1 ଜୁୟ୍ଲକ୍ମଃନ୍ ସିଲ୍ ମାରି ନାଉ ଲେକିରିଲାୟ୍ ସେମଃନାର୍ ନାଉ ଅଃଉଁଲି, ହକଲିୟର୍ ହୟିସି ନିହିମିୟା ଗନର୍ ଆର୍ ସିଦିକିୟ; 2 ସରାୟ୍, ଅସରିୟ, ଜିରିମିୟ; 3 ପସ୍ହୁର୍, ଅମରିୟ, ମଲ୍କିୟ୍; 4 ହଟୁସ୍, ସବନିୟ, ମଲ୍ଲୁକ୍; 5 ହାରିମ୍, ମରେମତ୍, ଅବଦିୟ; 6 ଦାନିଏଲ୍, ଗିନ୍ନତନ୍, ବାରୁକ୍; 7 ମସୁଲମ୍, ଅବିୟ, ମିୟାମିନ୍। 8 ମାସିୟ, ବିଲ୍ଗୟ, ସମଇୟ; ଏମଃନ୍ ଜାଜକ୍ ରିଲାୟ୍। 9 ଆରେକ୍, ଲେବିୟମଃନ୍ ଅଃଉଁଲାୟ୍, ଅସନିୟର୍ ହୟିସି ଜେସୁୟ; ହେନାଦଦର୍ ହିଲାମଃନ୍ ବିତ୍ରାର୍ ବିନୁଇ ଆର୍ କଦମିଏଲ୍। 10 ଆରେକ୍, ସେମଃନାର୍ ବାୟ୍ମଃନ୍, ସବନିୟ, ହଦିୟ, କଲିଟ, ପଲାୟ୍, ହାନନ୍; 11 ମିକା, ରହବ, ହସବିୟ; 12 ସକକୁର୍, ସେରେବିୟ, ସବନିୟ; 13 ହଦିୟ, ବାନି, ବନିନୁ। 14 ଇ ଲକ୍ମଃନାର୍ ନେତାମଃନ୍ ଅଃଉଁଲାୟ୍, ପରିୟସ୍, ପହତ୍-ମୟାବ୍, ଏଲମ୍, ସତୁ, ବାନି; 15 ବୁନି, ଅସ୍ଗଦ୍, ବେବୟ; 16 ଅଦନିୟ, ବିଗ୍ବୟ୍, ଆଦିନ; 17 ଆଟେର୍, ହିଜକିୟ, ଅସୁର୍; 18 ହଦିୟ, ହସୁମ୍, ବେତ୍ସୟ, 19 ହାରିପ୍, ଅନାତତ୍, ନବୟ; 20 ମଗ୍ପିୟସ୍, ମସୁଲମ୍, ହେସିର୍; 21 ମସେସବେଲ୍, ସାଦକ୍,ଜଦୁୟ; 22 ପଲାଟିୟ, ହାନନ୍, ଅନାୟ; 23 ହସେୟ, ହନାନିୟ, ହସୁବ୍; 24 ହଲହେସ୍, ପିଲହ, ସବେକ; 25 ରହୁମ୍, ହସବନା, ମାସେୟା, 26 ଅହିୟ, ହାନନ୍, ଅନାନ୍; 27 ମଲ୍ଲୁକ୍, ହାରିମ୍, ବାନା।
28 ଆରେକ୍, ବାକିଲକ୍ମଃନ୍ ଅଃଉଁଲାୟ୍, ଜାଜକ୍ମଃନ୍, ଲେବିୟମଃନ୍, ଦୁଆର୍ ଜାଗୁମଃନ୍ ଗିତ୍କୁଳିମଃନ୍, ମଃନ୍ଦିର୍ ସେବାକାରି ଆର୍ ଜଃତେକ୍ ଲଃକ୍ମଃନ୍ ଇସ୍ୱରାର୍ ବିଦି ମାନୁକେ ନାନା ଦେସାର୍ ଲକ୍ମଃନାର୍ ତଃୟ୍ହୁଣି ଅଃଲ୍ଗା ଅୟ୍ରିଲାୟ୍, ସେମଃନ୍, ସେମଃନାର୍ ଡକୁର୍ସିମଃନ୍, ସେମଃନାର୍ ହଃୟ୍ସିମଃନ୍ ଆର୍ ସେମଃନାର୍ ଜିସିମଃନ୍,ହଃତି