1 ମଃତର୍ ଅଃମିମଃନ୍ କୁଆଳ୍ କଃତି ହାଜୁଲୁ ବଃଲି ସୁଣିକଃରି ସନ୍ବଲ୍ଟ୍ ଗିଜ୍ରି ଅୟି ଜିଉଦିମଃନ୍କେ ଗେଙ୍ଗ୍ରାୟ୍ଲା। 2 ଆରେକ୍, ସେ ତାର୍ ବାୟ୍ମଃନାର୍ ଆର୍ ସମରିଆ ସଃଇନ୍ ଦଃଳାର୍ ମୁଏଁ ଇ କଃତା କୟ୍ଲା, "ଇ ବଃଳ୍ ନୟ୍ଲା ଜିଉଦିମଃନ୍ କାୟିରି କଃରୁଲାୟ୍? ସେମଃନ୍ କାୟିରି ଗଃଳ୍କେ ବଃନ୍ଦ୍ କଃରିରେତି? ସେମଃନ୍ ହୁଜା କଃର୍ତି? ସେମଃନ୍ କାୟିରି ଗଟେ ଦିନ୍ ବିତ୍ରେ କାମ୍ ସଃରାଉତି? ସେମଃନ୍ କାୟିରି ଗାଦ୍ଅୟ୍ଲା ହଡ୍ଲା ଟେଳା ବିତ୍ରାର୍ ନିକ ଟେଳା ବାଚୁକେ ହାର୍ତି?" 3 ସଃଡେବଃଳ୍ ଅମନିୟ ଟବିୟ ତାର୍ଚଃମେ ରିଲା ଆରେକ୍, ସେ କୟ୍ଲା, " ସେମଃନ୍ ଜୁୟ୍ରି ଗଃଳୁଲାୟ୍ ଗଟେକ୍ କଲ୍ୟା ଚଃଗିଗଃଲେକ୍ ସେମଃନାର୍ ସେ ଟେଳା କଃତି ବାଙ୍ଗେଦ୍।" 4 ଏ ଅଃମାର୍ ଇସ୍ୱର୍, ସୁଣ୍; କାୟିତାକ୍ ବଃଲେକ୍ ଅଃମିମଃନ୍ ଅପ୍ମାନ୍ ହାଉଁଲୁ; ସେମଃନାର୍ ଗେଙ୍ଗ୍ରାଉତାର୍ ସେମଃନାର୍ ନିଜାର୍ ମୁଣ୍ଡେ ଲେଉଟାୟ୍ ଦେସ୍ ଆର୍ ସେମଃନ୍କେ ବିଦେସିମଃନ୍ ଜୁରି ନେଉଅତ୍ ସେତାକେ ସେମଃନ୍କେ ସଃହ୍ରିଦେସ୍। 5 ଆର୍ ସେମଃନାର୍ ଅଃଦଃର୍ମ୍ ଡାହ୍ନାୟ୍ ଆର୍ ସେମଃନାର୍ ହାହ୍ କେମାକଃର୍ ନାୟ୍; କାୟିତାକ୍ ବଃଲେକ୍ କୁଆଳ୍କଃତି ଗଃଳୁମଃନ୍ ଅଃମିକେ ଅଃପ୍ମାନ୍ କଃରି ଆଚ୍ତି। 6 ଇ ରଃକମ୍ ଅଃମିମଃନ୍ କୁଆଳ୍କଃତି ଗଃଳ୍ଲୁ ଆର୍ ତାର୍ ଉଚା ଅଦାବାଗ୍ ହଃତେକ୍ ଜଳାଅୟ୍ଲି; ବଃଲେକ୍ କାମ୍ କଃରୁକେ ଲକ୍ମଃନାର୍ ମଃନ୍ ରିଲି।
7 ମଃତର୍ ଜିରୁସାଲମାର୍ କୁଆଳ୍କଃତିର୍ ଗଃଳ୍ତା କାମ୍ ଆଗେଆଗେ ଜଃଉଁଲି ଆର୍ ବାଙ୍ଗ୍ଲା ଜଃଗା ସଃବୁ ବଃନ୍ଦ୍ ଅଃଉଁକେ ଜଃଉଁଲି, ଇ କଃତା ସୁଣି ସନ୍ବଲଟ୍ ଆର୍ ଟବିୟ, ଆରେକ୍ ଆରବିୟମଃନ୍ ଆର୍ ଅମନିୟମଃନ୍ ଆର୍ ଅସ୍ଦଦିୟମଃନ୍ ବଃଡେ ରିସା ଅୟ୍ଲାୟ୍। 8 ଆରେକ୍, ସେମଃନ୍ ସଃବୁ ଲକ୍ ଜିରୁସାଲମେ ଜାୟ୍କଃରି ତାର୍ ବିରୁଦେ ଜୁଜ୍ କଃରୁକେ ଆର୍ ସେତି ଗଣ୍ଡ୍ଗଳ୍ କଃରୁକେ ଗଟେଟାଣେ ରୁଣ୍ଡି କୁଟ୍ କଃଲାୟି। 