1 ଏ ମର୍ ହ, ମର୍ କଃତାସଃବୁ ମାୟିନ୍କଃର୍ ଆର୍ ମର୍ ସିକ୍ୟା ସଃବୁ ନିଜାର୍ ହୁର୍ଦେ ରୁଣ୍ଡାୟିକଃରି ଦଃର୍। 2 ମର ସିକ୍ୟା ସଃବୁ ମାୟିନ୍ କଃର୍, ସେତି ତୁୟି ବାଚ୍ସି ଆର୍ ନିଜାର୍ ଆକିର୍ ହୁତ୍ଳା ହର୍ ମର୍ ନ୍ୟାୟ୍ ରଃକ୍ୟା କଃରେଦ୍। 3 ତର୍ ସଃବୁ ଆଙ୍ଗଟିୟେ ସେରି ବାନ୍ଦ୍; ତର୍ ହୁର୍ଦାର୍ ହାଟା ଲଃଗେ ସେରି ଲେକି ରଃକ୍। 4 ଗିଆନ୍କେ କଃଉ, ତୁୟି ମର୍ ବେଣି, ଆର୍ ବୁଜ୍ତା ସଃକ୍ତି କେ ତର୍ ନିଜାର୍ ଲକ୍ ବଃଲି କଃଉ। 5 ସେତାକ୍ ସେମଃନ୍ ଲକାର୍ ଡକୁର୍ସିର୍ ତୟିହୁଣି, ବଃଲେକ୍ ଚିକ୍ଣିଆଁ କଃତା କଃଉତା ଟକିମଃନ୍କାର୍ ତଃୟ୍ହୁଣି ବାଚାୟିଦ୍।
6 ମୁୟିଁ ନିଜାର୍ ଗଃରାର୍ କିଡ୍କିର୍ ଜାଲିପର୍ଦା ଦଃୟି ଦଃକ୍ତିରିଲେ; 7 ସେତି ମୁଁୟି ଦଃକ୍ଲେ ଜେ, ବୁଜୁକେ ଗ୍ୟାନ୍ ନୟିଲା ଲକ୍ମଃନ୍କାର୍ ବିତ୍ରାର୍ ଏକ୍ଲା ଆର୍ ଚିନ୍ଲେ ଜେ, ଦଃଙ୍ଗ୍ଡା ମଃନ୍କାର୍ ବିତ୍ରାର୍ ଗଟେକ୍ ବଃକୁଆ ଦଃଙ୍ଗ୍ଡ଼ା ଦଃକ୍ଲେ। 8 ସେ ଗଃର୍କୁଡ୍ ହାଗୁଳ୍କେ ଦଃୟ୍ ଜଃଉଁ ଜଃଉଁ ତାର୍ ଗଃର୍କେ ଜାତାବାଟ୍ ମିସ୍ଲି। 9 ସେନ୍କାବଃଳ୍ ବେଳ୍ ବୁଡ୍ତିରିଲି, ଦିନ୍ ସଃରି ଆସ୍ତିରିଲି, ମଚିଅଃନ୍ଦାର୍ ଅୟିଲି ଆର୍ ଅଃନ୍ଦାର୍ ଅୟିରିଲି। 10 ସେତି ଦଃକା, ଗଃଟେକ୍ ମାୟ୍ଜି ତାର୍ ସଃଙ୍ଗ୍ ମିସ୍ଲି, ସେ ବେସ୍ୟା ବେସ୍ ଦଃରିରିଲି ଆର୍ ସେ ମଃନ୍ବିତ୍ରେ ଚଃତୁର୍ ରିଲି। 11 ସେ ବଃଡ୍ କଃତାକଃଉଆ ଆର୍ ଅଃମାନ୍ୟା ରିଲି,ସେ କଃବେ ଗଃରେ ନଃରେୟି। 12 ସେ କଃବେ କଃବେ ସାକୁଳେ, କଃବେ କଃବେ ସାୟିବିତ୍ରେ ରଃୟିଦ୍ ଆର୍ କଃବେକଃବେ କନେ ଜାଗି ବଃସି ରଃୟିଦ୍। 13 ସେ ମାୟ୍ଜି ତାକେ ଦଃରି ଚୁମ୍ଲି, ଆର୍ ଲାଜ୍ନାୟିଲା ମୁଁୟେ ତାକେ କୟ୍ଲି। 14 ଉହ୍କାର୍କାରି ସୁସ୍ତିର୍ଗିନେ ହୁଜା ମର୍ ତଃୟି ଆଚେ, ମୁୟ୍ ଆଜି ମର୍ ମାନ୍ମାଗ୍ଲାର୍ ହୁରା କଃରିଆଚି। 