1 ସେଦିନ୍ ସେମଃନ୍ ଲକ୍ମଃନ୍କେ ଜାଣାଉଁକେ ମସାର୍ ପୁସ୍ତକାର୍ ହାଟ୍କଃଲାୟ୍; ଆରେକ୍, ସେତି ଇ କଃତା ଲେକା ଅୟ୍ଲାର୍ ମିଳ୍ଲି ଜେ, ଅମନିୟ ଆର୍ ମୟାବିୟ ଲକ୍ ଇସ୍ୱରାର୍ ସଃମାଜେ କଃବେ ହୁରୁକେ ନଃହାର୍ତି। 2 କାୟିତାକ୍ ବଃଲେକ୍ ସେମଃନ୍ ଅଃର୍ନ୍ ହାଣି ଦଃରି ଇସ୍ରାଏଲ୍-ଲକ୍ମଃନ୍କେ ବେଟ୍ ନୟ୍ଲାୟ୍, ମଃତର୍ ସେମଃନ୍କେ ସାୟ୍ପ୍ ଦେଉଁକେ ସେମଃନାର୍ ବିରୁଦେ ବିଲିୟମ୍କେ ଟଃକା ଦିଲାୟ୍; ଅୟିଲେକ୍ ହେଁ ଅଃମାର୍ ଇସ୍ୱର୍ ସେ ସାୟ୍ପ୍କେ ଆସିର୍ବାଦ୍ ଅଃଉଁକେ ଦିଲା। 3 ସଃଡେବଃଳ୍ ସେମଃନ୍ ଇ ବିଦି ସୁଣି ଇସ୍ରାଏଲ୍ ବିତ୍ରାର୍ ସଃର୍ନେ ମିସ୍ଲା ଲକ୍କେ ଅଃଲ୍ଗା କଃଲାୟି।
4 ଇତାର୍ ହୁର୍ବେ ଇଲିୟାସିବ୍ ଜାଜକ୍ ଅଃମାର୍ ଇସ୍ୱରାର୍ ଗଃରାର୍ ବଃଣ୍ଡାର୍ ଗଃର୍ ସଃବୁର୍ ଅଃଦିକାରି ଅୟ୍ଲା ଆର୍ ଟବିୟର୍ ସଂଙ୍ଗ୍ ମିସାଣ୍ ରିଲି। 5 ଇଲିୟାସିବ୍ ଟବିୟର୍ ହାଁୟ୍ ଗଟେକ୍ ବଃଡ୍ ବଃକ୍ରା ତିଆର୍ କଃଲା, ମଃତର୍ ହୁର୍ବେ ଲଃକ୍ମଃନ୍ ସେଟାଣେ କାଦିର୍ ଦାନ୍, କୁନ୍ଦୁରୁ ଆର୍ ବିନ୍ ବିନ୍ ଆସ୍ତି ଆର୍ ବଲ୍ ହଃର୍କାରେ ଲେବିୟ ଆର୍ ଗିତ୍କୁଳିଆ ଆର୍ ଦୁଆର୍ ଜାଗୁମଃନ୍କେ ଦିଲା ତାସ୍, ଅଙ୍ଗୁର୍ରଃସ୍ ଆର୍ ଜିତ୍ ଚିକଣାର୍ ଦଃସ୍ମାସ୍; ଆରେକ୍, ଜାଜକମଃନାର୍ ଗିନେ ମଃନ୍କଃଲା ଦାନ୍ ସଃଙ୍ଗା ଅଃଉତିରିଲି। 6 ମଃତର୍ ମୁଁୟ୍ ଇ ସମୟେ ଜିରୁସାଲମେ ନଃରିଲେ, ବଃଲେକ୍ ବାବିଲାର୍ ଅର୍ତକ୍ୟସ୍ତ ରଃଜାର୍ ଅଃଦିକାରାର୍ ତିରସ୍ ଦୁଇ ବଃର୍ସେ ମୁଁୟ୍ ରଃଜାର୍ ହାକ୍ ଗଃଲେ ଆର୍ କଃତେକ୍ ଦିନ୍ ହଃଚେ ରଃଜାକେ ଜାଣାୟ୍ଲେ; 7 ଇତାର୍ହଃଚ ମୁଁୟ୍ ଜିରୁସାଲମେ ଆସି ଇଲିୟାସିବ୍, ଟବିୟ ଗିନେ ଇସ୍ୱରାର୍ ଗଃରାର୍ କୁଆଳେ ଗଟେକ୍ ବଃକ୍ରା ତିଆର୍କଃରି ଜୁୟି ଦସ୍ କଃରିରିଲା, ସେରି ବୁଜ୍ଲେ। 