1 ଏ ମର ହମଃନ୍, ତୁମିମଃନ୍ ମର୍ ନିୟମ୍ ହାସ୍ରାନାୟି; ମଃତର୍ ତୁମାର୍ ହୁର୍ଦେ ମର୍ ଆଦେସ୍ ସଃବୁ ମାନା। 2 ସେତାର୍ଗିନେ ତୁମାର୍ ଆୟିସ୍, ବାଡେଦ୍ ଆର୍ ଜିବନାର୍ ସାନ୍ତି ବାଡେଦ୍। 3 ଦଃୟା ଆର୍ ସଃତ୍ ତୁମିକେ ଚାଡି ନଃଜାୟି; ତୁମାର୍ ଟଟିୟେ ଅଳାଉଆ ଆର୍ ତୁମାର୍ ମଃନ୍ ହାଟାଲଃଗେ ଲେକିରଃକା। 4 ସେରି କଃଲେକ୍, ତୁମି ମାପୁରାର୍ ଆର୍ ମାନାୟ୍ ମଃନ୍କାର୍ ଲଃଗେ ବଃଲ୍ବିଚାର୍ ଲାବ୍ ହାଉଁ ହାରାସ୍।
5 ତୁମି ହୁରାହୁରି ଇସ୍ୱର୍ ତଃୟି ଆସ୍ର କଃରା ଆର୍ ତୁମିମଃନ୍ ନିଜାର୍ ନିଜାର୍ ବିଚାରେ ଚାଲାନାୟି। 6 ନିଜାର୍ ସଃବୁ ତାର୍ ନାଉଦଃରି କଃରା; ସେତି ସେ ତୁମାର୍ ସଃବୁ କାମ୍ ସଃଳ୍କ୍ କଃରେଦ୍। 7 ତୁମି ତୁମାର୍ ନିଜାର୍ ଆକି ଲଃଗେ ଜ୍ଞାନି ଅଃଉଆ ନାୟି; ଇସ୍ୱର୍କେ ଡିରା ଆର୍ କଃରାପ୍ କାମେହୁଣି ଦୁରି ରିଆ। 8 ସେରି ତୁମାର୍ ଗଃଗାଳ୍ ଉଜ୍ ଅୟିଦ୍ ଆର୍ ଆଡାର୍ ମଞ୍ଜ୍ ଅୟିଦ୍। 9 ତୁମି ତୁମାର୍ ଦଃନ୍ ଆର୍ ସଃବୁ କାମାଉଣିର୍ ହଃର୍ତୁ ମଃଞ୍ଜି ଇସ୍ୱର୍କେ ଦଃୟି ମାୟିନ୍କଃରା। 10 ତଃବାର୍ଗିନେ ହାଲାର୍ ଦଃନ୍ ବୁତେକ୍ ଅୟିଦ୍ ଆର୍ ଗୁନାର୍ ଅଙ୍ଗୁର୍ରଃସ୍ ଉଚ୍ଳି ଜାୟିଦ୍।
11 ଏ ମର୍ ହଅମଃନ୍ ଇସ୍ୱର୍ ସିକ୍ୟାୟ୍ ଦିଆନ୍ ଦିଆସ୍ ଆର୍ ତାର୍ ସାସନ୍ ଲଃଗେ ତାକାନାୟ୍। 12 କାୟିତାକ୍ବଃଲେକ୍ ଜଃନ୍କଃରି ଉବା ନିଜାର୍ ଲାଡାର୍ ହୟିସିକେ ଉଳେଦ୍,ସେନ୍କଃରି ଇସ୍ୱର୍ ଜାକେ ଲାଡ୍ କଃରେଦ୍ ତାକେ ସାସନ୍ କଃରେଦ୍। 13 ଜୁୟିଲକ୍ ଗିଆନ୍ ହାୟିଦ୍ ଆର୍ ବୁଦି ଲାବ୍ କଃରେଦ୍ ସେ ଦନ୍ୟ। 14 ସେତାର୍ଗିନେ ରୁହାର୍ ମଲ୍ ତଃୟିହୁଣି ତାର୍ ମଲ୍ ଅଃଦିକ୍, ଆରେକ୍ ବଃଲ୍ ସନା ତଃୟିହୁଣି ତାର୍ ଲାବ୍ ଅଃଦିକ୍ 15 ଗିଆନ୍ ମୁକ୍ତା ତଃୟିହୁଣି ଅଃଦିକ୍ ମଲ୍, ଆରେକ୍ ତୁମାର୍ ବେସିମଲାର୍ ଜିନିସ୍ ତାର୍ ସଃମାନ୍ ଅଉଁକେ ଜୟିଗ୍ ନାୟ୍। 16 ତାର୍ କାତା ଆତେ ବେସି ଆୟିସ୍, ଆର୍ ତାର୍ ଡେବ୍ରି ଆତେ ଦଃନ୍ ଆର୍ ମାୟିନ୍ ରଃୟିଦ୍। 17 ତାର୍ ବାଟ୍ ସଃବୁ ସୁକ୍ ଦେତାର୍ ଆର୍ ସଃବୁ ବାଟ୍ ସାନ୍ତି ଆଚେ। 18 ଜେମଃନ୍ ତାର୍ ଆସ୍ର ନେତି,ସେମଃନ୍କାର୍ ହାଁୟି ଜିବନ୍ ରିଲା ଗଃଚ୍ ହର୍; ଜୁୟ୍ ଲକ୍ ତାକେ ଦଃରି ରଃକେଦ୍ ସେ ଦନ୍ୟ।
