1 ତଃବେ ସଃର୍ନେ ଲକ୍ ହାଣିଦୁଆର୍ ଲଃଗେ ଏକ୍ ମଃନେ ଗଟେତଃୟ୍ ରୁଣ୍ଡ୍ଲାୟ୍; ଆରେକ୍, ଇସ୍ୱର୍ ଇସ୍ରାଏଲ୍କେ ମସାର୍ ଜୁୟି ବିଦି-ପୁସ୍ତକ୍ ଦଃୟ୍ରିଲା, ସେରି ଆଣୁକେ ସେମଃନ୍ ଏଜ୍ରା ଗୁରୁକେ କୟ୍ଲାୟ୍। 2 ତଃବେ ସାତ୍ ମାସାର୍ ହଃର୍ତୁ ଦିନ୍, ଏଜ୍ରା ଜାଜକ୍ ଟକି ଅଃଣ୍ଡ୍ରା ଜଃତେକ୍ ଲକ୍ ସୁଣି ବୁଜୁକ୍ ହାର୍ତି, ସେ ସଃର୍ନେ ଲକାର୍ ଲଃଗେ ସେ ବିଦିର୍-ପୁସ୍ତକ୍ ଆଣ୍ଲା। 3 ତଃବେ ସେ ହାଣିଦୁଆର୍ ନାଉଁଆର୍ ରଃସ୍ତାର୍ ଜେକ୍ସେନେ ଅଃଣ୍ଡ୍ରା ଆର୍ ଟକି ଜଃତେକ୍ ଲକ୍ ବୁଜୁ ହାର୍ତି, ସେ ସଃବୁଲକାର୍ ଆଗେ ସଃକାଳ୍ ହୁଣି ମୁଣ୍ଡେବେଳା ହଃତେକ୍ ସେ ବିଦିପୁସ୍ତକେ ହଳି ସୁଣାୟ୍ଲା; ଆରେକ୍, ସଃର୍ନେ ଲକ୍ ସେରି କାନ୍ହାତି ସୁଣ୍ଲାୟ୍। 4 ଆରେକ୍, ଏଜ୍ରା ଜାଜକ୍ ଇ କାମାର୍ ଗିନେ ହାଜିରିଲା ଗଃଚେ ତିଆର୍ କଃଲା ମାଚା ଉହ୍ରେ ଟିଆ ଅୟ୍ଲା; ଆରେକ୍, କାତାବାଟ୍ୟା ତାର୍ ଲଃଗେ ମତତିୟ, ସେମା, ଅନାୟ୍, ଉରିୟ, ହିଲ୍କିୟ ଆର୍ ମାସେୟା ଟିଆ ଅୟ୍ଲାୟ୍; ଆରେକ୍, ତାର୍ ଡେବ୍ରିବାଟ୍ୟା ପଦାୟ, ମିସାଏଲ୍, ମଲ୍କିୟ, ହସୁମ୍, ହସ୍ବଦାନା, ଜିକରିୟ ଆର୍ ମସୁଲମ୍ ଟିଆ ଅୟ୍ଲାୟ୍। 5 ଇତାର୍ହଃଚ ଏଜ୍ରା ସଃବୁ ଲକ୍ମଃନାର୍ ଦଃକ୍ଣେ ସେ ପୁସ୍ତକ୍ ଉଗାଳ୍ଲା; ବଃଲେକ୍ ସେ ସଃର୍ନେ ଲକ୍ମଃନାର୍ ତଃୟ୍ ହୁଣି ଉଚ୍ ଜଃଗାୟ୍ ଟିଆ ଅୟ୍ରିଲା; ଆରେକ୍, ସେ ପୁସ୍ତକ୍ ଉଗାଳ୍ଲାକେ, ସଃବୁ ଲକ୍ ଟିଆ ଅୟ୍ଲାୟ୍। 6 ତବେ ଏଜ୍ରା ବଃଡ୍ ଇସ୍ୱର୍ ମାପୁର୍କେ ଦନ୍ୟବାଦ୍ ଦିଲା। ଆରେକ୍, ସଃର୍ନେ ଲକ୍ ନିଜାର୍ ନିଜାର୍ ଆତ୍ ଟେକି ଆମେନ୍, ଆମେନ୍ ବଃଲି କୟ୍ଲାୟ୍; ଆରେକ୍, ସେମଃନ୍ ନିଜାର୍ ନିଜାର୍ ମୁଣ୍ଡ୍ ତଃଳେ କଃରି ମାପୁର୍କେ ମୁଣ୍ଡିଆମାରି ଜୁଆର୍ କଃଲାୟି। 