1 ସେ ମାସାର୍ ଚବିସ୍ ଦିନେ ଇସ୍ରାଏଲ୍ମଃନ୍ ରୁଣ୍ଡିକଃରି ଉପାସ୍କଃରି, ବାସ୍ତା ହିନ୍ଦି ଆର୍ ନିଜାର୍ ନିଜାର୍ ମୁଣ୍ଡ୍ ଉହ୍ରେ ଦୁଳି ଡାହି ଅୟ୍ଲାୟ୍। 2 ଆରେକ୍, ଇସ୍ରାଏଲ୍ ବଃଉଁସ୍ ବିଦେସି ଲକ୍ମଃନାର୍ ତଃୟ୍ହୁଣି ନିଜ୍କେ ଅଃଲ୍ଗା କଃଲାୟି, ଆରେକ୍,ଟିଆ ଅୟି ନିଜାର୍ ନିଜାର୍ ହାହ୍ ଆର୍ ନିଜାର୍ ନିଜାର୍ ଦାଦିବାବୁମଃନ୍ କଃରିରିଲା ହାହ୍କେ ଜାଣ୍ଲାୟ୍। 3 ଆରେକ୍, ସେମଃନ୍ ନିଜ୍ ନିଜ୍ ଜଃଗାୟ୍ ଟିଆଅୟ୍ ହାକାହାକି ତିନିଗଃଟା ହଃତେକ୍ ମାପୁର୍ ସେମଃନାର୍ ଇସ୍ୱରାର୍ ବିଦିର୍ ପୁସ୍ତକ୍ ହାଟ୍କଃଲାୟ୍ ଆର୍ ବାକି ତିନିଗଃଟା ହଃତେକ୍ ସେମଃନ୍ ହାହ୍ ଜାଣିକଃରି ମାପୁର୍ ଇସ୍ୱର୍କେ ଜୁଆର୍ କଃଲାୟି।
4 ଆରେକ୍, ଲେବିୟମଃନ୍, ଜେସୁୟ ଆର୍ ବୁନି, କଦ୍ମିଏଲ୍, ସବନିୟ, ବୁନି, ସେରେବିୟ, ବାନି ଆର୍ କନାନି ହାଉଜା ଉହ୍ରେ ଟିଆଅୟ୍ ମାପୁର୍ ଇସ୍ୱର୍କେ ଆଉଲି ଅୟି ପାର୍ତ୍ନା କଃଲାୟି।
5 ଜେସୁୟ ଆର୍ କଦ୍ମିଏଲ୍, ବାନି, ହସବନିୟ, ସେରେବିୟ, ହଦିୟ, ସବନିୟ ଆର୍ ପତାହିୟ, ଆର୍ ଲେବିୟମଃନ୍ କୟ୍ଲାୟ୍, ଉଟା, ଆରୁମ୍ ନୟ୍ଲା କାଳେ ହୁଣି ସଃବୁ ବଃଳାର୍ ମାପୁର୍ ତୁମାର୍ ଇସ୍ୱରାର୍ ଦନ୍ୟବାଦ୍ କଃରା; ଆରେକ୍, ସଃବୁ ଦନ୍ୟବାଦ୍ ଆର୍ ଜଃଜ୍ମାନ୍ ତଃୟ୍ହୁଣି ଉଚ୍ ତର୍ ଜଃଜ୍ମାନାର୍ ନାଉ ଦନ୍ୟ ଅଃଉଅ। 6 ତୁୟ୍ ହଃକା ଅଃଉଁଲିସ୍ ଜୁଗ୍ଜୁଗାର୍ ଇସ୍ୱର୍; ତୁୟ୍ ସଃର୍ଗ୍, ସଃର୍ଗାର୍ ସଃର୍ଗ୍ ଆର୍ ସେତିର୍ ସଃର୍ନେ ସଃବୁ ଦୁତ୍ବାହିନି, ହୁର୍ତିବି ଆର୍ ସେତିର୍ ସଃର୍ନେ ବିସୟ୍, ସଃମ୍ନ୍ଦ୍ ଆର୍ ସେତିରିଲା ସଃର୍ନେ ବିସୟ୍ ହାଜିଆଚ୍ସି ଆର୍ ତୁୟ୍ ସେ ସଃବ୍କେ ଚାଲାଉଁଲିସ୍ ଆର୍ ସଃର୍ଗାର୍ ସଃର୍ନେ ଦୁତ୍ମଃନ୍ ତକ୍ ସେବା କଃରୁଲାୟ୍ 7 ତୁୟ୍ ହଃକା ମାପୁର୍ ଇସ୍ୱର୍, ତୁୟ୍ ଅବ୍ରାମକେ ବାଚ୍ଲିସ୍ ଆର୍ କଲ୍ଦିୟମଃନାର୍ ଉର୍ ଦେସେ ହୁଣି ତାକ୍ ବାର୍କଃରି ଆଣି ଅବ୍ରାହାମ୍ ନାଉ ଦିଲିସ୍। 