1 ଜୁୟି ଜାଜକ୍ମଃନ୍ ଆର୍ ଲେବିୟମଃନ୍ ସଲ୍ଟିୟେଲର୍ ହୟିସି ସରୁବାବିଲ୍ ଆର୍ ଜେସୁୟ ସଃଙ୍ଗ୍ ଆସିରିଲାୟ୍, ସେମଃନ୍ ଅଃଉଁଲାୟ୍ ସରାୟ, ଜିରିମିୟ, ଏଜ୍ରା; 2 ଅମରିୟ, ମଲୁକ, ହଟୁସ୍, 3 ସକନିୟ, ରୁହୁମ୍, ମରେମତ୍; 4 ଇଦ, ଗିନ୍ନତୟ, ଅବିୟ; 5 ମିୟାମିନ୍ ମୟଦିୟ, ବିଲଗା; 6 ସମୟ ଆର୍ ଜୟାରିବ୍, ଜିଦୟ; 7 ସାଲୁ, ଆମକ, ହିଲ୍କିୟ, ଜିଦୟ; ଏମଃନ୍ ଜେସୁୟର୍ ବଃଳ୍ ଜାଜକ୍ମଃନାର୍ ଆର୍ ନିଜାର୍ ନିଜାର୍ ବାୟ୍ମଃନାର୍ ବିତ୍ରେ ମୁଳିକା ରିଲାୟ୍। 8 ଆରେକ୍, ଲେବିୟମଃନ୍ ଜେସୁୟ, ବିନୁଇ, କଦ୍ମିଏଲ୍, ସେରେବିୟ, ଜିଉଦା ଆର୍ ମତନିୟ, ଇ ମତନିୟ ଆର୍ ତାର୍ ବାୟ୍ମଃନ୍ ଦନ୍ୟବାଦ୍ ଦେଉଁକେ ମୁଳ୍ ରିଲାୟ୍। 9 ଆରେକ୍ ହେଁ ସେମଃନାର୍ ବାୟ୍ ବକ୍ବୁକିୟ ଆର୍ ଉନି ସେମଃନାର୍ ଲଃଗେ ଜାଗୁଆଳି କାମ୍ କଃଲାୟି।
10 ଆରେକ୍, ଜେସୁୟର୍ ହୟିସି ଜୟାକିମ୍, ଜୟାକିମାର୍ ହୟିସି ଇଲିୟାସିବ୍ ଆର୍ ଇଲିୟାସିବାର୍ ହୟିସି ଜୟାଦ୍, 11 ଜୟାଦାର୍ ହୟିସି ଜନାତନ୍ ଆର୍ ଜନାତନାର୍ ହୟିସି ଜୟାଦ୍।
12 ଆରେକ୍, ଜୟାକିମାର୍ ବଃଳ୍ ଇ ଜାଜକ୍ମଃନ୍ ଦାଦିବଃଉଁସାର୍ ମୁଳିକା ରିଲାୟି ସରାୟ ବଃଉଁସାର୍ ମରାୟ ହନନିୟ। 13 ଜିରିମିୟ ବଃଉଁସାର୍ ହନାନିୟ; ଏଜ୍ରା ବଃଉଁସାର୍ ମସୁଲମ୍; ଅମରିୟ ବଃଉଁସାର୍ ଜିହହାନନ୍; 14 ମଲ୍କି ବଃଉଁସାର୍ ଜନାତନ୍, ସବନିୟ ବଃଉଁସାର୍ ଜସେପ୍; 15 ହାରିମ୍ ବଃଉଁସାର୍ ଅଦନ୍; ମରାୟତ୍ ବଃଉଁସାର୍ ହିଲ୍କିୟ; 16 ଇଦ ବଃଉଁସାର୍ ଜିକରିୟ; ଗିନ୍ନତନ୍ ବଃଉଁସାର୍ ମସୁଲମ୍; 17 ଅବିୟ ବଃଉଁସାର୍ ସିକ୍ରି; ବିନ୍ୟାମିନ୍ ବଃଉଁସାର୍, ମୟଦିୟ ବଃଉଁସାର୍ ପିଲ୍ଟେୟ; 18 ବିଲ୍ଗା ବଃଉଁସାର୍ ସମୁୟ; ସମୟ ବଃଉଁସାର୍ ଜିହନାତନ୍; 19 ଆରେକ୍, ଜୟାରିବ ବଃଉଁସାର୍ ମତନିୟ; ଜିଦୟ ବଃଉଁସାର୍ ଉସି; 20 ସାଲୁ ବଃଉଁସାର୍ କଲୟ, ଆମକ୍ ଏବେର୍ 21 ଆମକ ବଃଉଁସାର୍ ଏବର୍; ହିଲ୍କିୟ ବଃଉଁସାର୍ ହସବିୟ; ଜିଦୟ ବଃଉଁସାର୍ ନତନେଲ୍।
22 ଇଲିୟାସିବ, ଜୟାଦ୍ ଆର୍ ଜହାନନ୍ ଆର୍ ଜଦୁୟ ବଃଳ୍ ଲେବିୟମଃନ୍, ଆରେକ୍ ହେଁ ପାରସିକ ଦାରିଆବସର୍ ଅଃଦିକାରାର୍ ବଃଳ୍ ଜାଜକ୍ମଃନ୍ ଲେବିୟ ମୁଳିକା ବାବେ ଲେକାୟ୍ ଅୟ୍ଲାୟ୍। 23 ଲେବି-ବଃଉଁସ୍ଜାତ୍ ଦାଦିର୍ ବଃଉଁସ୍ ମୁଳିକାମଃନାର୍ ନାଉ ଇଲିୟାସିବର୍ ହୟିସି ଜହାନନାର୍ ବଃଳ୍ ହଃତେକ୍ ବଃଉଁସାବଳି ପୁସ୍ତକେ ଲେକା ଅୟ୍ଲି।
24 ଲେବିୟମଃନାର୍ ମୁଳିକାମଃନ୍; ହସବିୟ, ସେରେବିୟ ଆର୍ କଦ୍ମିଏଲାର୍ ହୟିସି ଜେସୁୟ ଆର୍ ସେମଃନାର୍ ମୁୟେଁ ସେମଃନାର୍ ବାୟ୍ମଃନ୍ ଇସ୍ୱରାର୍ ଲକ୍ ଦାଉଦାର୍ ଆଦେସ୍ ହଃର୍କାରେ ଦଃଳ୍ ଦଃଳ୍ ଅୟି ପ୍ରସଂସା ଆର୍ ଦନ୍ୟବାଦ୍ ଦେଉଁକେ ଟିଆଅୟ୍ଲାୟ୍। 25 ମତନିୟ ଆର୍ ବକ୍ବୁକିୟ, ଅବଦିୟ, ମସୁଲମ୍, ଟଲମନ୍, ଅକୁବ, ଦୁଆର୍ ଜାଗୁଆଳି ଅୟି ଦୁଆର୍ ଲଃଗେ ରିଲା ବଃଣ୍ଡାର୍ ଗଃରେ ସଃବୁ ଜାଗୁଆଳିକାମ୍ କଃଲାୟି। 26 ଏମଃନ୍ ଜସାଦକର୍ ନାତି ଜେସୁୟର୍ ହୟିସି ଜୟାକିମ୍ ବଃଳ୍ ଆର୍ ଗନର୍ ନିହିମିୟା ଆର୍ ଏଜ୍ରା ଜାଜକ୍ ଆର୍ ସାସ୍ତ୍ରି ବଃଳ୍ ରିଲାୟ୍।
