1 ଏ ମର୍ ହଅ, ଜଦି ତୁୟି ନିଜାର୍ ହଃଳ୍ସା ଗଃରାର୍ ଲଃକାର୍ ଦାୟି ଅୟିଆଚ୍ସି, ଜଦି ବିନ୍ଲକାର୍ ହାଁୟ୍ ଦାୟି ଅୟିଆଚ୍ସି। 2 ତଃବେ ତୁୟ୍ ନିଜାର୍ ଟଣ୍ଡାର୍ ବଃଚନାର୍ ହାନ୍ଦାୟ୍ ହଃଡିଆଚ୍ସି ଆର୍ ନିଜାର୍ ଟଣ୍ଡାର୍ କଃତାୟ୍ ଦଃରାହଃଳି ଆଚ୍ସି। 3 ଏ ମର୍ ହ, ତୁୟି ଅଃବେ ଇ କାମ୍ କଃର୍, ନିଜ୍କେ ମୁକ୍ଳାଉ; କାୟିତାକ୍ବଃଲେକ୍ ତୁୟି ନିଜାର ଲକାର୍ ଆତେ ବଃନ୍ଦାହଃଳି ଆଚ୍ସି,ଜା ନିଜ୍କେ ସାନ୍କଃରି ହଃଳ୍ସା ଗଃରାର୍ ଲକ୍କେ ଗାଦାତର୍ ଗଃଉଆରିକଃରି କଃଉ। 4 ତୁୟି ନିଜାର୍ ଆକିକେ ନିଦ୍ରାଜଃଉଁକେ ଦେସ୍ନାୟ୍, କି ନିଜାର୍ ଆକିକେ ଗୁନୁକେ ଦେସ୍ ନାୟିଁ। 5 ନିଜ୍କେ କଟ୍ରା ହର୍ ସିକାରିର୍ ଆତେହୁଣି, ଚେଳେ ହର୍ ଜାଲୁଆର୍ ଆତେହୁଣି ରଃକ୍ୟା କଃର୍।
6 ଏ ଅଃଳ୍ସିଆ, ତୁୟି ଚାଟିର୍ ହାକ୍ ଜାଆ, ତାର୍ କାମ୍ ଦଃକ୍ ଆର୍ ଗିଆନି ଅଃଉ। 7 ତାର୍ ବିଚାର୍ କଃର୍ତା ଲକ୍ କି ମୁଳିକା କି ସାସନ୍କାରି କେ ନଃରିଲେକ୍ ହେଁ ସେ କଃରାମାସେ ନିଜାର୍ କାଦି ରୁଣ୍ଡାୟ୍ଦ୍, 8 ଆରେକ୍ ହାଚି ଅୟିଲାବଃଳ୍ ତାର୍ କାଦି ରୁଣ୍ଡାୟିଦ୍। 9 ଏ ଅଃଳ୍ସିଆ, ତୁୟି କଃତିଦିନ୍ ହଃତେକ୍ ସୟିରେସି ? ତୁୟି କଃଡେବଃଳ୍ ନିଦେହୁଣି ଉଟ୍ସି ? 10 ଆରେକ୍ ଚଃନେକ୍ ସୟ୍ଲେକ୍, ଆରେକ୍ ଚଃନେକ୍ ଜୁମ୍ରାଗଃଲେକ୍, ଆରେକ୍ ଚଃନେକ୍ ନିଦ୍ ଚାଡୁକେ ଆତ୍ ମଳିଅୟ୍ଲେକ୍, 11 ତୁମାର୍ ଗଃରିବ୍ ଅଃବୁସ୍ତା ଚର୍ ହର୍ ଆସେଦ୍, ଆରେକ୍ ଗଃରିବ୍ ମାଜନ୍ ଅୟିଲା ଲକ୍ହର୍ ଜାପଣ୍ ଦଃରି ଟିଆ ଅୟିଦ୍।
