1 ଜେ ନିଜ୍କେ ବିନ୍ ଲକାର୍ ତଃୟିହୁଣି ଅଃଲ୍ଗା କଃରେଦ୍ ସେ ନିଜାର୍ ଇଚା ଚେସ୍ଟା କଃରେଦ୍ ଆର୍ ସେ ସଃବୁ ରଃକମାର୍ ବଃଲ୍ ଗିଆନ୍ ବିରୁଦ୍ କଃରେଦ୍।
2 ମୁର୍କ୍ ଲକ୍ ବୁଦିୟେ ସଃଲ୍ମତ୍ ନୟି , ଅଃବ୍କା ନିଜାର୍ କଃତାୟି ହଃକା ସେ ସଃଲ୍ମତ୍।
3 ଦୁସ୍ଟ୍ ଆୟିଲେକ୍ ଅଃମାନ୍ୟା ଆସେଦ୍ ଆର୍ ଅପ୍ମାନ୍ ସଃଙ୍ଗ୍ ଗୁର୍ନା ଆସେଦ୍।
4 ମାନାୟିର୍ ଟଣ୍ଡାର୍ କଃତା ଗବିର୍ ହାଣି ହର୍ ଆର୍ ଗିଆନାର୍ ଆରୁମ୍ ହାଣିର୍ ମୁଆଳ୍ ହର୍।
5 ଦୁସ୍ଟର୍ ମୁମେଟ୍ କଃର୍ତାର୍ ଆର୍ ବିଚାର୍ କଃର୍ତାବଃଳ୍ ଦଃର୍ମିକେ ଅଃନ୍ୟାୟି କଃର୍ତାର୍ ବଃଲ୍ ନାୟି।
6 ମୁର୍କ୍ ଲକାର୍ ଟଣ୍ଡ୍ ମାଡ୍ଗଳ୍ ବାଟ୍ ବାରି ଜାୟିଦ୍ ,ଆର୍ ତାର୍ ଟଣ୍ଡ୍ ମାଡ୍ କାଉଁକେ କୁଦେଦ୍।
7 ମୁର୍କ୍ଲକାର୍ ଟଣ୍ଡ୍ ନାସ୍ ଅଃଉତାର୍ ମୁଳ୍ ବିସୟ୍ , ଆର୍ ତାର୍ ଜିବନାର୍ ହାନ୍ଦା ହର୍।
8 କାନେ କାନେ କଃଉତା ଲକାର୍ କଃତା ଅଃମ୍ବ୍ରତ୍ ହର୍, ସେରି ହେଟ୍ ବିତୁର୍ ହଃତେକ୍ ଚାଲି ଜାୟିଦ୍।
9 ନିଜାର୍ କାମେ ଜାର୍ ଅଃଳ୍ସ୍ ସେ ନାସ୍ ଗଃଟାଉତା ମାନାୟ୍।
10 ଇସ୍ୱରାର୍ ନାଉ ଅଃଟୁଆ ଜାଗୁଆଳିମେଳ୍, ଦଃର୍ମି ଲକ୍ ସେତି ଜାୟି ରଃକ୍ୟା ହାୟିଦ୍। 11 ମାଜନାର୍ ଦଃନ୍ ତାର୍ ଅଃଟୁଆ ବଃସ୍ତି, ଆର୍ ତାର୍ ଜାଣ୍ତା ଇସାବେ ଉଚ୍ କଃତି ହର୍।
12 ଗଃର୍ବ୍ କଃଲେକ୍ ବିନାସ୍ ଆସେଦ୍ , ଆର୍, ନାମର୍ତା ହଃକା ମାୟିନ୍ ଅୟିଦ୍।
13 ଜେ ସୁଣ୍ତା ଆଗ୍ତୁ ଉତୁର୍ ଦଃୟିଦ୍ ସେରି ତାର୍ ଗିନେ ଅଗିଆନି ଆର୍ ଲାଜାର୍ କଃତା।