27 ଇତାର୍ହଃଚ ଜିରୁସାଲମାର୍ ବାରିକଃତି ତାହୁନ୍ ବଃଳ୍ ଲଃକ୍ମଃନ୍ ଆତ୍ଟହଳି, ମରି ଆର୍ ଟୟ୍ଲା ବାଜାୟ୍ ଦନ୍ୟବାଦ୍ ଆର୍ ଗିତ୍ ସଃଙ୍ଗ୍ ସଃର୍ଦାୟ୍ ତାହୁନ୍ କଃରୁକେ ଲେବିୟମଃନ୍କେ ଜିରୁସାଲେମେ ଆଣୁକେ ସେମଃନାର୍ ସଃବୁ ଜଃଗାୟ୍ ସେମଃନ୍କେ କଜ୍ଲାୟ୍। 28 ଆରେକ୍, ଗିତ୍କୁଳିଆମଃନ୍ ଜିରୁସାଲମାର୍ ଚାରିବେଳ୍ତାର୍ ଦେସାର୍ ଆର୍ ନଟପାତିୟମଃନାର୍ ବିନ୍ ବିନ୍ ଗାଉଁଆର୍; 29 ଆରେକ୍ ହେଁ ବେତ୍ଗିଲ୍ଗଲ୍, ଆର୍ ଗେବା ଆର୍ ଅସ୍ମାବତ୍ ଇ ସଃବୁ ଜଃଗାୟ୍ ହୁଣି ରୁଣ୍ଡ୍ଲାୟ୍; ବଃଲେକ୍ ଗିତ୍କୁଳିଆମଃନ୍ ଜିରୁସାଲମାର୍ ଚାରିବେଲ୍ତ୍ ଅଃହ୍ଣାମଃନାର୍ ହାଁୟ୍ ଗାଉଁ ବାନ୍ଦି ରିଲାୟି। 30 ଆରେକ୍, ଜାଜକ୍ମଃନ୍ ଆର୍ ଲେବିୟମଃନ୍ ନିଜ୍ ନିଜ୍କେ ସୁଚି କଃଲାୟି; ଆରେକ୍, ସେମଃନ୍ ଲକ୍ମଃନ୍କେ ଆର୍ ଦୁଆର୍ ସଃବୁ ଆର୍ ବାରିକଃତି ସୁଚି କଃଲାୟି। 31 ଇତାର୍ହଃଚ ମୁଁୟ୍ ଜିଉଦାର୍ ନେତାମଃନ୍କେ ବାରିକଃତି ଉହ୍ରେ ଆଣ୍ଲେ, ଆର୍ ଦନ୍ୟବାଦ୍ ଆର୍ ଗିତ୍ କଃଉଁକେ ଦୁୟ୍ ଦଃଳ୍ କଃଲେ; ତଃବେ ଗଟେକ୍ ଦଃଳ୍ କାତାବାଟ୍ ବାରିକଃତି ଉହ୍ରେ କାତ୍ଦୁଆର୍ ହାକ୍ ଗଃଲାୟି; 32 ଆରେକ୍, ସେମଃନାର୍ ହଃଚେ ହସୟ ଆର୍ ଜିଉଦାର୍ ଆଦ୍ବାଗ୍ ନେତାମଃନ୍, 33 ଆର୍ ଅସରିୟ, ଏଜ୍ରା ଆର୍ ମସୁଲମ୍, 34 ଜିଉଦା ଆର୍ ବିନ୍ୟାମିନ୍ ଆର୍ ସମୟ ଆର୍ ଜିରିମିୟ 35 ଆର୍ କଃତେକ୍ ଜାଜକ୍ମଃନ୍ କମ୍ ଦଃରି ଗଃଲାୟି; ଆସପ୍-ବଃଉଁସ୍ ଜାତ୍ ସକୁରାର୍ ବୁଡାହୁତି, ମିକାଏଲାର୍ ହୁତି, ମତନିୟର୍ ନାତି, ସମୟର୍ ହୟିସି ଅଃଉଁଲା ଜନାତନ୍, ତାର୍ ହୟିସି ଜିକରିୟ 36 ଆର୍ ତାର୍ ବାୟ୍ମଃନ୍ ସମୟ ଆର୍ ଅସରେଲ୍, ମିଲଲୟ, ଗିଲଲୟ, ମାଇୟ, ନତନେଲ୍ ଆର୍ ଜିଉଦା, ହନାନି, ଏମଃନ୍ ଇସ୍ୱରାର୍ ଲକ୍ ଦାଉଦାର୍ ନାନା ବାଜାବାୟ୍ଦ୍ ଦଃରି ଇଣ୍ଡ୍ଲାୟ୍; ଏଜ୍ରା ସାସ୍ତ୍ରି ସେମଃନାର୍ ଆଗେ ଆଗେ ଇଣ୍ଡ୍ଲା; 37 ଆରେକ୍, ସେମଃନ୍ ଜଃର୍ନ୍ହାଣି ଦୁଆର୍ ଲଃଗେ ଅୟି ନିଜାର୍ ନିଜାର୍ ମୁଆଟିର୍ ସଃଳ୍କ୍ ବାଟେ ଦାଉଦ୍ ଗଃଳାର୍ ହାଉଜ୍ ଚଃଗ୍ଲା ହଃଚେ, ଦାଉଦାର୍ ଗଃର୍ ଉହ୍ରିକ୍ ଅୟି ହୁର୍ବ୍ ବାଟ୍ ହାଣିଦୁଆର୍ ହଃତେକ୍ ଗଃଲାୟି। 38 ଆରେକ୍, ସେମଃନାର୍ ବିନ୍ ଜୁୟି ଦଃଳ୍ ଦନ୍ୟବାଦ୍ ଦିଲାୟ୍, ସେମଃନ୍ ସେମଃନ୍କେ ବେଟୁକେ ଗଃଲାୟି, ଆର୍ ଅଃମି ଆର୍ ଲକ୍ମଃନାର୍ ଆଦେକ୍ ସେମଃନାର୍ ହଃଚେ ହଃଚେ ବାରିକଃତି ଉହ୍ରେ ଚୁଲିଦୁର୍ଗ୍ ଅୟି ଅଃସାର୍ ବାରିକଃତି ହଃତେକ୍ ଗଃଲୁ; 39 ଆରେକ୍, ଇପ୍ରୟମ୍-ଦୁଆର୍ ଆର୍ ହଃର୍ନା ଦୁଆର୍ ଆର୍ ମାଚ୍ ଦୁଆର୍ ରଃସ୍ତା ଆର୍ ହନନେଲ୍ ଗଃଳ୍ ଆର୍ ହମିୟ ଗଃଳ୍ ବାଟ୍ ଅୟି ମେଣ୍ଡା-ଦୁଆର୍ ହଃତେକ୍ ଗଃଲୁ; ଆରେକ୍, ସେମଃନ୍ ଜାଗୁଆଳି-ଦୁଆରେ ଟିଅୟ୍ ରିଲାୟ୍। 40 ଇରଃକମ୍ ଇସ୍ୱରାର୍ ମନ୍ଦିରେ ଦନ୍ୟବାଦ୍ ଦେତା ସେ ଦୁୟ୍ ଦଃଳ୍ ଆର୍ ମୁୟ୍, ଆରେକ୍, ମର୍ ସଃଙ୍ଗ୍ ଆଦ୍ବାଗ୍ ନେତାମଃନ୍; 41 ଆରେକ୍ ଇଲିୟାକିମ୍, ମାସେୟା, ବିନ୍ୟାମିନ୍, ମିକାୟ, ଇଲିହ-ଏନୟ, ଜିକରିୟ, ହନାନିୟ, କମ୍ହୁକୁ, ଇ ଜାଜକ୍ମଃନ୍; 42 ଆରେକ୍, ମାସେୟା ଆର୍ ସମଇୟ ଆର୍ ଇଲିୟାସର୍ ଆର୍ ଉସି ଆର୍ ଜିହହାନନ୍ ଆର୍ ମଲ୍କିୟ ଆର୍ ଏଲମ୍ ଆର୍ ଏସର୍, ଆରେକ୍ ଅଃମି ସଃର୍ନେ ଟିଆ ଅୟ୍ରିଲୁ। ସଃଡେବଃଳ୍ ଗିତ୍କୁଳିଆମଃନ୍ ଆର୍ ସେମଃନାର୍ ମୁଳିକା ଜିସ୍ରହିୟ ଆଉଲି ଅୟି ଗିତ୍ କୟ୍ଲା। 