1 ଏ ମର୍ ହମଃନ୍, ତୁମି ଜଦି ମର୍ କଃତା ମାନାସ୍ ଆର୍ ଆଦେସ୍ ସଃବୁ ମଃନେରଃକାସ୍; 2 ଜଦି ଗିଆନାର୍ ବାଟ୍କେ ତୁମାର୍ କାନ୍ ଡେରାସ୍ ଆର୍ ବୁଦିର୍ ସଃଙ୍ଗ୍ ମଃନ୍ଦିଆନ୍ କଃରାସ୍; 3 ହେଁ, ତଃବେ ତୁମି ବଃଲ୍ ବିଚାର୍ ହାୟ୍ଁ କୁଦା ଆର୍ ବୁଦିର୍ ହାୟ୍ଁ ଗଃଉଆରି କଃର୍; 4 ତଃବେ ରୁହା ହର୍ ତାକେ କଜା, ଲୁକ୍ଣେ ତହ୍ଲା ଦଃନ୍ ହର୍ କଜି ଆଣା; 5 ତଃବେ ତୁମି ଇସ୍ୱର୍ ବିସୟେ ଡିର୍ତାର୍ ବୁଜୁକେ ମାପୁର୍ ବିସୟେ ବଃଲ୍ ଗିଆନ୍ ହାଉଆସ୍। 6 କାୟିତାକ୍ବଃଲେକ୍ ଇସ୍ୱର୍ ବୁଦି ଦଃୟିଦ୍, ତାର୍ ଟଣ୍ଡ୍ବାଟ୍ ଗିଆନ୍ ଆର୍ ବୁଦି ବାରାଇଦ୍। 7 ସେ ସଃତ୍ ଲକାର୍ ହାଁୟ୍ ସଃତ୍ ଗିଆନ୍ ଅରାୟିଦ୍, ସେ ସଃଜାଲକାର୍ ଗିନେ ଜାପଣ୍ ହର୍ ଅୟିଦ୍। 8 ଜଃନ୍କଃରି କି ସେ ନିୟମାର୍ ରଃସ୍ତା ରଃକ୍ୟା କଃରୁହାରେ ଆର୍ ନିଜାର୍ ସଃତେ ଚାଲ୍ତା ଲକାର୍ ବାଟ୍ ସଃମ୍ବାଳେଦ୍। 9 ସେତାକ୍ ତୁମି ଦଃର୍ମି, ବଃଲ୍ବିଚାର୍, ନ୍ୟାୟ୍ ଆର୍ ବଃଲାର୍ ସଃବୁ ବାଟ୍ ବୁଜୁକେ। 10 କାୟିତାକ୍ବଃଲେକ୍ ଗିଆନ୍ ତୁମାର୍ ହୁର୍ଦୟ୍ ଲଃଗେ ହୁରେଦ୍, ଆରେକ୍ ସିକ୍ୟା ତୁମାର୍ ଜିବନ୍କେ ସୁକ୍ ଅୟିଦ୍; 11 କାମେ ପିଆସ୍ ଅୟିଲେକ୍ ତୁମିକେ ରକ୍ୟା କଃରେଦ୍, ବୁଦି ତୁମିକେ ରଃକ୍ୟା କଃରେଦ୍। 12 ସେତାର୍ ଗିନେ ଜେ ମଃନ୍ଦ୍କଃତା କଃଉତି, 13 ଜେମଃନ୍ ଅଃନ୍ଦାର୍ ରଃସ୍ତାୟ୍ ଜଃଉଁକେ ସିଦ୍ ରଃସ୍ତା ଚାଡିଦେତି; 14 ଜେମଃନ୍ କଃରାପ୍କାମ୍ କଃରୁକ୍ ସଃର୍ଦା ଅଃଉତି ଆର୍ ଦୁସ୍ଟମଃନ୍କାର୍ ସଃଙ୍ଗ୍ ମିସିକଃରି କାମ୍ କଃର୍ତି। 15 ଜେମଃନ୍ ନିଜାର୍ ନିଜାର୍ ଅଃଟୁଆମଃନ୍ ଆର୍ ନିଜାର୍ ନିଜାର୍ ବାଟ୍ ବୁଲ୍କିଜାତି ଇହର୍ କଃରାପ୍ବାଟ୍ ଜାତା ଲକାର୍ ତଃୟ୍ହୁଣି ତୁମାର୍ ରଃକ୍ୟା ଅୟିଦ୍।
16 ଆରେକ୍, ଜୁୟି ବିନ୍ଲକାର୍ ଡକୁର୍ସି ଚିକ୍ଣିଆଁ କଃତା କୟିଦ୍, ଜେ ନିଜାର୍ ଦଃଙ୍ଗ୍ଳି ବଃଳ୍ ବିବା ଅୟିଲା ଡକ୍ରାସିକେ ଚାଡିକଃରି ନିଜାର୍ ମାପୁରାର୍ ନିୟମ୍ କେ ହାସ୍ରେଦ୍। 17 ଜେ ତାର୍ ନିଜାର୍ ଡକ୍ରାସିକେ ମିଚ୍ କୟିଦ୍ ଆର୍ ତାର୍ ନିଜାର୍ ସଃୟିତ୍ ହାସ୍ରେଦ୍। ଜାର୍ 18 ଆର୍ ଜୁୟି ରଃସ୍ତା ମଃଲାବାଟ୍ ଜାୟିଦ୍, ଜୁୟିବାଟ୍ ଗଃଲେକ୍ କେହେଁ ଲେଉଟି ନାସେ ଆର୍ ଜିବନାର୍ ରଃସ୍ତା ଆରେକ୍ ଦଃରୁନଃହାରେ, 19 ଅଃନ୍କଃରି ବିନ୍ଲକାର୍ ଡକୁର୍ସି ତୟିହୁଣି ତୁମାର୍ ରଃକ୍ୟା ଅୟିଦ୍। 20 ଇତାର୍ ଗିନେ ତୁମି ସଃତ୍ ଲକ୍ମଃନ୍କାର୍ ବାଟ୍ ଜଃହା ଆର୍ ଦଃର୍ମି ମଃନ୍କାର୍ ବାଟ୍ ଜଃହା, 21 କାୟିତାକ୍ବଃଲେକ୍ ସଃଜାଲକ୍ମଃନ୍ ଦେସେ ବାସା କଃର୍ତି,ଆରେକ୍, ଦଃର୍ମି ଲକ୍ମଃନ୍ ସେତି ସୁସ୍ତିୟେ ରେତି। 22 ମଃତର୍ କଃରାପ୍ ଲକ୍ମଃନ୍ ଦେସେ ହୁଣି ବାର୍କଃରା ଜାୟିଦ୍, ମିଚ୍କଃଉତା ଲକ୍ମଃନ୍ ଦେସେ ହୁଣି କୁରୁପ୍ ନାସ୍ ଅଃଉତି।