1 ଇରି ଜାକିର୍ ଆର୍ ହୟିସି ଅଗୁର୍ ବିସୟେ କୟିଲାର୍; ଅଃର୍ତ୍ ବଜ୍କଃତା। ସେ ମାନାୟ୍ ଇତିୟେଲ୍କେ,
ବଃଲେକ୍, ଇତିୟେଲ୍ ବଃଲେକ୍ ଇତିୟେଲ୍ ଆର୍ ଉକଲ୍କେ କଉଁଲି;
2 ମୁଁୟି ଗଟେକ୍ ମାନାୟି ନୟି
ବୁଦିନୟ୍ଲା ଲକ୍ ହର୍,
ମର୍ ତଃୟି ମାନାୟିର୍ ବାବ୍ନା ନାୟି।
3 ମୁଁୟି ଗିଆନ୍ ସିକି ନଃକେରି, କି ଦଃର୍ମି ଇସ୍ୱରାର୍ ବିସୟେ
ବିଦ୍ୟା ମର୍ତଃୟି ନାୟି।
4 କେ ସଃର୍ଗେ ଜାୟି ସେତିହୁଣି ଉତ୍ରି ଆଚେ?
କେ ନିଜାର୍ ଆତ୍ମୁଟାୟି ହଃବନ୍ ଗଟେତଃୟି କଃରିଆଚେ ?
କେ ନିଜାର୍ ବଃସ୍ତର୍ ଆଚଳେ ହାଣିକେ ବାନ୍ଦିଆଚେ?
କେ ହୁର୍ତିବି ସଃବୁ ସଃନ୍ଦି ନାହିଆଚେ ?
ତାର୍ ତାନୁ କାୟିରି? ତାର୍ ହିଲାର୍ ନାଉ କାୟ୍ନାଉ ? ଇରି ଜଃବେ ଜାଣାସ୍ ତଃବେ କଃଉଆସ୍।
5 ଇସ୍ୱରାର୍ ହଃତି ବାକ୍ୟ ପରିକ୍ୟା ନିର୍ମୁଳ୍ ; ଜୁୟିମଃନ୍ ତାର୍ ଆସ୍ର ନେତି ସେ ସେମଃନାର୍ ଜାପଣ୍। 6 ତାର୍ ବଃଚନେ ମିସାଉଆ ନାୟି , କଃଲେକ୍ ସେ ତୁମିକେ ଉଳେଦ୍, ଆର୍ , ତୁମି ମିଚୁଆ ଜାଣାହଃଳାସ୍।
7 ଇସ୍ୱର୍ ମୁୟି ତକେ ଇ ଜଳେକ୍ ବିସୟ୍ ମାଗୁଲେ, ମୁୟି ମଃର୍ତା ଆଗ୍ତୁ ସେରି ଦେଉଁକେ ରାଜି ଅଃଉ। 8 ବେକାର୍ କଃତା ଆର୍ ମିଚ୍କଃତା ମର୍ତଃୟିହୁଣି ଦୁର୍କଃର୍; ମକେ ଦଃନି କି ଦରିଦ୍ର କଃର୍ନାୟି; ମଃତର୍ ମର୍ ହଃଳିବାତ୍ୟା ଦଃୟି ମକେ ହସ୍। 9 ନୟିଲେକ୍ ମର୍ ଦଃନ୍ ବାଡ୍ଲେକ୍ ତକେ ଚାଡିକଃରି ମାପୁର୍ କେ ବଃଲି କୟିନ୍ଦ୍ ? ଆର୍ ଦରିଦ୍ର ଅୟିଲେକ୍ ଚରିକଃରିନ୍ଦ୍ ଆର୍ ନିଜାର୍ ଇସ୍ୱରାର୍ ନାଉ ମିଚେ ନଃୟିନ୍ଦ୍।
10 କୁୟି ଦାସ୍କେ ତାର୍ ସାଉକାର୍ ଚଃମେ ଦସ୍ ଦଃରା ନାୟି, କଃଲେକ୍ ସେ ସାୟିପ୍ ଦଃୟିଦ୍ ଆର୍ ତୁମି ଦସିବଃଲାୟି ଅଃଉଆସ୍।