8 ତୁୟ୍ ତାର୍ ମଃନ୍କେ ଦଃକ୍ଲିସ୍, ଆରେକ୍ କିଣାନିୟ, ହିତିୟ, ଇମରିୟ ଆର୍ ପିରିସିୟ ଆର୍ ଜିବୁସିୟ ଆର୍ ଗିର୍ଗାସିୟ ଲକ୍ମଃନାର୍ ଦେସ୍ ଦେଉଁକେ, ବଃଲେକ୍, ତାର୍ ବଃଉଁସ୍କେ ଦେଉଁକେ ତାର୍ ସଃଙ୍ଗ୍ ନିୟମ୍ କଃଲିସ୍, ଆର୍ ତୁୟ୍ ତର୍ ସେ ବଃଚନ୍ ହୁରା କଃରିଆଚ୍ସି; କାୟିତାକ୍ ବଃଲେକ୍ ତୁୟ୍ ଅଃଉଁଲିସ୍ ଦଃର୍ମି। 9 ଇତାର୍ହଃଚ ତୁୟ୍ ମିସର୍ ଦେସେ ଅଃମାର୍ ଦାଦିବାବୁମଃନାର୍ ଦୁକ୍ ଦଃକ୍ଲିସ୍ ଆର୍ ସୁପ୍ ସଃମ୍ନ୍ଦ୍ କଃଣ୍ଡାୟ୍ ସେମଃନାର୍ ଡାକ୍ ସୁଣ୍ଲିସ୍; 10 ଆରେକ୍, ପାର ଆର୍ ତାର୍ ସଃବୁ ଦାସ୍ ଆର୍ ତାର୍ ଦେସାର୍ ସଃର୍ନେ ଲକ୍ମଃନ୍କେ ନାନା ଚିନା ଆର୍ କାବାଅଃଉତା କାମ୍ମଃନ୍ ଦଃକାୟ୍ଲିସ୍; କାୟିତାକ୍ ବଃଲେକ୍ ମିସରିୟମଃନ୍ ସେମଃନାର୍ ବିରୁଦେ କଃରାପ୍ ବେବ୍ବାର୍ କଃଲାର୍ ତୁୟ୍ ଜାଣ୍ଲିସ୍;ଇତାକ୍ ତୁୟ୍ ଆଜି ହଃତେକ୍ ତର୍ ନାଉ ଡାକ୍ହୁଟା କଃରିଆଚ୍ସି। 11 ଆରେକ୍, ତୁୟ୍ ସେମଃନାର୍ ଆଗେ ସଃମ୍ନ୍ଦ୍କେ ଦୁୟ୍ ବାଗ୍ କଃଲିସ୍, ତଃବେ ସେମଃନ୍ ସୁକ୍ଲା ବୁଏଁ ଗଃଲା ହର୍ ସଃମ୍ନ୍ଦ୍ ବିତ୍ରେ ଗଃଲାୟି; ମଃତର୍ ଡେଙ୍ଗ୍ ଜାଣାୟି ଟେଳା ବୁଡ୍ଲା ରଃକମ୍ ତୁୟ୍ ସେମଃନାର୍ ହଃଚେ ହଃଚେ କଃଦିଆଣ୍ତା ଲକ୍ମଃନ୍କେ ଡେଙ୍ଗ୍ ସଃମ୍ନ୍ଦେ ବୁଡାୟ୍ଲିସ୍। 12 ଆରେକ୍, ତୁୟ୍ ଦିବସେ ମେଗ୍ କଃମ୍ ସଃଙ୍ଗ୍ ଆର୍ ରାତିବଃଳ୍ ସେମଃନାର୍ ଜାତା ବାଟ୍କେ ଉଜାଳ୍ ଦେଉଁକେ ଅଃଗ୍ନି କଃମ୍ ସଃଙ୍ଗ୍ ସେମଃନ୍କେ ବାଟ୍ ଇଣ୍ଡାୟ୍ଲିସ୍। 