1 ଇତାର୍ହଃଚ ମୁଁୟ୍ ବାରିକଃତି ଗଃଳିଆଚି ଆର୍ ବାରିକଃତି ବିତ୍ରେ ଆରେକ୍ ବାଙ୍ଗ୍ଲାରି ନାୟ୍, ଇ କଃତା ସନ୍ବଲଟ୍ ଆର୍ ଟବିୟ ଆର୍ ଆରବିୟ ଗେସମ୍ ଆର୍ ଅଃମାର୍ ବିନ୍ ସଃତ୍ରୁମଃନ୍ ଜାଣ୍ଲାୟ୍; ସଃଡେବଃଳ୍ ହଃତେକ୍ ମୁଁୟ୍ ଗଃଳ୍ଦୁଆରେ କଃହାଟ୍ ବଃସାୟ୍ ନଃରିଲେ। 2 ସଃଡେବଃଳ୍ ସନ୍ବଲଟ୍ ଆର୍ ଗେସମ୍ ମର୍ ହାକ୍ ଲକ୍ ହଃଟାୟ୍ କୟ୍ଲାୟ୍, "ଆସ୍, ଅଃମିମଃନ୍ ଅନ ହଃଦାର୍ କୁୟି ଗଟେକ୍ ଗାଉଁଏ ବେଟ୍-ଗାଟ୍ ଅଃଉଁଆ।" ମଃତର୍ ସେମଃନ୍ ମର୍ ଅନିସ୍ଟି କଃରୁକେ ଚେସ୍ଟା କଃରିରିଲାୟ୍। 3 ମଃତର୍ ମୁଁୟ୍ ସେମଃନାର୍ ହାକ୍ କବୁର୍କାରି ହଃଟାୟ୍ କୟ୍ଲା, ମୁଁୟ୍ ଗଟେକ୍ ବଃଡ୍ କାମେ ଲାଗିଆଚି, ଇତାର୍ଗିନେ ଆସୁ ନଃହାରି; ତୁମିମଃନାର୍ ହାକ୍ ଜାୟ୍ କାୟ୍ତାକେ କାମ୍ ବଃନ୍ଦ୍ କଃରିନ୍ଦ୍? 4 ଇ ରଃକମ୍ ସେମଃନ୍ ଚାରିତର୍ ମର୍ ହାକ୍ କବୁର୍ ହଃଟାୟ୍ଲାୟ୍; ମଃତର୍ ମୁଁୟ୍ ସେମଃନ୍କେ ସେରଃକମ୍ ଉତୁର୍ ଦିଲେ। 5 ଇତାର୍ହଃଚ ସନ୍ବଲଟ୍ ତାର୍ ଦାସାର୍ ଆତେ କଃଣ୍ଡେକ୍ ମେଲା ଚିଟି ଦଃୟି ହାଞ୍ଚ୍ ତର୍ ସେହଃର୍କାରେ ମର୍ ହାକ୍ କବୁର୍ ହଃଟାୟ୍ଲା। 6 ସେତି ଇ ରଃକମ୍ ଲେକାଅୟ୍ରିଲି,ହଃଳ୍ସାଲକ୍ ବିତ୍ରେ ଇରି କଃଉଆ ଅଃଉଁଲି, ଗସୁମ୍ ହେଁ ଇରି କଃଉଁଲା ଜେ, ତୁୟ୍ ଆର୍ ଜିଉଦିମଃନ୍ ରଃଜାର୍ ବିରଦି କାମ୍ କଃରୁକେ ଜଃଜ୍ନା କଃରୁଲାସ୍; ସେତାର୍ଗିନେ ତୁୟ୍ ବାରିକଃତି ଗଃଳୁଲିସ୍; ଆର୍ "ଇ ଲକ୍ମଃନାର୍ କୟ୍ଲା ହଃର୍କାରେ ତୁୟ୍ ସେମଃନାର୍ ରଃଜା ଅଃଉଁକେ ଇଚାକଃରୁଲିସ୍। 