ଗିଆନ୍କାରି ଆର୍ ବୁଦିକାରି ଲକ୍; 29 ସେମଃନ୍ ସେମଃନାର୍ ବାୟ୍ମଃନ, ସେମଃନାର୍ ନେତାମଃନାର୍ ସଃଙ୍ଗ୍ ମିସିକଃରି ଇସ୍ୱରାର୍ ଦାସ୍ ମସାର୍ ଆତେ ଦିଆ ଅୟ୍ଲା ଇସ୍ୱରାର୍ ବିଦି ହଃର୍କାରେ ରୁଣ୍ଡୁକେ ଆର୍ ଅଃମିମଃନାର୍ ମାପୁର୍ ଇସ୍ୱରାର୍ ସଃବୁ ବଲ୍ ଆର୍ ନିୟମ୍ ମଃନ୍ଦଃୟ୍ ମାନୁକେ ସୟ୍ତ୍ ଆର୍ ଜଃବାଉ କଃଲାୟି; 30 ଆର୍ କୟ୍ଲାୟ୍, "ଅଃମିମଃନ୍ ବିଦେସି ଲକ୍ମଃନ୍କେ ଅଃମାର୍ କଃନ୍ୟାମଃନ୍କେ ଦେଉଁ ନଃଚୁ, କି ଅଃମାର୍ ହଅମଃନାର୍ ହାଁୟ୍ ସେମଃନାର୍ କଃନ୍ୟା ଆଣୁ ନଃଚୁ।"
31 ଆରେକ୍, ଜଃବେ ଇ ଦେସାର୍ ଲଃକ୍ମଃନ୍ ବିସାଉଣିଦିନ୍ କାୟିହେଁ ଜିନିସ୍ କି କାଦିକଣ୍ଡା ବିକୁକେ ଆଣ୍ଲେକ୍, ଅଃମିମଃନ୍ ବିସାଉଣିଦିନ୍ କି ବିନ୍ କୁୟି ପବିତ୍ର ଦିନ୍ ସେମଃନାର୍ ତଃୟ୍ ହୁଣି ସେରି ଗେନୁ ନଃଚୁ; ଆରେକ୍, ହଃତି ସାତ୍ ବଃର୍ସ୍ ଜଃମି ଉମ୍ବାଳା ଚାଡୁନ୍ଦ୍ ଆର୍ ସଃବୁ ହଃର୍କାର୍ ରିଣ୍ ଆଦାୟ୍ କଃର୍ତାର୍ ଚାଡୁନ୍ଦ୍। 32 ଆରେକ୍, ଅଃମିମଃନ୍ ଅଃମାର୍ ଇସ୍ୱରାର୍ ସେବା କାମ୍ ହାଁୟ୍, 33 ବଃଲେକ୍, ରୁଟି ଆର୍ ନିତି ଅଃର୍ନ୍ଦାନ୍ ଆର୍ ନିତି ହମ୍ହୁଜା, ବିସାଉଣିବାର୍, ଅଃଉଁଆସ୍ ଦିନ୍ ସଃବୁ ହଃର୍ବ୍ ଦିନ୍ ଆର୍ ପବିତ୍ର ଜିନିସ୍ ଆର୍ ଇସ୍ରାଏଲାର୍ ହାହାର୍ ଗିନେ ନଃସ୍ଟ୍ ଅୟ୍ଲାର୍ ହୁର୍ନ୍ ହାଁୟ୍ ଦିଲା ହାହ୍ ଗିନେ ଆର୍ ଅଃମାର୍ ଇସ୍ୱରାର୍ ଗଃରାର୍ ସଃର୍ନେ କାମ୍ ହାଁୟ୍ ହଃତି ବଃର୍ସ୍ ଗଟ୍ ସେକଲାର୍ ତିନି ବାଗାର୍ ବାଗେକ୍ ଦାନ୍ କଃର୍ତାର୍ ଦାୟିତ୍ ନିଜାର୍ ଉହ୍ରେ ନେତାର୍ ନିୟମ୍ ହାଳୁନ୍କଃଲୁ।
34 ଆରେକ୍, ବିଦିର୍ ଲେକା ହଃର୍କାରେ ମାପୁର୍ ଅଃମାର୍ ଇସ୍ୱରାର୍ ବେଦି ଉହ୍ରେ ହଡାଉଁକେ ଅଃମାର୍ ଦାଦିର୍ ବଃଉଁସ୍ ହଃର୍କାରେ ବଃର୍ସ୍କେ ବଃର୍ସ୍ ଟିକ୍ କଃଲା ବେଳାୟ୍ ଅଃମିମଃନାର୍ ଇସ୍ୱରାର୍ ଗଃରେ ଦାରୁ ଆଣ୍ତା ହାଁୟ୍ ଅଃମିମଃନ୍, ବଃଲେକ୍ ଜାଜକ୍ମଃନ୍, ଲେବିୟମଃନ୍ ଆର୍ ଲଃକ୍ମଃନ୍ କାଟ୍ ଦାନ୍ କଃର୍ତା ବିସୟେ କେଳି ହୁଟାୟ୍ଲୁ।