13 ଆରେକ୍ ହେଁ ତୁୟ୍ ସିନୟ୍ ହର୍ବାତ୍ ଉହ୍ରେ ଉତ୍ରିଆସି ସଃର୍ଗେ ହୁଣି ସେମଃନାର୍ ସଃଙ୍ଗ୍ କଃତାବାର୍ତା କଃଲିସ୍ ଆର୍ ସେମଃନ୍କେ ସଃତ୍ ନିୟମ୍ ଆର୍ , ନିକ ବିଦି ଆର୍ ବଲ୍ ଦିଲିସ୍। 14 ଆରେକ୍, ସେମଃନ୍କେ ତର୍ ପବିତ୍ର ବିସାଉଁଣି ଦିନ୍ ଜାଣାୟ୍ଲିସ୍ ଆର୍ ତର୍ ଦାସ୍ ମସାର୍ ଆତେ ସେମଃନ୍କେ ବଲ୍ ଆର୍ ବିଦି ଦିଲିସ୍। 15 ଆରେକ୍ ସେମଃନାର୍ ବୁକ୍ ଦୁର୍କଃରୁକେ ସେମଃନ୍କେ ସଃର୍ଗାର୍ କାଦି ଦିଲିସ୍ ଆର୍ ସେମଃନାର୍ ସସ୍ ଦୁର୍କଃରୁକେ ସିଳେ ହୁଣି ହାଣି ବାର୍କଃଲିସ୍, ଆର୍ ତୁୟ୍ ସେମଃନ୍କେ ଜୁୟି ଦେସ୍ ଦେଉଁକେ ଆତ୍ ଉଟାୟ୍ ରିଲିସ୍ ସେ ଦେସ୍ ଅଃଦିକାର୍ କଃରୁକେ ସେତି ଜଃଉଁକେ ଆଦେସ୍ କଃଲିସ୍। 16 ମଃତର୍ ସେମଃନ୍ ଆର୍ ଅଃମାର୍ ଦାଦିବାବୁମଃନ୍ ଗଃର୍ବ୍ କଃଲାୟି ଆର୍ ନିଜ୍ ନିଜ୍କେ ଅଃଟୁଆ କଃଲାୟି ଆର୍ ତର୍ ଆଦେସ୍କେ ନଃସୁଣ୍ଲାୟ୍ 17 ଆର୍ ସେମଃନ୍ ବଲ୍ ମାନୁକେ ରାଜି ନୟ୍ଲାୟ୍, କି ତୁୟ୍ ସେମଃନାର୍ ବିତ୍ରେ ଜୁୟି କାବାଅଃଉତା କାମ୍ କଃରିରିଲିସ୍, ସେରି ମଃନେ ନଃରେକ୍ଲାୟ୍; ମଃତର୍ ନିଜାର୍ ନିଜାର୍ ମଃନ୍ ଅଃଟୁଆ କଃଲାୟି ଆର୍ ଦାସ୍ ଜିବନେ ବାଉଳି ଜାତା ହାଁୟ୍ ବିରଦ୍ ବାବେ ଗଟ୍ଲକେ ମୁକିଆକଃରି ବାଚ୍ଲାୟ୍; ଅୟିଲେକ୍ ହେଁ ତୁୟ୍ କେମାକଃରୁ ଦଃୟାକାରି ଆର୍ ଲବଦ୍କାରି ରିସାୟ୍ ଦିର୍ ଦଃୟାୟ୍ ହୁର୍ନ୍ ଇସ୍ୱର୍, ଇତାକ୍ ସେମଃନ୍କେ ତୁୟ୍ ନଃଚାଡ୍ଲିସ୍। 18 ହେଁ, ଇ ରଃକମ୍ ସେମଃନ୍ ଚଃଚେ ହାଜ୍ଲା ଗଟେକ୍ ବାଚି ତିଆର୍କଃରି କୟ୍ଲାୟ୍, "ଜୁୟି ଦେଉତା ତୁମିକେ ମିସର୍ ଦେସେ ହୁଣି ବାର୍କଃରି ଆଣ୍ଲା, ସେ ଅଃଉଁଲା ଇରି," ଇରି କୟ୍ ତକ୍ ବଃଡେ ଅପ୍ମାନ୍ କଃଲାୟି। 