1 ଜଃନ୍କଃରି କଃରାମାସେ କାକର୍ ଆର୍ ତାସାର୍ ବଃଳ୍ ବଃର୍ସା ସେନ୍ ମୁର୍କ୍ଲକେ ମାୟିନ୍ ଦେତାର୍ ଟିକ୍ ନାୟି।
2 ଜଃନ୍କଃରି ଜଃଟିଆଚେଳେ ବୁଲ୍ତାବଃଳ୍ ଆର୍ ଡଳିଚେଳେ ଉଡ୍ତାବଃଳ୍ ବିନାକାରଣେ ଦିଲା ସାୟ୍ପ୍ ନଃକାଟେ।
3 ଗଳାର୍ ଗିନେ କର୍ଡା ଆର୍ ଗଃଦର୍ ଗିନେ ବାକୁର୍, ଆର୍ ମୁର୍କ୍ ଲକକାର୍ ହିଟି ହାଁୟ୍ ଡାଙ୍ଗ୍।
4 ମୁର୍କ୍ଲକେ ତାର୍ ଅଗିଆନ୍ ଇସାବେ ଉତୁର୍ ଦିଆସ୍ ନାୟି, ଦିଲେକ୍ ତୁମିହେଁ ତାର୍ ହର୍ ଅଃଉଆସ୍।
5 ମୁର୍କ୍ଲକେ ତାର୍ ଅଗିଆନ୍ ଇସାବେ ଉତୁର୍ ଦିଆସ୍, ନୟିଲେକ୍ ସେ ନିଜାର୍ ଆକାୟି ସେ ଗିଆନି ବାବେଦ୍।
6 ମୁର୍କ୍ ଆତେ ଜେ କବୁର୍ ହଃଟାୟିଦ୍, ସେ ନିଜାର୍ ହାଦ୍ ନିଜେ କାଟି ନଃସ୍ଟ୍ କଃରେଦ୍।
7 ଚଟା ଲକାର୍ ଗଡ୍ ଜଃନ୍କାର୍ ଅଗିଆନି ଲକାର୍ ଟଣ୍ଡେ ସେନ୍ ଉପ୍ଦେସ୍ କଃତା।
8 ଗହ୍ଣାୟ୍ ଟେଳା ସଃଙ୍ଗାଉତାର୍ ଜଃନ୍କାର୍, ମୁର୍କ୍ଲକେ ଅଃଦିକାର୍ ଦେତାର୍ ସେନ୍କାର୍।
9 ମାତ୍ଲା ଲକାର୍ ଆତେ କାଟା ଟେକ୍ତାର୍ ଜଃନ୍କାର୍, ମୁର୍କ୍ମଃନାର୍ ମୁଁୟେ ବଃଲ୍କଃତା ସେନ୍କାର୍।
10 ବାଣୁଆ ଜଃନ୍କଃରି ସଃବ୍କେ କଃଣ୍ଡିଆକାବ୍ରା କଃରେଦ୍ , ସେହର୍ ସେମାନାୟ୍, ଜେ ମୁର୍କ୍ଲକେ ବଃର୍ତାନ୍ ଦଃୟିଦ୍ ଆର୍ ଜେ ବାଟ୍ଇଣ୍ଡ୍ତା ଲକ୍କେ ବୁତି ଦଃୟିଦ୍।
11 ନିଜାର୍ ଉକାଳ୍ଲାର୍ ଚାଟ୍ତା କୁକୁର୍ ଜଃନ୍କାର୍ , ଅଗିଆନେ କାମ୍ କଃରିଲାଗ୍ତା ମୁର୍କ୍ ଲକ୍ ସେନ୍କାର୍।
12 ଜେ ନିଜାର୍ ଆକାୟି ଗିଆନି ଅଃନ୍କା ଲକେ ଦଃକୁଲାସ୍ କି? ତାର୍ ବାଦୁଲେ ମୁର୍କ୍ ବିସୟେ ଅଃଦିକ୍ ଆସା ଆଚେ।
13 ଅଃଳ୍ସିଆ କୟିଦ୍, ବାଟେ ବାଗ୍ ଆଚେ, ରଃସ୍ତାୟ୍ ସିମାବାଗ୍ ଆଚେ।
14 ଜଃନ୍କଃରି କବ୍ଜାୟି କଃହାଟ୍ ବୁଲେଦ୍, ସେନ୍କଃରି ଅଃଳ୍ସିଆ ନିଜାର୍ ବିଚ୍ଣାୟି ଡୁଳିବୁଲ୍ତିରଃୟିଦ୍।
