍ ଟଣ୍ଡେ ନେଉଁକେ ମଃନ୍ ନଃକରେ।
25 ଲିନ୍ଦାକାରିକେ ମାଡ୍ମାର୍ଲେକ୍ ସଃଜା ଲକ୍ ଜଃଗ୍ରାତ୍ ଅୟିଦ୍, ଆର୍ ବୁଦିଆକେ ତେବାୟିଲେକ୍ ସେ ଗିଆନ୍ ବୁଜେଦ୍।
26 ଜୁୟି ଲକ୍ ନିଜାର୍ ଉବାସିର୍ ଦଃନ୍ ନଃସ୍ଟ୍ କଃରେଦ୍ ଆର୍ ନିଜାର୍ ଆୟିସିକେ କଃଦେଦ୍ ସେ ଲାଜାର୍ ଆର୍ ଅଃପ୍ମାନ୍ ହାୟିଦ୍।
27 ଏ ମର୍ ହଅ ଜୁୟି ଉପ୍ଦେସ୍ ଗିଆନାର୍ କଃତାୟି ହୁଣି ତକେ ବୁଲ୍କାୟିଦ୍ ତାକେ ସୁଣ୍ ନାୟି।
28 ମିଚ୍ସାକି ସାକି ନ୍ୟାୟ୍ ବିଚାର୍କେ ଲିନ୍ଦା କଃରେଦ୍ ଆର୍ ଦୁସ୍ଟର୍ ଟଣ୍ଡ୍ ଅଃଦଃର୍ମ୍କେ ଇଚା କଃରେଦ୍।
29 ନିନ୍ଦାକଃରୁମଃନ୍କାର୍ ହାଁୟ୍ ଦଃଣ୍ଡ୍ଆଚେ ଆର୍ ମୁର୍କ୍ମଃନ୍କାର୍ ହିଟି ହାଁୟ୍ ମାଡ୍ ଜାଗ୍ରତ୍ ଅୟି ଆଚେ।