15 ସେତାର୍ଗିନେ ମୁୟିଁ ତର୍ସଃଙ୍ଗ୍ ଦଃକାକଃରୁକେ ହଃଦାୟ୍ ଆୟ୍ଲେ ଆର୍ ଜଃତୁନେ ତର୍ ମୁକ୍ ଦଃକୁକେ ଆୟ୍ଲେଆଚି ଆର୍ ତକେ ହାୟ୍ଲେ। 16 ମୁୟିଁ ବାନାକାବ୍ରା ରିଲା ବିଚ୍ଣାର୍ ଆର୍ ମିସର୍ ଦେସାର୍ ସଃହୁର୍ ସୁତାଇ ବୁଣ୍ଲା ହଃଚ୍ୟା ମର୍ କଃଟେ ଅଚାୟି ଆଚି। 17 ଆର୍ ବାସ୍ନା ଚିକଣ୍,ଅଗୁରୁ ଆର୍ ଦାରୁଚିନି ସଃଙ୍ଗ୍ ମର ସଃଉତା କଃଟ୍ ବାସ୍ନା କଃରିଆଚି। 18 ଆଉ ଅଃମିମଃନ୍ ରାତିଜାକ ସଃକାଳ୍ ହାଉଁଣେ ରଃସିକାୟି ମାତୁଆଁ ଆର୍ ସଃର୍ଦା କଃରୁଆଁ। 19 କାୟିତାକ୍ବଃଲେକ୍ ମର୍ ଅଃଣ୍ଡ୍ରା ଗଃରେ ନାୟି ବେସି ଦୁରି ଗଃଲାଆଚେ। 20 ସେ ମଣେକ୍ ଡାବୁ ନଃୟି ଗଃଲାଆଚେ, ସେ ଜନ୍ ହୁନିଅୟିଲେକ୍ ଲେଉଟି ଆସେଦ୍। 21 ଅଃନ୍କଃରି ସେ ଗାଦେକ୍ ସୁଆଦ୍ କଃତା କୟ୍ ତାର୍ ମଃନ୍କେ ଚରି କଃଲି, ଚିକଣିଆଁ କଃତା କୟ୍ ତାକେ ରଃମାୟ୍ଲି। 22 ଜେହର୍ ଗରୁକେ ଅଃତ୍ୟା କଃରୁକେ ନିଆଜାୟିଦ୍ ଆର୍ ସେହର୍ ସିକ୍ଳି ହିନ୍ଦିରିଲା ବଃକୁଆଲକ୍ ଦଃଣ୍ଡ୍ ହାଉଁକେ ଜାୟିଦ୍, ସେହର୍, ସେଦାହ୍ରେ ସେ ତାର୍ ହଃଚେହଃଚେ ଜାୟିଦ୍। 23 ଆରେକ୍ ଜଃନ୍କଃରି ଚେଳେ ହାନ୍ଦାୟି ଜିବନ୍ ଆରାଉଁକେ ନଃଜାଣି ହାସେ ହଃଳୁକେ ବେଗି ଉଡିଜାୟିଦ୍, ସେହର୍ ସେସ୍ ବଃଳ୍ ତାର୍ କାଣେଞ୍ଜ୍କେ କାଣ୍ଡ୍ ହାୟିଦ୍।
24 ସେତାର୍ ଗିନେ ଏ ମର୍ ହଅମଃନ୍,ମର୍ କଃତା ସୁଣା ଆର୍ ମର୍ ଟଣ୍ଡାର୍ ବଃଚନେ ମଃନ୍ଦିଆସ୍। 25 ତୁମାର୍ ମଃନ୍ ସେ ବେସ୍ୟା ମଃନ୍କାର୍ ବାଟ୍ ନଃଜଃଉଅ, ତୁମି ବଃଲ୍ବାଟେ ଜଃହା। 26 କାୟିତାକ୍ ବଃଲେକ୍ ସେ ବେସି ଲକ୍କେ ନଃସ୍ଟ୍ କଃରିଆଚେ, ହେଁ, ତାର୍ ଜାଲେ ହୁରି ମଃଲାଲକ୍ ଅଲେକାର୍। 27 ତାର୍ ଗଃର୍ ହଃତାଳ୍କେ ଜାତା ବାଟ୍ ,ଜୁୟିରି ମଃର୍ନାର୍ କାଲେ ଜାୟିଦ୍।