8 ମୁଁୟ୍ ବଃଡେ ରିସା ଅୟି ସେ ବଃକ୍ରାୟ୍ ହୁଣି ଟବିୟର୍ ସଃର୍ନେ ଗଃରାର୍ ଆସ୍ତି ସଃବୁ ବାର୍କଃରି ହଃକାୟ୍ ଦିଲେ। 9 ତଃବେ ମୁଁୟ୍ ଆଦେସ୍ ଦିଲାକ୍ ସେମଃନ୍ ବଃକ୍ରା ସଃବୁ ନିର୍ମୁଳ୍ କଃଲାୟି; ତଃବେ ମୁଁୟ୍ ସେଟାଣେ ଇସ୍ୱରାର୍ ଗଃରାର୍ ଆସ୍ତି ଆର୍ ଅଃର୍ନ୍ଦାନ୍ ଆର୍ ଦୁହ୍ନି ଆଣ୍ଲେ। 10 ଆରେକ୍ ମୁଁୟ୍ ଦଃକ୍ଲେ ଜେ, ଲେବିୟମଃନାର୍ ବାଗ୍ ସେମଃନ୍କେ ଦିଆଅୟ ନଃରିଲି; ଇତାର୍ ଗିନେ କାମ୍କଃର୍ତା ଲେବିୟମଃନ୍ ଆର୍ ଗିତ୍କୁଳିଆମଃନ୍ ମନ୍ଦିର୍ ଚାଡି ନିଜାର୍ ନିଜାର୍ ଜଃମିକେ ଗଃଲାୟି। 11 ତଃବେ କାୟ୍ତାକେ ଇସ୍ୱରାର୍ ଗଃର୍ ଚାଡା ଅୟିଆଚେ? ଇରି କଃୟ୍ ମୁଁୟ୍ ଅଃଦିକାରିମଃନାର୍ ସଃଙ୍ଗ୍ କଃତାବାର୍ତା କଃଲେ, ଆରେକ୍, ମୁଁୟ୍ ସେମଃନ୍କେ ରୁଣ୍ଡାୟ୍ ଅଃହ୍ଣା ଅଃହ୍ଣାର୍ ହଃଦେ ସେମଃନ୍କେ ବଃସାୟ୍ଲେ। 12 ତଃବେ ସଃବୁ ଜିଉଦାର୍ ଲକ୍ ତାସ୍ ଆର୍ ଅଙ୍ଗୁର୍ ରଃସ୍ ଆର୍ ଜିତ୍ ଚିକଣାର୍ ଦଃସ୍ ବାଗ୍ ଟାଣୁ ଗଟେ ବାଗ୍ ଆଣ୍ଲାୟି। 13 ତଃବେ ମୁଁୟ୍ ସେଲିମିୟ ଜାଜକ୍କେ ଆର୍ ସାଦକ୍ ହଃଣ୍ଡିତ୍ ଆର୍ ଲେବିୟମଃନାର୍ ବିତ୍ରାର୍ ପଦାୟକେ ସଃବୁ ବଃଣ୍ଡାର୍ ଗଃରାର୍ ଅଃଦିକାରି କଃଲେ; ସେମଃନାର୍ ତଃଳେ ମତନିୟର୍ ନାତି ସକୁରାର୍ ହୟିସି ହାନନ୍ ରିଲା; ବଃଲେକ୍ ସେମଃନ୍ ବିସ୍ୱାସ୍ ଜୟ୍ଗ୍ ରିଲାୟ୍, ଇତାକ୍ ନିଜାର୍ ବାୟ୍ମଃନ୍କେ ବାଟା କଃର୍ତାର୍ କାମ୍ ସେମଃନାର୍ ଅୟ୍ଲି।
