1 ଜଃଡ୍ବଃଳ୍ ତୁମି ସାସନ୍କାରି ସଃଙ୍ଗ୍ କାଉଁକେ ବଃସାସ୍ ,ସଃଡେବଃଳ୍ ତୁମାର୍ ମୁଉଁ ଆଗେ କେ ଆଚେ, ସେରି ଜଃତୁନେ ଦଃକା। 2 ଜଃଡ୍ବଃଳ୍ ତୁମି କାଉରାହେଟା ଅଃଉଆସ୍ ସଃଡେବଃଳ୍ ତୁମି ନିଜାର୍ ଟଟିୟେ କଃଟ୍ରା ହାତୁଲାସ୍। 3 ତାର୍ ସୁଆଦ୍ କାଦିକେ ଆସିୟା ଅଃଉଆ ନାୟି ; କାୟିତାକ୍ବଃଲେକ୍ ସେରି କୁଟ୍କାରିର୍ କାଦି।
4 ଦଃନିଅଃଉଁକେ ନିଜ୍କେ ଚେସ୍ଟା କଃରାନାୟ୍; ତୁମାର୍ ନିଜାର୍ ବୁଦିୟେ ଚାଲା ନାୟି। 5 ଜାୟିରି ନାୟି, ତୁମି କାୟ୍ ତୁମାର୍ ଆକାୟ୍ ଦଃକାଉଆସ୍ ? କାୟିତାକ୍ବଃଲେକ୍ ଅଃଗାସେ ଉଡ୍ତା ରଃଗଳ୍ ଚେଳେ ହର୍ ବାୟିଦ୍ରେ ଦଃନ୍ ନିଜାର୍ ଗିନେ ବାଡେଦ୍।
6 କଃରାପ୍ ଦିସ୍ଟିୟେ ଦଃକ୍ତା ଲକ୍ମଃନାର୍ କାଦି କାହାନାୟି, ଆର୍ ସୁଆଦ୍ କାଦି ଲଃବ୍ କଃରାନାୟି; 7 କାୟିତାକ୍ବଃଲେକ୍ ସେ ଜଃନ୍କଃରି ନିଜାର୍ ମଃନେ ବାବେଦ୍, ସେ ସେନ୍କାର୍ ଲକ୍;ସେ କାଉଆଁ ବଃଲେଦ୍ ସଃତ୍ , ମଃତର୍ ତୁମାର୍ ତଃୟି ତାର୍ ମଃନ୍ ନାୟି। 8 ତୁମି ଜୁୟି ଅଃଳକ୍ କାୟ୍ଆଚାସ୍ ସେରି ଉକାଳାସ୍, ଆର୍ ଟଣ୍ଡାର୍ ମଦୁର୍ କଃତା ଆରାଉଆସ୍।
9 ମୁର୍କ୍ଲକାର୍ କାନେ ଗିଆନାର୍ କଃତା କଃଉଆନାୟ୍, କାୟିତାକ୍ବଃଲେକ୍ ତୁମାର୍ ଗିଆନ୍କଃତା ନିଚ୍କଃରେଦ୍।
10 ହର୍ନା ସଃନ୍ଦି ଗୁଚାଉଆ ନାୟି ଆର୍ ଟୁରାହିଲାର୍ ଜଃମିୟେ ହୁରାନାୟ୍। 11 କାୟିତାକ୍ବଃଲେକ୍ ସେମଃନାର୍ ମୁକ୍ତିକାରି ସଃକ୍ତିସାଳି; ସେ ତୁମାର୍ ସଃଙ୍ଗ୍ ସେମଃନାର୍ ବାଟ୍ୟାଅୟି ବିରଦ୍କଃରେଦ୍।
12 ବଃଲ୍ସିକ୍ୟାୟ୍ ତୁମାର୍ ମଃନ୍ ଆର୍ ଗିଆନାର୍ କଃତାୟି ତୁମାର୍ କାନ୍ ଦିଆସ୍।
13 ହିଲାକେ ଡଃଣ୍ଡ୍ ଦେଉଁକେ ହାସ୍ରାନାୟି ; ତୁମି ତାକେ ଡାଙ୍ଗେ ମାର୍ଲେକ୍ ସେ ମଃରିନଃକେରେ। 14 ତୁମି ତାକେ ଡାଙ୍ଗେ ମାରାସ୍ ଆର୍ ହଃତାଳେ ହୁଣି ତାକେ ଜିବନ୍ ବାଚାଉଆସ୍।
15 ଏ ମର୍ ହଅ, ତର୍ ହୁର୍ଦୟ୍ ସିକିତ୍ ଅୟିଲେକ୍ , ମର୍ ବେସିକଃରି ମର୍ ମଃନ୍ ସଃର୍ଦା ଅୟିଦ୍। 16 ହେଁ ତର୍ ଅଟି ସଃତ୍ କଃତା କୟିଲେକ୍, ମର୍ ମଃନ୍ ବେସି ସଃର୍ଦା ଅୟିଦ୍।
17 ତୁମାର୍ ମଃନ୍ ହାହିମଃନ୍କେ ଅଃକାର୍ ନଃଉଅ, ଆର୍ , ତୁୟ୍ ସଃବୁବଃଳ୍ ଇସ୍ୱର୍କେ ଡିରିକଃରିରେ। 18 କାୟିତାକ୍ବଃଲେକ୍ ପୁରିସ୍କାର୍ ବାୟିଦ୍ରେ ଆଚେ ଆର୍ ତୁମାର୍ ଆସା ହିଟିନଃକେରେ।
