1 ଇତାର୍ହଃଚ ଜିଉଦି ବାୟ୍ମଃନାର୍ ବିରୁଦେ ଲଃକ୍ମଃନ୍ ଆର୍ ତାକାର୍ ଡକୁର୍ସିମଃନ୍ ଲିନ୍ଦାକଃରି କଃୟ୍ଲାୟ୍। 2 ବଃଲେକ୍ କଃତେକ୍ ଲକ୍ କୟ୍ଲାୟ୍, "ଅଃମିମଃନ୍, ଅଃମାର୍ ହିଲାମଃନାର୍ ସଃଙ୍ଗ୍ ଅଃନେକ୍ ଲକ୍ ଆଚୁ; ସେତାକ୍ ଅଃମିମଃନ୍ କାଦି ନଃୟ୍ ସେରି କାୟି ବଚୁଆଁ।"
3 ବିନ୍ ଲଃକ୍ମଃନ୍ କୟ୍ଲାୟ୍, "ଅଃମିମଃନ୍ ନିଜାର୍ ନିଜାର୍ ତାସ୍ହଃଦା ଆର୍ ଅଙ୍ଗୁର୍ବାଳ୍ ଆର୍ ଗଃର୍ ବଃନ୍ଦା କଃରିଆଚୁ, ଜଃନ୍କଃରି କଃତାର୍ ବଃଳ୍ ଅଃମିମଃନ୍କେ କାଦି ମିଳେଦ୍।" 4 ଆରେକ୍, କଃତେକ୍ ଲକ୍ କୟ୍ଲାୟ୍, "ଅଃମିମଃନ୍ ରଃଜାକେ ସିସ୍ଟୁ ବାନ୍ଦୁକେ ନିଜାର୍ ନିଜାର୍ ତାସ୍ହଃଦା ଆର୍ ଅଙ୍ଗୁର୍ବାଳ୍ ବଃନ୍ଦା କଃରି ଟକା ରିଣ୍ କଃରିଆଚୁ।" 5 ମଃତର୍ ଅଃମାର୍ ଗଃଗାଳ୍ ଅଃମାର୍ ବାୟ୍ମଃନାର୍ ଗଃଗାଳ୍ ସଃମାନ୍ ଅଃମାର୍ ହିଲାମଃନ୍ ସେମଃନାର୍ ହିଲାମଃନାର୍ ହର୍; ଅୟିଲେକ୍ ହେଁ ଦଃକା, ଅଃମିମଃନ୍ ନିଜାର୍ ନିଜାର୍ ହଅ-ଜିମଃନ୍କେ ଦାସ୍ ଅଉଁକେ ବିକୁଲୁ, ଆରେକ୍, ଅଃମାର୍ କୁୟ୍କୁୟ୍ ଜିମଃନ୍ ଦାସି ଅୟ୍ଆଚ୍ତି; ଅଃମାର୍ ଆର୍ କିଚି ଆୟ୍ତ୍ ନାୟ୍; କାୟିତାକ୍ ବଃଲେକ୍ ବିନ୍ ଲଃକ୍ମଃନ୍ ଅଃମିମଃନାର୍ ତାସ୍ହଃଦା ଆର୍ ଅଙ୍ଗୁର୍ ଅଃଦିକାର୍ କଃରିଆଚ୍ତି।
6 ସଃଡେବଃଳ୍ ମୁଁୟ୍ ସେମଃନାର୍ କାନ୍ଦ୍ ଆର୍ ଇ କଃତାସଃବୁ ସୁଣିକଃରି ବେସି ରିସା ଅୟ୍ଲେ। 7 ଆରେକ୍, ମୁଁୟ୍ ନିଜାର୍ ମଃନେ ଚିନ୍ତାକଃଲେ, ଆରେକ୍, ନେତାମଃନାର୍ ଆର୍ ମୁଳିକାମଃନ୍ ସଃଙ୍ଗ୍ କଃତାବାର୍ତା କଃରି ସେମଃନ୍କେ କୟିଲେ, "ତୁମିମଃନ୍ ସଃବୁଲକ୍ ନିଜାର୍ ନିଜାର୍ ବାୟ୍ମଃନାର୍ କଃଣ୍ତାର୍ ନେଉଁଲାସ୍।" ତଃବେ ମୁଁୟ୍ ତୁମାର୍ ବିରୁଦେ ଗଟେକ୍ ବଃଡ୍ ବେରାଣ୍ ବଃସାୟ୍ଲେ। 