14 ଏ ମର୍ ଇସ୍ୱର୍ ଇ ବିସୟେ ମକ୍ ଏତୁ କଃର୍, ଆର୍ ମୁଁୟ୍ ମର୍ ଇସ୍ୱରାର୍ ଗଃର୍ ଆର୍ ତାର୍ ସେବାର୍ ବିସୟ୍ ଗିନେ ଜାୟ୍ରି କଃରିଆଚି, ମୁଁୟ୍ କଃଲା ସେ ନିକ କାମ୍ସଃବୁ ହାସୁର୍ ନାୟ୍। 15 ସଃଡେବଃଲ୍ ମୁଁୟ୍ ଜିଉଦାର୍ କଃତେକ୍ ଲକ୍ମଃନ୍କେ ବିସାଉଁଣି ବାରେ ଅଙ୍ଗୁର୍ ହିଳ୍ତାର୍ ଆର୍ ହଃଣ୍ଡା ଆଣ୍ତାର୍ ଆର୍ ଗଃଦ ଉହ୍ରେ ଲାଦି ଆଣ୍ତାର୍, ଆରେକ୍ ହେଁ ବିସାଉଁଣି ଦିନ୍ ଅଙ୍ଗୁର୍ ରଃସ୍, ଅଙ୍ଗୁର୍ ହଃଳ୍ ଆର୍ ଡୁମ୍ବୁର୍ ହଃଳ୍ ଆର୍ ସଃବୁ ହଃର୍କାର୍ ବଜ୍କେ ଜିରୁସାଲମେ ଆଣ୍ତାର୍ ଦଃକ୍ଲେ; ଆରେକ୍,ଜୁୟି ଦିନ୍ ସେମଃନ୍ କାତା ଜିନିସ୍ ବିକ୍ଲାୟ୍, ସେଦିନ୍ ମୁଁୟ୍ ସେମଃନ୍କେ ଚେତାୟ୍ ଦିଲେ। 16 ଆରେକ୍ ସେ ଗଃଳେ ସରିୟ ଲଃକ୍ମଃନ୍ ବାସା କଃର୍ତି ରିଲାୟ୍, ସେମଃନ୍ ମାଚ୍ ଆର୍ ବିନ୍ ସଃବୁ ହଃର୍କାର୍ ବିକ୍ତା ଜିନିସ୍ ଆଣି ବିସାଉଣିବାର୍ ଦିନ୍ ଜିଉଦାର୍ ଲକ୍ମଃନାର୍ ତଃୟ୍ ଆର୍ ଜିରୁସାଲମେ ବିକ୍ତି ରିଲାୟ୍। 17 ତଃବେ ମୁଁୟ୍ ଜିଉଦାର୍ ନେତାମଃନାର୍ ସଃଙ୍ଗ୍ ଜୁକ୍ତି କଃରି ସେମଃନ୍କେ କୟିଲେ, "ତୁମିମଃନ୍ ବିସାଉଁଣି ଦିନ୍ ବିଟାଳ୍ କଃରି କାୟ୍କଃରୁକେ କଃରାପ୍ କାମ୍ କଃରୁଲାସ୍?" 18 ତୁମିମଃନାର୍ ଦାଦିବାବୁମଃନ୍ କାୟିରି ଇରଃକମ୍ କାମ୍ କଃର୍ତି ନଃରିଲାୟ୍? ଆରେକ୍, ସେତାର୍ ଗିନେ ଅଃମିମଃନାର୍ ଇସ୍ୱର୍ କି ଅଃମିମଃନାର୍ ଉହ୍ରେ ଆର୍ ଇ ଗଃଳ୍ ଉହ୍ରେ ଇ ସଃବୁ ବିପ୍ତି ଗଃଟାୟ୍ ନଃକେରେ? ଅୟିଲେକ୍ ହେଁ ତୁମିମଃନ୍ ବିସାଉଁଣି ଦିନ୍ ବିଟାଳ୍ କଃରି ଇସ୍ରାଏଲ୍ ଉହ୍ରେ ଆରେକ୍ ଇସ୍ୱରାର୍ ରିସା ଆଣୁଲାସ୍।