19 ସଃଡେବଃଳ୍ ତୁୟ୍ ତର୍ ବଃଡେ ଦଃୟା ଲାଗି ସେମଃନ୍କେ ମଃରୁବଃଟାୟ୍ ଚାଡିନଃଦିଲିସ୍; ବାଟ୍ କାଡାଉତା ହାଁୟ୍ ଦିବସେ ମେଗ୍ କଃମ୍ ଆର୍ ସେମଃନ୍କେ ଉଜାଳ୍ ଆର୍ ସେମଃନ୍କେ ବାଟ୍ ଦଃକାଉଁକେ ଗିନେ ରାତିଆ ଅଃଗ୍ନିକଃମ୍ ସେମଃନାର୍ ତଃୟ୍ହୁଣି ଦୁର୍ ନଃକେଲିସ୍। 20 ଆରେକ୍, ତୁୟ୍ ସେମଃନ୍କେ ବୁଜୁହାର୍ତା ସକ୍ତି ହାଉଁକେ ବଃଲ୍ ଆତ୍ମା ଦିଲିସ୍ ଆର୍ ସେମଃନ୍ କାଉଁକେ ତର୍ ମାନ୍ନା ବଃନ୍ଦ୍ ନଃକେଲିସ୍ ଆର୍ ସେମଃନାର୍ ସସ୍ ଦୁର୍କଃରୁକେ ସେମଃନ୍କେ ହାଣି ଦିଲିସ୍। 21 ତୁୟ୍ ଚାଳିସ୍ ବଃର୍ସ୍ ହଃତେକ୍ ମଃରୁବଃଟାୟ୍ ସେମଃନ୍କେ ହସ୍ଲିସ୍, ସେମଃନାର୍ କାୟିରି ହେଁ ଅକେଟ୍ ନୟ୍ଲି; ସେମଃନାର୍ ବଃସ୍ତର୍ ହଃର୍ନା ନୟ୍ଲି ଆର୍ ସେମଃନାର୍ ହାଦ୍ ହୁଲି ନଃକେଲି। 22 ଆରେକ୍, ତୁୟ୍ ସେମଃନ୍କେ ନାନା ରାୟ୍ଜ୍ ଆର୍ ଗସ୍ଟି ଦିଲିସ୍ ଆର୍ ସେରି ସେମଃନାର୍ ବାଗ୍ବାଟା ହଃର୍କାରେ ଟିକ୍ କଃଲିସ୍, ତଃବେ ସେମଃନ୍ ସିହନ୍ ଦେସ୍, ବଃଲେକ୍, ହିସ୍ବନ୍ ରଃଜାର୍ ଦେସ୍ ଆର୍ ବାସନାର୍ ଅଗ୍ ରଃଜାର୍ ଦେସ୍ ଅଃଦିକାର୍ କଃଲାୟି। 23 ଆରେକ୍, ତୁୟ୍ ସେମଃନାର୍ ହିଲାମଃନ୍କେ ଅଃଗାସାର୍ ତାରାମଃନାର୍ ହର୍ ବୁତେକ୍ କଃଲିସ୍ ଆର୍ ଜୁୟି ଦେସ୍ ସେମଃନ୍ ଅଃଦିକାର୍ କଃରୁକେ ଜାତି ବଃଲି ତୁୟ୍ ସେମଃନାର୍ ଦାଦିବାବୁମଃନ୍କେ କୟ୍ରିଲିସ୍, ସେ ଦେସେ ସେମଃନ୍କେ ଆଣ୍ଲିସ୍। 24 ଇ ରଃକମ୍ ସେ ଲଃକ୍ମଃନ୍ ଦେସେ ହଃଚି ଅଃଦିକାର୍ କଃଲାୟି, ଆର୍ ତୁୟ୍ ସେମଃନାର୍ ଆଗେ ସେ ଦେସ୍ବାସି କିଣାନିୟମଃନ୍କେ ଆରାୟ୍ଲିସ୍ ଆର୍ ସେମଃନ୍ ଜଃନ୍କଃରି ସେମଃନାର୍ ଉହ୍ରେ ଜାୟ୍ରି ଇଚା ସେରି କଃରୁକେ ହାର୍ତି, ଇତାର୍ଗିନେ ସେମଃନ୍କେ ଆର୍ ସେମଃନାର୍ ରଃଜାମଃନ୍କେ ଆର୍ ଦେସାର୍ ନାନା ଜାତିକେ ସେମଃନାର୍ ଆତେ ସଃହ୍ରି ଦିଲିସ୍। 