7 ଆରେକ୍, ଜିଉଦା ରାଜାୟ୍ ଗଟେକ୍ ରଃଜା ଆଚେ ବଃଲି ନିଜାର୍ ବିସୟେ ଜିରୁସାଲମେ ପର୍ଚାର୍ କଃରୁକେ ତୁୟ୍ କଃତେକ୍ ବାବ୍ବାଦିମଃନ୍କେ ରଃକି ଆଚ୍ସି; ଇ କଃତା ରଃଜାକେ କଃଉଆ ଅୟ୍ଦ୍। ଇତାର୍ଗିନେ ଅଃବେ ଆସ୍, ଅଃମିମଃନ୍ ଗଟେତଃୟ୍ ବଃସି ବିଚାର୍ କଃରୁଆଁ।" 8 ତଃବେ ମୁଁୟ୍ ତାର୍ ଲଃଗେ କୟ୍ ହଃଟାୟ୍ଲେ, "ତୁୟ୍ ଜାୟ୍ରି କଃଉସି, ସେରଃକମ୍ କାୟି ହେଁ କାମ୍ କଃରାନଃହୟ୍; ତୁୟ୍ କାଲି ନିଜାର୍ ମଃନ୍ବିତ୍ରେ ସେରି ସଃବୁ ମଃନେହାଚି କଃରି କଃଉଁଲିସ୍।" 9 ଇ କାମେ ସେମଃନାର୍ ଆତ୍ ଡିଲା ଅୟିଲେକ୍ ସେକାମ୍ ଅଃଉଁକେ ନଃହାରେ ବଃଲି ସଃର୍ନେ ଲକ୍ ଅଃମିମଃନ୍କେ ଡିରାଉଁକେ ଚେସ୍ଟା କଃଲାୟି; ମଃତର୍ ଅଃବେ ଏ ଇସ୍ୱର୍, ମର୍ ଆତ୍ ଅଃଟୁଆ କଃର୍।
10 ଇତାର୍ହଃଚ ମହେଟବେଲାର୍ ନାତି ଦଲାୟର୍ ହୟିସି ଜୁୟି ସମୟେ ଗଃରେ ଡାହା ଅୟ୍ରିଲି, ମୁଁୟ୍ ତାର୍ ଗଃରେ ଗଃଲେ, ତଃବେ ସେ କୟ୍ଲା, "ଅଃମିମଃନ୍ ଇସ୍ୱରାର୍ ଗଃରେ, ମନ୍ଦିର୍ ବିତ୍ରେ ରୁଣ୍ଡୁଆଁ ଆର୍ ମନ୍ଦିରାର୍ ଦୁଆର୍ ସଃବୁ ବଃନ୍ଦ୍ କଃରୁଆଁ; କାୟିତାକ୍ ବଃଲେକ୍ ସେମଃନ୍ ତକ୍ ଅଃତ୍ୟା କଃରୁକେ ଆସ୍ତି।"
11 ମଃତର୍ ମୁଁୟ୍ କୟିଲେ, "ମର୍ ହର୍ ଲକ୍ ହଃଳାୟ୍ଦ୍ କି? ମର୍ ହର୍ ଲକ୍ ଅୟି ଜିବନ୍ ବାଚାଉଁକେ ଜେ ମନ୍ଦିର୍ ବିତ୍ରେ ଲୁକୁକ୍ ଜାୟ୍ଦ୍ ଇହର୍ କେଏ ଆଚେ? ମୁଁୟ୍ ବିତ୍ରେ ଜଃଉଁ ନଃଚି।" 12 ମଃତର୍ ମୁଁୟ୍ ଜାଣ୍ଲେ, ଆର୍ ଦଃକା ଇସ୍ୱର୍ ତାକେ ହଃଟାୟ୍ ନଃରିଲା; ନୟ୍ଲେକ୍ ସେ ମର୍ ବିରୁଦେ ଇ ବାବ୍ବାଣି ପର୍ଚାର୍କଃଲା; ବଃଲେକ୍ ଟବିୟ ଆର୍ ସନ୍ବଲଟ୍ ତାକେ ଦଃର୍ମା ଦଃୟି ରିଲାୟ୍। 