8 ଆର୍ ମୁଁୟ୍ ସେମଃନ୍କେ କୟିଲେ, "ଅଃମାର୍ ଜିଉଦି ବାୟ୍ମଃନ୍ ବିନ୍ ଜାତିମଃନାର୍ ଆତେ ବିକା ଅୟ୍ରିଲାୟ୍, ଅଃମିମଃନ୍ ସେମଃନ୍କେ ନିଜାର୍ ବଃଳେ ମୁକ୍ଳାୟ୍ ଆଚୁ, ଅଃବେ ତୁମିମଃନ୍ ନିଜାର୍ ବାୟ୍ମଃନ୍କେ ବିକାସ୍ କି? ଆର୍ ସେମଃନ୍ କାୟିରି ଅଃମାର୍ ଆତେ ବିକା ଅଃଉତି?" ତଃବେ ସେମଃନ୍ ଚୁପ୍ ଅୟ୍ଲାୟ୍, ଆର୍ କାୟିରି କଃଉଁକେ ନାହାର୍ଲାୟ୍। 9 ଆରେକ୍ ହେଁ ମୁଁୟ୍ କୟିଲେ, ତୁମିମଃନ୍ ଜୁୟି କାମ୍ କଃରୁଲାସ୍, ସେରି ନିକ କାମ୍ ନୟ୍, ତୁମିମଃନ୍ ଇରି ଜାଣା ତୁମାର୍ ଇସ୍ୱର୍କେ ଡିରିକଃରି ମାୟ୍ନ୍ କଃର୍ତା ଦଃର୍କାର୍। ତୁମିମଃନ୍ ଅଃମିମଃନାର୍ ସଃତ୍ରୁମଃନ୍କେ ଗେଙ୍ଗ୍ରାଉତାର୍ ବଃନ୍ଦ୍କଃର୍ତା ଦଃର୍କାର୍। 10 ଆରେକ୍ ହେଁ ମୁଁୟ୍, ମର୍ ବାୟ୍ମଃନ୍ ଆର୍ ମର୍ ଦାସ୍ମଃନ୍ କଃଣ୍ତାର୍ ହାଉଁକେ ଟଃକା ଆର୍ କାଦି ରିଣ୍ ଦେଉଁଲୁ। ମଃତର୍ ଅଃମିମଃନ୍ ଇ ରିଣାର୍ କଃଣ୍ତାର୍ ନେତାର୍ ବଃନ୍ଦ୍କର୍ତା ଦଃର୍କାର୍। 11 ତୁମିମଃନ୍ ସେମଃନାର୍ ତାସ୍ହଃଦା, ଅଙ୍ଗୁର୍ବାଳ୍, ଜିତ୍ବାଳ୍ ଆର୍ ସେମଃନାର୍ ଗଃର୍ ବାଉଳାୟ୍ ଦିଆସ୍; ଆର୍ ସେମଃନାର୍ ତଃୟ୍ହୁଣି ଜୁୟି ଟକା ଆର୍ କାଦି, ଅଙ୍ଗୁର୍ରଃସ୍ ଆର୍ ଜିତ୍ ଚିକଣ୍ ତୁମିମଃନ୍ ନଃୟ୍ ଆଚାସ୍, ସେରି ଆଜି ସଏ ବାଗ୍ ସେମଃନ୍କେ ବାଉଳାୟ୍ ଦିଆସ୍। 12 ତଃବେ ସେମଃନ୍ କୟ୍ଲାୟ୍, "ଅଃମିମଃନ୍ ଜାୟ୍ରି ନଃୟ୍ରିଲୁ ସେରି ବାଉଳାୟ୍ ଦେଉଁନ୍ଦ୍ ଆର୍ ସେମଃନ୍କେ କାୟିରିହେଁ ମାଗୁନଃଚୁ; ତୁୟ୍ ଜୁୟ୍ରଃକମ୍ କଃଉଁଲିସ୍, ଅଃମିମଃନ୍ ସେରଃକମ୍ କଃରୁନ୍ଦ୍।" ତଃବେ ମୁଁୟ୍ ଜାଜକ୍ମଃନ୍କେ କୁଦି ଇ ଜଃବାଉ ହଃର୍କାର୍ ସେମଃନ୍ ଜଃନ୍କଃରି କାମ୍ କଃର୍ତି, ଇତାର୍ଗିନେ ସେମଃନ୍କେ ସଃୟ୍ତ୍ କଃରାୟ୍ଲେ। 13 ଆରେକ୍ ମୁଁୟ୍ ନିଜାର୍ ବଃସ୍ତରାର୍ ଆଚଳ୍ ହାହଡ଼ିକଃରି କୟିଲେ, "ଜୁୟ୍ଲକ୍ ଇ ଜଃବାଉ ମାନିନଃକେରେ, ଇସ୍ୱର୍ ତାର୍ ଗଃର୍ ଆର୍ କାମାଉଣିର୍ ହଃଳ୍ ତାକ୍ ଇରଃକମ୍ ଜାଳି ଦେଉଅ; ସେ ଇରଃକମ୍ ଜାଳି ଅଃଉଅ ଆର୍ ହଲ୍ୟା ଅଃଉଅ।" ତଃବେ ସଃବୁ ଲକ୍ ଜେ ବେରାଣେ ରଃୟ୍ କୟ୍ଲାୟ୍, ଆମେନ୍ ଆର୍ ମାପୁରାର୍ ଦନ୍ୟବାଦ୍ କଃଲାୟି। ଇତାର୍ହଃଚ ଲଃକ୍ମଃନ୍ ଇ ଜଃବାଉ ହଃର୍କାରେ କାମ୍ କଃଲାୟି।
