1 ଜଗ୍ଳାଜାଟି ଅୟି ବଜିୟେ ହୁର୍ନ୍ ରେତା ଗଃର୍ ବାଦୁଲେ ସୁସ୍ତାୟ୍ ସୁକ୍ଲା ରୁଟି କଃଣ୍ଡେକ୍ ବଃଲ୍।
2 ଜୁୟି ଲକ୍ ବୁଦିୟେ ଚାଲେଦ୍ ସେ ଲାଜ୍ ହାଉତା ହଅର୍ ଉହ୍ରେ ରାଜୁତି କଃରେଦ୍, ଆରେକ୍ ବାୟ୍ମଃନ୍କାର୍ ସଃଙ୍ଗେ ଅଃଦିକାରାର୍ ବାଗ୍ହାୟିଦ୍।
3 ସନା ଆର୍ ରୁହାକେ ଜୟେ ପରିକ୍ୟା କଃରାଜାୟିଦ୍ ମଃତର୍ ଇସ୍ୱର୍ ମାନାୟିର୍ ମଃନ୍କେ ପରିକ୍ୟା କଃରେଦ୍।
4 କଃରାପ୍ କାମ୍କଃରୁ ଦୁସ୍ଟର୍ କୟିଲା କଃତା ସୁଣେଦ୍, ମିଚ୍ କଃଉତା ଲକ୍ ରିସା କଃତାକେ ମଃନ୍କଃରେଦ୍।
5 ଜେ ଗଃରିବ୍ ଲକେ ଇନସ୍ତା କଃରେଦ୍ , ସେ ତାର୍ ଉବ୍ଜାଣ୍କାରିକେ ଲିନ୍ଦା କଃରେଦ୍; ଆରେକ୍ ବିପ୍ତିବଃଳ୍ ଜେ ସଃର୍ଦା କଃରେଦ୍,ସେ ଦଃଣ୍ଡ୍ ହାଉତା ଜୟିଗ୍।
6 ହୟ୍ସିମଃନାର୍ ହଃୟ୍ସିମଃନ୍ ବୁଡା ଲକାର୍ ମୁକୁଟ୍ , ଆର୍ ହୟ୍ସିମଃନାର୍ ଜଃଜ୍ମାନ୍ ସେମଃନାର୍ ଉବାସିମଃନ୍।
7 ବଃଲ୍ କଃତା କଃଉତା ଟଣ୍ଡ୍ ମୁର୍କ୍ଲକେ ଜୟିଗ୍ ନାୟ୍, ମିଚ୍କଃତା କଃଉତା ଟଣ୍ଡ୍ ମାୟିନ୍କାରି ଲାକାର୍ ହାଁୟ୍ ଅଃଦିକ୍ ଟିକ୍ନାୟ୍।
8 ଜେ ଲାଚ୍ ଦଃୟିଦ୍ ତାର୍ ଆକାୟ୍ ଦାନ୍ ବେସିମଲାର୍ ମଣି ହର୍ , ସେରି ଜୁୟି ଦିଗେ ବାଉଳେଦ୍ , ସେ ଦିଗେ ହୁରୁଣ୍ ଅୟିଦ୍।
9 ଜେ ଅଃଦଃର୍ମ୍ କେମା କଃରେଦ୍ , ସେ ଲାଡ୍ କଜେଦ୍ ; ମଃତର୍ ଜେ ବାରମ୍ବାର୍ ଗଟେ କଃତାକେ ବାର୍କଃରେଦ୍ ସେ ସଃଙ୍ଗାର୍ଲକେ ବିନ୍ କଃରେଦ୍।
10 ମୁର୍କ୍ଲକେ ସୟେ ମାଡ୍ ବାଦୁଲେ ବୁଦିମାନ୍କେ ହଃଦେକ୍ କଃତା ଅଃଦିକ୍ ବଃଲ୍।
11 କଃରାପ୍ ଲକ୍ ମାଡ୍ଗଳ୍ କଜେଦ୍ , ସେତାକ୍ ତାର୍ ବିରୁଦେ କଃରାପ୍ କବୁର୍ ହଚେଦ୍।
12 ହିଲା ଆଜାୟିଲା ବାଲୁକେ ମାନାୟ୍ ବେଟ୍ଅଃଉଅ, ନିଜାର୍ ଅଗିଆନେ ବୁଡିରିଲା ମୁର୍କ୍ଲକେ ବେଟି ନଃକେର।
13 ଜୁୟିଲକ୍ ବଃଲ୍ ବାଦୁଲେ ମଃନ୍ଦ୍ କଃରେଦ୍ , ତାର୍ ଗଃରେ ମଃନ୍ଦ୍ କଃବେ ନଃଚାଡେ।