11 ଜୁୟିମଃନ୍ ନିଜାର୍ ଉବାସିକେ ସାୟିପ୍ ଦଃୟିଦ୍, ଆର୍ ନିଜାର୍ ନିଜାର୍ ଆୟାକେ ଆସିର୍ବାଦ୍ ନଃକେରେ, ଅଃନ୍କା ଗଟେକ୍ ଟିକି ଆଚ୍ତି।
12 ନିଜାର୍ ଆକାୟି ନିର୍ମୁଳ୍ ଅଃନ୍କା ଗଟେକ୍ ଟିକି ଆଚେ ଅଃୟିଲେକ୍ ହେଁ ସେମଃନ୍ ନିଜାର୍ ମେଳିତଃୟ୍ ହୁଣି ଦୟିଅୟି ନଃକେର୍ତି।
13 ଅଃନ୍କା ଗଟ୍ ଟିକି ଆଚ୍ତି,ଅହ, ସେମଃନ୍ ନିଜ୍କେ ଲକ୍ମଃନାର୍ ତଃୟି ବଃଡ୍ ବଃଲାୟି ଅଃଉତି! ସେମଃନ୍କାର୍ ଆକି ମାକଟା ଉହ୍ରେ ଅୟି ଆଚେ।
14 ହୁର୍ତିବିୟେ ହୁଣି ଦୁକିମଃନ୍କେ ଆର୍ ମାନାୟ୍ମଃନାର୍ ବିତ୍ରେ ଦରିଦ୍ରମଃନ୍କେ ନାସ୍କଃରୁକେ ଜୁୟିମଃନାର୍ ଦାତ୍ କଃଣ୍ଡାହର୍ ବିସ୍ଦାତ୍ କଃଟ୍ରାହର୍, ଅଃନ୍କା ଗଟେକ୍ ଟିକି ଆଚେ।
15 ଜକାର୍ ଜଳେକ୍ ଜିସି ଆଚ୍ତି, ଜୁୟିମଃନ୍ କଃଉତି "ଦିଆ, ଦିଆ" ତିନିଗଟ୍ ଜିନିସ୍ ଆଚେ, ଜୁୟିରି କଃବେ ସଃନ୍ତସ୍ ନାୟି, ଆର୍, ଚାରିଗଟ୍ ଜିନିସ୍ କଃବେ କୟିନଃକେରେ, "ଜଃବର୍ ଅୟିଲି।"
16 ହଃତାଳ୍ ଆର୍ ବାଞ୍ଜି ଗଃର୍ବ୍;
ହାଣାୟି ସଃଲ୍ମତ୍ ନାୟିଲା ସୁକ୍ଲା ବୁୟିଁ, ଆର୍ ଜୟ୍
ଜେ କୟିନଃକେରେ,
ଜଃବର୍ ଅୟିଲି।
17 ଜୁୟି ଆକି ନିଜାର୍ ଉବାସିକେ ନିଚ୍ କଃରେଦ୍ ଆର୍ ଆୟିସିର୍ କଃତାମାନୁକେ ନଃଚେ, ସେରି ଆଟାଳାର୍ କାଉଆମଃନ୍ କାଡିହଃକାଉତି, ଆର୍ ରଃଗଳ୍ ଚେଳେର୍ ହିଲାମଃନ୍ ସେରି କାତି।
18 ତିନି କଃତା ମର୍ କାବାକଃରୁଲି, ଆର୍ ଚାରିଗଟ୍ କଃତା ମୁଁୟି ଜାଣୁନଃହାଁରୁଲେ।
19 ଅଃଗାସେ ରଃଗଳ୍ ଚେଳେର୍ ଜାତାର୍,
ଟେଳାୟି ସାହ୍ ଜାତାର୍ ,
ସଃମ୍ନ୍ଦେ ଜାଜ୍ ଜାତାର୍ ,
ଦଃଙ୍ଗ୍ଳି ହାକ୍ ଗଟେ ଲକ୍ ଜାତାର୍।