13 ମୁଁୟ୍ ଜଃନ୍କଃରି ଡିରିନ୍ଦ୍ ଆର୍ ସେରଃକମ୍ କାମ୍କଃରି ହାହ୍ କଃରିନ୍ଦ୍, ଆରେକ୍ ସେମଃନ୍ ଜଃନ୍କଃରି ମର୍ ଦସ୍ ଦଃରୁକେ ବାଟ୍ ହାଉତି, ଇତାର୍ଗିନେ ତାକେ ଟଃକା ଦିଆ ଅୟ୍ରିଲି। 14 ଏ ମର୍ ଇସ୍ୱର୍, ଟବିୟ୍ ଆର୍ ସନ୍ବଲଟ୍ ଇ ସଃବୁ କାମ୍ ହଃର୍କାରେ ସେମଃନ୍କେ, ଆର୍ ମକ୍ ଡିରାଉଁକେ ଇଚା କଃର୍ତିରିଲାୟ୍ ଜେ ନୟଦିୟା ବାବ୍ବାଦିନି ଆର୍ ବିନ୍ ଜଃତେକ୍ ବାବ୍ବାଦି, ସେମଃନ୍କେ ଏତୁ କଃର୍।
15 ତଃବେ ଦୁୟ୍କଳି ବାର୍ ଦିନ୍ ବିତ୍ରେ ବଦ,ଦଃସ୍ରା ମାସାର୍ କଳେହାଞ୍ଚ୍ ଦିନେ ବାରିକଃତି କାମ୍ ସଃର୍ଲି। 16 ଆରେକ୍, ଅଃମାର୍ ସଃତ୍ରୁମଃନ୍ ସଃର୍ନେ ଇରି ସୁଣ୍ଲାୟ୍, ତଃବେ ଇରଃକମ୍ ଅୟ୍ଲି ଜେ, ଅଃମାର୍ ଚାରିବେଳ୍ତ୍ ରିଲା ସଃବୁ ବିନ୍ଜାତିମଃନ୍ ଡିରିଗଃଲାୟ୍ ଆର୍ ବଃଡେ ଲାଜ୍ ହାୟ୍ଲାୟ୍, ବଃଲେକ୍ ଇ କାମ୍ ଜେ ଅଃମାର୍ ଇସ୍ୱରାର୍ ଉହ୍କାରେ ଅୟ୍ଲି, ଇରି ସେମଃନ୍ ଜାଣ୍ଲାୟ୍।
17 ଆରେକ୍, ସଃଡେବଃଳ୍ ଜିଉଦାର୍ ନେତାମଃନ୍ ଟବିୟ୍ ହାକ୍ ଅଃନେକ୍ ଚିଟି ହଃଟାୟ୍ଲାୟ୍ ଆର୍ ଟବିୟର୍ ଚିଟିମଃନ୍ ସେମଃନାର୍ ହାକ୍ ଆୟ୍ଲି। 18 ବଃଲେକ୍, ସେ ଆରାର୍ ହୟିସି ଜିକନିୟର୍ ଜୁଆଁଇ ରିଲା ଆର୍ ତାର୍ ହୟିସି ଜିହହାନନ୍ ବେରିକିୟର୍ ହୟିସି ମସୁଲମାର୍ ଜିସିକେ ବିବା କଃରିରିଲାକ୍ ଜିଉଦା ବିତ୍ରେ ଅଃନେକ୍ ତାର୍ ବାଟ୍ୟା ରିଲାୟ୍। 19 ଆରେକ୍, ସେମଃନ୍ ତାର୍ ବଃଲ୍ କାମାର୍ କଃତା ମକ୍ କୟ୍ଲାୟ୍ ଆର୍ ମର୍ କଃତା ସଃବୁ ତାକ୍ ଜାଣାୟ୍ଲାୟ୍। ଆରେକ୍, ମକ୍ ଡିରାଉତା ହାଁୟ୍ ଟବିୟ୍ ଚିଟିମଃନ୍ ହଃଟାୟ୍ଲା।