19 ଇତାର୍ହଃଚ ବିସାଉଣିବାର୍ ହୁର୍ବେ ଜିରୁସାଲମାର୍ ଦୁଆର୍ ସଃବୁ ଅଃନ୍ଦାର୍ ଅଃଉଁକେ ଦଃର୍ଲା ବଃଳ୍ ମୁଁୟ୍ କଃହାଟ୍ ସଃବୁ ବଃନ୍ଦ୍ କଃରୁକେ ଆଦେସ୍ ଦିଲେ, ଆରେକ୍, ବିସାଉଣିବାର୍ ସେସ୍ ନଃଉତା ହଃତେକ୍ ମେଲା ନଃକେରୁକେ ମୁଁୟ୍ ଆଦେସ୍ ଦିଲେ; ଆରେକ୍, ବିସାଉଣିବାର୍ ଦିନ୍ କଃୟ୍ହେଁ ବଃଜ୍ ବିତ୍ରେ ନାଣୁକେ ମୁଁୟ୍ ମର୍ ଦାସ୍ମଃନାର୍ ବିତ୍ରାର୍ କଃତେକ୍ ଲକ୍କେ ଦୁଆର୍ ମଃନ୍କେ ଜାଗାୟ୍ଲେ। 20 ଇତାର୍ଗିନେ ବେପାରିମଃନ୍ ଆର୍ ସଃବୁହଃର୍କାର୍ ଜିନିସ୍ ବିକୁମଃନ୍ ତରେକ୍ କି ଦୁୟ୍ତର୍ ଜିରୁସାଲେମ୍ ହଃଦାୟି ରାତି କାଟ୍ଲାୟ୍। 21 ତଃବେ ମୁଁୟ୍ ସେମଃନ୍କେ କୟିଲେ, "ତୁମିମଃନ୍ କାୟ୍କଃରୁକେ ବାରିକଃତି ଲଃଗେ ରାତି କାଟୁଲାସ୍? ତୁମିମଃନ୍ ଆରେକ୍ ତରେକ୍ ଇରଃକମ୍ କଃଲେକ୍ ମୁଁୟ୍ ତୁମିମଃନ୍କେ ଦଃରିନ୍ଦ୍।" ସେବଃଳ୍ ହୁଣି ସେମଃନ୍ ଆରେକ୍ ବିସାଉଣିବାରେ ନାୟ୍ଲାୟ୍। 22 ଇତାର୍ହଃଚ ମୁଁୟ୍ ଲେବିୟ୍ମଃନ୍କେ ବିସାଉଁଣି ଦିନ୍ ପବିତ୍ର କଃରୁକେ ନିଜ୍ ନିଜ୍କେ ନିର୍ମୁଳ୍ କଃରୁକେ ଆର୍ ଆସି ଦୁଆର୍ ସଃବୁ ଜାଗୁକେ ଆଦେସ୍ ଦିଲେ। ଏ ମର୍ ଇସ୍ୱର୍, ମର୍ ବଃଲ୍ ହାଁୟ୍ ଇରି ହେଁ ଏତୁ କଃର୍ ଆର୍ ନିଜାର୍ ଉଚୁଳ୍ତା ଦଃୟାର୍ ହଃର୍କାରେ ମଃକ୍ ରଃକ୍ୟା କଃର୍।
23 ସେଦିନ୍ମଃନ୍ ହେଁ ଜୁୟି ଜିଉଦିମଃନ୍ ଅସ୍ଦନ୍, ଅମ୍ମନ ଆର୍ ମୟାବ୍ ଦେସାର୍ ଟକିମଃନ୍କେ ବିବା କଃରିରିଲାୟ୍, ସେମଃନ୍କେ ମୁଁୟ୍ ଦଃକ୍ଲେ। 24 ଆରେକ୍, ସେମଃନାର୍ ହିଲାମଃନ୍ ଆଦ୍ବାଗ୍ ଅସ୍ଦଦିୟ୍ ବାସାୟ୍ କଃତାବାର୍ତା କଃଲାୟି ଆର୍ ଜିଉଦିୟ୍ ବାସାୟ୍ କଃତାବାର୍ତା କଃରୁ ନଃହାର୍ଲାୟ୍, ମଃତର୍ ହଃତିଲକ୍ ଗସ୍ଟିର୍ ବାସା ହଃର୍କାରେ କଃତା କୟ୍ଲାୟ୍। 