1 ଅର୍ତକ୍ୟସ୍ତ ରଃଜାର୍ ଅଃଦିକାରାର୍ କଳେ ବଃର୍ସାର୍ ନିସନ୍ ମାସେ ଇରଃକମ୍ ଗଃଟ୍ଲି ଜେ, ରଃଜାର୍ ମୁଏଁ ଅଙ୍ଗୁର୍ ରଃସ୍ ରିଲା ବଃଳ୍ ମୁଁୟ୍ ସେ ଅଙ୍ଗୁର୍ ରଃସ୍ ନଃୟ୍ ରଃଜାକେ ଦିଲେ। ଇତାର୍ ହୁର୍ବେ ମୁଁୟ୍ ତାର୍ ଚଃମେ କଃବେ ହେଁ ଦୁକ୍ ଅୟି ନଃରିଲେ। 2 ଇତାକ୍ ରଃଜା ମକ୍ ହଃଚାର୍ଲା, "ତକେ ତ ଜଃର୍-ଦୁକା ନାୟ୍ କାୟ୍ତାକେ ତର୍ ମୁଉଁ ସୁକି ଆଚେ? ଇରି ମଃନ୍ବିତ୍ରାର୍ ଦୁକ୍ ବିନା ଆର୍ କାୟିରି ହେଁ ନୟ୍।" ତଃବେ ମୁଁୟ୍ ବେସିକଃରି ଡିର୍ଲେ। 3 ଆରେକ୍, ମୁଁୟ୍ ରଃଜାକେ କୟିଲେ, "ମଃହାରଃଜା ସଃବୁ ବଃଳ୍ ବାଚିରେଏ; ଜୁୟି ଗଃଳ୍ ମର୍ ଦାଦିବାବୁମଃନାର୍ ମଃସୁଣ୍, ସେରି ଜଃଡେବଃଳ୍ ବଃସମ୍ ଅୟିଆଚେ ଆର୍ ତାର୍ ଦୁଆର୍ ସଃବୁ ଜୟେ ହଡି ଆଚେ, ସଃଡେବଃଳ୍ କାୟିତାକ୍ ମର୍ ମୁଉଁ ଦୁକ୍ ନଃହୟ୍?" 4 ଇତାର୍ ହଃଚେ ରଃଜା ହଃଚାର୍ଲା, "ତଃବେ ତୁୟ୍ କୁୟି ବିସୟେ ଗଃଉଆରି କଃରୁଲି?" ତଃବେ ମୁଁୟ୍ ସଃର୍ଗାର୍ ଇସ୍ୱରାର୍ ତଃୟ୍ ପାର୍ତ୍ନା କଃଲେ। 5 ଆରେକ୍, ମୁଁୟ୍ ରଃଜାକେ କୟିଲେ, "ଜଃବେ ମଃହାରଃଜାର୍ ମଃନ୍କେ ଜାୟ୍ଦ୍ ଆର୍ ତର୍ ଦାସ୍ ଜଃବେ ତର୍ ଆକାୟ୍ ଦଃୟା ହାୟ୍ଦ୍, ତଃବେ ଜିଉଦା ଦେସେ, ମର୍ ଦାଦିବାବୁର୍ ଜୁୟି ଗଃଳେ ମଃସୁଣ୍ ଆଚେ, ସେ ଗଃଳେ ମକ୍ ଜଃଉଁକେ ଆଦେସ୍ ଦେଏ, ତଃବେ ମୁଁୟ୍ ସେରି ଆରେକ୍ ବାନ୍ଦିନ୍ଦ୍।" 6 ତଃବେ ରଃଜା ମକ୍ ହଃଚାର୍ଲା, ଆର୍ ରାଣି ହେଁ ତାର୍ ଲଃଗେ ବଃସିରିଲି, ଜଃଉଁକେ ତକ୍ କଃତି ଦିନ୍ ଲାଗେଦ୍? ଆର୍ ତୁୟ୍ କଃବେ ବାଉଳି ଆସ୍ସି? ରଃଜା ମକ୍ ହଃଟାଉଁକେ ସଃର୍ଦା ଅୟ୍ଲାକେ ମୁଁୟ୍ ଗଟ୍ ଦିନ୍ ଟିକ୍କଃରି ତାକ୍ ଜାଣାୟ୍ଲେ। 7 ଆରେକ୍, ମୁଁୟ୍ ରଃଜାକେ କୟିଲେ, "ଜଃବେ ମଃହାରଃଜାର୍ ମଃନ୍କେ ଜାୟ୍ଦ୍, ତଃବେ ଗାଡ୍ ସେହାଟି ରିଲା ଗନର୍ମଃନ୍ ଜଃନ୍କଃରି ଜିଉଦା ଦେସେ ହଚ୍ତା ହଃତେକ୍ ଜାତା ହାଁୟ୍ ମକ୍ ଚାଡି ଦେତି, ଇତାର୍ଗିନେ ସେମଃନାର୍ ହାକ୍ ମର୍ ଆତେ ଚିଟି ହଃଟାଉ। 