43 ଆରେକ୍, ସେଦିନ୍ ଲଃକ୍ମଃନ୍ ବଃଡ୍ ଅଃନେକ୍ ହୁଜା ଟେକିଦଃୟ୍ ସଃର୍ଦା କଃଲାୟି; ବଃଲେକ୍ ଇସ୍ୱର୍ ସେମଃନ୍କେ ବଃଡେ ସଃର୍ଦାୟ୍ ଦଃୟି ସଃର୍ଦା କଃରାୟ୍ରିଲା; ଆରେକ୍ ଟକିମଃନ୍, ଆର୍ ହିଲା ଟକିମଃନ୍ ସଃର୍ଦା କଃଲାୟି; ସେତାକ୍ ଜିରୁସାଲମାର୍ ଆଉଲି ଅଃନେକ୍ ଦୁର୍ ହଃତେ ଗଃଲି।
44 ଆରେକ୍, ସେଦିନ୍ ଦଃନ୍ ଆର୍ ବେଟି, ହଃର୍ତୁ ହଃଳ୍, ଆର୍ ଦଃସ୍ ବାଗାର୍ ବାଗେକ୍, ଜାଜକ୍ ଆର୍ ଲେବିୟମଃନାର୍ ଗିନେ ବିନ୍ବିନ୍ ଗଃଳାର୍ ଜଃମି ହଃର୍କାରେ ବିଦିର୍ ଲେକା ହଃର୍କାରେ ବାଗ୍ ରୁଣ୍ଡାଉଁକେ ସଃବୁ ବଃଣ୍ଡାରେ ଲକ୍ମଃନ୍କେ ବାଚ୍ଲାୟ୍; କାୟିତାକ୍ ବଃଲେକ୍ ସେବାକାରି ଜାଜକ୍ ଆର୍ ଲେବିୟମଃନାର୍ ଗିନେ ଜିଉଦା ସଃର୍ଦା ଅୟ୍ରିଲା। 45 ଆରେକ୍, ସେମଃନ୍ ଦାଉଦ୍ ଆର୍ ତାର୍ ହୟିସି ସଲମଃନାର୍ ବଲ୍ ହଃର୍କାରେ ନିଜାର୍ ଇସ୍ୱରାର୍ ସେବା କଃଲାୟି ଆର୍ ସୁଚି ଅୟ୍ଲାୟ୍, ଆର୍ ଗିତ୍କୁଳିଆମଃନ୍ ଆର୍ ଦୁଆର୍ ଜାଗୁଆଳିମଃନ୍ ସେରଃକମ୍ କଃଲାୟି। 46 ବଃଲେକ୍ ହୁର୍ବ୍କାଳେ ଦାଉଦ୍ ଆର୍ ଆସପାର୍ ବଃଳ୍ ଗିତ୍କୁଳିଆମଃନାର୍ ଏକ୍ଲା ମୁଳିକା ରିଲା ଆର୍ ଇସ୍ୱରାର୍ ହାଁୟ୍ ପ୍ରସଂସା ଆର୍ ଦନ୍ୟବାଦାର୍ ଗିତ୍ କଃଉଆ ଅଃଉତିରିଲି। 47 ଆରେକ୍, ସରୁବାବିଲ୍ ଆର୍ ନିହିମିୟାର୍ ବଃଳ୍ ସଃର୍ନେ ଇସ୍ରାଏଲ୍ ହଃତି ଦିନାର୍ ଦଃର୍କାର୍ ହଃର୍କାରେ ଗିତ୍କୁଳିଆମଃନାର୍ ଆର୍ ଦୁଆର୍ ଜାଗୁମଃନାର୍ ବାଗ୍ ଦିଲାୟ୍; ଆର୍ ଲଃକ୍ମଃନ୍ ଲେବିୟମଃନାର୍ ଗିନେ ସେମଃନାର୍ ବେଟିମଃନ୍ ସଃହ୍ରି ଦିଲାୟ୍ ଆର୍ ଲେବିୟମଃନ୍ ହାରଣ-ବଃଉଁସାର୍ ହିଲାମଃନାର୍ ଗିନେ ବେଟିଦାନ୍ମଃନ୍ ସର୍ହି ଦିଲାୟ୍।