1 ବାରିକଃତି କାମ୍ ସଃର୍ଲାକ୍, ମୁଁୟ୍ କଃହାଟ୍ ସଃବୁ ବଃସାୟ୍ଲେ, ଆରେକ୍ ଦୁଆର୍ ଜାଗୁଆଳି ଆର୍ ଗିତ୍କୁଳିଆ ଆର୍ ଲେବିୟମଃନ୍କେ ବାଚ୍ଲାୟ୍। 2 ତଃବେ ମୁଁୟ୍ ମର୍ ବାୟ୍ ହନାନିକେ ଆର୍ ରଃଜାଗଃଳାର୍ ସାସନ୍କାରି ହନାନିୟକେ ଜିରୁସାଲେମ୍ ଉହ୍ରେ ଦାୟିତ୍ ଦିଲେ; ବଃଲେକ୍ ହନାନିୟ ଗଟେକ୍ ସଃତ୍ ଲକ୍ ରିଲା ଆର୍ ସେ ସଃବ୍କେଜିଣା ବଃଡ୍ ଇସ୍ୱର୍କେ ଡିର୍ତି ରିଲା। 3 ଆରେକ୍, ମୁଁୟ୍ ସେମଃନ୍କେ କୟିଲେ, "ବେଳ୍ ଉଦ୍ତା ହଃତେକ୍ ଜିରୁସାଲମାର୍ ଦୁଆର୍ ସଃବୁ ମେଲା ନଃଉଅ; ଆର୍ ଲଃକ୍ମଃନ୍ ଜାଗୁଆଳି କାମେ ଟିଆ ଅଃଉତା ବଃଳ୍ ବେଳ୍ ବୁଡ୍ତା ବଃଳ୍ ଦୁଆର୍ ସଃବୁ ବଃନ୍ଦ୍ କଃରତ୍, ଆର୍ ତୁମିମଃନ୍ ସେତି ଗାଳା ଦିଆସ୍; ଆରେକ୍, ତୁମିମଃନ୍ ଜିରୁସାଲମାର୍ ଲକ୍ମଃନ୍କେ ଜାଗୁଆଳି କଃରି ଟିଆ କଃରା, ସେମଃନ୍ କଃତେକ୍ ଜାଗୁଆଳି ସେମଃନାର୍ ଜାଗ୍ତା ଟାଣେ ସଃବୁହାକ୍ ବୁଲି ଦଃକତ୍ ଆର୍ ବିନ୍ କଃତେକ୍ ଜାଗୁଆଳିମଃନ୍ ନିଜାର୍ ନିଜାର୍ ଗଃର୍ ସାମ୍ନାୟ୍ ରେଉଅତ୍।"
4 ଜିରୁସାଲେମ୍ ଗଃଳ୍ ଅଃସାର୍ ବଃଡ୍ ରିଲି; ମଃତର୍ ସେଟାଣେ ଅଃଳକ୍ ଲକ୍ ରିଲାୟ୍ ଆର୍ ଗଃର୍ମଃନ୍ ବାନ୍ଦା ଅୟ୍ନଃରିଲି। 5 ଇତାର୍ହଃଚ ବଃଉଁସ୍ ବଃଉଁସ୍ ଗଃଣୁକେ ମାୟ୍ନ୍କାରି ଆର୍ ଅଃଦିକାରି ଆର୍ ଲକ୍ମଃନ୍କେ ଗଟେତଃୟ୍ଁ କଃରୁକେ ମର୍ ଇସ୍ୱର୍ ମର୍ ମଃନେ ଦିଲା। ଆର୍ ଜୁୟ୍ମଃନ୍ ହଃର୍ତୁ ଆସିରିଲାୟ୍ ମୁୟ୍ ସେମଃନାର୍ ବଃଉଁସାର୍ ପୁସ୍ତକ୍ ହାୟ୍ଲେ ତବେ ଇରି ଲେକା ରିଲାର୍ ଦଃକ୍ଲେ, ବଃଲେକ୍, 6 ଜୁୟ୍ଲକ୍ମଃନ୍ ବନ୍ଦି ବାବେ ଜାୟ୍ରିଲାୟ୍, ସେମଃନ୍କାର୍ ବିତ୍ରାର୍ ରାଜିର୍ ଇ ଲଃକ୍ମଃନ୍ ଜିରୁସାଲେମ୍ ଆର୍ ଜିଉଦାର୍ ନିଜାର୍ ନିଜାର୍ ଗଃଳେ ବାଉଳି ଆୟ୍ଲାୟ୍, ଇମଃନ୍କେ ବାବିଲନାର୍ ରଃଜା ନବୁକଦ୍ନିତ୍ସର୍ ବଃନ୍ଦିକଃରି ନଃୟ୍ରିଲା। 