8 ଆରେକ୍, ମନ୍ଦିର୍ ବିସୟେ ଗଃଳ୍ଦୁଆର୍ ଆର୍ ଗଃଳାର୍ ବାରିକଃତି ଆର୍ ମୁଁୟ୍ ରେତା ଗଃର୍ ହାଁୟ୍ ମକ୍ ଗଃଚ୍ ଦେଉଁକେ ମଃହାରଃଜାର୍ ବଃନ୍ ଜାଗୁଆଳି ଆସପ୍ ହାକ୍ ଗଟେକ୍ ଚିଟି ଦିଆଅଉ।" ତ ମର୍ ଇସ୍ୱରାର୍ ଦଃୟା ମର୍ ଉହ୍ରେ ରିଲି ଗିନେ ରଃଜା ସେରି ମକ୍ ଦିଲା।
9 ଇତାର୍ହଃଚ ମୁଁୟ୍ ବଃଡ୍ଗାଡ୍ ସେହାଟିର୍ ଗନର୍ମଃନାର୍ ଲଃଗେ ହଚିକଃରି ସେମଃନ୍କେ ରଃଜାର୍ ଚିଟି ଦିଲେ। ଆରେକ୍, ରଃଜା ମର୍ ସଃଙ୍ଗ୍ ସଃଇନ୍ ଅଃଦିକାରି ଆର୍ ଗଳାଚାଲାଉଁକେ ହଃଟାୟ୍ରିଲା। 10 ମଃତର୍ ଇସ୍ରାଏଲ୍ମଃନାର୍ ଉହ୍କାର୍ କଃର୍ତା ହାଁୟ୍ ଗଟ୍ଲକ୍ ଆସିଆଚେ ବଃଲି ସୁଣି କଃରି ହରଣିୟ ସନ୍ବଲଟ୍ ଆର୍ ଅମନିୟ ଦାସ୍ ଟବିୟ ବେସିକଃରି ଦୁକ୍ କଃଲାୟି।
11 ଇରଃକମ୍ ମୁଁୟ୍ ଜିରୁସାଲମେ ଗଃଲେ ଆର୍ ସେତି ତିନି ଦିନ୍ ରିଲେ। 12 ତଃବେ ରାତିବଃଳ୍ ମୁଁୟ୍ ଆର୍ ମର୍ ସଃଙ୍ଗ୍ କଃତେକ୍ ଲକ୍ ଉଟ୍ଲୁ; ଆରେକ୍, ମର୍ ଇସ୍ୱର୍ ଜିରୁସାଲେମ୍ ହାଁୟ୍ ଜାୟ୍ରି କଃରୁକେ ମର୍ ମଃନ୍ବିତ୍ରେ ଉବ୍ଜାୟ୍ରିଲା, ସେରି ମୁଁୟ୍ କାକ୍ ହେଁ ନଃକୟ୍ଲେ; ଆରେକ୍ ମୁଁୟ୍ ଜୁୟି ହସୁ ଉହ୍ରେ ଚଃଗିରିଲେ, ସେତାକ୍ ଚାଡି ବିନ୍ ହସୁ ମର୍ ସଃଙ୍ଗେ ନଃରିଲି। 13 ଆରେକ୍, ମୁଁୟ୍ ରାତି ବାରାୟ୍ ଆଟାଳ୍-ଦୁଆର୍ ଅୟ୍କଃରି ସାହ୍କୁପ୍ ଆର୍ କାତ୍ଦୁଆର୍ ହଃତେକ୍ ଗଃଲେ ଆର୍ ଜିରୁସାଲେମ୍ ବାଙ୍ଗ୍ଲା କୁଆଳ୍କଃତି ଆର୍ ତାର୍ ଜୟେ ବଃସମ୍ ଅୟ୍ରିଲା ଦୁଆର୍ ସଃବୁ ଦଃକ୍ଲେ। 14 ତାର୍ହଃଚେ ମୁଁୟ୍ ଜଃର୍ନ୍ହାଣି ଦୁଆର୍ ଆର୍ ରଃଜାର୍ କୁଣ୍ଡ୍ ହଃତେକ୍ ଗଃଲେ; ମଃତର୍ ସେତି ମୁଁୟ୍ ବଃସ୍ଲା ହସୁ ଆଗେ ଜଃଉଁକେ ଟାଣ୍ ନଃରିଲି। 15 ତଃବେ ମୁଁୟ୍ ରାତିବଃଳ୍ ଗାଡ୍କେ ଅୟି ଉହ୍ରିବାଟ୍ ଜାୟ୍ ବାରିକଃତି ଦଃକ୍ଲେ; ଆର୍ ମୁଁୟ୍ ଲେଉଟି ଆଟାଳ୍-ଦୁଆର୍ ଅୟି ବିତ୍ରେ ବାଉଳି ଆୟ୍ଲେ। 