25 ତଃବେ ମୁଁୟ୍ ସେମଃନ୍କାର୍ ଜୁକ୍ତି କଃଲେ ଆର୍ ସେମଃନ୍କେ ସାୟ୍ପ୍ ଦିଲେ ଆର୍ ସେମଃନ୍କେ ଦଃଣ୍ଡ୍ ଦିଲେ ଆର୍ ସେମଃନାର୍ ବାଳ୍ ଜିକ୍ଲେ, ଆର୍ ଇସ୍ୱରାର୍ ନାଉଁଏ ସଃୟ୍ତ୍ କଃରାୟ୍ କୟିଲେ, "ତୁମିମଃନ୍ ସେମଃନାର୍ ହୟ୍ସିମଃନ୍କେ ନିଜାର୍ ନିଜାର୍ କଃନ୍ୟା ଦିଆ ନାୟ୍, କି ନିଜାର୍ ନିଜାର୍ ହିଲାର୍ ହାଁୟ୍ କି ନିଜାର୍ ହାଁୟ୍ ସେମଃନାର୍ କଃନ୍ୟା ଆଣାନାୟ୍।" 26 ଇସ୍ରାଏଲାର୍ ରଃଜା ସଲ୍ମନ୍ କି ଇ ସଃବୁ କାମ୍ କଃରି ହାହ୍ କଃରି ନଃରିଲା? ଅଃନେକ୍ ଗସ୍ଟି ବିତ୍ରେ ତାର୍ ହର୍ ରଃଜା କେହେଁ ନଃରିଲାୟ୍ ଆର୍ ସେ ନିଜାର୍ ଇସ୍ୱରାର୍ ଲାଡାର୍ ରିଲା, ଆରେକ୍ ଇସ୍ୱର୍ ତାକ୍ ସଃରା ଇସ୍ରାଏଲ୍ ଉହ୍ରେ ରଃଜା କଃଲା; ଅୟିଲେକ୍ ହେଁ ବିଦେସି ଟକିମଃନ୍ ତାକ୍ ହଃକା ହାହ୍ କଃରାୟ୍ଲାୟ୍। 27 ତଃବେ ଅଃମି କାୟିରି ତୁମାର୍ କଃତା ସୁଣି ଇସ୍ୱରାର୍ ବିରୁଦେ ଜଃଉଁନ୍ଦ୍ ବିଦେସି ଟକିମଃନ୍କେ ବିବା କଃରି ବଃଡ୍ ହାହ୍ କଃରୁନ୍ଦ୍? 28 ତଃବେ ଇଲିୟାସିବ ବଃଡ୍ ଜାଜକାର୍ ନାତି ଜିହୟାଦାର୍ ଗଟେକ୍ ହୟିସି ହରଣିୟ ସନ୍ବଲ୍ଟାର୍ ଜୁଆଁଇ ରିଲା; ସେତାକ୍ ମୁଁୟ୍ ତାକ୍ ମର୍ଲଃଗେହୁଣି କଃଦିଦିଲେ।
29 ଏ ମର୍ ଇସ୍ୱର୍, ସେମଃନ୍କେ ଏତୁକଃର୍, କାୟିତାକ୍ ବଃଲେକ୍ ସେମଃନ୍ ଜାଜକ୍ ହଃଦ୍କେ, ଆର୍ ଜାଜକ୍ ହଃଦାର୍ ଆର୍ ଲେବିୟମଃନାର୍ ନିୟମ୍କେ ବିଟାଳ୍ କଃରିଆଚ୍ତି।
30 ଇରଃକମ୍ ମୁଁୟ୍ ସେମଃନ୍କେ ସଃବୁ ବିଜାତିମଃନାର୍ ତଃୟ୍ହୁଣି ସୁଦ୍ କଃଲେ ଆର୍ ସଃବାର୍ କାମ୍ ହଃର୍କାରେ ଜାଜକ୍ମଃନାର୍ ଆର୍ ଲେବିୟ୍ମଃନାର୍ କାମ୍ ତାହୁନ୍ କଃଲେ। 31 ଆରେକ୍, ଟିକ୍ ବେଳାୟ୍ କାଟ୍ ଆର୍ ହଃର୍ତୁ ହଃଳାର୍ ବେଟିଦାନ୍ ଆଣୁକେ ଲକ୍ ବାଚ୍ଲେ। ଏ ମର୍ ଇସ୍ୱର୍ ମର୍ ବଃଲ୍ ହାଁୟ୍ ମକ୍ ଏତୁକଃର୍।