35 ଆରେକ୍, ଅଃମାର୍ ନିଜାର୍ ନିଜାର୍ ଜଃମିର୍ ହଃର୍ତୁ ତାସ୍ ଆର୍ ସଃବୁହଃର୍କାର୍ ଗଃଚାର୍ ହଃର୍ତୁ ହଃଳ୍ ବଃର୍ସ୍କେ ବଃର୍ସ୍ ମାପୁରାର୍ ଗଃରେ ଆଣୁକେ, 36 ଆର୍ ବିଦିର୍ ଲେକା ହଃର୍କାରେ ଅଃମାର୍ ହିଲାମଃନାର୍ ଆର୍ ହଃସୁମଃନାର୍ ହଃର୍ତୁମ୍ ଜାତ୍ ଆର୍ ଅଃମାର୍ ଗାୟ୍ମଃନ୍ଦାର୍ ଆର୍ ମେଣ୍ଡାମଃନ୍ଦାର୍ ହଃର୍ତୁମ୍ ଜାତ୍ ଅୟ୍ଲାର୍ ଅଃମାର୍ ଇସ୍ୱରାର୍ ଗଃରେ, ଅଃମାର୍ ସେବାକାରି ଜାଜକ୍ମଃନାର୍ ଲଃଗେ ଆଣୁକେ 37 ଆରେକ୍, ଅଃମାର୍ ମଇଦାର୍ ହଃର୍ତୁ ବାଗ୍ ଆର୍ ଅଃମର୍ ବେଟିଦାନ୍ ଆର୍ ସଃବୁ ହଃର୍କାର୍ ଗଃଚାର୍ ହଃଳ୍, ଅଙ୍ଗୁର୍ ରଃସ୍ ଆର୍ ଜିତ୍ ଚିକଣ୍ ଜାଜକ୍ମଃନାର୍ ହାକ୍ ଅଃମାର୍ ଇସ୍ୱରାର୍ ଗଃରାର୍ ବଃଣ୍ଡାରେ ଆଣୁକେ, ଆର୍ ଜଃମିଏ ହାକ୍ଲା ତାସାର୍ ଦଃସ୍ମାସ୍ ଲେବିୟମଃନାର୍ ଲଃଗେ ଆଣୁକେ ତିର୍ କଃଲୁ; କାୟିତାକ୍ ବଃଲେକ୍ ସେ ଲେବିୟମଃନ୍ ଅଃମାର୍ ସଃବୁ ତାସ୍ ଗଃଳେ ଦଃସ୍ବାଗାର୍ ବାଗେକ୍ ଆଦାୟ୍ କଃର୍ତି। 38 ମଃତର୍ ଲେବିୟମଃନ୍ ଦଃସ୍ବାଗାର୍ ଗଟେବାଗ୍ ଆଦାୟ୍ କଃର୍ତାବଃଳ୍ ହାରଣାର୍ ବଃଉଁସାର୍-ଜାଜକ୍ ଲେବିୟମଃନାର୍ ସଃଙ୍ଗ୍ ରଃୟ୍ଦ୍; ଆରେକ୍, ଲେବିୟମଃନ୍ ଇସ୍ୱରାର୍ ଗଃରାର୍ ବଃଣ୍ଡାର୍ ଗଃରେ ଦଃସ୍ ବାଗ୍ ଟାଣୁ ଗଟେବାଗ୍ ଆଣ୍ତି। 39 ବଃଲେକ୍ ପବିତ୍ର ଜଃଗାର୍ ଆସ୍ତି ସଃବୁ ଆର୍ ସେବାକାରି ଜାଜକ୍ମଃନ୍, ଆର୍ ଦୁଆର୍ ଜାଗୁଆଳି ଆର୍ ଗିତ୍କୁଳିମଃନ୍ ଜୁୟ୍ସଃବୁ ବଃକ୍ରାୟ୍ ରେଉଁଲାୟ୍, ସେଟାଣେ ଇସ୍ରାଏଲ୍-ଲକ୍ମଃନ୍ ଆର୍ ଲେବିୟ-ବଃଉଁସାର୍ ଲଃକ୍ମଃନ୍ ତାସାର୍ ଆର୍ ଅଙ୍ଗୁର୍ ରଃସାର୍ ଆର୍ ଜିତ୍ ଚିକଣାର୍ ଦାନ୍ ଆଣ୍ତି; ଆରେକ୍, ଅଃମିମଃନ୍ ଅଃମାର୍ ଇସ୍ୱରାର୍ ଗଃର୍କେ ନଃଚାଡୁ।