9 ମଃତର୍ ଅଃମିମଃନ୍ ସେମଃନାର୍ ଗିନେ ଅଃମାର୍ ଇସ୍ୱରାର୍ ତଃୟ୍ ପାର୍ତ୍ନା କଃଲୁ ଆର୍ ଦିନ୍ରାତି ସେମଃନାର୍ ବିରୁଦେ ଜାଗୁଳିଆଳିମଃନ୍କେ ଜାଗାୟ୍ଲୁ। 10 ସଃଡେବଃଳ୍ ଜିଉଦା କୟ୍ଲା, "ବଜ୍ବଃଉତା ଲକ୍ମଃନାର୍ ବଃଳ୍ ସଃରିଜାୟ୍ ଆଚେ, ଆରେକ୍ ଅଃନେକ୍ ବାଙ୍ଗ୍ଲା କଃତି ଆଚେ; ଇତାର୍ଗିନେ ଅଃମିମଃନ୍ କୁଆଳ୍କଃତି ଗଃଳୁକେ ନଃହାରୁଲୁ।"
11 ଆରେକ୍, ଅଃମାର୍ ସଃତ୍ରୁମଃନ୍ ବାବ୍ଲାୟ୍, "ଅଃମିମଃନ୍ ସେମଃନାର୍ ବିତ୍ରେ ଜାୟ୍ ସେମଃନ୍କେ ଅଃତ୍ୟା ଆର୍ ସେମଃନାର୍ କାମ୍ ବଃନ୍ଦ୍ କଃର୍ତା ହଃତେକ୍ ସେମଃନ୍ ଜାଣୁ ନଃହାର୍ତି କି ଦଃକୁ ନଃହାର୍ତି।" 12 ଆରେକ୍, ସଃତ୍ରୁମଃନାର୍ ବିତ୍ରେ ବାସ୍କଃର୍ତା ଜିଉଦିମଃନ୍ ସଃବୁ ଜଃଗାର୍ ଆସି ଅଃମିମଃନ୍କେ କୟ୍ଲାଗୁଲାୟ୍, "ତୁମିମଃନ୍କେ ଅଃମାର୍ ହାକ୍ ବାଉଳି ଆସୁକ୍ ଅୟ୍ଦ୍।" 13 ଇତାର୍ଗିନେ ମୁଁୟ୍ କୁଆଳ୍କଃତିର୍ ହଃଚ୍ବାଟ୍ ସଃବ୍କେ ତଃଳେ ମେଲା ଜଃଗାୟ୍ ଲକ୍ମଃନ୍କେ ସେମଃନାର୍ ଗଃର୍କୁଟୁମ୍ ହଃର୍କାରେ ସେମଃନ୍କେ କଃଣ୍ଡା ଆର୍ ବାଲା ଆର୍ ଦଃଣୁ ଦଃୟ୍କଃରି ବଃସାୟ୍ଲେ।
14 ତଃବେ ମୁଁୟ୍ ଅଃନାୟ୍ଲେ ଆର୍ ଜାୟ୍ କଃରି ନେତାମଃନ୍କେ ଆର୍ ମୁଳିକାମଃନ୍କେ ଆର୍ ସଃବୁ ଲକ୍ମଃନ୍କେ କୟିଲେ, "ତୁମିମଃନ୍ ସେମଃନକେ ଡିରା ନାୟ୍; ମାପୁର୍କେ ଏତୁକଃରା, ସେ ଅଃଉଁଲା ବଃଡ୍ ଆର୍ ମାୟ୍ନ୍ଲକ୍, ଆର୍ ତୁମିମଃନ୍ ନିଜାର୍ ନିଜାର୍ ବାୟ୍ମଃନାର୍, ହିଲାମଃନାର୍ ଆର୍ ଟକିମଃନାର୍, ନିଜାର୍ ନିଜାର୍ ଡକୁର୍ଦିମଃନାର୍ ଆର୍ ଗଃରାର୍ ହାଁୟ୍ ଜୁଜ୍ କଃରା।"
15 ହଃଚେ ଅଃମାର୍ ସଃତ୍ରୁମଃନ୍ ସୁଣ୍ଲାୟ୍ ଜେ, ସେମଃନାର୍ କୁଟ୍ ଅଃମିମଃନ୍କେ ଜାଣାହଃଳିଆଚେ ଆର୍ ଇସ୍ୱର୍ ସେମଃନାର୍ ଜଃଜ୍ନା ବାଙ୍ଗି ଆଚେ, ତଃବେ ଅଃମିମଃନ୍ ସଃବୁ ଲକ୍ ବାରିକଃତିକେ ନିଜାର୍ ନିଜାର୍ କାମ୍ କଃରୁକେ ବାଉଳି ଗଃଲୁ।