25 ସେମଃନ୍ ବାରିକଃତି ରିଲା ଗଃଳ୍ ସଃବୁ ଆର୍ ବଃଲ୍ ବୁୟ୍ଁ ନିଲାୟ୍, ସଃବୁ ହଃର୍କାର୍ ବଃଲ୍ ଜିନିସେ ବଃର୍ତି ଅୟ୍ଲା ଗଃର୍, କଃଣା ଅୟ୍ଲା କୁୟ୍ଁକାଲ୍, ଅଙ୍ଗୁର୍ବାଳ୍ ଆର୍ ଜିତ୍ବାଳ୍ ଆର୍ ଗାଦେକ୍ ହଃଳ୍ ଗଃଚ ଅଃଦିକାର୍ କଃଲାୟି; ସେମଃନ୍ ସେରି ଆଦାର୍ ହୁର୍ନେ କାୟ୍କଃରି ଦୁମା ଅୟ୍ଲାୟ୍ ଆର୍ ସେମଃନ୍ ତୁୟ୍ ଦିଲା ବଃଲ୍ ଦାନ୍ ସଃବୁ ହାୟ୍ଁ ସଃର୍ଦା କଃଲାୟି। 26 ମଃତର୍ ସେମଃନ୍ ତର୍ ବଲ୍ ନଃମାନ୍ଲାୟ୍ ଆର୍ ତର୍ ବିରୁଦେ ହାହ୍ କଃଲାୟି ଆର୍ ତର୍ ବିଦିକେ ହଃଚେ ହଃକାୟ୍ଲାୟ୍, ଆର୍ ତର୍ ଜୁୟି ବାବ୍ବାଦିମଃନ୍ ସେମଃନ୍କେ ତର୍ ହାକ୍ ବାଉଳାଉଁକେ ସେମଃନ୍କେ ଚେତାୟ୍ ଦିଲାୟ୍, ସେମଃନ୍କେ ଅଃତ୍ୟା କଃଲାୟି ଆର୍ ଅପ୍ମାନାର୍ କଃଲାୟି। 27 ଇତାର୍ଗିନେ ତୁୟ୍ ସେମଃନ୍କେ ସଃତ୍ରୁମଃନାର୍ ଆତେ ସଃହ୍ରି ଦିଲାକ୍, ସେମଃନ୍ ସେମଃନ୍କେ କଃସ୍ଟ ଦିଲାୟ୍; ମଃତର୍ କଃସ୍ଟ୍ବଃଳ୍ ସେମଃନ୍ ତର୍ ତଃୟ୍ କାନ୍ଦ୍ଲାକେ, ତୁୟ୍ ସଃର୍ଗେ ହୁଣି ସେରି ସୁଣ୍ଲିସ୍; ଆରେକ୍, ତର୍ ବଃଡେ ଦଃୟା ହଃର୍କାରେ ସେମଃନ୍କେ ସେମଃନାର୍ ସଃତ୍ରୁମଃନାର୍ ଆତେହୁଣି ରଃକ୍ୟା କଃଲିସ୍। 28 ମଃତର୍ ସେମଃନ୍ ସାନ୍ତି ହାୟ୍ଲା ହଃଚେ ଆରେକ୍ ତର୍ ଆକାୟ୍ କଃରାପ୍ କାମ୍ କଃଲାୟି; ଇତାକ୍ ତୁୟ୍ ସେମଃନ୍କେ ସଃତ୍ରୁମଃନାର୍ ଆତେ ସଃହ୍ରିଦିଲିସ୍, ସେମଃନ୍ ସେମଃନାର୍ ଉହ୍ରେ ସାସନ୍ ଅୟିଲେକ୍ ହେଁ ଜଃଡେବଃଳ୍ ସେମଃନ୍ ବାଉଳି ତର୍ ଲଃଗେ କାନ୍ଦ୍ଲାୟ୍, ସଃଡେବଃଳ୍ ତୁୟ୍ ସଃର୍ଗେ ହୁଣି ସେରି ସୁଣ୍ଲିସ୍; ଆର୍ ଅଃନେକ୍ତର୍ ତୁୟ୍ ତର୍ ଦଃୟା ହଃର୍କାରେ ସେମଃନ୍କେ ଉଦାର୍ କଃଲିସ୍। 