1 ବେସି ଦଃନ୍ ବାଦୁଲେ ମାୟିନ୍କାରି ନାଉଁ ରଃକ୍ତାର୍ ବଃଲ୍, ଆର୍ ରୁହା ଆର୍ ସନା ବାଦୁଲେ ଲାଡ୍ ନିକ।
2 ଦଃନି ଆର୍ ଗଃରିବ୍ ଗଟେତଃୟି ମିସ୍ତି;ମାପୁର୍ ସେ ସଃବୁଲକାର୍ ଉବ୍ଜାଣ୍କାରି।
3 ଚଃତୁର୍ ଲକ୍ ବିବ୍ତି ଦଃକି ନିଜ୍କେ ଲୁକାୟିଦ୍ ;ମଃତର୍ ବଃକୁଆ ଆଗେ ଜାୟି ଡଃଣ୍ଡ୍ ହାଉତି।
4 ମାୟିନାର୍ ଆର୍ ଇସ୍ୱରାର୍ ବିସୟେ ଡିରାର୍ ପୁରିସ୍କାର୍ ଦଃନ୍ ମାୟିନ୍ ଆର୍ ଜିବନ୍।
5 କୁଟ୍କାରି ଲକାର୍ ବାଟେ କାଟା ଆର୍ ହାନ୍ଦା ରଃୟିଦ୍; ଜେ ନିଜାର୍ ଜିବନ୍ ବାଚାୟିଦ୍ ସେ ସେତି ହୁଣି ଦୁରି ରଃୟିଦ୍।
6 ତୁମାର୍ ହିଲାକେ ଟିକ୍ ରଃସ୍ତାୟି ଜଃଉଁକେ ସିକ୍ୟା ଦିଆସ୍ ; ତଃବେ ସେ ବୁଡା ଅୟିଲେକ୍ ହେଁ ବଃଲ୍ ବାଟ୍ ଜାୟିଦ୍।
7 ଦଃନିଲକ୍ ଗଃରିବ୍ ଉହ୍ରେ ରାଜୁତି କଃରେଦ୍ ଆର୍ ରୁଣିଲକ୍ ମାଜନାର୍ ଦାସ୍ ଅୟିଦ୍।
8 ଜେ ଅଃଦଃର୍ମ୍ ବିଆନ୍ ବୁଣେଦ୍ ସେ ବିପଦ୍ ତାସ୍ କଃଟେଦ୍ ,ଆର୍ ତାର୍ ରିସାର୍ ଡାଙ୍ଗାର୍ ସାସନ୍ ସେସ୍ଅୟିଦ୍।
9 ଜାର୍ ଦୟାଦିସ୍ଟି, ସେ ଆସିର୍ବାଦ୍ ହାୟିଦ୍;ବଃଲେକ୍ ସେ ନିଜାର୍ କାଦିୟେ ହୁଣି ଇନସ୍ତାକେ ବାଟାକଃରେଦ୍।
10 ଲିନ୍ଦା କାରିକେ ବାର୍ କଃରିଦିଆସ୍ , ତଃବେ ମାଡ୍ଗଳ୍ ବାରୟି ଜାୟିଦ୍ ; ଆର୍ ବିରଦ୍ ଅପ୍ମାନ୍ ବଃନ୍ଦ୍ ଅୟିଦ୍।
11 ଜୁୟି ଲକ୍ ମଃନେ ନିର୍ମୁଳ୍ ଲାଡ୍କଃରେଦ୍ , ଜାର୍ ଟଣ୍ଡ୍ ଦଃୟା ମିସ୍ଲାର୍ , ରଃଜା ତାର୍ ସଃଙ୍ଗୁଆଳି ଅୟିଦ୍।
12 ଇସ୍ୱରାର୍ ଆକି ଗିଆନ୍ ହାୟିଲା ଲକେ ରଃକ୍ୟା କଃରେଦ୍; ମଃତର୍ ଟକ୍ ଲକାର୍ କଃତା ସେ ଉଲ୍ଟାୟି ହଃକାୟିଦ୍।
13 ଅଃଳ୍ସିଆ ଲକ୍ କୟିଦ୍ ହଃଦାୟି ସିମାବାଗ୍ ଆଚେ ; ମୁଁୟି ବାଟେ ମଃରିନ୍ଦ୍।
14 ବିନ୍ଲକାର୍ ମାୟ୍ଜିର୍ ଚଃମେ ଜାତାର୍ ବେସି ଗବିର୍ କାଲ୍, ଇସ୍ୱରାର୍ ଗୁର୍ନାର୍ ଲକ୍ ସେତି ଅଦ୍ରେଦ୍।
15 ହିଲାର୍ ମଃନେ ଅଗିଆନ୍ ବଃନ୍ଦ୍ ରଃୟିଦ୍ , ସାସନ୍ ଡାଙ୍ଗ୍ ସେରି ବାର୍କଃରି ତାର୍ତଃୟି ହୁଣି ଦୁର୍କଃରେଦ୍।