12 କଃରାପ୍ ଲକ୍, ଦସ୍ କଃଲା ଲକ୍;ସେ ସଃବୁବଃଳ୍ କଃରାପ୍ କଃତା କୟି ଚାଲେଦ୍; 13 ସେ ଆକି ମିଟ୍କାମାରି, ସେ ଗଡ୍ ହାଲାୟି ରଃମ୍ଦେଦ୍ , ସେ ଆଙ୍ଗ୍ଟି ଲଃଗେ ସଃଙ୍ଗିୟା କଃରେଦ୍। 14 ତାର୍ ମଃନ୍ବିତ୍ରେ କୁଟ୍ ରଃୟ୍ଦ୍, ସଃବୁବଃଳ୍ ଲକାର୍ କଃରାପ୍ ଚିନ୍ତା କଃରେଦ୍; ସେ ଗଣ୍ଡ୍ଗଳ୍ ଅଃଉତା ମଃଞ୍ଜି ବୁଣେଦ୍। 15 ସେତାର୍ ଗିନେ ତାର୍ ବିପଦ୍ ହଃଟାତ୍ ଆସେଦ୍, ଆରେକ୍ ସେ ରଃକ୍ୟା ହାଉଁକ୍ କାୟି ଉପାୟି ନଃରେୟ୍। 16 ଚଅଗଟ୍ ବିସୟ୍ ଇସ୍ୱର୍କେ ଗୁର୍ନା ଲାଗେଦ୍; ସାତ୍ଗଟ୍ ଜିନିସ୍ ହେଁ ତାର୍ହାଁୟ୍ ଗୁର୍ନା ଜୟିଗ୍। 17 ଅଃକାରିର୍-ଆକି, ମିଚ୍କଃଉତା ଜିବ୍, ଆର୍ ନିର୍ଦସିକେ ମଃର୍ନେ ମାର୍ତା-ଆତ୍; 18 ଅଃକାରି ଚିନ୍ତାକଃରୁକ୍ ମଃନ୍ , କଃରାପ୍ କାମ୍ କଃରୁକେ ଗଡ୍; 19 ମିଚ୍ ସାକି ଜେ ମିଚ୍ କୟିଦ୍ ଆର୍ ଜେ ବାୟ୍ମଃନ୍କାର୍ ବିତ୍ରେ ଗଣ୍ଡ୍ଗଳାର୍ ମଃଞ୍ଜି ବୁଣେଦ୍।
20 ଏ ମର୍ ହ, ତୁମି ଉବାର୍ ଆଦେସ୍ ମାନା ଆର୍ ନିଜାର୍ ଆୟାର୍ ଆଦେସ୍ ଚାଡାନାୟ୍। 21 ସେରି ସଃବୁବଃଳ୍ ତୁମାର୍ ହୁର୍ଦୟ୍ ଲଃଗେ ବାନ୍ଦି ରଃକା ଆର୍ ନିଜାର୍ ଟଟ୍ରିୟେ ବାନ୍ଦି ରଃକା। 22 ତୁମି ଚାଲ୍ତା ବଃଳ୍ ତୁମିକେ ବାଟ୍ ଦଃକାୟିଦ୍, ଆର୍ ସୟିଲା ବଃଳ୍ ତୁମାର୍ ଜାଗୁଆଳି ଅୟିଦ୍; ତୁମି ଉଟିରିଲା ବଃଳ୍ ସେ ତୁମାର୍ ସଃଙ୍ଗ୍ କଃତାବାର୍ତା କଃରେଦ୍। 23 କାୟିତାକ୍ବଃଲେକ୍ ସେ ଆଦେସ୍ କୁପି; ଆର୍ ସେ ଆଦେସ୍ ଉଜାଳ୍ ;ଆର୍ ସିକ୍ୟା ଦଃୟିଦ୍ ଆର୍ ଜିବନାର୍ ବାଟ୍ ଦଃକାୟିଦ୍। 24 ସେ ତୁମିକେ ଲକାର୍ ଡକୁର୍ସିର୍ ତଃୟ୍ହୁଣି ଆର୍ ଚିକ୍ଣିଆଁ କଃତା ଅଃଉତା ଟକିର୍ ତଃୟ୍ହୁଣି ବାଚାୟିଦ୍। 