16 ମଃତର୍ ମୁଁୟ୍ କେଣେ ଗଃଲେ ଆର୍ କାୟିରି କଃଲେ, ଇରି ସାସନ୍କଃରୁମଃନ୍ ଜାଣୁ ନଃହାର୍ଲାୟ୍; ଆରେକ୍, ସେଡେବଃଳ୍ ହଃତେକ୍ ମୁଁୟ୍ ଜିଉଦିମଃନ୍କେ କି ଜାଜକ୍ମଃନ୍କେ କି ମୁଳିକାମଃନ୍କେ କି ଅଃଦିକାରି ମଃନ୍କେ କି ବିନ୍ ଲକ୍ମଃନ୍କେ ସେରି ଜାଣାୟି ନଃରିଲେ। 17 ଇତାର୍ହଃଚ ମୁଁୟ୍ ସେମଃନ୍କେ କୟିଲେ, "ଅଃମିମଃନ୍ କୁୟ୍ରଃକମ୍ କଃରାପ୍ ଅଃବୁସ୍ତାୟ୍ ଆଚୁ, ଜିରୁସାଲେମ୍ କଃନ୍କଃରି ନଃସ୍ଟ୍ ଅୟିଆଚେ ଆର୍ ତାର୍ ଦୁଆର୍ ସଃବୁ ଜୟେ ବଃସମ୍ ଅୟିଆଚେ, ଇରି ତୁମିମଃନ୍ ଦଃକୁଲାସ୍; ଆସା, ଅଃମିମଃନ୍ ଜଃନ୍କଃରି ଆରେକ୍ ନିନ୍ଦାର୍ ଲକ୍ ନଃଉଁଆ, ଇତାର୍ଗିନେ ଜିରୁସାଲମାର୍ ବାରିକଃତି ତିଆର୍ କଃରୁଆଁ।" 18 ତଃବେ ମୁଁୟ୍ ସେ ଲକ୍ମଃନ୍କେ ଜାଣାୟ୍ଲେ ଜେ, ଇସ୍ୱର୍ ମର୍ ଉହ୍ରେ ଦଃୟା କଃରିଆଚେ ଆର୍ ଜାୟ୍ରି ମକେ ରଃଜା କୟ୍ରିଲା. ମୁଁୟ୍ ସେମଃନ୍କେ କୟିଲେ। ସେତାକ୍ ସେମଃନ୍ କୟ୍ଲାୟ୍, "ତଃବେ ଆସା ଅଃମିମଃନ୍ ଅଃବେ କାମ୍ ଆରୁମ୍ କଃରୁଆଁ।" ଇରଃକମ୍ ସେମଃନ୍ ସେ ନିକ କାମ୍ କଃରୁକେ ତାକାର୍ ଆତ୍ ଅଃଟୁଆ କଃଲାୟି। 19 ମଃତର୍ ହରଣିୟ ସନ୍ବଲଟ୍ ଆର୍ ଅମନିୟ ଦାସ୍ ଟବିୟ ଆର୍ ଆରବିୟ ଗେସମ୍ ଇରି ସୁଣି ଅଃମିମଃନ୍କେ ଗେଙ୍ଗ୍ରାୟ୍ଲାୟ୍ ଆର୍ ଇନସ୍ତାକଃରି କୟ୍ଲାୟ୍, "ତୁମିମଃନ୍ ଇରି କାୟି କାମ୍ କଃରୁଲାସ୍? ତୁମିମଃନ୍ କି ରଃଜାର୍ ବିରୁଦେ ଦସ୍ କଃରାସ୍?" 20 ତଃବେ ମୁଁୟ୍ ଉତୁର୍ ଦଃୟି ସେମଃନ୍କେ କୟିଲେ, "ଜେ ସଃର୍ଗାର୍ ଇସ୍ୱର୍, ସେ ଅଃମିମଃନାର୍ କାମ୍ ହୁର୍ନ୍ କଃରେଦ୍; ଅଃମିମଃନ୍ ତାର୍ ଦାସ୍ ଇତାର୍ଗିନେ ଅଃମିମଃନ୍ କାମ୍ କଃରୁନ୍ଦ୍; ମଃତର୍ ଜିରୁସାଲମେ ତୁମିମଃନାର୍ କାୟିହେଁ ବାଗ୍ କି ଅଃଦିକାର୍ କି ହୁର୍ବାର୍ ଏତାଉତା ଚିନା ନାୟ୍।"