15 ଅଃଳ୍ସିଆ ତାଳାୟ୍ ଆତ୍ ବୁଡାୟ୍ ଆରେକ୍ ସେରି ଟଣ୍ଡେ ନେଉଁକେ ତାକି ଜାୟିଦ୍।
16 ସାତ୍ଲକ୍ ଟିକ୍ ଉତୁର୍ ଦେତାଲକ୍ ବାଦୁଲେ ଅଃଳ୍ସିଆ ନିଜାର୍ ଆକାୟି ନିଜ୍କେ ଗିଆନି ବଃଲେଦ୍।
17 ଜୁୟିଲକ୍ ବାଟେ ଜଃଉଁଜଃଉଁ ବିନ୍ଲକେ ଜଗ୍ଳାକଃରି ରିସାଅୟିଦ୍ ସେ କୁକୁର୍ କାନ୍ ଦଃର୍ଲା ହର୍।
18 ଜୟ୍ବାଣ୍, ଜୟ୍ଲାଗ୍ଲା ମଃର୍ନ୍ କାଣ୍ଡ୍ ହିଙ୍ଗ୍ତା ବଃୟାଲକ୍ ଜଃନ୍କାର୍; 19 ନିଜାର୍ ହଃଳ୍ସା ଲକେ ଟିକଲ୍ମାରି କୟିଦ୍, ମୁଁୟି କାୟ୍ ମଜାକ୍ କଃଉଁଲେ ? ସେ ଲକ୍ ସେହର୍।
20 ଦାରୁ ସଃର୍ଲେକ୍ ଜୟି ଲିବିଜାୟିଦ୍, କୁଟ୍କଃତା ବଃନ୍ଦ୍କଃଲେକ୍ ଗଃଣ୍ଡ୍ଗଳ୍ ବଃନ୍ଦ୍ଅୟିଦ୍।
21 ଜଃନ୍କଃରି କଃଚ୍ତା ଇଙ୍ଗ୍ରାକେ ଇଙ୍ଗ୍ରା ଆର୍ ଜୟିକେ ଦାରୁ, ମାଡ୍ଗଳ୍ ବଳାଉତା କଃର୍ନିଆ ଲକ୍ ସେନ୍କାର୍।
22 କାନେକାନେ କଃଉତା କଃତା ବେସି ସୁଆଦ୍ , ସେରି ହେଟାର୍ ଗବିରେ ଚାଲିଜାୟିଦ୍।
23 ଟଣ୍ଡେ ସୁଆଦ୍ କଃତା ଆର୍ ହୁର୍ଦେ ମଃନ୍ଦ୍ କଃତା କଃଉତାର୍ ରୁହା ଡାଳାୟିଲା ମାଟି ଡକା ହର୍।
24 ଗୁର୍ନାକାରି ନିଜାର୍ ଟଣ୍ଡେ କୁଟ୍ କଃତା କୟିଦ୍, ମଃତର୍ ମଃନେ ଟକାମି ରଃୟିଦ୍। 25 ସେ ସୁଆଦ୍ କଃତାୟି କୟିଲେକ୍, ତାକେ ସଃତ୍ କଃରାନାୟି , ବଃଲେକ୍ ତାରମଃନେ ସାତ୍ଗଟ୍ ଗୁର୍ନାର୍ ବିସୟି ରଃୟିଦ୍। 26 ତାର୍ ଗୁର୍ନା ଅଃକାରେ ନିଜ୍କେ ଡାହିଅୟ୍ଲେକ୍ ହେଁ ତାର୍ ମଃନ୍ଦ୍ ବାବ୍ନା କୁଟୁମେ ଜାଣାହଃଳେଦ୍।
27 ଜେ କାଲ୍ କଃଣେଦ୍ ସେ ନିଜେ ସେ କାଲେ ଅଦ୍ରେଦ୍, ଆର୍ ଜେ ବାଟେ ଟେଳା ଡୁଳାୟ୍, ସେରି ତାର୍ ଉହ୍ରେସେ ହାୟିଦ୍।
28 ମିଚୁଆ ଜିବ୍ ଜାକେ ଚୁନା କଃରେଦ୍ , ତାକେ ହଃକା ଗୁର୍ନା କଃରେଦ୍,ଗାଣେଞ୍ଜ୍କାରିର୍ ଟଣ୍ଡ୍ ସଃବୁ ନଃସ୍ଟ୍ କଃରେଦ୍।