29 ଆରେକ୍, ସେମଃନ୍କେ ତର୍ ବିଦି ହାକ୍ ବାଉଳି ଆସୁକ୍ କୟ୍ଲିସ୍; ମଃତର୍ ସେମଃନ୍ ଗଃର୍ବ୍ କଃଲାୟି ଆର୍ ସେମଃନ୍ ତର୍ ବଲ୍ ନଃସୁଣ୍ଲାୟ୍, ମଃତର୍ ଜାୟ୍ରି ମାନ୍ଲେକ୍ ଲଃକ୍ମଃନ୍ ବାଚ୍ତି, ତର୍ ସେ ନିୟମ୍ ବିରୁଦେ ହାହ୍ କଃଲାୟି, ଆରେକ୍, ଦିଆନ୍ ନଃଦିଲାୟ୍ ଆର୍ ନିଜାର୍ ନିଜାର୍ ମଃନ୍ ଅଃଟୁଆ କଃଲାୟି ଆର୍ ସୁଣୁକେ ରାଜି ନଃୟ୍ଲାୟ୍। 30 ଅୟିଲେକ୍ ହେଁ ଅଃନେକ୍ ବଃର୍ସ୍ ହଃତେକ୍ ତୁୟ୍ ସେମଃନ୍କେ ଡଃଣ୍ଡ୍ ନଃଦେୟ୍ ମୁର୍ଚ୍ଲିସ୍ ଆର୍ ତର୍ ଆତ୍ମା ସଃଙ୍ଗ୍ ତର୍ ବାବ୍ବାଦିମଃନାର୍ ଦଃୟି ସେମଃନ୍କେ ଚେତାୟ୍ ଦିଲିସ୍; ମଃତର୍ ସେମଃନ୍ ସୁଣୁକେ ରାଜି ନୟ୍ଲାୟ୍; ଇତାର୍ଗିନେ ତୁୟ୍ ସେମଃନ୍କେ ବିନ୍ଜାତିର୍ ଲକ୍ମଃନାର୍ ଆତେ ସଃହ୍ରିଦିଲିସ୍। 31 ଅୟିଲେକ୍ ହେଁ ତୁୟ୍ ତର୍ ବଃଡେ ଦଃୟାୟ୍ ସେମଃନ୍କେ କୁରୁପ୍ନାସ୍ ନଃକେଲିସ୍, କି ସେମଃନ୍କେ ନଃଚାଡ୍ଲିସ୍; ବଃଲେକ୍ ତୁୟ୍ ଅଃଉଁଲିସ୍ କେମାକାରି ଆର୍ ଦଃୟାକାରି ଇସ୍ୱର୍। 32 ଇତାକ୍ ଏ ଅଃମାର୍ ଇସ୍ୱର୍, ବଃଡ୍ ଆର୍ ସଃକାତ୍ ଆର୍ ବୟଙ୍କାର୍ ଇସ୍ୱର୍, ତୁୟ୍ ନିୟମ୍ ଆର୍ ଦଃୟା ରଃକ୍ୟାକାରି, ଅଃସୁରିୟ ରଃଜାମଃନାର୍ ବଃଳ୍ହୁଣି ଆଜି ହଃତେକ୍ ଅଃମିମଃନାର୍ ଉହ୍ରେ, ଅଃମାର୍ ରଃଜାମଃନାର୍ ଉହ୍ରେ, ଅଃମାର୍ ନେତାମଃନାର୍ ଉହ୍ରେ ଆର୍ ଅଃମାର୍ ଜାଜକମଃନାର୍ ଉହ୍ରେ ଆର୍ ଅଃମାର୍ ବାବ୍ବାଦିମଃନାର୍ ଉହ୍ରେ ଆର୍ ଅଃମାର୍ ଦାଦିବାବୁମଃନାର୍ ଉହ୍ରେ ଆର୍ ତର୍ ସଃର୍ନେ ଲକ୍ମଃନାର୍ ଉହ୍ରେ ଜୁୟି ଜୁୟି କଃସ୍ଟ ଗଃଟିଆଚେ, ସେରିସଃବୁ ତର୍ ଆକାୟ୍ ଉଣା ଦଃକାନଃଜାଅ। 