14 ଆରେକ୍, ମୁଁୟ୍ ଜିଉଦା ଦେସେ ସେମଃନାର୍ ଗନର୍ ହଃଦେ ରିଲା ଦିନେହୁଣି, ବଃଲେକ୍ ଅର୍ତକ୍ୟସ୍ତ ରଃଜାର୍ ଅଃଦିକାରାର୍ ୨୦ ବଃର୍ସ୍ ହୁଣି ୩୨ ବଃର୍ସ୍ ହଃତେକ୍ ୧୨ ବଃର୍ସ୍ ହଃତେକ୍, ମୁଁୟ୍ ଆର୍ ମର୍ ବାୟ୍ମଃନ୍ ଗନରାର୍ କାଦି ନଃକାୟ୍ଲୁ। 15 ମଃତର୍ ମର୍ ଆଗ୍ତୁର୍ ଗଃନର୍ମଃନାର୍ କଃର୍ଚାର୍ ବଃଜ୍ ଲକ୍ମଃନ୍କେ ବଃଉଁକେ ହଃଳ୍ଲି, ଆରେକ୍ ସେମଃନ୍ ଚାଳିସ୍ ସେକଲ୍ ରୁହା ଟକା ନିଲାୟ୍ ସେମଃନାର୍ ହଃତିଦିନାର୍ କାଦି ଆର୍ ଅଙ୍ଗୁର୍ ରଃସ୍ ହାଁୟ୍; ଅଃବ୍କା ସେରି ନୟ୍, ସେମଃନାର୍ ଦାସ୍ମଃନ୍ ଲକ୍ମଃନାର୍ ଉହ୍ରେ ଆର୍ଲା କଃଲାୟି; ମଃତର୍ ମୁଁୟ୍ ଇସ୍ୱର୍କେ ଡିରିକଃରି ଇ ରଃକମ୍ ନଃକେଲେ। 16 ଆରେକ୍, ମୁଁୟ୍ ଇ ବାରିକଃତି କାମେଲାଗି ରିଲେ ଆର୍ ଅଃମିମଃନ୍ କିଚି ଜଃମି ନଃଗେନ୍ଲୁ; ଆରେକ୍, ମର୍ ଦାସ୍ମଃନ୍ ସଃବୁ କାମ୍ କଃରୁକେ ସେତି ଏକ୍ଅୟ୍ କାମେ ଲାଗିରିଲାୟ୍। 17 ଅୟିଲେକ୍ ହେଁ ଅଃମାର୍ ଚାରିବେଳ୍ତାର୍ ବିନ୍ ଜାତିମଃନାର୍ ବିତ୍ରାର୍ ଅଃମିମଃନାର୍ ଲଃଗେ ଆୟ୍ଲା ଲକ୍ମଃନ୍କେ ଚାଡିକଃରି ଜିଉଦି ଲକ୍ ଆର୍ ତାକାର୍ ନେତାମଃନ୍ ୧୫୦ ଲକ୍ ମର୍ ସଃଙ୍ଗ୍ ହଃତିଦିନ୍ କାୟ୍ଲାୟ୍। 18 ସଃଡେବଃଳ୍ ହଃତି ଦିନ୍ ଗଟେକ୍ ହଳ୍ ଆର୍ ଚଅଗଟ୍ ଦୁମା ମେଣ୍ଡା ରାନ୍ଦା ଅୟ୍ଲି; ମର୍ ଗିନେ କଃତେକ୍ ଚେଳେ ରାନ୍ଦା ଅୟ୍ଲି ଆର୍ ହଃତି ଦଃସ୍ ଦିନ୍କେ ସୁଦ୍ ଅଙ୍ଗୁର୍ ରଃସ୍ ଦିଆ ଅୟ୍ଲି; ଅୟିଲେକ୍ ହେଁ ମୁଁୟ୍ ଇ ସଃବୁର୍ ଗିନେ ଗନରାର୍ କାଦି ଦଃର୍କାର୍ ନଃକେଲେ, କାୟିତାକ୍ ବଃଲେକ୍ ଇ ଲକ୍ମଃନାର୍ ଉହ୍ରେ ବଜ୍ ବେସି ଅୟ୍ରିଲି। 19 ଏ ମର୍ ଇସ୍ୱର୍ ମୁଁୟ୍ ଇ ଲକ୍ମଃନାର୍ ଗିନେ ଜୁୟି ଜୁୟି କାମ୍ କଃରିଆଚି, ସେରି ତୁୟ୍ ମର୍ ବଃଲ୍ ହାଁୟ୍ ଏତୁ କଃର୍।