14 ଗଣ୍ଡ୍ଗଳ୍ ଆରୁମ୍ ବଃନ୍ଦ୍ ବାଙ୍ଗି ହାଣି ଚାଡ୍ଲା ହର୍ , ସେତାକ୍ ମାଡ୍ଗଳ୍ ଅଃଉତା ଆଗ୍ତୁ ଦଃରାମଃସ୍କା ଚାଡା।
15 ଜେ ଦସିକେ ନିର୍ଦସି କଃରେଦ୍ ଆର୍ ଜେ ଦଃର୍ମିକେ ଦସି କଃରେଦ୍ ସେ ଦୁୟିଲକ୍ ଇସ୍ୱରାର୍ ତଃୟି ସଃମାନ୍ବାବେ ଗୁର୍ନା ଜୟିଗ୍।
16 ଗିଆନ୍ ଗେନୁକେ ମୁର୍କ୍ ଲକେ କାୟିତାକ୍ ଦଃନ୍ ରଃୟିଦ୍ ? ତାର୍ ତ ବୁଦି ନାୟି।
17 ସଃଙ୍ଗାର୍ ଲକ୍ ସଃବୁବଃଳ୍ ଲାଡ୍ କଃରେଦ୍ , ଆର୍ ବାୟି ବିବ୍ତି କାଳାର୍ ଗିନେ ଜାତ୍।
18 ନିର୍ବୁଦିଆ ଲକ୍ ଆତ୍ ଦଃୟି ନିଜାର୍ ହଃଳ୍ସା ଲକାର୍ ଲାଗାଜାମିନ୍ ଅୟିଦ୍।
19 ଜେ ଜଗ୍ଳା ବଃଲ୍ହାୟିଦ୍ , ସେ ଦସ୍କେ ଲାଡ୍କଃରେଦ୍ ; ଆର୍ ଜେ ନିଜାର୍ ଦୁଆର୍କେ ଉଚା କଃରେଦ୍ ସେ ନିଜାର୍ ନାସ୍ କଜେଦ୍।
20 କଃରାପ୍ ମଃନାର୍ ଲକ୍ ସେ ଉହ୍କାର୍ ହାଉଁ ନାହାରେ , ଆର୍ ଜାର୍ ଜିବ୍ ବାକ୍ ସେ ବିପଦେ ହଃଳେଦ୍।
21 ଜୁୟିମଃନାର୍ ହଅହିଲା ବଃକୁଆକାମ୍ କଃର୍ତି ସେମଃନାର୍ ଆୟ୍ସି ଉବାସି ଦୁକ୍ ଆର୍ କଃସ୍ଟ ହାଉତି।
22 ସଃର୍ଦାମଃନ୍ ନିକା ଅଃସ, ମଃତର୍ ବାଙ୍ଗାମଃନ୍ ଆଡ୍ମଃନ୍ ସୁକାୟିଦଃୟିଦ୍।
23 ଦୁସ୍ଟ ଲକ୍ ବିଚାର୍କେ ବାକ୍ କଃରୁକେ ଅଃଟାୟି ହୁଣି ଲାଞ୍ଚ୍ ନଃୟିଦ୍।
24 ବୁଦିଆ ଲକାର୍ ମୁୟେଁ ଗିଆନ୍ ରଃୟିଦ୍ , ମଃତର୍ ମୁର୍କ୍ଲକାର୍ ଆକି ହୁର୍ତିବିର୍ ସେସେ ରଃୟିଦ୍।
25 ମୁର୍କ୍ ହିଲା ନିଜାର୍ ଉବାସିର୍ କାନ୍ଦ୍ଣା ଆର୍ ନିଜାର୍ ଆୟିସିର୍ ଦୁକାର୍ ବିସୟି ଅୟିଦ୍।
26 ଦଃର୍ମିକେ ଡଃଣ୍ଡ୍ ଦେତାର୍ ଆର୍ ମୁଳିକା ଲକେ ସେମଃନାର୍ ନିର୍ମଃୟା ଗିନେ ମାଡ୍ ମାର୍ତାର୍ ବଃଲ୍ ନାୟି।
27 ଜେ ଅଃଳକ୍ କଃତା କୟିଦ୍, ତାର୍ ଗିଆନ୍ ରଃୟିଦ୍; ଆର୍ ଜାର୍ ସୁସ୍ତା ଜିବନ୍ ସେ ବୁଦିମାନ୍। 28 ଅଗିଆନି ଚିମ୍ରା ଅୟିଲେକ୍ ଗିଆନି ବଃଲାୟି ଅୟିଦ୍, ଆର୍ ସେ ନିଜାର୍ ଟଣ୍ଡ୍ ମଦା କଃଲେକ୍ ସେ ବୁଦିମାନ୍ ବଃଲାୟି ଅୟିଦ୍।