7 ଆରେକ୍, ଜେସୁୟ ଆର୍ ବାନି ଆର୍ ସେରେବିୟ, ଜାମିନ୍, ଅକୁବ୍, ସାବେତାୟି, ହଦିୟ, ମାସେୟା, କଲିଟ, ଅସରିୟ, ଜସାବଦ୍, ହାନନ୍, ପଲାୟ୍ ଆର୍ ଲେବିୟମଃନ୍ ଲକ୍ମଃନ୍କେ ବିଦି ବୁଜାୟ୍ ଦିଲାୟ୍;ଆରେକ୍, ଲକମଃନ୍ ନିଜାର୍ ନିଜାର୍ ଜଃଗାୟ୍ ଟିଆ ଅୟ୍ରିଲାୟ୍। 8 ଆରେକ୍, ସେମଃନ୍ ବୁଜ୍ଲାହର୍ ଇସ୍ୱରାର୍ ବିଦିର-ପୁସ୍ତକାର୍ ହଳ୍ଲାୟ୍ ଆର୍ ସେମଃନ୍ ସେତିର୍ ଅଃର୍ତ୍ ବୁଜାୟ୍ ଦିଲାୟ୍, ତଃବେ ଲଃକ୍ମଃନ୍ ସେରି ବୁଜୁକେ ହାର୍ଲାୟ୍।
9 ଆରେକ୍, ଗନର୍ ନିହିମିୟା ଆର୍ ଏଜ୍ରା ଜାଜକ୍ ଆର୍ ଲକ୍ମଃନ୍କେ ସିକ୍ୟାଦେତା ଲେବିୟମଃନ୍ ସଃବୁ ଲକ୍ମଃନ୍କେ କୟ୍ଲାୟ୍, "ଆଜିର୍ ଦିନ୍ ମାପୁର୍ ତୁମିମଃନାର୍ ଇସ୍ୱରାର୍ ହାଁୟ୍ ପବିତ୍ର ଦିନ୍; ଦୁକ୍ ନଃକେରା କି କାନ୍ଦି ନଃକେରା।" ବଃଲେକ୍ ବିଦିର୍ ବଃଚନ୍ ଜାଣିକଃରି ସଃର୍ନେ ଲକ୍ ରଃଦନ୍କଃଲାୟ୍। 10 ଆରେକ୍, ନିହିମିୟା ସେମଃନ୍କେ କୟ୍ଲା, "ନିଜାର୍ ନିଜାର୍ ଗଃରେ ଜଃହା, ନିକକାଦି କାହା ଆର୍ ସୁଆଦ୍ ରଃସ୍ ସୁରା ଆର୍ ଜାର୍ ହାଁୟ୍ କିଚି ତିଆର୍ ନଃୟ୍, ତାର୍ ହାକ୍ କିଚି ହଃଟାଉଆ; କାୟିତାକ୍ ବଃଲେକ୍ ଆଜିର୍ ଦିନ୍ ଅଃଉଁଲି ଅଃମାର୍ ମାପୁରାର୍ ହାଁୟ୍ ପବିତ୍ର, ତୁମିମଃନ୍ ଦୁକ୍ କଃରାନାୟ୍; ବଃଲେକ୍ ମାପୁରାର୍ ଆସ୍ର ତୁମିମଃନାର୍ ବଃଳ୍ ଅୟ୍ଦ୍।" 11 ଇହଃର୍କାର୍ ଲେବିୟମଃନ୍ ସଃର୍ନେ ଲକ୍ମଃନ୍କେ ତୁନି ହଳୁକ୍ କୟ୍ଲାୟ୍, " ଚିମ୍ରା ଅଃଉଆ, ଆଜି ପବିତ୍ର ଦିନ୍ ତୁମିମଃନ୍ ଦୁକ୍ କଃରାନାୟ୍।" 12 ଇତାର୍ହଃଚ ଲଃକ୍ମଃନ୍ କାଉଁ ହିଉଁକେ ଆର୍ କିଚି ବାଗ୍ ହଃଟାଉଁକେ ଆର୍ ବଃଡେ ସଃର୍ଦା କଃରୁକେ ନିଜାର୍ ନିଜାର୍ ଗଃରେ ଗଃଲାୟି, ବଃଲେକ୍ ସେମଃନ୍ ହଳିରିଲା ବଃଚନାର୍ ଅଃର୍ତ୍ ବୁଜୁକେ ହାର୍ଲାୟ୍।