20 ସେହର୍ ଦାରି ମାୟିଜିର୍ ଜାତାର୍, ସେ କାୟ୍କଃରି ଟଣ୍ଡ୍ ହୁଚିଅୟିଦ୍ ଆର୍ କୟିଦ୍, ମୁଁୟି କାୟ୍ହେଁ ଅଃଦଃର୍ମ୍ କଃରି ନଃକେରି।
21 ତିନି କଃତାୟି ହୁର୍ତିବି କମ୍ପି ଜାୟିଦ୍, ଆର୍ ଚାରି କଃତାୟି ବଜେ ସେରି ସଃମ୍ୱାଳୁ ନାହାରେ ;
22 ଦାସ୍ ରଃଜା ହଃଦ୍ ହାୟିଲା
ଆର୍ କାଦି କାୟି ସଃଲ୍ମତ୍ ଅୟିଲା ମୁର୍କିଆର୍ ବଜ୍; ବିବା ଅଃଉତା ଗୁର୍ନାକାରି ମାୟିଜିର୍ ବଜ୍;
23 ଆର୍ ନିଜାର୍ ସାଉକାର୍ନିର୍
ତଳାସି ଅୟିଲା ଦାସି ମାୟିଜିର୍ ବଜ୍।
24 ଚାରି ଜଃତୁ ହୁର୍ତିବିୟେ ସାନ୍, ମଃତର୍ ବେସି ଗିଆନି।
25 ଚାଟିମଃନ୍ ଦୁର୍ବଳ୍ , ଅୟିଲେକ୍ ହେଁ କଃରାମାସେ କାଦି ଅରାଉତି।
26 ସାପନ୍ ଜଃତୁ ସଃକ୍ତି ନାୟିଲାର୍ ଜିବ୍, ଅୟିଲେକ୍ହେଁ ହଃର୍ବାତେ ନିଜାର୍ ନିଜାର୍ ଗିନେ ବାସା ତିଆର୍ କଃର୍ତି।
27 ହହାମଃନାର୍ କୁୟି ହେଁ ରଃଜା ନାୟି, ଅୟିଲେକ୍ହେଁ ସେମଃନ୍ ଦଃଳ୍ଅୟି ଚାଲ୍ତି।
28 ଆର୍ ଗିର୍ନା ଆତେ ଦଃରାହଃଳେଦ୍, ଅୟିଲେକ୍ ହେଁ ସେ ରଃଜାର୍ ଗଃରେ ରଃୟିଦ୍।
29 ତିନି ଜିବ୍ ସୁନ୍ଦୁରେ ଚାଲ୍ତି , ଆର୍ ଚାରି ଜିବ୍ ସୁନ୍ଦୁରେ ଜାତି।
30 ହସୁମଃନାର୍ ବିତ୍ରେ ସାସି ଜଃତୁ ସିଂହବାଗ୍, କାର୍ ମୁୟେଁହୁଣି ବାଉଳି ନଃକେରେ।
31 ଗାଲିଗାଞ୍ଜା, ମେଲ୍ଚା ନଃକେଲା ଚେଳି, ଆର୍ ସଃୟିନ୍ସଃଙ୍ଗ୍ ଜଃଗ୍ରାତ୍ ରିଲା ରଃଜାର୍ ବିରୁଦେ କେ ନୁଟ୍ତି।
32 ଜଃବେ ତୁମି ନିଜ୍କେ ଉଚ୍କଃରୁକେ ମୁର୍କ୍କାମ୍ କଃରାସ୍ , କି କଃବେ କଃରାପ୍ ବୁଦି ହାଚାସ୍ ତଃବେ ନିଜାର୍ ଟଣ୍ଡେ ଆତ୍ ଦିଆସ୍। 33 ଜଃନ୍କଃରି ଦଃୟିଗୁର୍ଲେକ୍ ଲଃଉଣି ବାରୟିଦ୍ ଆର୍ ନାସି ରଃଗୁଳ୍ଲେକ୍ ବଃନି ବାରାୟିଦ୍ ; ସେହର୍ ରିସାକେ ବାଡାୟ୍ଲେକ୍ ମାଡ୍ଗଳ୍ ବାରାୟିଦ୍।