16 ଜୁୟିଲକ୍ ନିଜାର୍ ଦଃନ୍ ବାଡାଉଁକେ ଗଃରିବ୍କେ ଇନସ୍ତା କଃରେଦ୍; ଆର୍ ଜେ ମାଜନ୍କେ ଦାନ୍ କଃରେଦ୍, ତାକେ ଅବାବ୍ ଗଃଟେଦ୍।
17 ତୁମି ନିଜାର୍ କାନ୍ଡେରି ଗ୍ୟାନିମଃନାର୍ କଃତା ସୁଣା ;ଆର୍ ମର୍ ଗିଆନେ ନିଜାର୍ ମଃନ୍ ଲାଗାଉଆ। 18 କାୟିକଃରୁକେ ବଃଲେକ୍ ସେରି ତୁମି ମଃନେ ରଃକ୍ଲେକ୍ ଆର୍ ତୁମାର୍ ଟଣ୍ଡେ ସେରି ଗଟେଟାଣେ ମିସାୟ୍ଲେକ୍ ସଃର୍ଦାର୍ ବିସୟ୍ ଅୟିଦ୍। 19 ଜେହବାର୍ ତଃୟି ଜଃନ୍କଃରି ତର୍ ଆସ୍ର ରଃୟିଦ୍, ଇତାକେ ଆଜି ମୁଁୟି ତକେ ମୁଳ୍କଃରି ଇସଃବୁ କଃତା ଜାଣାୟିଲେ। 20 ମୁୟ୍ ତୁମିମଃନ୍କାର୍ ଗିନେ ତିରିସ୍ ଗଟ୍ କଃତା ଲେକିଆଚି, ସେତି ଗିଆନ୍ ଆର୍ ବିଦିର୍ କଃତା ଆଚେ। 21 ତୁମି ଜଃନ୍କଃରି ସେମଃନ୍କେ ସଃତ୍ ଉତୁର୍ ଦେଉଁହାରାସ୍, ଇତାକେ ମୁଁୟି କାୟି ତୁମାର୍ ଗିନେ ନ୍ୟାୟେ ଆର୍ ଗିଆନେ ନିକ ବାକ୍ୟ ଲେକି ନଃକେରିକି ?
22 ଦୁକିଦିନାରି ଲକେ ଇନସ୍ତା ଜାଣି ତାର୍ ଜିନିସ୍ ଚରା ନାୟି , ଆର୍ ଗଃଳାର୍ ବାଟ୍ଦୁଆରେ ଦୁକିକେ କଃସ୍ଟ୍ ଦିଆସ୍ ନାୟି। 23 ବଃଲେକ୍ ମାପୁର୍ ସେମଃନ୍କେ ବିରଦ୍ କଃରେଦ୍ ଆର୍ ଜୁୟିମଃନ୍ ସେମଃନାର୍ ଜିନିସ୍ ଚର୍ତି , ସେ ସେମଃନାର୍ ଜିବନ୍ ନଃୟିଦ୍।
24 ମୁର୍କିଆ ଲକାର୍ ସଃଙ୍ଗ୍ ଅଃଉଆ ନାୟି, ଆର୍ କଃର୍ନିଆ ସଃଙ୍ଗ୍ ଜଃହା ନାୟି। 25 ଗଃଲେକ୍ ତୁମି କାୟି ତାର୍ ବାଟ୍ ସିକ୍ୟାକଃରି ନିଜାର୍ ଜିବନ୍ ଗିନେ ତିଆର୍ କଃରାସ୍।
26 ଜୁୟିମଃନ୍ ଆତେ ବାଦ୍ମାର୍ତି ଆର୍ ରୁଣିର୍ ଲାଗାହାରି ଅଃଉତି, ସେମଃନାର୍ ବିତ୍ରେ ତୁମି ଲାଗାହାରି ନଃଉଆ। 27 ଜଃବେ ସୁଜୁକେ ତୁମାର୍ କିଚି ନଃରେୟି, ତଃବେ ସେ କାୟିକଃରୁକେ ତର୍ ତଃଳାର୍ ଅଚ୍ନା ନଃୟିଦ୍।
28 ତୁମାର୍ ଦାଦିବାବୁମଃନ୍ ଜୁୟି ହର୍ନା ସଃନ୍ଦି କଃରି ଆଚ୍ତି ସେରି ଗୁଚାଉଆ ନାୟି।
29 ତୁମି କାୟି କୁୟି ଲକେ ତାର୍ ନିଜାର୍ ବେପାରେ ତଃନ୍ଦ୍ରା ଅଃଉତାର୍ ଦଃକୁଲାସ୍ ? ସେ ରଃଜାମଃନାର୍ ଆଗ୍ବାଟ୍ ଟିଆ ଅୟିଦ୍। ସେ ନିଚ୍ ଲକ୍ଚଃମେ ଟିଆ ନୟି।