1 ଦାଉଦାର୍ ହୟ୍ସି ଇସ୍ରାଏଲାର୍ ରଃଜା ସଲମଃନାର୍ ଉହ୍କାର୍ ସିକ୍ୟା।
2 ଗିଆନ୍ ଆର୍ ବଃଲ୍ସିକ୍ୟା ବୁଜୁକେ ବୁଦି ଦେତା ଲକ୍ମଃନ୍ ବାକ୍ୟକେ ବିଚାର୍ କଃରୁକେ; 3 ଦଃର୍ମି ଆର୍ ବଃଲ୍ବିଚାର୍ ଆର୍ ନ୍ୟାୟ୍ ବିସୟେ ବୁଜୁହାର୍ତା ସକ୍ତି ହାଉଁକେ; 4 ସଃଜା ଲକ୍କେ ଜାଗ୍ରତ୍ ଆର୍ ଦଃଙ୍ଗ୍ଳା ଲକ୍ମଃନ୍କେ ଗିଆନ୍ ଆର୍ କାମେପିଆସ୍ ରଃୟିଦ୍; 5 ଜଃନ୍କଃରି ଗିଆନି ଲକ୍ ସେରି ସୁଣି ଅଃଦିକ୍ ବୁଜୁକେ ଗିଆନି ଅଃଉଅ ଆର୍ ବୁଦିନୟ୍ଲା ଲକ୍ ହଃଚାରି ସିକତ୍; 6 ଆରେକ୍, ଗଟେକ୍ ଗିଆନାର୍ କଃତା ଆର୍ ଦଃକାୟ୍କଃଉତା କଃତା ଅଃଦିକ୍ ଗିଆନ୍ ବଃଚନ୍ ଆର୍ ସେମଃନ୍ ବଃଲ୍କଃରି ବୁଜୁକେ ହାର୍ତି।
7 ଇସ୍ୱର୍ ବିସୟେ ଡିର୍ ଗିଆନାର୍ ଆରୁମ୍;ମଃତର୍ ବୁଦିନୟିଲା ଲକ୍ ଗିଆନ୍ ଆର୍ ଆଦେସ୍ ନଃମାନ୍ତି।
8 ଏ ମଃର୍ ହ, ତୁମାର୍ ଉବାଦିର୍ ଗିଆନାର୍ ସିକ୍ୟା ସୁଣା ଆର୍ ତୁମାର୍ ଆୟ୍ଦିର୍ ଆଦେସ୍ ଦୁର୍ କଃରାନାୟି। 9 କାୟିତାକ୍ବଃଲେକ୍ ସେରି ତୁମାର୍ ଗିନେ ଆସିର୍ବାଦାର୍ ମୁଣ୍ଡେ ହିନ୍ଦ୍ତା ମୁକୁଟ୍ ହର୍ ଆର୍ ତୁମାର୍ ଗଃଳାର୍ ମାଳିହର୍ ଅୟିଦ୍।
10 ଏ ମର୍ ହ, ହାହିମଃନ୍ ତୁମିକେ ସୁତ୍ରାୟିଲେକ୍, ତୁମି ରାଜି ଅଃଉଆ ନାୟ୍। 11 ସେମଃନ୍ ଜଦି କଃଉତି ଅଃମାର୍ସଃଙ୍ଗ୍ ଆସା, ଅଃମିମଃନ୍ ମାରୁକ୍ ବଃସିଆଚୁ, ଦସ୍ ନଃରିଲା ଲକ୍ମଃନ୍କେ ବିନାଦସେ ଦଃରୁକ୍ ଲୁକିଆଚୁ; 12 ହଃତାଳାର୍ କାଲ୍ ହର୍ ଅଃମିମଃନ୍ ସେମଃନ୍କେ ଜିବନେ ମାରୁନ୍ଦ୍ ଆର୍ ସେମଃନ୍କେ ବିନାସ୍କଃରି ମଃର୍ନ୍କାଲେ ହଃଟାଉନ୍ଦ୍; 13 ସେତି ଅଃମିମଃନ୍ ସଃବୁରଃକମ୍ ବେସି ମଲାର୍ ଦଃନ୍ ହାଉଁହାରୁ, ଚରିଆଣ୍ଲା ଦଃନ୍ସମ୍ପତି ନିଜାର୍ ନିଜାର୍ ଗଃର୍ ବଃର୍ତି କଃରୁନ୍ଦ୍, 14 ତୁମି ଅଃମାର୍ ସଃଙ୍ଗ୍ ମିସା; ଅଃମି ସଃବୁଲକ୍ ଗଟେ ମଣାର୍ ବାଗ୍ ସଃମାନ୍ ହାଉଆଁ;
15 ଏ ମର୍ ହ, ତୁମି ସେମଃନ୍କାର୍ ସଃଙ୍ଗ୍ ସେ ରଃସ୍ତାୟି ଚାଲାନାୟି, ସେମଃନ୍କାର୍ ରଃସ୍ତାୟି ହୁଣି ତୁମାର୍ ହାଦ୍ ଟେବାଉଆ; 16 କାୟିତାକ୍ ବଃଲେକ୍ ସେମଃନ୍କାର୍ ହାଦ୍ କଃରାପ୍ କାମ୍ କଃରୁକ୍ ଦଃବ୍ଳେଦ୍ ଆର୍ ମଃର୍ନେମାରୁକ୍ ଦବ୍ଳିଜାୟିଦ୍। 17 କୁୟି ଚେଳେର୍ ଆକିର୍ ଆଗେ ଜାଲ୍ ଡାହ୍ତାର୍ ସିଦ୍ନୟ୍। 18 ସେମଃନ୍ ନିଜେ ନିଜାର୍ ଜିବନ୍କେ ମାରୁକ୍ ଜାଲ୍ ଅଚାୟ୍ ରେତି ଆର୍ ବିନ୍ଲକ୍ ମଃନ୍କେ ମାରୁକ୍ ଅଃନ୍ଦାରେ ଲୁକିରେତି। 19 ସଃବୁ ଦଃନ୍ଲଃବି ମଃନ୍କାର୍ ଗତି ଇରି; ସେରି ଦଃନ୍ ଅଃଦିକାରି ମଃନ୍କାର୍ ଜିବନ୍କେ ନାସ୍ କଃରେଦ୍।
20 ଗିଆନ୍ ରଃସ୍ତାୟି ଜଃବର୍କଃରି କୟିଦ୍: ସେ ଚକ୍ ଟାଣେମଃନ୍ ତାର୍ ଡାକ୍ ସୁଣାୟିଦ୍; 21 ସେ ସଃବୁଲକ୍ମଃନ୍ ମିସ୍ତା ମୁଳ୍ଜଃଗାୟ୍ କୁଦେଦ୍; ଗଃଳ୍ ଦୁଆରାର୍ ହୁର୍ତା ଜଃଗାୟ୍ ଆର୍ ଗଃଳ୍ ଲଃଗେ ବଃଚନ୍ କୟିଦ୍;
22 ଏ କଃରାପ୍ କାମ୍ କଃର୍ତା ଲକ୍ମଃନ୍, କଃତେକ୍କାଳ୍ ହଃତେକ୍ ବୁଦିନଃଉତାର୍ ଲାଡ୍ କଃରାସ୍ ? ଏ ଲିନ୍ଦା କଃର୍ତା ଲକ୍ମଃନ୍, ଆରେକ୍ କଃତିକାଳ୍ ନିନ୍ଦାକଃରି ସାନ୍ତି ହାଉଆସ୍? ଏ ଅଗିଆନିମଃନ୍, ଆରେକ୍ କଃତିକାଳ୍ ଗିଆନ୍କେ କଃରାପ୍ ବଃଲି ବାବାସ୍ ? 23 ମର୍ବାଟ୍କେ ବାଉଳା ; ଦଃକା ମୁୟ୍ ତୁମିମଃନାର୍ ଉହ୍ରେ ମର ଆତ୍ମା ଡାଳି ଦଃୟିନ୍ଦ୍, ମୁୟ୍ ମର୍ ବାକ୍ୟ ସଃବୁ ତୁମିମଃନ୍କେ ଜାଣାୟିନ୍ଦ୍। 