7 ଏମଃନ୍ ସରୁବାବିଲ୍, ଜେସୁୟ, ନିହିମିୟା, ଅସରିୟ, ରୟମା, ନହମାନି, ମର୍ଦକୟ, ବିଲ୍ସନ୍, ମିସ୍ପର୍, ବିଗ୍ବୟ୍, ନହୁମ, ବାନା ସଃଙ୍ଗ୍ ବାଉଳି ଆୟ୍ଲାୟ୍। ଇସ୍ରାଏଲ୍ ବଃଉଁସାର୍ ଅଃଣ୍ଡ୍ରାମଃନାର୍, 8 ପରିସୟର୍ ହିଲାମଃନ୍ ଅଃଉଁଲାୟ୍ ୨,୧୭୨ ଲକ୍। 9 ସପଟିୟର୍ ହିଲାମଃନ୍ ଅଃଉଁଲାୟ୍ ୩୭୨ ଲକ୍। 10 ଆରହର୍ ହିଲାମଃନ୍ ଅଃଉଁଲାୟ୍ ୬୫୨ ଲକ୍। 11 ଜେସୁୟ ଆର୍ ଜୟାବର୍ ହିଲାମଃନାର୍ ବିତ୍ରାର୍ ପହତ୍ ମୟାବର୍ ହିଲା ୨,୮୧୮ ଲକ୍। 12 ଏଲମାର୍ ହିଲାମଃନ୍ ୧,୨୫୪ ଲକ୍। 13 ସତୁର୍ ହିଲାମଃନ୍ ୮୪୫ ଲକ୍। 14 ଜକ୍କୟର୍ ହିଲାମଃନ୍ ୭୬୦ ଲକ୍। 15 ବିନୁଇର୍ ହିଲାମଃନ୍ ୬୪୮ ଲକ୍। 16 ବେବୟର୍ ହିଲାମଃନ୍ ୬୨୮ ଲକ୍। 17 ଅସ୍ଗଦର୍ ହିଲାମଃନ୍ ୨,୩୨୨ ଲକ୍। 18 ଆଦନିକାମର୍ ହିଲାମଃନ୍ ୬୬୭ ଲକ୍। 19 ବିଗ୍ବୟର୍ ହିଲାମଃନ୍ ୨,୦୬୭ ଲକ୍। 20 ଆଦନିର୍ ହିଲାମଃନ୍ ୬୫୫ ଲକ୍। 21 ହିଜକିୟର୍ ବଃଉଁସେ ଜାତ୍ ଆଟରାର୍ ହିଲାମଃନ୍ ୯୮ ଲକ୍। 22 ହସୁମାର୍ ହିଲାମଃନ୍ ୩୨୮ ଲକ୍। 23 ବେତ୍ସୟାର୍ ହିଲାମଃନ୍ ୩୨୪ ଲକ୍। 24 ହାରିପର୍ ହିଲାମଃନ୍ ୧୧୨ ଲକ୍। 25 ଗିବିୟନାର୍ ହିଲାମଃନ୍ ୯୫ ଲକ୍। 26 ବେତଲିହିମ୍ ଆର୍ ନତପାର୍ ଲଃକ୍ମଃନ୍ ୧୮୮ ଲକ୍। 27 ଅନାତତର୍ ଅଃଣ୍ଡ୍ରାହିଲା ୧୨୮ ଲକ୍। 28 ବେତ୍ଅସ୍ମାବତାର୍ ୪୨ ଲକ୍। 29 କିରିୟତ୍-ଜିୟାରିମାର୍, କପିରାର୍ ଆର୍ ବିରତାର୍ ୭୪୩ ଲକ୍। 30 ରାମା ଆର୍ ଗେବାର୍ ହିଲାମଃନ୍ ୬୨୧ ଲକ୍। 31 ମିକ୍ମସର୍ ଲଃକ୍ମଃନ୍ ୧୨୨ ଲକ୍। 