1 ହକଲିୟର୍ ହୟିସି ନିହିମିୟାର୍ ବଃଚନ୍। କଳେ ବଃର୍ସାର୍ କିସ୍ଲେବ୍ ନାଉଁଆର୍ ମାସେ ମୁଁୟ୍ ସୁସନ୍ ନାଉଁଆର୍ ରାଜ୍ଦାନିୟେ ରିଲେ। 2 ତଃବେ ହନାନି ନାଉଁଆର୍ ମର୍ ଗଟେକ୍ ବାୟ୍ ଆର୍ ଜିଉଦାର୍ କଃତେକ୍ ଲକ୍ ଆୟ୍ଲାୟ୍; ତଃବେ ମୁଁୟ୍ ସେମଃନ୍କେ ବନ୍ଦିତଃୟ୍ ହୁଣି ବାଉଳି ଆସିରିଲା ବାକି ଜିଉଦିମଃନାର୍ ବିସୟେ ଆର୍ ଜିରୁସାଲେମ୍ ବିସୟେ ହଃଚାର୍ଲେ। 3 ସଃଡେବଃଳ୍ ସେମଃନ୍ ମକ୍ କୟ୍ଲାୟ୍, "ବନ୍ଦିତଃୟ୍ ହୁଣି ବାଉଳି ଆୟ୍ଲା ସେ ରାଇଜାର୍ ବାକି ଲଃକ୍ମଃନ୍ ବଃଡେ ଦୁକେ ଆର୍ ଅଃପ୍ମାନେ ଆଚ୍ତି; କାୟିତାକ୍ ବଃଲେକ୍ ଜିରୁସାଲେମ୍ କୁଆଳ୍ କଃତି ବାଙ୍ଗି ଆଚେ ଆର୍ ତାର୍ ଦୁଆର୍ ସଃବୁ ଜୟ୍ ହଡି ଆଚେ।"
4 ଜଃଡେବଃଳ୍ ମୁଁୟ୍ ଇ କଃତା ସୁଣ୍ଲେ, ବଃସି ରଦନ୍ କଃଲେ ଆର୍ କଃତେକ୍ ଦିନ୍ ହଃତେକ୍ ଦୁକ୍ କଃଲେ; ଆରେକ୍, ମୁଁୟ୍ ସଃର୍ଗାର୍ ଇସ୍ୱରାର୍ ତଃୟ୍ ଉପାସ୍ ଆର୍ ପାର୍ତ୍ନା କଃରି କୟିଲେ, 5 "ଏ ମାପୁର୍ ସଃର୍ଗାର୍ ଇସ୍ୱର୍, ମୁଁୟ୍ ଗଃଉଆରି କଃରୁଲେ, ତୁୟ୍ ବଃଡ୍ ଆର୍ ବୟ୍ଙ୍କାର୍ ଇସ୍ୱର୍ ଜୁୟି ଲଃକ୍ମଃନ୍ ତକ୍ ଲାଡ୍ କଃର୍ତି ଆର୍ ତର୍ ସଃବୁ ବଲ୍ ମାନ୍ତି, ସେମଃନାର୍ ବିସୟେ ନିଜାର୍ ସଃୟ୍ତ୍ ଆର୍ ଦଃୟା ହାଳୁନ୍ କଃର୍ସି। 6 ମୁଁୟ୍ ତର୍ ବିରୁଦେ ଅଃମିମଃନାର୍ କଃଲା ଇସ୍ରାଏଲ୍-ଲକ୍ମଃନାର୍ ହାହ୍ ମାନିକଃରି ତର୍ ଦାସ୍ ଇସ୍ରାଏଲ୍-ଲକ୍ମଃନାର୍ ହାଁୟ୍ ଦିନ୍ ରାତି ଇ ବେଳାୟ୍ ତର୍ ଚଃମେ ଜୁୟି ପାର୍ତ୍ନା କଃରୁଲେ, ନିଜାର୍ ଦାସାର୍ ସେ ପାର୍ତ୍ନା ଅଃବେ ସୁଣ୍; ମୁଁୟ୍ ଆର୍ ମର୍ ଦାଦିବାବୁର୍ ବଃଉଁସ୍ ହେଁ ମାନୁଲୁ ହାହ୍ କଃରିଆଚୁ। 