33 ଅୟିଲେକ୍ ହେଁ ଅଃମିମଃନ୍କେ ଜାୟ୍ ଜାୟ୍ରି ଗଃଟିଆଚେ, ସେସଃବୁ ବିସୟେ ତୁୟ୍ ଅଃଉଁଲିସ୍ ଦଃର୍ମି; ବଃଲେକ୍ ତୁୟ୍ ନ୍ୟାୟେ କାମ୍ କଃରିଆଚ୍ସି, ମଃତର୍ ଅଃମିମଃନ୍ ଦୁସ୍ଟ୍ କାମ୍ କଃରିଆଚୁ। 34 ଆରେକ୍, ଅଃମାର୍ ରଃଜାମଃନ୍, ଅଃମାର୍ ନେତାମଃନ୍, ଅଃମାର୍ ଜାଜକ୍ମଃନ୍ ଆର୍ ଅଃମାର୍ ଦାଦିବାବୁମଃନ୍ ତର୍ ବିଦି ନଃମାନି ଆଚ୍ତି, ତୁୟ୍ ନିଜାର୍ ଜୁୟି ଆଦେସ୍ ଆର୍ ସେମଃନ୍କେ ସାକି ଦଃୟି ଚେତାୟ୍ ଦିଲିସ୍ ଅୟିଲେକ୍ ହେଁ ସେମଃନ୍ ନଃସୁଣ୍ଲାୟ୍। 35 ସେମଃନ୍ ନିଜାର୍ ରାଇଜେ, ସେମଃନ୍କେ ତୁୟ୍ ଦିଲା ବଃଡେ ଦଃୟା ଗିନେ ସେମଃନ୍କେ ତୁୟ୍ ଦିଲା ଅଃସାର୍ ଆର୍ ହାଚି ହାକ୍ତା ଦେସେ ତର୍ ନଃକେର୍ତି, ଆର୍ ନିଜାର୍ ନିଜାର୍ ମଃନ୍ଦ୍ କାମେ ହୁଣି ବାଉଳି ନଃକେର୍ତି। 36 ଦଃକ୍, ଆଜି ଅଃମିମଃନ୍ ଦାସ୍ ଅୟିଆଚୁ ଆରେକ୍ ତୁୟ୍ ଅଃମାର୍ ଦାଦିବାବୁମଃନ୍କେ ଜୁୟି ଦେସାର୍ ହଃଳ୍ ଆର୍ ବଃଲ୍ କାଦି ବଗ୍ କଃରୁକେ ଦଃୟ୍ରିଲିସ୍, ଦଃକ୍, ସେ ଦେସେ ଅଃମିମଃନ୍ ଦାସ୍ ଅୟିଆଚୁ। 37 ଆରେକ୍, ଅଃମିମଃନାର୍ ହାହାର୍ ଗିନେ ତୁୟ୍ ଜୁୟି ରଃଜାମଃନ୍କେ ଅଃମାର୍ ଉହ୍ରେ ରଃଜା କଃରିଆଚ୍ସି, ସେମଃନ୍ ସେ ଦେସାର୍ ଗାଦେକ୍ ହଃଳ୍ ବଗ୍ କଃରୁଲାୟ୍; ଆର୍ ଅଃମିମଃନାର୍ ଗଃଗାଳ୍ ଉହ୍ରେ ଆର୍ ହସୁମଃନାର୍ ଉହ୍ରେ ନିଜାର୍ ନିଜାର୍ ଇଚା ହଃର୍କାରେ କଃନ୍କାର୍ ଆଚେ, ଆର୍ ଅଃମିମଃନ୍ ବଃଡେ କଃସ୍ଟେ ଆଚୁ। 38 ଇ ସଃବୁ ଗଃଟ୍ଲେକ୍ ହେଁ ଅଃମିମଃନ୍ ସଃତ୍କଃରି ଗଟେକ୍ ନିୟମ୍ ଲେକୁଲୁ; ଆରେକ୍, ଅଃମାର୍ ନେତାମଃନ୍, ଅଃମାର୍ ଲେବିୟମଃନ୍ ଆର୍ ଅଃମାର୍ ଜାଜକ୍ମଃନ୍ ତାର୍ ଉହ୍ରେ ମୁଦ୍ରା ମାରୁଲାୟ୍।