32 ବେତେଲ୍ ଆର୍ ଅୟର୍ ଲଃକ୍ମଃନ୍ ୧୨୩ ଲକ୍। 33 ବିନ୍ ନବର୍ ଲଃକ୍ମଃନ୍ ୫୨ ଲକ୍। 34 ବିନ୍ ଏଲମାର୍ ହିଲାମଃନ୍ ୧,୨୫୪ ଲକ୍। 35 ହାରିମାର୍ ହିଲାମଃନ୍ ୩୨୦ ଲକ୍। 36 ଜିରିହର୍ ହିଲାମଃନ୍ ୩୪୫ ଲକ୍। 37 ଲଦ୍, ହାଦିନ୍ ଆର୍ ଅନର୍ ହିଲାମଃନ୍ ୭୨୧ ଲକ୍। 38 ସନାୟାର୍ ହିଲାମଃନ୍ ୩,୯୩୦ ଲକ୍। 39 ଜାଜକ୍ମଃନାର୍ ଲଃକ୍ମଃନ୍ ଜେସୁୟ ବଃଉଁସାର୍ ଜିଦୟର୍ ହିଲାମଃନ୍ ୯୭୩ ଲକ୍। 40 ଇମେରର୍ ହିଲାମଃନ୍ ୧,୦୫୨ ଲକ୍। 41 ପସ୍ହୁରାର୍ ହିଲାମଃନ୍ ୧,୨୪୭ ଲକ୍। 42 ହାରିମର୍ ହିଲାମଃନ୍ ୧,୦୧୭ ଲକ୍। 43 ଲେବିୟମଃନାର୍ ଲଃକ୍ମଃନ୍ ହେଦ୍ବାର୍ ହିଲାମଃନ୍, ଜେସୁୟର୍ ହିଲାମଃନ୍, କଦ୍ମିଏଲାର୍ ହିଲାମଃନ୍ ୭୪ ଲକ୍। 44 ଗିତ୍କୁଳିଆମଃନାର୍ ଲଃକ୍ମଃନ୍; ଆସପାର୍ ହିଲାମଃନ୍ ୧୪୮ ଲକ୍। 45 ଦୁଆର୍ ଜାଗୁଆଳିମଃନାର୍ ଲଃକ୍ମଃନ୍; ସଲୁମାର୍ ହିଲାମଃନ୍, ଆଟରାର୍ ହିଲାମଃନ୍, ଟଲମନାର୍ ହିଲାମଃନ୍, ଅକୁବରାର୍ ହିଲାମଃନ୍, ହଟିଟାରାର୍ ହିଲାମଃନ୍, ଆର୍ ସବୟର୍ ହିଲାମଃନ୍ ୧୩୮ ଲକ୍। 46 ମଃନ୍ଦିର୍ ସେବାକାରି ମଃନାର୍ ଗଃଣ୍ନା; ସିହର୍ ହିଲାମଃନ୍, ହସୁପାର୍ ହିଲାମଃନ୍, ଟବାୟତାର୍ ହିଲାମଃନ୍; 47 କରସର୍ ହିଲାମଃନ୍, ସିୟର୍ ହୟିସିମଃନ୍, ପାଦନର୍ ହିଲାମଃନ୍; 48 ଲେବାନାର୍ ହିଲାମଃନ୍, ହଗାବର୍ ହିଲାମଃନ୍ ସଲ୍ମୟର୍ ହିଲାମଃନ୍; 49 ହାନନାର୍ ହିଲାମଃନ୍, ଗିଦେଲର୍ ହିଲାମଃନ୍, ଗହରାର୍ ହିଲାମଃନ୍; 50 ରାୟାର୍ ହିଲାମଃନ୍, ରତ୍ସିନର୍ ହିଲାମଃନ୍, ନକଦରାର୍ ହିଲାମଃନ୍; 51 ଗସମର୍ ହିଲାମଃନ୍, ଉସର୍ ହିଲାମଃନ୍, ପାସେହରାର୍ ହିଲାମଃନ୍; 52 ବେସୟର୍ ହିଲାମଃନ୍, ମିୟୁନିମାର୍ ହିଲାମଃନ୍, ନପୁସିମର୍ ହିଲାମଃନ୍; 53 ବକ୍ବୁକାର୍ ହିଲାମଃନ୍, ହକୁପାର୍ ହିଲାମଃନ୍, ହର୍ସୁର୍ ହିଲାମଃନ୍; 54 ବସ୍ଲୁତରାର୍ ହିଲାମଃନ୍, ମହିଦାରାର୍ ହିଲାମଃନ୍, ହର୍ସାର୍ ହିଲାମଃନ୍; 55 ବର୍କସର୍ ହିଲାମଃନ୍, ସିସରାର୍ ହିଲାମଃନ୍, ଟେମର୍ ହିଲାମଃନ୍; 56 ନତ୍ସିହର୍ ହିଲାମଃନ୍, ହଟିପାର୍ ହିଲାମଃନ୍। 57 ସଲମନାର୍ ଦାସ୍ମଃନାର୍ ହିଲାମଃନାର୍ ଲମ୍ବର୍; ସଟୟର୍ ହିଲାମଃନ୍, ସପେରତର୍ ହିଲାମଃନ୍ ପରିଦାରାର୍ ହିଲାମଃନ୍; 58 ଜାଲାର୍ ହିଲାମଃନ୍, ଦର୍କଣାର୍ ହିଲାମଃନ୍, ଗିଦେଲର ହିଲାମଃନ୍; 59 ସପଟିୟର୍ ହିଲାମଃନ୍, ହଟିଲାର୍ ହିଲାମଃନ୍, ପକେରତ-ହତ୍ସବାଇମର୍ ହିଲାମଃନ୍, ଆମନର୍ ହିଲାମଃନ୍। 60 ସଃବୁ ମଃନ୍ଦିର୍ ସେବାକାରି ଆର୍ ସଲମଃନାର୍ ଦାସ୍ମଃନାର୍ ହିଲାମଃନ୍ ୩୯୨ ଲକ୍। 61 ଆରେକ୍, ତେଲମେଲହ, ତେଲହର୍ସା, କେରୁବ୍, ଅଦନ୍, ଆର୍ ଇମେର୍ ଇ ସଃବୁ ଜଃଗାର୍ ଲଃକ୍ମଃନ୍ ଆୟ୍ଲାୟ୍; ମଃତର୍ ସେମଃନ୍ ଇସ୍ରାଏଲିୟ ଲକ୍ ବଃଲି ନିଜାର୍ ନିଜାର୍ ଦାଦିର୍ ବଃଉଁସ୍ ଆର୍ ରୁଜୁକ୍ ବଃତାଉଁକେ ନଃହାର୍ଲାୟ୍; ସେ ଲଃକ୍ମଃନ୍ ଅଃଉଁଲାୟ୍, 62 ଦଲାୟର୍ ହିଲାମଃନ୍, ଟବିୟର୍ ହିଲାମଃନ୍, ନକଦରର୍ ହିଲାମଃନ୍, ୬୪୨ ଲକ୍। 63 ଜାଜକ୍ମଃନାର୍ ବିତ୍ରାର୍ ହବାୟର୍ ହିଲାମଃନ୍, ହକସର୍ ହିଲାମଃନ୍ ବର୍ସିଲୟର୍ ହିଲାମଃନ୍, ଇ ବର୍ସିଲୟ ଗିଲିୟଦିୟ ବର୍ସିଲୟର୍ ଗଟେକ୍ ଜିସିକେ ବିବା ଅଇଲାର୍ ଗିନେ ତାର୍ ନାଉ ହଃର୍କାରେ ନାଉ ସଃଙ୍ଗା ଅୟ୍ରିଲି। 64 ସେମଃନ୍ ସେମଃନାର୍ ଦାଦିବାବୁର୍ ନାଉ ଲେକାୟ୍ଲା ଲେକାହଃତାର୍ ଲଳ୍ଲାୟ୍ ମଃତର୍ ନଃହାୟ୍ଲାୟ୍; ଇତାର୍ଗିନେ ସେମଃନ୍ ବିଟାଳ୍ ବଃଲି ଗଃଣାଅୟ୍ ଜାଜକ୍ ହଃଦେ ହୁଣି ଅଃଲ୍ଗା ଅୟ୍ଲାୟ୍। 