14 ମାନାୟିର୍ ଜିବନ୍ ତାର୍ ଦୁକ୍ ସଃମ୍ବାଳୁ ହାରେ,ମଃତର୍ ବାଙ୍ଗ୍ଲା ଜିବନ୍କେ କେ ସଃମ୍ବାଳେଦ୍।
15 ବୁଦିଆଲକାର୍ ମଃନ୍ ଗିଆନ୍ ଅଃର୍ଜେଦ୍ ,ଆର୍ ଗିଆନିର୍ କାନ୍ ଗିଆନ୍ କଜେଦ୍।
16 ମାନାୟିର୍ ପୁରିସ୍କାର୍ ତାର୍ ଗିନେ ବାଟ୍ ତିଆର୍ କଃରେଦ୍,ଆର୍ ବଃଡ୍ ଲକାର୍ ଚଃମେ ତାକେ ଆଣେଦ୍।
17 ଜୁୟି ଲକ୍ ହଃର୍ତୁ ନିଜାର୍ ଗଃଣ୍ଡ୍ଗଳ୍ ଜାଣାୟିଦ୍ ,ସେ ଦଃର୍ମି ଦଃକାଜାୟିଦ୍ ,ମଃତର୍ ତାର୍ ଲଃଗାର୍ ଲକ୍ ଆସି ତାକେ ବିଚାର୍ କଃରି ବୁଜେଦ୍।
18 ଦୁଇଲକାର୍ ଜଗ୍ଳା ତଃୟି କେଳିବାଚ୍ଲେକ୍ ସଃବୁ ତିର୍ କଃରା ଜାୟିଦ୍।
19 ନିଜାର୍ ବାଇକେ ଉହ୍କାର୍ କଃରା, ସେ ତକେ ଗଃଳାର୍ ଅଃଟୁଆ କଃତି ହର୍ ସେ ରଃକ୍ୟା କଃରେଦ୍, ମଃତର୍ ଜଦି ତାକେ ବିରଦ୍ କଃଲେକ୍ ତାର୍ ଦୁଆର୍ ଡାହେଦ୍।
20 ମାନାୟିର୍ ହେଟ୍ ତାର୍ ଟଣ୍ଡାର୍ ହଃଳେ ବଃର୍ତି ଅୟିଦ୍, ଆର୍ ସେ ନିଜାର୍ ଟଣ୍ଡେ ଅଃର୍ଜ୍ଲାର୍ ସଃଲ୍ମତ୍ ଅୟିଦ୍। 21 ମଃର୍ନ୍ ଆର୍ ଜିବନ୍ ଜିବାର୍ ଆୟ୍ତେ ;ଜୁୟିମଃନ୍ ତାକେ ଜାଣ୍ତି ସେମଃନ୍ ତାର୍ ହଃଳ୍ ବଗ୍ତି।
22 ଜୁୟି ଲକ୍ ମାୟିଜି ହାୟିଦ୍ ସେ ନିକ ଜିନିସ୍ ହାୟିଦ୍, ସେ ଇସ୍ୱରାର୍ ତଃୟିହୁଣି ଦଃୟା ଅୟିଦ୍।
23 ଇନସ୍ତା ଲକ୍ ଗଃଉଆରି କଃରେଦ୍ ;ମଃତର୍ ଦଃନି ଲକ୍ ଅଃଟୁଆ ଉତୁର୍ ଦଃୟିଦ୍।
24 ଜେ ଅଃନେକ୍ ମିତ୍ର କଃରେଦ୍ ସେ ନିଜାର୍ ନାସ୍ କଃରୁକେ ସେରି କଃରେଦ୍; ମଃତର୍ ଗଟେକ୍ ଲାଡ୍କାରି ଆଚେ ଜେ ବାଇ ତଃୟିହୁଣି ଅଃଦିକ୍ ଲଃଗେ ଲାଗିକଃରି ରଃୟିଦ୍।