7 ଅଃମିମଃନ୍ ତର୍ ବିରୁଦେ ବଃଡେ ଦୁସ୍ଟ୍ କାମ୍ କଃରିଆଚୁ ଆର୍ ତୁୟ୍ ନିଜାର୍ ଦାସ୍ ମସାକେ ଜୁୟି ବଲ୍ ଆର୍ ବିଦି ଆର୍ ନିୟମ୍ ଦଃୟି ରିଲିସ୍, ସେରିସଃବୁ ଅଃମିମଃନ୍ ନଃମାନ୍ଲୁ। 8 ତୁୟ୍ ତର୍ ନିଜାର୍ ଦାସ୍ ମସାକେ କୟ୍ରିଲିସ୍, ତୁମିମଃନ୍ ବଲ୍ ନଃମାନ୍ଲେକ୍ ମୁଁୟ୍ ତୁମିମଃନ୍କେ ବିନ୍ ବିନ୍ ଦେସାର୍ ଲକ୍ମଃନାର୍ ବିତ୍ରେ ଜଃତ୍-କଃତ୍ କଃରିନ୍ଦ୍। 9 ମଃତର୍ ଜଃବେ ତୁମିମଃନ୍ ମର୍ ହାକ୍ ବାଉଳି ଆସାସ୍ ଆର୍ ମର୍ ବଲ୍ ମାନିକଃରି ସେହଃର୍କାରେ କାମ୍ କଃରାସ୍, ତଃବେ ତୁମିମଃନାର୍ ଜଃତ୍-କଃତ୍ ଲଃକ୍ମଃନ୍ ଅଃଗାସ୍ ସେସ୍ବାଗେ ରିଲେକ୍ ହେଁ ମୁଁୟ୍ ସେତିହୁଣି ସେମଃନ୍କେ ଆଣିନ୍ଦ୍ ଆର୍ ମୁଁୟ୍ ମର୍ ନିଜାର୍ ନାଉ ତାହୁନ୍ କଃରୁକେ ଜୁୟି ଟାଣ୍ ବାଚି ଆଚି, ସେଟାଣେ ସେମଃନ୍କେ ଆଣିନ୍ଦ୍; ଗଃଉଆରି କଃରୁଲେ, ନିଜାର୍ ଇ କଃତା ଏତୁ କଃର୍।
10 ଏମଃନ୍ ଅଃଉଁଲାୟ୍ ତର୍ ଦାସ୍ ଆର୍ ତର୍ ଲକ୍, ତୁୟ୍ ଏମଃନ୍କେ ନିଜାର୍ ବଃଡେ ସଃକ୍ତିଏ ଆର୍ ନିଜାର୍ ବଃଳ୍କାରି ଆତେ ମୁକ୍ତ୍ କଃରି ଆଚ୍ସି। 11 ଏ ମାପୁର୍ ଗଃଉଆରି କଃରୁଲେ, ଜୁୟି ଲଃକ୍ମଃନ୍ ତର୍ ନାଉଁକେ ଡିରୁକେ ଇଚା କଃର୍ତି, ଇରଃକମ୍ ତର୍ ଦାସାର୍ ପାର୍ତ୍ନା ଆର୍ ତର୍ ଦାସ୍ମଃନାର୍ ପାର୍ତ୍ନା ସୁଣ୍; ଆରେକ୍, ପାର୍ତ୍ନା କଃରୁଲେ, ଆଜି ତର୍ ନିଜାର୍ ଦାସାର୍ କାମ୍ ହୁର୍ନ୍ କଃର୍, ଆରେକ୍ ଇ ରଃଜାର୍ ଆକାୟ୍ ମକ୍ ଦଃୟା ହାଉଁକ୍ ଦେଏ।" ଇ ଦିନ୍ମଃନ୍ ମୁଁୟ୍ ରଃଜାକ୍ ଅଙ୍ଗୁର୍ ରଃସ୍ ଦେତିରିଲେ।