13 ଇତାର୍ହଃଚ ଆର୍କ ଦିନ୍ ସଃବୁ ଲକ୍ମଃନାର୍ ଗଃର୍ କୁଟୁମାର୍ ବଃଡ୍ ଲଃକ୍ମଃନ୍, ଜାଜକ୍ମଃନ୍ ଆର୍ ଲେବିୟ୍ମଃନ୍ ବିଦିର୍ ବଃଚନ୍ ଦିଆନ୍ କଃରୁକେ ସାସ୍ତ୍ରି ଏଜ୍ରାର୍ ଲଃଗେ ରୁଣ୍ଡ୍ଲାୟ୍। 14 ସେମଃନ୍ ମସାର୍ ଦଃୟି ଦିଆ ଅୟ୍ଲା ମାପୁରାର୍ ଇ ଆଦେସ୍ ବିଦିଏ ଲେକା ରିଲାର୍ ଦଃକ୍ଲାୟ୍ ଜେ, ସାତ୍ ମାସାର୍ ହଃର୍ବ୍ ବଃଳ୍ ଇସ୍ରାଏଲ୍ ଲଃକ୍ମଃନ୍ ହଃତାର୍ କୁଳିଆୟ୍ ବାସା କଃର୍ତି; 15 ଆରେକ୍, ସେମଃନ୍ ନିଜାର୍ ନିଜାର୍ ସଃବୁ ଗଃଳେ ଆର୍ ଜିରୁସାଲମେ ଇ କଃତା ସୁଣାଉତି ଆର୍ ପର୍ଚାର୍ କଃର୍ତି, "ତୁମିମଃନ୍ ଲେକା ହଃର୍କାରେ ହଃତାର୍ କୁଳିଆ ତିଆର୍ କଃରୁକେ ହଃର୍ବାତେ ଜାୟ୍ ଜିତ୍ ଡାଳ୍ ବନ୍ ଜିତ୍ଡାଳ୍ ଆର୍ ବେତ୍ଲା ଡାଳ୍ ଆର୍ କଃଜ୍ରି ଡାଳ୍ ଆର୍ ଜଃବର୍ ହଃତାର୍ ରିଲା ଗଃଚାର୍ ଡାଳ୍ ଆଣା।"
16 ତଃବେ ଲଃକ୍ମଃନ୍ ହଃଦାୟି ଜାୟ୍ ସେରି ସଃବୁ ଆଣି ନିଜାର୍ ନିଜାର୍ ହଃତାର୍ କୁଳିଆ ହାଜ୍ଲାୟ୍, ଲଃକ୍ମଃନ୍ ନିଜାର୍ ନିଜାର୍ ଗଃରାର୍ ଚାନି ଉହ୍ରେ ଆର୍ କୁଆଳେ ଆର୍ ଇସ୍ୱରାର୍ ଗଃରାର୍ ସଃର୍ନେ କୁଆଳେ ଆର୍ ହାଣିଦୁଆର୍ ଆର୍ ଇପ୍ରୟ୍ମ୍ ଦୁଆର୍ ବାଟାର୍ ସଃନ୍ଦିଏ ତିଆର୍ କଃଲାୟି। 17 ଆରେକ୍, ବନ୍ଦିତଃୟ୍ ହୁଣି ବାଉଳି ଆସିରିଲା ଲକ୍ମଃନାର୍ ସଃର୍ନେ ଦଃଳ୍ ହଃତାର୍ କୁଳିଆ ହାଜିକଃରି ତାର୍ ବିତ୍ରେ ବାସାକଃଲାୟ୍; ନୁନର୍ ହୟିସି ଜିହସୁଆର୍ ସଃମୟେ ହୁଣି ସେଦିନ୍ ହଃତେକ୍ ଇସ୍ରାଏଲ୍-ଲକ୍ମଃନ୍ ସେରଃକମ୍ ସଃର୍ଦା କଃବେ କଃରିନଃରିଲାୟ୍। ଇତାର୍ଗିନେ ସଃଡେବଃଳ୍ ବଃଡେ ସଃର୍ଦା ଅୟିଲି। 18 ଆରେକ୍, ଏଜ୍ରା ହଃର୍ତୁ ଦିନ୍ ହୁଣି ସଃରାସଃରି ଦିନ୍ ହଃତେକ୍ ହଃତି ଦିନ୍ ଇସ୍ୱରାର୍ ବିଦି ପୁସ୍ତକ୍ ହଳ୍ଲା। ଆରେକ୍, ଲଃକ୍ମଃନ୍ ସାତ୍ ଦିନ୍ ହଃତେକ୍ ହଃର୍ବ୍ ମାନ୍ଲାୟ୍; ଆରେକ୍, ବିଦି ହଃର୍କାରେ ଆଟ୍ଦିନ୍ ବଃଳ୍ ବଃଡ୍ ବେରାଣ୍ ଅୟ୍ଲି।