19 ଇସ୍ୱର୍ ଗିଆନ୍ ସଃଙ୍ଗ୍ ହୁର୍ତିବି ତାହୁନ୍କଃଲା, ସେ ବୁଦି ସଃଙ୍ଗ୍ ଅଃକାସ୍ ତିର୍ କଃଲା।
20 ତାର୍ ଗିଆନ୍ ସଃଙ୍ଗ୍ ଗବିର୍ ଜଃଗାର୍ ହାଣି ଉଚ୍ଳି ଜାୟିଦ୍, ଆରେକ୍ ମେଗେ ହୁଣି ଅସ୍ହାଣି ଟପାଟପା ଅଦ୍ରେଦ୍।
21 ଏ ମର୍ ହମଃନ୍, ଇ ସଃବୁ ତୁମାର୍ ଆକି ଆଗେହୁଣି ଦୁର୍ ନଃଉଅ, ତୁମି ଗିଆନ୍ ଆର୍ ବୁଦିକେ ରଃକ୍ୟାକଃରା। 22 ସେରି ତୁମାର୍ ଜିବନ୍ ହଃରାଣ୍ ଆର୍ ଗଃଳାର୍ ମାଳିସାଜ ଅୟିଦ୍। 23 ତଃବେ ତୁମି ନିଜାର୍ ରଃସ୍ତାୟ୍ ନଃଡିରି କଃରି ଚାଲାସ୍, ଆରେକ୍, ତୁମି ଜଟ୍ୟାୟି ନଃଉଆସ୍। 24 ତୁମି ସୟିଲାବଃଳ୍ ତୁମିକେ ଡିର୍ ନଃଲାଗେ, ହେଁ, ତୁମି ସଃଉଆସ୍ ଆର୍ ତୁମାର୍ ନିଦ୍ ସୁକ୍ ଅୟିଦ୍। 25 ହଟାତ୍ ଆୟିଲା ବିପଦ୍କେ ଚଃମ୍କି ଜାହାନାୟ୍ କି ଦୁସ୍ଟ ମଃନ୍କେ ନାସ୍କଃରୁକେ ଆସ୍ତା ବିପଦ୍କେ ଡିରାନାୟ୍। 26 କାୟିତାକ୍ବଃଲେକ୍ ଇସ୍ୱର୍ ତୁମାର୍ ସାହା ଅୟିଦ୍ ସେ ତୁମାର୍ ହାଦ୍କେ ହାନ୍ଦାୟ୍ହୁଣି ରଃକ୍ୟା କଃରେଦ୍।
27 ଉହ୍କାର୍ କଃର୍ତା ସଃକ୍ତି ତୁମାର୍ ଆତେ ରିଲେକ୍, ଟିକ୍ ଦାନ୍ଦେତା ତଃୟ୍ ମଃନା କଃରାନାୟ୍। 28 ତୁମାର୍ ନିଜାର୍ ଲଃଗେ ଜିନିସ୍ ରିଲେକ୍ ଜାୟିକଃରି କାଲିକେ ଆଉ ତଃବେ ଦଃୟିନ୍ଦ୍ ବଃଲି ଜାଗାଉଆ ନାୟି, 29 ତୁମାର୍ ହଃଳ୍ସାଲକ୍ ତୁମାର୍ ଲଃଗେ ନଃଡିରିକଃରି ରେତିରିଲେକ୍ ତାକାର୍ ବିରୁଦେ ଅଃନ୍ୟାୟି ଚିନ୍ତା କଃରାନାୟ୍। 30 ମାନାୟ୍ ତୁମାର୍ କେତି ନଃକେଲେକ୍, ବୁଲ୍ ନଃରିଲେକ୍ ତାର୍ସଃଙ୍ଗ୍ ବିରଦ୍ କଃରାନାୟ୍। 31 ଗଣ୍ଡ୍ଗଳ୍ କଃର୍ତା ଲକ୍କେ ରିସା ଅଃଉଆନାୟ୍ ,ଆର୍ ତୁମି ତାର୍ ହର୍ ଅଃଉଆ ନାୟ୍। 32 କାୟିତାକ୍ବଃଲେକ୍ ରେଳିୟାକଃତା କଃଉତା ଲକ୍କେ ଇସ୍ୱର୍ ଗୁର୍ନା କଃରେଦ୍; ମଃତର୍ ସିଦାସାଦା ଲକେ ତାର୍ସଃଙ୍ଗ୍ ରଃୟିଦ୍। 33 ହାହି ମଃନ୍କାର୍ ଗଃରେ ଇସ୍ୱରାର୍ ସାୟିପ୍ ରଃୟିଦ୍, ମଃତର୍ ଦଃର୍ମି ମଃନ୍କାର୍ ଗଃରେ ଆସିର୍ବାଦ୍ ରଃୟିଦ୍। 34 ଇସ୍ୱର୍ ଲିନ୍ଦାକାରି ମଃନ୍କେ ଲିନ୍ଦା କଃରେଦ୍,ଅୟିଲେକ୍ ହେଁ ମାୟିନ୍କାରି ଲକ୍ମଃନ୍କେ ସାହା ଅୟିଦ୍। 35 ଗିଆନି ଲକ୍ ମାୟିନ୍ ହାଉତି, ମଃତର୍, ଅଗିଆନି ଲକ୍ମଃନ୍ ଲାଜ୍ ଆଣ୍ତି।