24 ଜୁୟିତାର୍ଗିନେ ମୁୟ୍ କୁଦ୍ଲେ, ଆରେକ୍ ତୁମିମଃନ୍ ମଃନାକଃଲାସ୍; ମୁୟି ଆତ୍ ସଃଗ୍ୟାକଃଲେ,କେ ନଃମାନ୍ଲାୟ୍; 25 ମଃତର୍ ତୁମିମଃନ୍ ମର୍ ଗିଆନାର୍ ସିକ୍ଯା ନଃମାନ୍ଲାସ୍ ଆରେକ୍ ମର୍ କାୟ୍ ବୁଦିର୍ କଃତାକେ ନଃଦେର୍ଲାସ୍; 26 ସେତାର୍ଗିନେ ମୁୟି ହେଁ ବିପଦ୍ବଃଳ୍ ନିଚଳିନ୍ଦ୍, ତୁମିମଃନ୍କାର୍ ଅସୁବିଦାବଃଳ୍ ଟିକଲ୍ମାରିନ୍ଦ୍ 27 ଜଃଡେବଃଳ୍ ବାଉହାଣି ହର୍ ତୁମାର୍ ଅସୁବିଦା ଅୟିଦ୍ ଆର୍ ବାଉହାଣି ହର ବିପଦ୍ ଆସେଦ୍: ଜଃଡେବଃଳ୍ ଦୁକ୍ ଆର୍ କାନ୍ଦ୍ଣା ତୁମିମଃନ୍କାର୍ ଉହ୍ରେ ଗଃଟେଦ୍; 28 ସଃଡେବଃଳ୍ ସେମଃନ୍ ମକେ କୁଦ୍ତି , ମଃତର୍ ମୁୟ୍ ଉତୁର୍ ନଃଦେୟ୍; ସେମଃନ୍ ବେସି ଜଃତୁନେ ମଃର୍ ବାଟ୍ କଜ୍ତି ମଃତର୍, ମର୍ ଉଦେସ୍ ହାଉଁ ନଃହାର୍ତି। 29 କାୟିତାକ୍ବଃଲେକ୍ ସେମଃନ୍ ଗିଆନ୍କେ ନଃମାନି ଆଚ୍ତି, ମାପୁର୍ ବିସୟି ଡିରୁକ୍ ମଃନ୍ ନଃକେଲାୟ୍; 30 ସେମଃନ୍ ମର୍ ବଃଲ୍ ସିକ୍ୟା ନଃମାନ୍ଲାୟ୍ ଆର୍ ମଃର୍ ସଃବୁ ନିୟମ୍ ନଃମାନ୍ଲାୟ୍। 31 ସେତାର୍ଗିନେ ସେମଃନ୍ ନିଜାର୍ ନିଜାର୍ କାମାର୍ ହଃଳ୍ ହାଉତି ଆର୍ ନିଜାର୍ ନିଜାର୍ କଃରାପ୍ ସିକ୍ୟାର୍ ହଃଳ୍ ହାଉତି। 32 ହେଁ, ବୁଦିନଃରିଲା ଲକ୍ କଃରାପ୍ ବାଟ୍ ଜାତାର୍ ସେମଃନ୍କେ ନାସ୍ କଃରେଦ୍ ଆର୍ ଅଗିଆନି ମଃନ୍କାର୍ ସଃର୍ଦା ଅଃଉତାର୍ ସେମଃନ୍କେ ମଃର୍ନେ ମାରେଦ୍। 33 ମଃତର୍ ଜୁୟି ଲକ୍ ମର କଃତା ସୁଣେଦ୍, ସେ ବିପଦ୍ନୟିଲା ଟାଣେ ବାସାକଃରେଦ୍, ଆର୍ ତାର୍ କିଚି ଅସୁବିଦାନୟି।