16 ଆରେକ୍ ସେଦିନ୍ ହୁଣି ମର୍ ବାକି ଦାସ୍ମଃନ୍ କାମ୍ କଃଲାୟି ଆର୍ ବାକି ଦାସ୍ମଃନ୍ ବାଲା, କଃଣ୍ଡା, ଦଃଣୁ ଆର୍ ଜାପଣ୍ ଦଃରି ଜାଗି ରିଲାୟ୍; ଆରେକ୍, ମୁଳିକାମଃନ୍ ଜିଉଦାର୍ ସଃବୁ ଲକାର୍ ହଃଚେ ରିଲାୟ୍। 17 ଜୁୟ୍ଲକ୍ମଃନ୍ ବାରିକଃତି ଗଃଳ୍ଲାୟ୍ ଆର୍ ଜୁୟ୍ଲକ୍ମଃନ୍ ବଜ୍ ବୟ୍ଲାୟ୍, ସଃବୁ ଲକ୍ ଗଟେ ଆତେ କାମ୍ କଃଲାୟି ଆର୍ ବିନ୍ ଆତେ ଅଃସ୍ତର୍ ଦଃର୍ଲାୟ୍। 18 ଆରେକ୍ ମେସ୍ତୁରିମଃନ୍ ସଃବୁ ନିଜାର୍ ନିଜାର୍ ଅଃଟାୟି କଃଣ୍ଡା ବାନ୍ଦି ସେରଃକମ୍ କାମ୍ କଃଲାୟି। ଆରେକ୍, ତୁରିହୁକୁମଃନ୍ ମର୍ ସଃଙ୍ଗ୍ ରିଲାୟ୍। 19 ଇତାର୍ହଃଚ ମୁଁୟ୍ ମାୟ୍ନ୍କାରିମଃନ୍ ଆର୍ ସାସନ୍କାରି ଆର୍ ସଃର୍ନେ ଲକ୍ମଃନ୍କେ କୟିଲେ, କାମ୍ ବାଡିଗଃଲି ଆରେକ୍ ଅଃମିମଃନ୍ ବାରିକଃତି ଉହ୍ରେ ଅଃଲ୍ଗା ଅୟି ଏକ୍ ଆରେକ୍କେ ଦୁରିକ୍ ଆଚୁ; 20 ଇତାର୍ଗିନେ ଜୁୟି ଜଃଗାୟ୍ ହେଁ ରଃୟ୍ କମ୍ ସଃବ୍ଦ୍ ସୁଣାସ୍, ସେତିହୁଣି ମର୍ ଲଃଗେ ଆସାସ୍; ଅଃମାର୍ ଇସ୍ୱର୍ ଅଃମାର୍ ଗିନେ ଜୁଜ୍ କଃରେଦ୍। 21 ଇ ହଃର୍କାରେ ଅଃମିମଃନ୍ ସେ କାମେ ଲାଗିରିଲୁ, ଆରେକ୍ ସଃକାଳ୍ ହୁଣି ସଃଞ୍ଜ୍ ଅୟି ତାରା ଡିସ୍ତା ହଃତେକ୍ ସେମଃନାର୍ ବାକି ଲକ୍ ବାଲା ଦଃରି ଜାଗିରିଲାୟ୍। 22 ସଃଡେବଃଳ୍ ମୁଁୟ୍ ଲକ୍ମଃନ୍କେ ଆରେକ୍ କୟିଲେ, ସଃବୁଲକ୍ ରାତିର୍ବଃଳ୍ ନିଜାର୍ ନିଜାର୍ ଦାସ୍ ସଃଙ୍ଗ୍ ଜିରୁସାଲେମ୍ ବିତ୍ରେ ରିଆ, ତଃବେ ସେମଃନ୍ ରାତିବଃଳ୍ ଅଃମାର୍ ଜାଗୁଆଳି ଅଃଉଁ ହାର୍ତି ଆର୍ ଦିବସେ କାମ୍ କଃରୁକେ ହାର୍ତି। 23 ଇରଃକମ୍ ମୁଁୟ୍ କି ମର୍ ବାୟ୍ମଃନ୍ କି ମର୍ ଦାସ୍ମଃନ୍ କି ମକ୍ ଜାଗ୍ତା ଜାଗୁଆଳିମଃନ୍ କେହେଁ ନିଜାର୍ ଗଃଗାଳାର୍ ବଃସ୍ତର୍ ନଃକାଡ୍ଲୁ, ସଃବୁ ଲକ୍ ନିଜାର୍ ନିଜାର୍ ଅଃସ୍ତର୍ ସଃଙ୍ଗ୍ ହାଣି ଲଃଗେ ଗଃଲୁ।