65 ଆରେକ୍, ଗନର୍ ସେମଃନ୍କେ କୟ୍ଲା ଜେ, ଉରିମ୍ ଆର୍ ତୁମିମ୍ ଦଃର୍ତା ଜାଜକ୍ ନୁଟ୍ତା ହଃତେକ୍ ତୁମିମଃନ୍ ଜାଜକ୍ ବାଗାର୍ ପବିତ୍ର କାଦି କାଉଁକେ ନଃହାରାସ୍। 66 ଆରେକ୍, ହୁରା ମଃଣ୍ଡ୍ଳିର୍ ଲକ୍ ମିସିକଃରି ୪୨,୩୬୦ ଲକ୍। 67 ଇମଃନ୍କେ ଚାଡି ସେମଃନାର୍ ଦାସ୍ଦାସି ୭,୩୩୭ ଲକ୍ ରିଲାୟ୍; ଆରେକ୍, ସେମଃନାର୍ ୨୪୫ ଲକ୍ ଗିତ୍କୁଳିଆ ଗିତ୍କୁଳିଆଣି ରିଲାୟ୍। 68 ସେମଃନାର୍ ୭୩୬ ଗଟ୍ ଗଳା; ୨୪୫ ଗଟ୍ମାୟ୍ ଗଃଦ; 69 ୪୩୫ ଗଟ୍ ଉଟ୍; ୬,୭୨୦ ଗଟ୍ ଗଃଦ ରିଲାୟ୍। 70 ଆରେକ୍, ଗଃର୍କୁଟୁମାର୍ ମୁକ୍ୟା ଲକ୍ମଃନାର୍ ବିତ୍ରାର୍ କେଏ କେଏ ସେକାମ୍ ହାଁୟ୍ ଦାନ୍ ଦିଲାୟ୍। ଗନର୍ ଡାରିକ୍ ନାଉଁଆର୍ ୧,୦୦୦ ସନାଟକା, ୫୦ ଗଟ୍ କୁଣ୍ଡ୍, ୫୩୦ ଜାଜକମଃନ୍ ହିନ୍ଦ୍ତା ବଃସ୍ତର୍ ଦିଲା। 71 ଆରେକ୍, ଗଃର୍କୁଟୁମାର୍ କଃତେକ୍ ମୁକ୍ୟା ଲକ୍ ବଃଣ୍ଡାରେ ଡାରିକ୍ ନାଉଁଆର୍ କଳେଅଃଜାର୍ ସନାଟକା ଆର୍ ଏକ୍ଅଃଜାର୍ ଦୁଇସ କେଜି ରୁହାଟକା କାମ୍ ହାଁୟ୍ ଦିଲାୟ୍। 72 ବିନ୍ ଲକ୍ ସଃର୍ନେ ଡାରିକ୍ ନାଉଁଆର୍ କଳେଅଃଜାର୍ ସନାଟକା ଆର୍ ଦୁଇଅଃଜାର ପାଉଣ୍ଡ୍ ରୁହା ରୁହାଟକା ୬୭ ଜାଜକ୍ମଃନାର୍ ବଃସ୍ତର୍ ଦିଲାୟ୍। 73 ଇତାର୍ହଃଚ ଜାଜକ୍ମଃନ୍, ଲେବିୟମଃନ୍, ଦୁଆର୍ ଜାଗୁମଃନ୍ ଆର୍ ଗିତ୍କୁଳିଆମଃନ୍, ଆର୍ କଃତେକ୍ ଲକ୍ମଃନ୍ ଆର୍ ମଃନ୍ଦିର୍ ସେବାକାରିମଃନ୍ ଆର୍ ସଃର୍ନେ ଇସ୍ରାଏଲ୍ ନିଜାର୍ ନିଜାର୍ ଗଃଳେ ବାସା କଃଲାୟି। ଆର୍ ସାତ୍ ମାସ୍ ବଃଳ୍କେ ଇସ୍ରାଏଲ୍-ଲକ୍ମଃନ୍ ନିଜାର୍ ଗଃଳେ ରିଲାୟ୍।