25 ତୁମାର୍ ମଃନ୍ବିତ୍ରେ ତାର୍ ସୁନ୍ଦୁର୍ କେ ଲଃବ୍ କଃରାନାୟ୍; କି ତାର୍ ମୁଁଆଟିଏ ଜାହାନାୟ୍। 26 ବେସ୍ୟାଣି ମଃନ୍କାର୍ ହାଁୟ୍ ତୁମାର୍ କାଦି ଅବାବ୍ ଅୟିଦ୍,ଆରେକ୍ ଦାରିମାୟ୍ଜି ମାନାୟିର୍ ବେସିମଲାର୍ ଜିବନ୍କେ ନାସ୍ କଃରେଦ୍।
27 କେ କଃବେ ନିଜାର୍ ଉର୍ବୁକାୟି ଜୟ୍ ରଃକେଦ୍, ତଃବେ ତାର୍ ବଃସ୍ତର୍ କାୟ୍ ହଡି ନଃକେରେ ? 28 କେ କଃବେ ଲାଗ୍ତା ଜୟ୍ ଇଙ୍ଗ୍ରା ଲଃଗେ ଚାଲେଦ୍, ତଃବେ ତାର୍ ହାଦେ ହଡି ନଃକେରେ ? 29 ନିଜାର୍ ହଃଳ୍ସା ଗଃରାର୍ ଡକୁର୍ସି ତଃୟି ଜୁୟି ଲକ୍ ଜାୟିଦ୍, ସେ କଃରାପ୍ ଲକ୍; ଜେ ତାକେ ଚୁୟିଦ୍ ସେ ଡଃଣ୍ଡ୍ ତଃୟିହୁଣି ବାଚିନଃକେରେ। 30 ଚର୍ ବୁକାର୍ ଗିନେ ଜିବନ୍ ବାଚାଉଁକେ ଜଦି ଚରି କଃରେଦ୍, ତଃବେ ଲକ୍ ତାକେ ଗୁର୍ନା ନଃକେର୍ତି। 31 ମଃତର୍ ସେ ଦଃରାହଃଳ୍ଲେକ୍, ତାକେ ସାତ୍ ଗୁଣ୍ ଲେଉଟାୟି ଦେଉଁକେ ହଃଳେଦ୍; ନିଜାର୍ ଗଃରାର୍ ସଃବୁ ତାକେ ଦେଉଁକେ ହଃଳେଦ୍। 32 କେ ଜଦି ଲକାର୍ ଡକୁର୍ସି ସଃଙ୍ଗ୍ ଜଃଉଁଲା ବଃଲେକ୍ ସେ ନିର୍ବୁଦି ; ସେ ନିଜାର୍ ଜିବନ୍କେ ନଃସ୍ଟ୍ କଃରେଦ୍। 33 ସେ ମାଡ୍ ଆର୍ ଲାଜ୍ ହାୟିଦ୍; ଆରେକ୍ ତାର୍ ଦସ୍କଃଲାର୍ କଃବେ ହେଁ ଲୁକିନଃକେରେ। 34 କାୟିତାକ୍ବଃଲେକ୍ ମାଇଜି ବିସୟାର୍ ରିସା, ମାନାୟ୍କେ ବେସି ରିସା କଃରାୟିଦ୍ ; ଜଃବେ ତାର୍ ବିରୁଦେ ଉଟ୍ଲେକ୍ ମୁଳ୍କେ କେମା ନଃକେରେ। 35 ସେ କାୟ୍ ମଲ୍ ଦିଲେକ୍ ହେଁ ତାର୍ ରିସାକେ ସାନ୍ତି କଃରୁ ନଃହାରେ;କି ତୁମି ବେସି ଲାଞ୍ଚ୍ ଦିଲେକ୍ ହେଁ ମାନି ନଃକେରେ।