19 ଏ ମର୍ ହ, ସୁଣ୍ , ଗିଆନି ଅଃଉ, ଆର୍ ତର୍ ମଃନ୍କେ ସଃତ୍ବାଟେ କାଡାୟି ନେ। 20 ମଃଦ୍ କାଉଁକେ ଆସ୍ୟା ଅଉଆନାୟ୍ ଆର୍ ମାସ୍ ଆସ୍ୟାମଃନାର୍ ସଃଙ୍ଗ୍ ଅଃଉଆ ନାୟି। 21 କାୟିତାକ୍ବଃଲେକ୍ ମଃଦୁଆ ଆର୍ କାଉରାହେଟା ଆରେକ୍ ନିଦାଉତା ଲକ୍ ଗଃରିବ୍ ଅୟିଦ୍ ; ଆର୍ ମାନାୟିକେ ହାଟ୍ଲା ହାଟ୍ଳି ହିନ୍ଦାୟିଦ୍।
22 ତୁମାର୍ ଜଃଲମ୍ ଦିଲା ଉବାଦିର୍ କଃତା ସୁଣା , ଆର୍ ଆୟା ବୁଡି ଅୟିଲେକ୍ ତାକେ ହାକ୍ରେ ହଃକାଉଆ ନାୟି।
23 ସଃତ୍କେ ଗେନା ସେରି ବିକାନାୟି ;ଗିଆନ୍ , ବଃଲ୍ସିକ୍ୟା ଆର୍ ବଃଲ୍ବିଚାର୍ ଗେନା।
24 ଦଃର୍ମିର୍ ଉବାସି ଅଃଦିକ୍ ସଃର୍ଦା କଃରେଦ୍,ଗିଆନି ହିଲା ଜଃଲମ୍କଃଲା ଉବାସି ସେ ହିଲାର୍ ଗିନେ ସଃର୍ଦାଅୟ୍ ଗଃର୍ବ୍ କଃରେଦ୍।
25 ତୁମାର୍ ଆୟିଦି ଆର୍ ଉବାଦି ଗଃର୍ବ୍ କଃରତ୍, ତର୍ ଗଃର୍ବେ ଦଃରିରିଲା ଆୟିଦି ସଃର୍ଦା ଅଃଉଅ।
26 ଏ ମର୍ ହଅ ତର୍ ମଃନ୍ ମକେ ଦେ, ଆର୍ ତର୍ ଆକି ମର୍ବାଟ୍ ସଃର୍ଦା ଅଃଉଅ। 27 କାୟିତାକ୍ବଃଲେକ୍ ବେସ୍ୟା ଗବିର୍ କାଲ୍, ଆରେକ୍ ବିନ୍ଲକାର୍ ମାୟ୍ଜି ହିଚ କୁୟିଁକାଲ୍। 28 ଆରେକ୍ ସେ ଚର୍ ହର୍ ଲୁକିରଃୟିଦ୍, ଆରେକ୍ ମାନାୟିମଃନାର୍ ବିତ୍ରେ ବିସ୍ୱାସେ ଟକ୍ତା ଲକ୍ମଃନ୍କାର୍ ଇସାବ୍ ବାଡାୟିଦ୍।
29 କାର୍ କାର୍ ବେସି ଚିନ୍ତା କାର୍କାର୍ ଦୁକ୍? କାର୍କାର୍ ମାଡ୍ଗଳ୍ ? କାର୍କାର୍ ରାଟୁ ? କାର୍କାର୍ ବିନାକାରଣେ ନଃସ୍ଟ୍ ? କାର୍କାର୍ ରଃତା ଆକି ? 30 ଜୁୟିମଃନ୍ ମଃଦ୍ କାଉଁକେ ବେସି ସଃମୟି ବଃସି ରେତି ଜୁୟିମଃନ୍ ମିସାୟିଲା ମଃଦ୍ କଜିବୁଲ୍ତି। 31 ସେମଃନାର୍, ମଃଦ୍ ରଃତା ଅୟିଲେକ୍ , ଗିଲାସେ ଚିକ୍ମିକ୍ କଃଲେକ୍ ଆର୍ ଉସାସେ ଗଃଳାୟି ଗଃସ୍ରିଗଃଲେକ୍ ତୁମି ତାକେ ଦଃକା ନାୟି। 32 ସେସ୍ବଃଳ୍ ସେରି ସାହ୍ ହର୍ ଚାବେଦ୍ ଆର୍ ବିସ୍ ସାହ୍ ହର୍ ଟକେଦ୍। 33 ତୁମାର୍ ଆକି ଉଲ୍ଟା ବିସୟି ଦଃକେଦ୍ , ତୁମାର୍ ମଃନ୍ ରେଳ୍ୟା କଃତା କୟିଦ୍। 34 ତୁମି ସଃମୁନ୍ଦ୍ ବିତ୍ରେ ସୟିଲା ଲକ୍ କି ଜାଜାର୍ ପାଲ୍ବାନ୍ଦ୍ଲା ମୁଣ୍ଡା ତଃୟି ସୟିଲା ଲକ୍ହର୍ ଅଃଉଆସ୍। 35 ତୁମି କଃଉଆସ୍ ସେମଃନ୍ ମକେ ମାର୍ଲାୟି ମଃତର୍ ମକେ ଗାଉ ନୟ୍ଲି; ସେମଃନ୍ ମକେ ମାର୍ଲାୟି ମଃତର୍ ମୁଁୟି କିଚି ନଃଜାଣି ; ମୁଁୟ୍ କଃବେ ଚେତ୍ନା ଅୟିନ୍ଦ୍? ଆରେକ୍ ମୁୟିଁ ସେରି କଜିନ୍ଦ୍।